ସୌର ବର୍ଷର ସପ୍ତମ ମାସ ହେଉଛି ତୁଳା ମାସ । ଏହା ତୁଳା ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ । ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ତୁଳା ରାଶିରେ ଅବସ୍ଥାନ କରେ ସେହି ସମୟ ତୁଳା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ଅକ୍ଟୋବରର ମଧ୍ୟ ଭାଗରୁ ଆରମ୍ଭ ହୋଇ ନଭେମ୍ବର ମାସର ମଧ୍ୟ ଭାଗରେ ଶେଷ ହୁଏ । ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଆଶ୍ୱିନ ଓ କାର୍ତ୍ତିକ ସହ ଏହା ସମ୍ବନ୍ଧିତ । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ । ମୂଖ୍ୟତଃ ଭାରତୀୟ ଶରତଋତୁରେ ପଡୁଥିବା ଏହି ସୌର ମାସରେ ଦୁର୍ଗାପୂଜା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ତୁଳା (ମାସ), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.