ଏହି ପୃଷ୍ଠାରେ ଥିବା ନିୟମ ବଦଳାଇବାକୁ ଆଗ୍ରହୀ ଥିଲେ ଆଲୋଚନା ପୃଷ୍ଠାରେ ଲେଖନ୍ତୁ । ଏହି ପୃଷ୍ଠାରେ ଓଡ଼ିଆ ଉଇକିପିଡ଼ିଆର ପ୍ରସଙ୍ଗ ସମ୍ବନ୍ଧୀୟ ସାଧାରଣ ନିୟମସବୁ ରହିଛି । ତେବେ ଏ ପୃଷ୍ଠା ଏକ ଚୂଡ଼ାନ୍ତ ପୃଷ୍ଠା ନୁହେଁ ବରଂ ଏଠାରେ ଥିବା ନିୟମାବଳୀ ନିୟମିତ ବିକଶିତ ହେଉଛି ଓ ବଢୁଛି ।
ଲିଖନଶୈଳୀ ଓ ଲେଖାର ଭାଷା
କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?
ଉଇକିପିଡ଼ିଆ ନୀତି "ଲିଖନଶୈଳୀ" ବାବଦରେ ଉଇକିଆଳି ସୁବାସ ଚନ୍ଦ୍ର ରାଉତଙ୍କ ସଂକ୍ଷିପ୍ତ ସୂଚନା କଣ ଲେଖିବେ ନାହିଁ
କଣ ଲେଖିବେ
ଲିଖନ ବିଷୟ
ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି) ନିଜ/ସମ୍ପର୍କୀୟଙ୍କ ବାବଦରେ ନିଜ ମତ ଲେଖାରେ ସାହିତ୍ୟର ପୁଟ (ଯଥା: "ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି " ) ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ ଜଣାଶୁଣା ବ୍ୟକ୍ତିବିଶେଷ କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।
ତଳେ ଥିବା ଆଲୋଚନା ଓ ସିଦ୍ଧାନ୍ତ ଓଡ଼ିଆ ଉଇକିପିଡ଼ିଆର ୧୩ ତମ ଜନ୍ମତିଥି ଦିନ କରାଯାଇଥିଲା । ଏହିସବୁ ସିଦ୍ଧାନ୍ତରେ ଉପସ୍ଥିତ ସମସ୍ତେ ସହମତି ପ୍ରକାଶ କରିଥିଲେ ।
ଉପାଧି
କଣ ଲେଖିବେ ନାହିଁ
କଣ ଲେଖିବେ
ଉପାଧୀବାଚକ
ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): ଶ୍ରୀ ଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ ଜଣାଶୁଣା ନାମ
ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ ନୁହେଁ) ସଚ୍ଚିନ ତେନ୍ଦୁଲକର (ସଚ୍ଚିନ ରମେଶ ତେନ୍ଦୁଲକର ନୁହେଁ) ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ
ବିଶେଷଣ
କଣ ଲେଖିବେ ନାହିଁ
କଣ ଲେଖିବେ
ବିଶେଷଣ
ଅକ୍ଷୟ ମହାନ୍ତି ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଥିଲେ । ବିଶେଷଣ ନ ଦେଇ ତା ବଦଳରେ ଜଣେ ବ୍ୟକ୍ତିଙ୍କ ପୁରସ୍କାର ସମ୍ବନ୍ଧରେ ଲେଖିପାରିବେ । ଅକ୍ଷୟ ମହାନ୍ତି ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ । ଗୋପୀନାଥ ମହାନ୍ତି ଜଣେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖକ ।
କେଉଁ ପ୍ରସଙ୍ଗକୁ ଲିଭାଇଦିଆଯିବ ?
