ଥର୍ମୋପିଲୀ ଯୁଦ୍ଧ, ଗ୍ରୀକ ନଗର ରାଜ୍ୟମାନଙ୍କର ଏକ ସଂଗଠନ ଏବଂ ପାରସ୍ୟ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା 38°47′47.8″N 22°32′12.2″E / 38.796611°N 22.536722°E / 38.796611; 22.536722ଏକ ଯୁଦ୍ଧ, ଯାହା ପାରସ୍ୟର ଦ୍ୱିତୀୟ ଗ୍ରୀକ ଆକ୍ରମଣ ସମୟରେ ତିନିଦିନ ଧରି ହୋଇଥିଲା । ୧ମ ଜେରକ୍ସେସ ନେତୃତ୍ତ୍ୱରେ ଆକ୍ରମଣ କରିଥିବା ପାରସ୍ୟ ସୈନ୍ୟବାହିନୀକୁ ଗ୍ରୀକମାନେ ରାଜା ଲିଓନାଇଡ଼ସଙ୍କ ନେତୃତ୍ତ୍ୱରେ ସାମନା କରିଥିଲେ । ଏହି ଯୁଦ୍ଧ ଆର୍ଟମେସିୟମ ନୌଯୁଦ୍ଧ ସହ ଏକ ସମୟରେ, ଖୀ.ପୂ.
୪୮୦ର ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଥର୍ମୋପିଲୀଠାରେ ସଂଗଠିତ ହୋଇଥିଲା ।
ଥର୍ମୋପିଲୀ ଯୁଦ୍ଧ | |||||||
---|---|---|---|---|---|---|---|
| |||||||
ପକ୍ଷ | |||||||
ଗ୍ରୀକ ନଗର ରାଜ୍ୟ | ପାରସ୍ୟ ସାମ୍ରାଜ୍ୟ | ||||||
Commanders and leaders | |||||||
|
| ||||||
Strength | |||||||
Total
|
| ||||||
କ୍ଷୟକ୍ଷତି | |||||||
୪୦୦୦ (ହେରୋଡଟସ) | c. ୨୦,୦୦୦ (ହେରୋଡଟସ) |
ଏହି ଆକ୍ରମଣ ପାରସ୍ୟର ଖୀ.ପୂ. ୪୯୦ର ପ୍ରଥମ ଗ୍ରୀକ ଆକ୍ରମଣ ଓ ମାରାଥନ ଯୁଦ୍ଧରେ ଏଥେନ୍ସଠାରୁ ପରାସ୍ତ ହେବାର ବିଳମ୍ବିତ ପ୍ରତିକ୍ରିୟା ଥିଲା । ଖୀ.ପୂ. ୪୮୦ ବେଳକୁ ଜେରକ୍ସେସ ଏକ ବିଶାଳ ସୈନ୍ୟବାହିନୀ ଏକତ୍ରିତ କରି ସମ୍ପୂର୍ଣ୍ଣ ଗ୍ରୀକ ଦଖଲ ଅଭିଯାନରେ ବାହାରିଥିଲେ । ଏଥେନୀୟ ରାଜନୀତିଜ୍ଞ ଓ ସେନାପତି ଥେମିଷ୍ଟୋକେଲ୍ସ ପ୍ରସ୍ତାବ ଦେଇଥିଲେ ଯେ ଥର୍ମୋପିଲୀ ଗିରିପଥଠାରେ ଗ୍ରୀକର ମିଳିତ ସୈନ୍ୟବାହିନୀ ପାରସ୍ୟର ସୈନ୍ୟଙ୍କୁ ଓ ଏକ ସମୟରେ ଆର୍ଟମେସିୟମଠାରେ ପାରସ୍ୟର ନୌବାହିନୀଙ୍କୁ ପ୍ରତିହତ କରନ୍ତୁ ।
ଖ୍ରୀ. ପୂ. ୪୮୦ର ମଧ୍ୟ ବେଳକୁ ଅନ୍ୟୁନ ୭,୦୦୦ ଗ୍ରୀକ ସୈନ୍ୟ ଉକ୍ତ ଗିରିପଥ ଅବରୋଧ କରିବା ପାଇଁ ଉତ୍ତରକୁ ଯାତ୍ରା କଲେ । ପାରଶ୍ୟ ସୈନ୍ୟବାହିନୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ବେଳକୁ ଏହି ଗିରିପଥଠାରେ ପହଁଚିଥିଲେ । ଯଦିଓ ପ୍ରାଚୀନ ବିବରଣୀରେ ଏହି ସୈନ୍ୟଙ୍କ ସଂଖ୍ୟା ଦଶ ଲକ୍ଷ ପାଖପାଖି ଉଲ୍ଲେଖ କରାଯାଇଛି, ବର୍ତ୍ତମାନ ଏହାକୁ ଅତିରଞ୍ଜନ ବୋଲି ଗ୍ରହଣ କରାଯାଉଛି ଏବଂ ଆଧୁନିକ ମତରେ ଏହାକୁ ୧,୦୦,୦୦୦ରୁ ୧,୫୦,୦୦୦ ଭିତରେ ଧରାଯାଉଛି । ତିନିଦିନର ଯୁଦ୍ଧକୁ ମିଶାଇ ସାତ ଦିନ ପର୍ଯ୍ୟନ୍ତ ନଗଣ୍ୟ ସଂଖ୍ୟକ ଗ୍ରୀକ ସୈନ୍ୟ ଏହି ବିଶାଳ ପାରସ୍ୟ ସୈନ୍ୟବାହିନୀକୁ ଏଠାରେ ଅଟକାଇ ରଖିଥିଲେ, ଶେଷରେ ସମ୍ମୁଖ ବାହିନୀ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିନ୍ନ ହୋଇଯାଇଥିଲେ । ଦୁଇଦିନ ପର୍ଯ୍ୟନ୍ତ ରାଜା ଲିଓନାଇଡ଼ସଙ୍କ କ୍ଷୁଦ୍ର ବାହିନୀ ପାରସ୍ୟ ସେନା ଯିବାପାଇଁ ଥିବା ଏକମାତ୍ର ରାସ୍ତାକୁ ବନ୍ଦ କରି ରଖିଥିଲେ । ଦ୍ୱିତୀୟ ଦିବସ ଶେଷରେ ଏକ ସ୍ଥାନୀୟ ଲୋକ ଏଫିଆଲ୍ଟେସ ଗ୍ରୀକ ମାନଙ୍କସହ ବିଶ୍ୱାସଘାତକତା କରି ପାରସ୍ୟ ସେନାକୁ ଏକ କ୍ଷୁଦ୍ର ରାସ୍ତାର ସନ୍ଧାନ ଦେଇଥିଲା, ଯାହା ଗ୍ରୀକ ସେନାର ପଛପଟେ ଆସି ମିଶିଥିଲା । ପଛପଟୁ ଆକ୍ରମଣ ହେବାର ଜାଣି ଲିଓନାଇଡ଼ସ ବାକି ଗ୍ରୀକ ସୈନ୍ୟଙ୍କୁ ବିଦାୟ କରିଦେଇ କେବଳ ତିନିଶହ ସ୍ପାର୍ଟୀୟ, ସାତଶହ ଥେସ୍ପିୟ ଓ ଚାରିଶହ ଥିବୀୟ ସୈନ୍ୟଙ୍କ ସହ ପାରସ୍ୟ ବାହିନୀର ମୁକାବିଲା କରିଥିଲେ ଓ ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ ।
ଥର୍ମୋପିଲୀ ଯୁଦ୍ଧରେ ଗ୍ରୀକ ସୈନ୍ୟଙ୍କ ପରାଜୟ ସମ୍ବାଦ ମିଳିବା ପରେ, ଗ୍ରୀକ ନୌବାହିନୀ ନିଜ ସ୍ଥାନ ପରିବର୍ତ୍ତନ କରି ସଲାମିସକୁ ପଳାଇଲେ । ଯେହେତୁ ଗ୍ରୀକ ସମର ନୀତି ଉଭୟ ଥର୍ମୋପିଲୀ ଓ ଆର୍ଟମେସିଏମଠାରେ ଏକସଙ୍ଗେ ଅଧିକାର କରି ପାରସ୍ୟ ବାହିନୀର ମୁକାବିଲା କରିବା ଥିଲା, ତେଣୁ ଥର୍ମୋପିଲୀର ପରାଜୟ ତାଙ୍କୁ ସେ ସ୍ଥାନ ଛାଡିବା ପାଇଁ ବାଧ୍ୟ କଲା । ପାରସ୍ୟବାହିନୀ ଜନଶୂନ୍ୟ ଏଥେନ୍ସ ନଗରୀକୁ ଅଧିକାର କଲେ ।
ଗ୍ରୀକ ବାହିନୀକୁ ସମ୍ପୂର୍ଣ୍ଣ ଭାବେ ପରାସ୍ଥ କରିବା ଉଦ୍ଦେଶ୍ୟରେ ପାରସ୍ୟମାନେ ସଲାମିସଠାରେ ଆକ୍ରମଣ କଲେ । ମାତ୍ର ଖ୍ରୀ ପୂ ୪୮୦ର ଶେଷ ଆଡ଼କୁ ସଲାମିସର ନୌ ଯୁଦ୍ଧରେ ଗ୍ରୀକ ନୌବାହିନୀଠାରୁ ପରାଜିତ ହେଲେ । ଏହାପରେ ୟୁରୋପରେ ଫସିଯିବା ଭୟରେ, ମାର୍ଡୋନିୟସକୁ ଗ୍ରୀକ ଦଖଲ କରିବାର ଦାୟିତ୍ୱ ଦେଇ ଜେରକ୍ସେସ ଅଧିକାଂଶ ସୈନ୍ୟଙ୍କ ସହ ଏସିଆକୁ ପଳାଇଲେ । ପରବର୍ଷ ଗ୍ରୀକ ସୈନ୍ୟମାନେ ଏହି ସୈନ୍ୟଙ୍କୁ ପରାସ୍ତ କରି ପାରସ୍ୟର ୨ୟ ଗ୍ରୀକ ଆକ୍ରମଣରେ ପୁନର୍ଚ୍ଛେଦ ପକାଇଲେ ।
This article uses material from the Wikipedia ଓଡ଼ିଆ article ଥର୍ମୋପିଲୀ ଯୁଦ୍ଧ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.