ଅଙ୍ଗୁଳିମାଳ: ବୌଦ୍ଧ ଧର୍ମର ଏକ ଉଲ୍ଲେଖନୀୟ ମାନବ ।

ଅଙ୍ଗୁଳିମାଳ (ଇଂରାଜୀରେAṅgulimāla, ପାଲି ଭାଷାରେ ଆଙ୍ଗୁଠି ମାଳ (Pāli language; lit.'finger necklace') ଚରିତ୍ର ବୌଦ୍ଧଧର୍ମର ଥେରାଭାଡ଼ା (Theravāda) ପରମ୍ପରାରେ ଏକ ମହତ୍ୱପୂର୍ଣ୍ଣ ଅଂଶ । ଅଙ୍ଗୁଳିମାଳକୁ ଏକ ନିର୍ଦ୍ଦୟୀ ଡାକୁ ଭାବରେ ବର୍ଣ୍ଣନା କରାଯାଇଥିଲା ଯିଏ ସମ୍ପୁର୍ଣ୍ଣରୂପେ ପରିବର୍ତ୍ତିତ ହୋଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲା । ବୁଦ୍ଧଙ୍କ ଶିକ୍ଷାରେ ଚରିତ୍ର ପରିବର୍ତ୍ତନର ସେ ଏକ ଜ୍ୱଳନ୍ତ ଉଦାହାରଣ ଥିଲା ଓ ବୁଦ୍ଧଙ୍କ ଶିକ୍ଷା ଦକ୍ଷତାର ପରିଚୟ ଦେଇଥିଲା । ଦାକ୍ଷିଣାତ୍ୟରେ ଅଙ୍ଗୁଳିମାଳକୁ ଶିଶୁ ଜନ୍ମର ସଂରକ୍ଷକ ସନ୍ଥ ମାନନ୍ତି ଓ ଦକ୍ଷିଣ ତ‌ଥା ଦକ୍ଷିଣପୂର୍ବ ଏସିଆରେ ତାଙ୍କ ନାମ ଉର୍ବରତା ସାଥିରେ ଯୋଡ଼ାଯାଏ ।

Aṅgulimāla
[[File:ଅଙ୍ଗୁଳିମାଳ: ବୌଦ୍ଧ ଧର୍ମର ଏକ ଉଲ୍ଲେଖନୀୟ ମାନବ ।|frameless|alt=]]
Angulimala chases Gautama Buddha
ଧର୍ମBuddhism
ଅନ୍ୟାନ୍ୟ name(s)Ahiṃsaka, Gagga Mantānīputta
ବ୍ୟକ୍ତିଗତ
ଜାତୀୟତାIndian
ଜନ୍ମSāvatthī, Magadha or Aṅga
ଧାର୍ମିକ ବୃତ୍ତି
ଶିକ୍ଷକBuddha

