ସତ୍ୟନାରାୟଣ ବହିଦାର

ସତ୍ୟନାରାୟଣ ବହିଦାର (୦୧ ଅଗଷ୍ଟ ୧୯୧୩ - ୩୧ ଡିସେମ୍ବର ୧୯୮୦), ଜଣେ ସମ୍ବଲପୁରୀ ଭାଷା ଲେଖକ ଥିଲେ । ଓଡ଼ିଆ ଭାଷାରୁ ଅଲଗା କରି ସମ୍ବଲପୁରୀ ଶୈଳୀକୁ ଏକ ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବା ପାଇଁ ପ୍ରୟାସ କରିଥିଲେ । ସେ ପ୍ରଥମ କରି ସମ୍ବଲପୁରୀ ଶବ୍ଦକୋଷ ଓ ବ୍ୟାକରଣ ପୁସ୍ତକ ରଚନା କରିଥିଲେ । ସତ୍ୟନାରାୟଣ ବୋହିଦାରଙ୍କର ଜନ୍ମଦିନ ଅବସରରେ ଅଗଷ୍ଟ ୧ରେ ପ୍ରତିବର୍ଷ ସମ୍ବଲପୁରୀ ଦିବସ ପାଳିତ ହୁଏ ।

ସତ୍ୟନାରାୟଣ ବହିଦାର
ଜନ୍ମ(1913-08-01)୧ ଅଗଷ୍ଟ ୧୯୧୩
ମୃତ୍ୟୁ୩୧ ଡିସେମ୍ବର ୧୯୮୦(1980-12-31) (ବୟସ ୬୭)
ଜାତୀୟତାଭାରତୀୟ
ଜାତୀୟତାବିଏ ବିଇଡ଼ି
ଶିକ୍ଷାନୁଷ୍ଠାନସମ୍ବଲପୁର ଜିଲ୍ଲା ସ୍କୁଲ (ବର୍ତ୍ତମାନର ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ)
ଉଲ୍ଲେଖନୀୟ କୃତିସମ୍ବଲପୁରୀ ଭାଷାର ବ୍ୟାକରଣ
ପିତାମାତାମିତ୍ରଭାନୁ
ବିଳାସବତୀ
ପୁରସ୍କାରଭରତଚନ୍ଦ୍ର ସ୍ମୃତି ପୁରସ୍କାର

ସତ୍ୟନାରାୟଣ ୧୯୧୩ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମିତ୍ରଭାନୁ ଓ ମାତାଙ୍କ ନାମ ବିଳାସବତୀ । ସୋନପୁରରେ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଅଧିକ ପାଠର ସୁବିଧା ସୋନପୁରରେ ନଥିବାରୁ, ସେ ସମ୍ବଲପୁର ଯାଇଥିଲେ । ୧୯୩୦ ମସିହାରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ୧୯୩୨ ମସିହାରେ ସେ କଟକସ୍ଥିତ 'ଶିକ୍ଷକ ତାଲିମ ବିଦ୍ୟାଳୟ'ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ଘରୋଇ ଭାବରେ ବିଏ ଓ ବିଇଡ଼ି ଶିକ୍ଷାଲାଭ କରିଥିଲେ । ସେ ସମ୍ବଲପୁରୀ ଶବ୍ଦକୋଷ, ବ୍ୟାକରଣ ପୁସ୍ତକ, ଅନୁବାଦ କବିତା ଓ ଜୀବନୀ ପୁସ୍ତକ ରଚନା କରିଥିଲେ ।

'ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ' ତରଫରୁ ସତ୍ୟନାରାୟଣଙ୍କ ଇଂରାଜୀ ଜନ୍ମଦିବସ ଅଗଷ୍ଟ ପହିଲାକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଉଛି ।

