ଲବଲୀନା ବରଗୋହେନ: ଭାରତୀୟ ବକ୍ସର୍

ଲବଲୀନା ବରଗୋହେନ (ଜନ୍ମ : ୨ ଅକ୍ଟୋବର ୧୯୯୭) ଜଣେ ଭାରତୀୟ ବକ୍ସର । ସେ ୨୦୨୦ ଟୋକିଓ ଅଲିମ୍ପିକରେ ମହିଳାଙ୍କ ୬୪-୬୯କେଜି ବିଭାଗରେ ପ୍ରତିଦ୍ୱନ୍ଦିତା କରି ବ୍ରୋଞ୍ଜ ପଦକ ଜିତିଥିଲେ । ସେ ୨୦୧୮ ଓ ୨୦୧୯ ମସିହାରେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ପ୍ରଥମ ଭାରତ ଓପନ ବିଶ୍ୱ ବକ୍ସିଂ ଚାମ୍ପିୟନସିପ ପ୍ରଥମ ସଂସ୍କରଣରେ ସେ ସ୍ୱର୍ଣ୍ଣ ପଦକ ଓ ଦ୍ୱିତୀୟ ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ । ୨୦୨୦ ମସିହାରେ ୬୯କିଗ୍ରା ଓଜନ ବିଭାଗରେ ତାଙ୍କର ବିଶ୍ୱ ରାଙ୍କ ତୃତୀୟ ରହିଥିଲା । ଅଲିମ୍ପିକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାରେ, ସେ ଥିଲେ ଆସାମ ରାଜ୍ୟର ପ୍ରଥମ ମହିଳା । ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସେ ଆସାମର ଷଷ୍ଠ ଖେଳାଳି ଥିଲେ ।

ଲବଲୀନା ବରଗୋହେନ
ଲବଲୀନା ବରଗୋହେନ: ପ୍ରାରମ୍ଭିକ ଜୀବନ, ଖେଳ ଜୀବନ, ସମ୍ମାନ ଓ ପୁରସ୍କାର
ପରିସଂଖ୍ୟାନ
Weight class୬୪-୬୯ କିଗ୍ରା
ଓଜନ ବିଭାଗ୬୯ କିଗ୍ରା
ଉଚ୍ଚତା୧. ୭୮ ମି
ଜାତିୟତାଭାରତୀୟ
ଜନ୍ମ (1997-10-02) ୨ ଅକ୍ଟୋବର ୧୯୯୭ (ବୟସ ୨୬)
ଗୋଲାଘାଟ, ଆସାମ, ଭାରତ
Medal record
Women's amateur boxing
Competitor for ଲବଲୀନା ବରଗୋହେନ: ପ୍ରାରମ୍ଭିକ ଜୀବନ, ଖେଳ ଜୀବନ, ସମ୍ମାନ ଓ ପୁରସ୍କାର ଭାରତ
Olympic Games
Bronze 2020 Tokyo Welterweight
World Championships
Bronze 2018 New Delhi Welterweight
Bronze 2019 Ulan-Ude Welterweight
Asian Championships
Bronze 2017 Ho Chi Minh City Welterweight
Bronze 2021 Dubai Welterweight