ଦୀର୍ଘ ଦିନ ଧରି (ପ୍ରାୟ ତିନିମାସ/ ନବେ ଦିନ) ଆଧାର ନଥିବା 'ଅତି ଛୋଟ' ପ୍ରସଙ୍ଗଗୁଡ଼ିକୁ ବିନା କୌଣସି ସୂଚନାରେ ଲିଭାଇ ଦିଆଯିବ । ପ୍ରସଙ୍ଗଟିରେ କିଛି ବୁଝିଲାଭଳି ନଥିଲେ କିମ୍ବା ପ୍ରସଙ୍ଗ ନାମ ସହ ଲେଖା ମେଳ ହେଉନଥିଲେ ଏହାକୁ ଲିଭାଇ ଦିଆଯିବ । ସ୍ଥାନ ବାବଦରେ ପ୍ରସଙ୍ଗ ଅନ୍ୟ ଉଇକିରେ ନଥିଲେ ବା ଆଧାର ନଥିଲେ ଲିଭାଇଦିଆଯିବ । ଜୀବନ୍ତ ବ୍ୟକ୍ତିଙ୍କ ଉପରେ ପ୍ରସଙ୍ଗ ବିନା ଆଧାରରେ ଲେଖାଯାଇଥିଲେ, ଲେଖା ଲେଖିଥିବା ବ୍ୟକ୍ତିଙ୍କୁ ଆଧାର ଯୋଡ଼ିବା ପାଇଁ ଅନୁରୋଧ କରି ୭ଦିନ ଅପେକ୍ଷା କରିବାପରେ, ତଥାପି ଆଧାର ନଯୋଡ଼ିଲେ ଲିଭାଇଦିଆଯିବ । କୌଣସି ଜୀବନ୍ତ ବ୍ୟକ୍ତି ନିଜେ ନିଜ ବାବଦରେ ପ୍ରସଙ୍ଗ ଲେଖୁଥିଲେ, ଲିଭାଇ ଦିଆଯିବ । ଅନ୍ୟ ଉଇକିରେ ପ୍ରସଙ୍ଗଟି ଥିଲେ ଏହାକୁ ଭବିଷ୍ୟତରେ ଉନ୍ନତ କରିବା ନିମନ୍ତେ ତିନିମାସ ପର୍ଯ୍ୟନ୍ତ ରଖାଯିବ ।
ଅଧାଗଢ଼ା ପ୍ରସଙ୍ଗ
ଉପକ୍ରମ (୫ ଟି ବାକ୍ୟ) ପାଖାପାଖି ୨୦୪୮ ବାଇଟ ଅତି କମରେ ୩ଟି ଆଧାର ଦେଶ-ବିଦେଶରେ ଚର୍ଚ୍ଚିତ ଥିବା ବ୍ୟକ୍ତିତ୍ୱମାନଙ୍କ କ୍ଷେତ୍ରରେ ଅଧିକ ଆଧାର ସୁବିଧାରେ ମିଳେ । କିନ୍ତୁ ଓଡ଼ିଶାର ଅନେକ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ବାବଦରେ ଇଣ୍ଟରନେଟରେ ବେଶି ମିଳେନାହିଁ । ଏହି କ୍ଷେତ୍ରରେ ଯଦି ଜଣେ ପୁରୁଖା ଉଇକିଆଳି (୨୦୦ରୁ ଅଧିକ ସମ୍ପାଦନା ଥିବା ଓ ୨ ମାସରୁ ଅଧିକ ସକ୍ରିୟ ଥିବା) ଜଣେ ବ୍ୟକ୍ତିତ୍ୱଙ୍କ ବାବଦରେ ପ୍ରସଙ୍ଗଟିଏ ତିଆରି କଲେ ତହିଁରେ କୌଣସି ଆଧାର ନଥିଲେ ମଧ୍ୟ ତାହା ଲିଭାଯିବ ନାହିଁ । କିନ୍ତୁ ଇଣ୍ଟରନେଟରେ ଉପଲବ୍ଧ ନଥିଲେ ମଧ୍ୟ ଯଦି କୌଣସି ଖବରକାଗଜ ବା ପତ୍ରିକାରେ ତାଙ୍କ ବାବଦରେ ଲେଖାଟିଏ ପ୍ରକାଶିତ ହୋଇଥାଏ ତେବେ ତାହାର ନାମ, ତାରିଖ, ଖବରକାଗଜର ନାମ ସହ ଆଧାର ଦିଆଯାଇପାରିବ ।