ଅଙ୍ଗୁଳିମାଳ‌ ଗଳ୍ପ ଅନେକ ଭାଷାରେ ଲିଖିତ ଅଛି ଯେପରିକି ପାଲି, ସଂସ୍କୃତ, ତିବେତ ଓ ଚୀନ ଭାଷାରେ । ଅହିଂସକ ନାମରେ ଅଙ୍ଗୁଳିମାଳ‌ ଜନ୍ମ ଗ୍ରହଣ କରିଥିଲା । ସଭାତ୍ଥିରେ (Sāvatthī) ବଡ଼ ହୋଇ ଏକ ବୁଦ୍ଧିମାନ ଯୁବକ ଭାବରେ ପରିଚିତ ହୋଇଥିଲା ଓ ବିଦ୍ୟାଳୟରେ ସେ ତାଙ୍କ ଶିକ୍ଷକଙ୍କର ପ୍ରିୟ ଛାତ୍ର ଥିଲା । ଇର୍ଷ୍ୟାତୁର ସାଥୀମାନେ ତାଙ୍କୁ ତାଙ୍କ ଶିକ୍ଷକଙ୍କ ବିରୁଦ୍ଧରେ ମତେଇଲେ । ତାଙ୍କ ଶିକ୍ଷକ ତାଙ୍କଠାରୁ ରକ୍ଷା ପାଇବା ପାଇଁ ତାଙ୍କୁ ଏକ ହଜାର କଟା ଅଙ୍ଗୁଳି ଆଣିବାକୁ ନିର୍ଦ୍ଦେଶ ଦେଲେ ଓ ଏହି ଭୟଙ୍କର ଲକ୍ଷ ପୂର୍ଣ୍ଣ କରିପାରିଲେ ତାଙ୍କ ବିଦ୍ୟାଶିକ୍ଷା ସମାପ୍ତ କରିବାରେ ସ‌ହାୟକ ହେବାକୁ କ‌ହିଲେ । ଏଭଳି ଲକ୍ଷ ପୁରଣ କରିବା ନିମନ୍ତେ ସେ ଅଙ୍ଗୁଳିମାଳ ହୋଇଗଲା ଓ ନିଷ୍ଠୁର ଡାକୁ ହୋଇ ଅନେକ ହତ୍ୟା କରିବା ଫଳରେ ସମୁଦାୟ ଗ୍ରାମମାନଙ୍କରୁ ଲୋକମାନେ ଛାଡ଼ି ପଳେଇଲେ । ଏଥି ଯୋଗୁ ସେଠାକାର ରାଜା ପସେନାଡ଼ି ତାଙ୍କୁ ଧରିବାକୁ ଏକ ସୈନ୍ୟ ଦଳ ପଠେଇଲେ । ଇତିମଧ୍ୟରେ ତାଙ୍କର ମାଆ ଏହି କାମରୁ ତାଙ୍କୁ ନିବୃତ କରିବାକୁ ଚେଷ୍ଟା କରି ପ୍ରାୟ ନିଜ ପୁଅଙ୍କ ହାତରେ ମୃତ୍ୟୁ ବରଣ କରିବା ଅବସ୍ଥା ଆସିଯାଇଥିଲା । ସୌଭାଗ୍ୟକୁ ବୁଦ୍ଧଦେବ ଏହି କାର୍ଯ୍ୟରୁ ତାଙ୍କୁ ନିବୃତ କରିଥିଲେ ଓ ତାଙ୍କର ଶକ୍ତି ପ୍ରୟୋଗ କରି ସଠିକ ମାର୍ଗରେ ଦେଖେଇଦେଲେ । ଏହା ପରେ ଅଙ୍ଗୁଳିମାଳ ବୁଦ୍ଧଦେବଙ୍କ ଅନୁଗାମୀ ହୋଇ ସନ୍ଥା ହୋଇଗଲା ଯାହା ରାଜା ଓ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ତ‌ଥାପି ଗ୍ରାମ‌ବାସୀମାନେ ତାଙ୍କ ଉପରେ କ୍ରୋଧାନ୍ୱିତ ହୋଇଥିଲେ ଯେତେବେଳେ ସେ ଛୁଆ ଜନ୍ମ କରିବାରେ ଏକ ମାତାକୁ ସାକାକ୍ରିୟାଦ୍ୱାରା (act of truth) ସାହାଯ୍ୟ କରିଥିଲା ।

ଅଙ୍ଗୁଳିମାଳର ପରିବର୍ତ୍ତନ ପୂର୍ବରୁ ସେ ଏକ ଭୟାନ‌କ ପନ୍ଥ ସଂସ୍ପର୍ଶରେ ଆସିଥିବା ବିଦ୍ୱାନମାନେ ବିଶ୍ୱାସ କରନ୍ତି । ଭାରତବିତ୍ ରିଚାର୍ଡ଼ ଗୋମ୍ବ୍ରିଚଙ୍କ ମତ ଅନୁସାରେ ସେ ପୁର୍ବତନ ତନ୍ତ୍ର ଶକ୍ତିର ପ୍ରଭାବରେ ବୋଧହୁଏ ଆସିଥିଲା କିନ୍ତୁ ଏହି ମତକୁ ଅନ୍ୟମାନେ ମାନିନଥିଲେ । ବୋଦ୍ଧଧର୍ମାବଲମ୍ବୀମାନେ ଅଙ୍ଗୁଳିମାଳକୁ ପରିବର୍ତ୍ତନର ଏକ ପ୍ରତୀକ ଭାବରେ ବିବେଚନା କରନ୍ତି ଓ ତାଙ୍କ କାହାଣୀ ଏକ ଶିକ୍ଷା ଯାହା ସମସ୍ତଙ୍କୁ ଜୀବନ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ ବୋଲି ନିଶ୍ଚିତ ହୁଅନ୍ତି । ଏହାଦ୍ୱାରା ଇଂଲଣ୍ଡର ସରକାରୀ ବୌଦ୍ଧିକ ଜେଲର ଅଫିସରମାନେ ପ୍ରେରିତ ହୋଇ ତାଙ୍କ ନାମରେ ନାମକରଣ କରିଥିଲେ । ନ୍ୟାୟ ଓ ପୁନର୍ବସତିର ବୌଦ୍ଧିକ ଚିଚାର ବିମର୍ଷରେ ଅଙ୍ଗୁଳିମାଳର କାହାଣୀ ଉଲ୍ଲେଖ ହୁଏ । ହିନ୍ଦୀ ଓ ଥାଇଲ୍ୟାଣ୍ଡ ଭାଷାରେ ଅଙ୍ଗୁଳିମା ଅନେକ ଚଳଚ୍ଚିତ୍ର କାହାଣୀ ତିଆରି ହୋଇଛି । ସାରା ପୃଥିବୀରେ ଆତଙ୍କର ପ୍ରଭାବ ଦେଖି ସତିଶ କୁମାରଙ୍କର (Satish Kumar) ବୁଦ୍ଧ ଓ ଆତଙ୍କବାଦୀ ବ‌ହି ଲେଖି ଏହାକୁ ପୃଥିବୀର ଆତଙ୍କ ଉପରେ ଯୁଦ୍ଧ (Global War on Terror) ନାମରେ ଲେଖାଯାଇଥିଲା ।

