ତିନି ତଲାକ

ତିନି ତଲାକ ହେଉଛି ଭାରତରେ ପ୍ରଚଳିତ ମୁସଲିମ ଆଇନ ଅନ୍ତର୍ଗତ ତୁରନ୍ତ ବିବାହ ବିଚ୍ଛେଦ ସମ୍ବନ୍ଧିତ ଏକ ପ୍ରାବଧାନ । ବିଶେଷଭାବେ ହନାଫି ସୁନ୍ନି ଇସଲାମିକ ପନ୍ଥାର ଅନୁଗାମୀମାନେ ଏହି ନ୍ୟାୟିକ ପରମ୍ପରାରେ ବିଶ୍ୱାସ କରନ୍ତି । ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ ପୁରୁଷଟିଏ ମାତ୍ର ତିନିଥର ତଲାକ (ଆରବୀ ଭାଷାରେ ବିବାହ ବିଚ୍ଛେଦର ପ୍ରତିଶବ୍ଦ ) ଶବ୍ଦ ଉଚ୍ଚାରଣ କରି (ମୌଖିକ, ଲିଖିତ କିମ୍ବା କୌଣସି ଇଲେକ୍ଟୋନିକ ଉପକରଣ ମାଧ୍ୟମରେ) ନିଜ ସ୍ତ୍ରୀକୁ ଆଇନତଃ ଛାଡପତ୍ର (ବିବାହବେଚ୍ଛେଦ) ଦେଇପାରିବେ । ଅବୈଧ ଘୋଷିତ ହୋଇଥିବା ଏହି ତିନି ତଲାକକୁ ପୁଣିଥରେ ଚାଲୁ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଯାଇଛି ।

ପୃଷ୍ଠଭୂମି

ମୁସଲମାନ ଧର୍ମାବଲମ୍ବୀମାନଙ୍କ ପାରିବାରିକ ମାମଲା ସବୁ "Muslim Personal Law"ର ବିଭିନ୍ନ ପ୍ରବଧାନଦ୍ୱାରା ପରିଚାଳିତ । ମୁସଲିମ ବ୍ୟକ୍ତିଗତ ଆଇନ ବ୍ରିଟିଶ ଅମଳର Government of India Act, 1935 କାର୍ଯ୍ୟକାରୀ ହେବା ପର ପ୍ରଥମ ଅଧିନିୟମ । ତା ପୂର୍ବରୁ ପ୍ରଚଳିତ "Anglo-Mohammedan Law" ବଦଳରେ ଭାରତରେ "Muslim Personal Law" ବା The Muslim Personal Law (Shariat) Application Act, 1937 (ଶାରିୟତ)ର ପ୍ରଚଳନ ହେଲା । ହାନାଫି ସୁନ୍ନୀ ମୁସଲିମ ଗୋଷ୍ଠିର ନ୍ୟାୟ ଶାସ୍ତ୍ରବେତ୍ତାଙ୍କ ମତରେ ତିନି ତଲାକ କେବଳ ସେତେବେଳେ ବୈଧ ଯଦି ଏହା ମୁସଲମାନ ସାକ୍ଷୀଙ୍କ ଉପସ୍ଥିତିରେ ଉଚ୍ଚାରିତ ତଥା ଶାରିୟା ଅଦାଲତଦ୍ୱାରା ଅନୁମୋଦିତ ।

ସପକ୍ଷ ତଥା ବିପ଼କ୍ଷବାଦ

ସପକ୍ଷ

ତିନି ତଲାକ ଭଳି ବ୍ୟବସ୍ଥାକୁ All India Muslim Personal Law Boardର, ଯିଏକି ମୁସଲିମ ବ୍ୟକ୍ତିଗତ ଆଇନର ତର୍ଜମା ତଥା ଅନୁମୋଦନ କରେ, ଯୁକ୍ତି ଅନୁସାରେ ତିନି ତଲାକ ହେଉଛି ମୁସଲିମ ବ୍ୟକ୍ତିଗତ ଆଇନ ତଥା ଧାର୍ମିକ ବ୍ୟାପାରର ଅନ୍ତର୍ଗତ ଏବଂ ସେଇଥିପାଇଁ ରାଜ୍ୟ ସରକାର ଏଭଳି ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରିପାରିବେ ନାହିଁ । ତିନି ତଲାକ ସପକ୍ଷରେ ଯୁକ୍ତି ବାଢୁଥିବା ଆଇନଜ୍ଞ କପିଳ ଶିବଲଙ୍କ ମତରେ ଭାରତର ସମ୍ବିଧାନର ଧାରା ୩୭୧(କ) ଅନୁଯାୟୀ ମୁସଲିମମାନଙ୍କର ବ୍ୟକ୍ତିଗତ ଆଇନ ତଥା ଧାର୍ମିକ ପରମ୍ପରାରେ ସରକାରଙ୍କର ହସ୍ତକ୍ଷେପ ସମ୍ବିଧାନ ବିରୋଧୀ । .

