ଅଗ୍ନୀଶ୍ୱର ମହାଦେବ

ଜଗନ୍ନାଥ ମନ୍ଦିରରେ ତାଙ୍କୁ ବେଢି ରହିଛନ୍ତି ଅନେକ ଦେବା ଦେବୀ । ତାଙ୍କ ପାକଶାଳାର ଅଗ୍ନିକୁ ଘେରି ରହିଛନ୍ତି ଅଗ୍ନିଶ୍ୱର ମହାଦେବ ବା ଆଗ୍ନେୟଶ୍ୱର ମହାଦେବ । ରୋଷଘର ରାସ୍ତା କୋଣରେ ଏହି ମହାଦେବ ବିରାଜିତ ।

ଧାର୍ମିକ ବିଶ୍ୱାସ

କଥିତ ଅଛି, ଏହି ଶିବ ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ ଜଗନ୍ନାଥଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନରେ ସମସ୍ତ ପାପ ନାଶ ହୁଏ । ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ ଅଗ୍ନିଶ୍ୱର ମହାଦେବଙ୍କୁ ପ୍ରଣାମ କରି ସ୍ତୁତି ପଥ କଲେ ଅଶେଷ କଲ୍ୟାଣ ହୁଏ ।

ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ
  ମହାଜ୍ୱାଳାମୟଂ ଶମ୍ଭୁ ନମାମି ଚନ୍ଦ୍ର ଶେଖରମ

ଅର୍ଥାତ, ହେ ଅଗ୍ନିଶ୍ୱର, ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର, ତୁମେ ବିଷ୍ଣୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ ,ତୁମେ ମହଜ୍ୱାଳାମୟ ଶମ୍ଭୁ , ତୁମେ ଚନ୍ଦ୍ରଶେଖର , ତୁମକୁ ନମସ୍କାର କରୁଅଛି ।

ମନ୍ଦିରର ଅବସ୍ଥାନ

ଶ୍ରୀମନ୍ଦିର ବେଢ଼ା ଭିତରେ

ଜଗନ୍ନାଥ ମନ୍ଦିର ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । ଶ୍ରୀମନ୍ଦିର ବାଇଶି ପାହାଚ ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ୱର ମହାଦେବଙ୍କ ମନ୍ଦିର ଅଛି ।ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ୱର' । ଅଗ୍ନିଶ୍ୱର ମହାଦେବ ବିଷ୍ଣୁଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ ଶ୍ରୀମନ୍ଦିର ପାକଶାଳାର ଅଗ୍ନି ରକ୍ଷକ ଭାବେ ପରିଚିତ ।

ଶ୍ରୀମନ୍ଦିର ବେଢ଼ା ବାହାରେ

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୁରୀର ବଡ଼ଦେଉଳ ସାହି ପ୍ଲଟ ନମ୍ବର ୧୧୬ରେ ଅବସ୍ଥିତ ଏହି ମହାଦେବ ମନ୍ଦିରର କୌଣସି ନିର୍ଦ୍ଦିଷ୍ଟ ସେବକ ନାହାନ୍ତି କି କୌଣସି ସ୍ୱତନ୍ତ୍ର ଖଞ୍ଜ ନାହିଁ । ଶିବରାତ୍ରୀ ଦିନ କୋଠାରୁ ଦିଆହେବା ଚଣା ଖଜା ଇତ୍ୟାଦି ପୂଜାପଣ୍ଡା ଭୋଗ ଲାଗି କରିଥାଆନ୍ତି ।

ଆଧାର

Tags:

ଅଗ୍ନୀଶ୍ୱର ମହାଦେବ ଧାର୍ମିକ ବିଶ୍ୱାସଅଗ୍ନୀଶ୍ୱର ମହାଦେବ ମନ୍ଦିରର ଅବସ୍ଥାନଅଗ୍ନୀଶ୍ୱର ମହାଦେବ ଆଧାରଅଗ୍ନୀଶ୍ୱର ମହାଦେବଉଇକିପିଡ଼ିଆ:Citation neededଜଗନ୍ନାଥ ମନ୍ଦିର

🔥 Trending searches on Wiki ଓଡ଼ିଆ:

ରାସେଶ୍ୱରୀ ପାଣିଗ୍ରାହୀବିଶ୍ୱନାଥ କରଭାନୁଜୀ ରାଓଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜୟପୁର, କୋରାପୁଟପଠାଣି ସାମନ୍ତଓଡ଼ିଶାର ଇତିହାସବିଶ୍ୱର ବ୍ୟସ୍ତତମ ବନ୍ଦରଚନ୍ଦ୍ରଗୁପ୍ତଶାସ୍ତିଓଡ଼ିଆ ଭାଷାବେଲବୀର ସୁରେନ୍ଦ୍ର ସାଏଝାରସୁଗୁଡ଼ାକ୍ୟୁ. ଆର. କୋଡ଼ହେପାଟାଇଟିସସରସ୍ୱତୀଜଗତସିଂହପୁରଜଗନ୍ନାଥ ମନ୍ଦିରଆଠଗଡ଼ରମାଦେବୀ ଚୌଧୁରୀଧାନଲସିସୌର ଶକ୍ତିଆଇଓଏସ୧୬୩କେଉଁ ଦୁନିଆରୁ ଆସିଲ ବନ୍ଧୁଦଣ୍ଡ ନାଟତାରାତାରିଣୀ ମନ୍ଦିରଓଡ଼ିଶାର ଲୋକନୃତ୍ୟକ୍ରିଏଟିଭ କମନ୍ସଜଗନ୍ନାଥଙ୍କ ବେଶଭାରତୀୟ ବାୟୁସେନାଓଡ଼ିଆ କାବ୍ୟ କବିତାଓଡ଼ିଆ ନାଟକବର୍ଷାସରଳା ଦେବୀକଥା (ପତ୍ରିକା)ଦଶରଥଦ୍ରୌପଦୀ ମୁର୍ମୁଓଡ଼ିଶାର ଭୂଗୋଳପଖାଳରାମଚନ୍ଦ୍ର ମିଶ୍ରଟାଇଫଏଡବିଷ୍ଣୁଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜନ ଗଣ ମନସୀତାବେଦରାମାୟଣମହିମା ଧର୍ମବୁଦ୍ଧ ପୂର୍ଣ୍ଣିମାନରେନ୍ଦ୍ର ମୋଦୀଓଡ଼ିଆ ଲୋକଚିତ୍ତରଞ୍ଜନ ଦାସହନୁମାନ ଚାଳିଶାଓଡ଼ିଶାରାଧାନାଥ ରାୟମହାପ୍ରସାଦପରିବେଶସଂଗୀତହାଡ଼ଯୌଥ ପରିବାରଶୁଭ ବିବାହଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଚୀନଶିମିଳିପାଳ ଜାତୀୟ ଉଦ୍ୟାନମଧ୍ୟାହ୍ନ ଭୋଜନ ଯୋଜନାଆନ୍ତର୍ଜାତିକ ମହିଳା ଦିବସ🡆 More