ଆଧାର

Tags:

en:Pāli languageen:Theravada

🔥 Trending searches on Wiki ଓଡ଼ିଆ:

ହେପାଟାଇଟିସ୨୭ ଅପ୍ରେଲପଣସମାୟାଧର ମାନସିଂହଅମର ପ୍ରସାଦ ଶତପଥୀଜୋଆନ ଅଫ ଆର୍କଅଚିହ୍ନା ବାସଭୂମିଓଡ଼ିଆ କବି ମାନଙ୍କର ତାଲିକାମାଇକ୍ରୋସଫ୍ଟଯଶୋବନ୍ତ ଦାସବନ୍ଧୁ (କଥାଚିତ୍ର)ଲକ୍ଷ୍ମଣ ନାୟକପାଲାନିତ୍ୟାନନ୍ଦ ମହାପାତ୍ରଓଡ଼ିଶା ପ୍ରିମିଅର ଲିଗବିରଜା ମନ୍ଦିରରାଜ୍ୟ ସଭାନେଲସନ ମଣ୍ଡେଲାଇଣ୍ଟସସେପସନ (ମେଡିକାଲ ବେମାରି)ଗୁରୁଇଂରାଜୀ ଭାଷାଡିମେନ୍ସିଆଅନନ୍ତ ପଟ୍ଟନାୟକପ୍ରାଣବନ୍ଧୁ କରଜହ୍ନି ଚୋପା ଚଟଣୀକବାଡି୨୧ ଅପ୍ରେଲସୁରେନ୍ଦ୍ର ମହାନ୍ତିମନମୋହନ ସାମଲ୧୭୭୬ଓଡ଼ିଆ ଲିପି୨୩ ମାର୍ଚ୍ଚଅଗ୍ନାଶୟ ପ୍ରଦାହକୋରାପୁଟ ଜିଲ୍ଲାହେନା ଫୁଲ୨୪ ଅପ୍ରେଲଓଡ଼ିଶାର ଇତିହାସକୋରାଖଇସୌରୀନ୍ଦ୍ର ବାରିକଲୋକ ସଭା୨୯ ଅପ୍ରେଲଅର୍ଜୁନଜର୍ଜ କ୍ୟାଣ୍ଟରଅଶ୍ୱତ୍ଥାମାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବାହୁଡ଼ା ଯାତ୍ରାଭାରତୀୟ ସ୍ୱାଧୀନତା ଆନ୍ଦୋଳନଭଦଭଦଳିଆମାସଏକ୍ସକ୍ୟୁଜ ମିମହେନ୍ଦ୍ରଗିରିସୁନୟନାମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ବିଜ୍ଞାନମହାବଳ ବାଘମହାପ୍ରସାଦନୀଳମାଧବ ମନ୍ଦିରଚାରି ଧାମକାଶ୍ମୀରବିଧାତା (୨୦୦୩ର ଚଳଚ୍ଚିତ୍ର)ଶୈଳଭାମା ମହାପାତ୍ରକୁଞ୍ଜବିହାରୀ ଦାଶଇଣ୍ଟେଲ୍‌ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଗୌତମ ବୁଦ୍ଧସରସ୍ୱତୀନୃସିଂହବାଲିଯାତ୍ରାଓଡ଼ିଆ ସାହିତ୍ୟର ଇତିହାସଭଗବତୀ ଚରଣ ପାଣିଗ୍ରାହୀଜୀବସାରଆକବର🡆 More