ରିଫ୍‌ଟ୍ ଭାଲି ଫିଭର

ରିଫ୍‌ଟ୍ ଭାଲି ଫିଭର(ଜ୍ୱର) (ଇଂରାଜୀରେRift Valley fever ବାRVF) ଗୋଟିଏ ଭୁତାଣୁ ରୋଗ ଯାହା ସାମାନ୍ୟରୁ ଉତ୍କଟ ଲକ୍ଷଣ ଦେଖାଏ । ସାମାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ମାଂସପେଶି ଯନ୍ତ୍ରଣା ଓ ମୁଣ୍ଡ ବଥା ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଉତ୍କଟ ଲକ୍ଷଣ ମଧ୍ୟରେ: ସଂକ୍ରମଣ ଆରମ୍ଭ ହେବାର ତିନି ସପ୍ତାହ ପରେ ଦୃଷ୍ଟି ଶକ୍ତି କମିବା ଆରମ୍ଭ ହୁଏ, ମସ୍ତିଷ୍କ ପ୍ରଦାହ‌ଯୋଗୁ ଉତ୍କଟ ମୁଣ୍ଡବଥା ହୁଏ, ମାନସିକ ଦ୍ୱନ୍ଦ ଉପୁଜେ ଓ ପ୍ରଥମ କିଛି ସପ୍ତାହ ମଧ୍ୟରେ ଯକୃତ ଅସୁବିଧା ସ‌ହ ରକ୍ରସ୍ରାବ ହୁଏ । ରକ୍ତସ୍ରାବ ହେଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ହାର ପ୍ରାୟ ୫୦% ।

Rift Valley fever
ରିଫ୍‌ଟ୍ ଭାଲି ଫିଭର
TEM micrograph of tissue infected with Rift Valley fever virus
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], veterinary medicine[*]
ଆଇସିଡ଼ି-୧୦A92.4
ଆଇସିଡ଼ି-୯-ସିଏମ୍066.3
ରୋଗ ଡାଟାବେସ31094
MeSHD012295

ଏହି ରୋଗ ଫ୍ଲେବୋଭାଇରସ୍ ଟାଇପର ଆର.ଭି.ଏଫ. ଭୁତାଣୁ ଯୋଗୁ ହୁଏ । ସଂକ୍ରମିତ ପଶୁ ରକ୍ତ ଛୁଇଁଲେ, କଟାଯାଉଥିବା ପଶୁ ପାଖରେ ରହି ଶ୍ୱାସ କ୍ରିୟା କଲେ, ସଂକ୍ରମିତ ପଶୁର କଞ୍ଚା କ୍ଷୀର ପିଇଲେ କିମ୍ବା ସଂକ୍ରମିତ ମଶା କାମୁଡ଼ିଲେ ଏହି ରୋଗ ବ୍ୟାପେ । ଗାଈ, ମେଣ୍ଢା, ଛେଳି ଓ ଓଟ ଇତ୍ୟାଦି ପଶୁ ସଂକ୍ରମିତ ହୋଇପାରନ୍ତି । ମଶାମାନଙ୍କଦ୍ୱାରା ଏହି ପଶୁମାନଙ୍କୁ ବ୍ୟାପେ । ଜଣେ ମଣିଷଙ୍କଦ୍ୱାରା ଆଉ ଜଣେ ସଂକ୍ରମିତ ହେବା ଜଣାନାହିଁ । ରକ୍ତରେ ଭୁତାଣୁ ଥିବା ଦେଖିଲେ ବା ଭୁତାଣୁ ବିରୁଦ୍ଧ ଆଣ୍ଟିବଡି(antibodies) ପାଇଲେ ରୋଗ ନିର୍ଣ୍ଣୟ ହୁଏ ।

ପଶୁମାନଙ୍କୁ ଟିକା ଦେଇ ରୋଗ ପ୍ରତିରୋଧ କରାଯାଏ । କୌଣସି ମଡ଼କ ହେବା ପୂର୍ବରୁ ଏହି ଟିକା ଦିଆଯାଏ, ମଡ଼କ ହେବା ସମୟରେ ଟିକା ଦେଲେ ସମସ୍ୟା ଗମ୍ଭୀର ହୁଏ । ମଡ଼କ ସମୟରେ ପଶୁମାନଙ୍କ ଚଳପ୍ରଚଳ ବନ୍ଦ କରାଗଲେ ଉପକାର ମିଳେ । ମଶା ସଂଖ୍ୟା କମେଇବା ବ୍ୟବସ୍ଥା ଓ କାମୁଡ଼ା ନ ଖାଇବା ବ୍ୟବସ୍ଥା କରିବାକୁ ପଡ଼େ । ମଣିଷଙ୍କ ନିମନ୍ତେ ଟିକା ଅଛି କିନ୍ତୁ ୨୦୧୦ ସୁଦ୍ଧା ଏହି ବ‌ହୁଳ ଭାବରେ ଉପଲବ୍ଧ କରାଯାଇନାହିଁ । ସଂକ୍ରମଣ ଆରମ୍ଭ ହେଲେ କୌଣସି ଚିକିତ୍ସା ଏହି ରୋଗ ନିମନ୍ତେ ନାହିଁ ।