ବ୍ୟବହାରକାରୀ ନାମ (username) ଜଣାଶୁଣା ବ୍ୟକ୍ତିଙ୍କ ନାମରେ "ବ୍ୟବହାରକାରୀନାମ" ରହିପାରିବ ଯଥା ଜଣଙ୍କ ବ୍ୟବହାରକାରୀ ନାମ "ବ୍ୟବହାରକାରୀ:ଅକ୍ଷୟ ମହାନ୍ତି" ହେଲେ କିଛି ଆପତ୍ତି ନାହିଁ । କୌଣସି ବ୍ୟବସାୟ ବା ବାକି କୌଣସି ପ୍ରକାରର ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ ବ୍ୟବହାରକାରୀ ନାମକୁ ଅଟକାଯିବ ।
ନିଜ ନାମରେ ଥିବା ପ୍ରସଙ୍ଗରେ ନିଜେ ଲେଖିବା ଯଦି କୌଣସି ବ୍ୟକ୍ତିବିଶେଷଙ୍କ ବାବଦରେ ପ୍ରସଙ୍ଗଟିଏ ରହିଛି ତାହେଲେ ସେ ନିଜେ ସେ ପ୍ରସଙ୍ଗର ସମ୍ପାଦନା କରିପାରିବେ ନାହିଁ ।
ଜୀବିତ ବ୍ୟକ୍ତିଙ୍କ ଉପରେ ଥିବା ଲେଖା ଜୀବିତ ବ୍ୟକ୍ତିଙ୍କ ବାବଦରେ ଥିବା ଲେଖାରେ ଯଥାସମ୍ଭବ ଅଧିକ ଆଧାର ଦେବା ପାଇଁ ଚେଷ୍ଟା କରିବେ ।
ନାମକୁ ନେଇ ଦ୍ୱନ୍ଦ ଓଡ଼ିଆରେ ସର୍ବପ୍ରଚଳିତ ନାମକୁ ଅଗ୍ରାଧିକାର ଦିଆଯିବ । ଯଥା "ଇଣ୍ଡିଆ" ବଦଳରେ ଭାରତ , "ଲିଭର " ବଦଳରେ ଯକୃତ ଓ "ଅନ୍ତର୍ଜାଲ " ବଦଳରେ ଇଣ୍ଟରନେଟ । ନାମର ବନାନ ବା ନାମକୁ ନେଇ ଦ୍ୱନ୍ଦ ହେଲେ ଖବରକାଗଜରେ ପ୍ରକାଶିତ ନାମକୁ ମାନକ ଭାବେ ନିଆଯାଇପାରିବ ନାହିଁ । ପ୍ରଥମେ ସକ୍ରିୟ ଉଇକିଆଳିଙ୍କୁ ନେଇ ପ୍ରସଙ୍ଗର "ଆଲୋଚନା" ପୃଷ୍ଠାରେ ମତାମତ ନିଆଯିବ । ୭ ଦିନ ଭିତରେ କେହି ମତ ନ ଦେଲେ ପୁରୁଣା ନାମଟି ରହିବ । ମତାମତ ଦେଲା ପରେ ଅଧିକ ସମର୍ଥନ (ସହମତି) ମିଳିଥିବା ନାମଟି ଚୂଡ଼ାନ୍ତ ନାମ ଭାବେ ରଖାଯିବ । ଯଦି କୌଣସି ଦ୍ୱନ୍ଦ ଉପୁଜିଲା ବର୍ଷେ ପାଇଁ ଆଗରୁ ଥିବା ନାମକୁ ରଖାଯିବ ।
ଅପ୍ରାସଙ୍ଗିକ ବଦଳ ପଛକୁ ଫେରାଇବା କୌଣସି ଅପ୍ରାସଙ୍ଗିକ ବଦଳ ଦିନଭିତରେ ୩ଥର ପଛକୁ ଫେରାଯାଇପାରିବ ।
ଇନଫୋବକ୍ସ (Infobox) ଇନଫୋବକ୍ସ ଲେଖାର ଡାହାଣ ପାଖେ ଏକ ବାକ୍ସ ଭଳି ହୋଇ ରହିଥାଏ । ସମ୍ପାଦନା କଲେ ଏହା ସଭା ଉପରେ ଦେଖିବାକୁ ମିଳେ ।