ବିପକ୍ଷ

ନିକଟରେ ଭାରତର ଉଚ୍ଚତମ ନ୍ୟାୟାଳୟ ତିନି ତଲାକକୁ ଅସାମ୍ବିଧାନିକ ତଥା ଅବୈଧ ଘୋଷଣା କରିଛନ୍ତି ।

ଆଧାର

ଆହୁରି ପଢ଼ନ୍ତୁ

Tags:

ତିନି ତଲାକ ପୃଷ୍ଠଭୂମିତିନି ତଲାକ ସପକ୍ଷ ତଥା ବିପ଼କ୍ଷବାଦତିନି ତଲାକ ଆହୁରି ପଢ଼ନ୍ତୁତିନି ତଲାକ

🔥 Trending searches on Wiki ଓଡ଼ିଆ:

ସ୍ତନୟୁ ଟ୍ୟୁବହନୁମାନ ବାଟିକାସାରଳା ଦାସପୋଟଳ ରସାଆଲୋକଇଣ୍ଟରନେଟଇରା ମହାନ୍ତିଅନନ୍ତ ପଟ୍ଟନାୟକଅଣ୍ଡା ରୋଲବଣ୍ଡ (ଅର୍ଥ)କୃଷ୍ଣପ୍ରସାଦ ମିଶ୍ରଶରତ କୁମାର ମହାନ୍ତିସିନ୍ଧୁ ନଦୀଶ୍ରାଦ୍ଧମାଲେସିଆସତ୍ୟବାଦୀ ବନ ବିଦ୍ୟାଳୟଦ୍ଵାରକାଧୀଶ ମନ୍ଦିରକୁଜିବର ପ‌ତ୍ରରାଜକିଶୋର ପଟ୍ଟନାୟକକିଶୋରୀ ଚରଣ ଦାସବୁଧସମ୍ବଲପୁର୨୦୧୨ରକ୍ତଫରିନା ଆଜାଦମୟୂରଉଦ୍ଭିଦ ବିଜ୍ଞାନକଳାହାଣ୍ଡି ଜିଲ୍ଲାଅସହଯୋଗ ଆନ୍ଦୋଳନକାଟୁଲୁ ରବି କୁମାରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅମାବାସ୍ୟାର ଚନ୍ଦ୍ରଭୂଗୋଳ୧୭୪୬ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହେମନ୍ତ କୁମାର ଦାସରାମାବତାରମ୍ଗୁରୁପ୍ରସାଦ ମହାନ୍ତିଇତିହାସ୧୯୮୪ବ୍ରୁସେଲୋସିସଫୋସିନୋପ୍ରିଲଯୁକ୍ତରାଜ୍ୟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଆନନ୍ଦ ଶଙ୍କର ଦାସନନ୍ଦନକାନନ ଜୀବ ଉଦ୍ୟାନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗର୍ଭାଶୟ ଅନ୍ତଃସ୍ତର କର୍କଟବିରାଟ କୋହଲୀ୨୪ ଅପ୍ରେଲଯାଜପୁର ଜିଲ୍ଲାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପହନୁମାନପୁରୀଫାଇଲେରିଆଦାଶରଥି ଦାସଭାରତୀୟ ଡାକ ସେବାଉଇକିଅଭିଧାନଓଡ଼ିଶୀ ସଙ୍ଗୀତଏଞ୍ଜେଲା ମେର୍କେଲ୍ପ୍ରଧାନ ପୃଷ୍ଠାଗୀତଗୋବିନ୍ଦ🡆 More