ପ୍ରାରମ୍ଭିକ ଜୀବନ

ଲବଲୀନା ୧୯୯୭ ମସିହା ଅକ୍ଟୋବର ୨ ତାରିଖରେ ଆସାମର ଗୋଲାଘାଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଟିକେନ ଓ ମାତାଙ୍କ ନାମ ମାମୋନୀ ବରଗୋହେନ । ତାଙ୍କ ପିତା ଜଣେ କ୍ଷୁଦ୍ର ବ୍ୟବସାୟୀ । ତାଙ୍କ ଦୁଇ ଯମଜ ବଡ଼ ଭଉଣୀ ଲିଚା ଓ ଲିମା ଜାତୀୟ ସ୍ଥରର କିକବକ୍ସିଂ ଖେଳାଳି ଥିଲେ । ବଡ଼ ଭଉଣୀମାନଙ୍କ ଭଳି ଲଭଲୀନା ମଧ୍ୟ କିକବକ୍ସିଂ ଖେଳ ଆରମ୍ଭ କରିଥିଲେ ଓ ପରେ ବକ୍ସିଂଙ୍କୁ ଆସିଥିଲେ । ତାଙ୍କ ସ୍କୁଲ ବଡ଼ପଥର ହାଇସ୍କୁଲରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣଦ୍ୱାରା କରାଯାଇଥିବା ଏକ ଟ୍ରାୟଲ କ୍ୟାମ୍ପରେ ଲଭଲୀନା ଭାଗନେଇଥିଲେ । ସେଠାରେ ତାଙ୍କ ପ୍ରତିଭା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ୨୦୧୨ ମସିହାରୁ ସେ କୋଚ ପଦୂମ ଚନ୍ଦ୍ର ବୋଡ଼ଙ୍କଠାରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ପ୍ରଶିକ୍ଷଣ ଲାଭ କରିଥିଲେ । ପରେ ସେ ସନ୍ଧ୍ୟା ଗୁରୁଙ୍ଗଙ୍କଦ୍ୱାରା ପ୍ରଶିକ୍ଷିତ ହୋଇଥିଲେ ।

ଖେଳ ଜୀବନ

  • ବ୍ରୋଞ୍ଜ ପଦକ - ଏସିଆନ ବକ୍ସିଂ ଚାମ୍ପିୟନସିପ ନଭେମ୍ବର, ୨୦୧୭
  • ବ୍ରୋଞ୍ଜ ପଦକ - ପ୍ରେସିଡେଣ୍ଟସ କପ ଜୁନ, ୨୦୧୭
  • ସ୍ୱର୍ଣ୍ଣ ପଦକ - ଭାରତ ଓପନ ଆନ୍ତର୍ଜାତୀୟ ବକ୍ସିଂ ଚାମ୍ପିୟନସିପ ୨୦୧୮
  • ରୌପ୍ୟ ପଦକ - ଉଲାନବାତାର କପ, ମାଙ୍ଗୋଲିଆ ଜୁନ,୨୦୧୮
  • ଆନ୍ତର୍ଜାତୀୟ ସିଲେସିଆନ ଚାମ୍ପିୟନସିପ, ପୋଲାଣ୍ଡ ସେପ୍ଟେମ୍ବର, ୨୦୧୮
  • ବ୍ରୋଞ୍ଜ ପଦକ - ଟୋକିଓ ଅଲିମ୍ପିକ, ଅଗଷ୍ଟ ୨୦୨୧

ଟୋକିଓ ଅଲିମ୍ପିକ ୨୦୨୦

୨୦୨୦ ଟୋକିଓ ଅଲିମ୍ପିକରେ ଲବଲୀନା ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଭାରତ ପାଇଁ ଏକ ବ୍ରୋଞ୍ଜପଦକ ଜିତିଥିଲେ । ସେ ପ୍ରାରମ୍ଭିକ ରାଉଣ୍ଡରେ ଜର୍ମାନ ବକ୍ସର ନାଦୀନ ଆପ୍ଟେଜ ଓ ତାଇୱାନ ବକ୍ସର ଚେନ ନିନ-ଚେନଙ୍କୁ ପରାସ୍ତ କରି ନିଜ ପାଇଁ ଏକ ପଦକ ନିଧାର୍ଯ୍ୟ କରିଥିଲେ । ସେମିଫାଇନାଲରେ ସେ ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ତୁର୍କୀର ବକ୍ସର ବୁସେନାଜ ସୁରମେନେଲିଙ୍କଠାରୁ ପରାସ୍ତ ହୋଇଥିଲେ ଓ ବ୍ରୋଞ୍ଜପଦକ ହାସଲ କରିଥିଲେ ।

ସମ୍ମାନ ଓ ପୁରସ୍କାର

  • ଅର୍ଜୁନ ପୁରସ୍କାର - ୨୦୨୦
    ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବାରୁ
  • ୩୦ ଲକ୍ଷ ଟଙ୍କା ଭାରତ ସରକାରଙ୍କ ତରଫରୁ ପୁରସ୍କାର
  • ୫୦ ଲକ୍ଷ ଟଙ୍କା ଆସାମ ସରକାରଙ୍କ ତରଫରୁ ପୁରସ୍କାର