ରଚନାବଳୀ

  • ସମ୍ବଲପୁରୀ ଭାଷାର ବ୍ୟାକରଣ
  • ଫୁଲ୍ ଚାଙ୍ଗୀର୍
  • ଘୁବକୁଡ୍
  • ଘାବଘାବୋ
  • ଟିକ୍ ଚହଁରା(ଶ୍ରୀକୃଷ୍ଣ ପୁସ୍ତକ ଭଣ୍ଡାର - ୧୯୭୫)
  • ଶ୍ରୀପଞ୍ଚମୀ
  • ସମ୍ବଲପୁରୀ ଚଉକିଆ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ - ୧୯୭୨
  • ରାଜ୍ୟ ଶିଶୁ-ସାହିତ୍ୟ ସମିତି ପୁରସ୍କାର (ତାମ୍ର ଫଳକ) - ୧୯୭୬
  • ଭରତଚନ୍ଦ୍ର ସ୍ମୃତି ପୁରସ୍କାର(ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ) - ୧୯୮୦

ଆଧାର

Tags:

ଓଡ଼ିଆ ଭାଷାକୋଶଳୀ ଭାଷା

🔥 Trending searches on Wiki ଓଡ଼ିଆ:

ଯାଜପୁର ଜିଲ୍ଲାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନନ୍ଦିନୀ ଶତପଥୀଚାଟ୍ ଜିପିଟିଅଣ୍ଡା ରୋଲପାଇକ ବିଦ୍ରୋହଦୀପକ ମିଶ୍ରଓଡ଼ିଆ ଉଇକିପିଡ଼ିଆଓଡ଼ିଆ ସାହିତ୍ୟଭକ୍ତ ଚରଣ ଦାସ (ରାଜନେତା)କାଶୀ ବିଶ୍ୱନାଥ ମନ୍ଦିରବସନ୍ତ କୁମାର ଶତପଥୀମୋନିକା ସେଲ୍ସଜଗନ୍ନାଥ ଦାସଆମ୍ବଭାରତୀୟ ଡାକ ସେବାନବଗୁଞ୍ଜରହମିଦା ବାନୁ ବେଗମବେଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରାବଣଓଡ଼ିଆ ସାହିତ୍ୟର ଇତିହାସଜ୍ଞାନପୀଠ ପୁରସ୍କାରଉତ୍ତମ ମହାନ୍ତିଦୁର୍ଗା ପୂଜାପ୍ରଥମ ଭାସ୍କରଡାଲମାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଆଖିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଶାର ସଂସ୍କୃତିବନ୍ୟାମାଛ୨୦ ଅଗଷ୍ଟହରେକୃଷ୍ଣ ମହତାବପକୋଡ଼ାଗଙ୍ଗାଧର ମେହେରଭୀମ ପୃଷ୍ଟି୩୦ ଅପ୍ରେଲଅର୍ଥଶାସ୍ତ୍ରମାଲେସିଆସମୟ (କାଳ)ସୁଭାଷ ଚନ୍ଦ୍ର ବୋଷ୨୫ ଅପ୍ରେଲସତୀ ଅନୁସୂୟାସାଇକେଲଉଇକିପିଡ଼ିଆତାଳଧ୍ୱଜଉପନିଷଦ୧୯୦୫ସ୍ତୁତି ଚିନ୍ତାମଣିଓଡ଼ିଆ ଖାଦ୍ୟନଇ ଆରପାରିମହାରାଷ୍ଟ୍ରଅଂଶୁଘାତମାୟାଧର ମାନସିଂହମ୍ୟାଲେରିଆହୀରାକୁଦ ବନ୍ଧଜଗନ୍ନାଥ ପ୍ରସାଦ ଦାସଦୀନକୃଷ୍ଣ ଦାସସତ୍ୟନାରାୟଣ ରାଜଗୁରୁଜାପାନ ସାଗରଅଂଶୁପା ହ୍ରଦହୃଷୀକେଶ ମଲ୍ଲିକଶ୍ରଦ୍ଧାକର ସୂପକାରବୌଦ୍ଧ ଧର୍ମଉପେନ୍ଦ୍ର ଭଞ୍ଜଶାନ୍ତନୁ କୁମାର ଆଚାର୍ଯ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀ🡆 More