ଏଥିରେ ଥିବା ସମସ୍ତ ତଥ୍ୟ ପ୍ରସଙ୍ଗରେ ମଧ୍ୟ ରହିବ । ଉପକ୍ରମରେ ଯାହା ସଂଖେପରେ ଲେଖାଯିବ ତାହା ଉପଯୁକ୍ତ ବିଭାଗରେ ତଳେ ରହିବ । {{ଲିଭାନ୍ତୁ }} ଛାଞ୍ଚ ସାଧାରଣତଃ ପ୍ରସଙ୍ଗଟିଏ ଉଇକିପିଡ଼ିଆରେ ଲେଖାଯୋଗ୍ୟ ହୋଇନଥିଲେ କିମ୍ବା ୧-୨ଟି ବାକ୍ୟଯୁକ୍ତ ହୋଇ ବିନା ଆଧାରରେ ଲେଖାଯାଇଥିଲେ ପୁରୁଖା ଉଇକିଆଳିମାନେ ପକାଇଥାନ୍ତି । ଯଦି ଆପଣ ତିଆରି କରିଥିବା/ସମ୍ପାଦନା କରିଥିବା ଲେଖାରେ ଏହି ଭଳି ଛାଞ୍ଚଟିଏ କେହି ପକେଇଦିଅନ୍ତି ତାହେଲେ ସିଧାସଳଖ ଛାଞ୍ଚଟିକୁ କାଢ଼ନ୍ତୁ ନାହିଁ । ବରଂ ଲେଖାଟିକୁ ଧୀରେ ଧୀରେ ସୁଧାରି ସେଥିରେ ଅଧିକ ତଥ୍ୟ ଯୋଡ଼ନ୍ତୁ ଓ ବିଭିନ୍ନ ବିଶ୍ୱସନୀୟ ଆଧାର (ପ୍ରକାଶିତ ଜଣାଶୁଣା ବହି ଆଦି) ସେଥିରେ ଆଣି ଯୋଡ଼ନ୍ତୁ । ପରିଚାଳକମାନେ ଲିଭାଇବା ଆଗରୁ ସବୁବେଳେ ଲେଖାଟିକୁ ଦେଖି ସିଦ୍ଧାନ୍ତ ନେବେ । ଆଉ ଆପଣଙ୍କ ଲେଖାରେ ଦରକାରୀ ତଥ୍ୟ ଓ ଆଧାର ଥିଲେ {{ଲିଭାନ୍ତୁ }} ଛାଞ୍ଚ ପଡ଼ିଥିଲେ ମଧ୍ୟ ଲିଭାଇବେ ନାହିଁ ।
କୌଣସି ନୂଆ ଲେଖାବା ଢାଞ୍ଚା ନୂଆ ଲେଖାଟିଏ ଲେଖିବା ବେଳେ ସେହି ଭଳି ଆଉ କେତୋଟି ଲେଖାରୁ ଲେଖିବା ଶୈଳୀ ଆହରି ପାରିବେ । ଯଥା କୌଣସି କ୍ରୀଡ଼ାବିଦଙ୍କ ବାବଦରେ ଲେଖିବା ବେଳେ ଆଉ ଜଣେ କ୍ରୀଡ଼ାବିଦଙ୍କ ଉପରେ ଲେଖା ପ୍ରସଙ୍ଗର ଲିଖନ ଶୈଳୀ ଆହରି ପାରିବେ । ତେବେ ଯେଉଁ ପ୍ରସଙ୍ଗକୁ ନିଜ ଛାଞ୍ଚ ଭାବେ ବ୍ୟବହାର କରୁଛନ୍ତି ତାହା ଭଲ ଭାବେ ଲେଖା କି ନାହିଁ ପରଖିନିଅନ୍ତୁ । ତଳେ କିଛି ପ୍ରସଙ୍ଗରେ ସିଧା ସଳଖ ବ୍ୟବହାର କରାଯାଇପାରିବା ଭଳି ଛାଞ୍ଚ-ପ୍ରସଙ୍ଗ ଦିଆଯାଇଛି । ସେସବୁକୁ ବ୍ୟବହାର କରି ଅପେକ୍ଷାକୃତ ଭଲ ମାନର ପ୍ରସଙ୍ଗ ତିଆରି କରାଯାଇପାରିବ ।
ସହାୟକ ପଠନ
This article uses material from the Wikipedia ଓଡ଼ିଆ article ଉଇକିପିଡ଼ିଆ:ନିୟମାବଳୀ , which is released under the Creative Commons Attribution-ShareAlike 3.0 license ("CC BY-SA 3.0") ; additional terms may apply (view authors ). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses. ®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.