ଆଧାର

ବାହାର ଆଧାର

Tags:

ଲବଲୀନା ବରଗୋହେନ ପ୍ରାରମ୍ଭିକ ଜୀବନଲବଲୀନା ବରଗୋହେନ ଖେଳ ଜୀବନଲବଲୀନା ବରଗୋହେନ ସମ୍ମାନ ଓ ପୁରସ୍କାରଲବଲୀନା ବରଗୋହେନ ଆଧାରଲବଲୀନା ବରଗୋହେନ ବାହାର ଆଧାରଲବଲୀନା ବରଗୋହେନଆସାମ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀକାନ୍ତ ମହାପାତ୍ରଦଗ୍ଧଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଓଡ଼ିଆ ସାହିତ୍ୟର ଇତିହାସଯୌନ ଉତ୍ପୀଡ଼ନସୋନପୁର ରାଜ୍ୟଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହରିପ୍ରସାଦ ଚୌରାଶିଆଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକାଗଜଗର୍ଭାଶୟ ଅନ୍ତଃସ୍ତର କର୍କଟଲସି୩୦ ଅପ୍ରେଲ୨୧ମହେନ୍ଦ୍ର ସିଂହ ଧୋନିକୋଣାର୍କ ସୂର୍ଯ୍ୟ ମନ୍ଦିରଫକୀର ମୋହନ ସେନାପତିଲାଟିନ ଭାଷାଆଉରଙ୍ଗଜେବବୈକୁଣ୍ଠନାଥ ପଟ୍ଟନାୟକପାରାଦୀପ ବନ୍ଦରଡାଲମାବଳଦେବଜୀଉ ମନ୍ଦିରଗୀତଗୋବିନ୍ଦରବୀନ୍ଦ୍ରନାଥ ଠାକୁରଗଙ୍ଗାଧର ମେହେରନନ୍ଦିନୀ ଶତପଥୀହମିଦା ବାନୁ ବେଗମଥାଲକୁଡ଼ି୧୯୦୫ୟୁକ୍ରେନମଧୁସୂଦନ ରାଓପଙ୍କଜ ଉଧାସପ୍ରାଣୀଶତ୍ରୁଘ୍ନ ପାଣ୍ଡବରାଜାରାଣୀ ମନ୍ଦିରରାମଚନ୍ଦ୍ର ବେହେରାସୂର୍ଯ୍ୟବଂଶୀ ସୂରଜଶାନ୍ତନୁ କୁମାର ଆଚାର୍ଯ୍ୟବୈଶାଖ୧୭୪୬ଚାନ୍ଦ୍ରମାସବିଜୁ ପଟ୍ଟନାୟକଜଗନ୍ନାଥ ଦାସଓଡ଼ିଆ ଖବରକାଗଜ ତାଲିକାଭାରତୀୟ ଡାକ ସେବାଚିକୁନ‌ଗୁନିଆଏ. ପି. ଜେ. ଅବଦୁଲ କଲାମଟୋକିଓମାଟିର ମଣିଷକୋଳିବାଘବିଜୟ ଶଙ୍କର ଦାସଘରବୁଧଚିଲିକା (ବହୁବିକଳ୍ପ)ଭାଷାବିଦ୍ୟୁତପ୍ରଭା ଦେବୀଚିତ୍ତରଞ୍ଜନ ତ୍ରିପାଠୀପ୍ରତାପରୁଦ୍ର ଦେବଉଦୟନାଥ ଷଡ଼ଙ୍ଗୀଗଣନ ସଂଖ୍ୟାଫସ୍‌ଫରସଓଡ଼ିଆ ଭ୍ରମଣ ସାହିତ୍ୟପୁରୀବୀର ସୁରେନ୍ଦ୍ର ସାଏବିର୍ସା ମୁଣ୍ଡାଅର୍ଚ୍ଚିତା ସାହୁଆଖୁଓଡ଼ିଶାର କଳାଓଡ଼ିଆ ରାମାୟଣବର୍ଷା ପ୍ରିୟଦର୍ଶିନୀ🡆 More