ଆଫ୍ରିକା ଓ ଆରବ ଦେଶମାନଙ୍କରେ ଏହି ରୋଗର ମଡ଼କ ହୋଇଛି । ବର୍ଷା ଦିନେ ଅଧିକ ସଂଖ୍ୟକ ମଶା ହେଉଥିବାରୁ ଏହି ସମୟରେ ମଡ଼କ ହୁଏ । ସନ ୧୯୦୦ରେ କେନିଆ ଦେଶର ରିଫ୍‌ଟ୍ ଭ୍ୟାଲିର ପଶୁମାନଙ୍କଠାରେ ଏହି ରୋଗ ହେବା ରିପୋର୍ଟ ହୋଇଥିଲା, ଓ ରୋଗ ଭୁତାଣୁ ପ୍ରଥମେ ୧୮୩୧ ମସିହାରେ ପୃଥକ କରାଯାଇଥିଲା ।

ଆଧାର

Tags:

ଜ୍ୱରଯକୃତ

🔥 Trending searches on Wiki ଓଡ଼ିଆ:

ଭାନୁଜୀ ରାଓପୂର୍ଣ୍ଣଚ୍ଛେଦଭାରତଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ୧୪ ମାର୍ଚ୍ଚବିନୋଦ ଚନ୍ଦ୍ର ନାୟକଜଗମୋହନହେପାଟାଇଟିସ ବିଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକରୁଣାକର କରବ୍ୟଞ୍ଜନ ବର୍ଣ୍ଣଜୟନ୍ତ ମହାପାତ୍ରପ୍ରତିଭା ରାୟବିଜୟ ମହାନ୍ତିବ୍ୟୋମକେଶ ରାୟଓଡ଼ିଆ ଭାଷା ଆନ୍ଦୋଳନଗ୍ରୀକ ଭାଷାଜ୍ଞାନପୀଠ ପୁରସ୍କାର୧୩୯୧ଅଶୋକ ଚକ୍ରଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୃସିଂହବ୍ରହ୍ମୋତ୍ରୀ ମହାନ୍ତିପାରଦଆରବ ସାଗରଓଡ଼ିଶାଫକୀର ମୋହନ ସେନାପତିଚନ୍ଦ୍ରଭାନୁ ସିଂହ ଦେଓବ୍ୟାଙ୍କରେବତୀ (କ୍ଷୁଦ୍ରଗଳ୍ପ)୨୫ ମାର୍ଚ୍ଚଯଶୋବନ୍ତ ଦାସରମାକାନ୍ତ ରଥଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ପାକିସ୍ତାନଉଇକିପିଡ଼ିଆହରପ୍ପା ସଭ୍ୟତାଜୟୀ ରାଜଗୁରୁବୈଶାଖରଥଯାତ୍ରାପୃଥ୍ୱୀରାଜ ଚୌହାନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୮ ମାର୍ଚ୍ଚଶରଣ ଶ୍ରୀକ୍ଷେତ୍ରଓଡ଼ିଶାର କଳାବିରାଟ କୋହଲୀ୧୫୨୫ହୃଷୀକେଶ ମଲ୍ଲିକଶିବ ଶଙ୍କର ସାହାଣୀଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଷ୍ଟ୍ରେଲିଆ (ମହାଦେଶ)ବନ୍ଦେ ଉତ୍କଳ ଜନନୀଇନଷ୍ଟାଗ୍ରାମକଳାହାଣ୍ଡି (କବିତା)ବ୍ରତୋପନୟନ୪ ସେପ୍ଟେମ୍ବରଚିକୁନ‌ଗୁନିଆମାଳତୀ ଚୌଧୁରୀକଇଁସାରିସୁଶାନ୍ତ ସିଂହଗାୟତ୍ରୀ ସରାଫନନ୍ଦ କିଶୋର ବଳକପିଳାସ ଶିବ ମନ୍ଦିର୧ ମାର୍ଚ୍ଚଇଣ୍ଡିଆନ ପ୍ରିମିଅର ଲିଗହୋଲି୨୭ ମାର୍ଚ୍ଚଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସମ୍ବଲପୁରନାରୁତୋ🡆 More