ତିଗିରିଆ ଗଡ଼ଜାତ ରାଜ୍ୟ: ଗଡ଼ଜାତ ରାଜ୍ୟ

ତିଗିରିଆ ରାଜ୍ୟ ଆଧୁନିକ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ପୁରାତନ ରାଜ୍ୟ ଥିଲା । ଏହା ବ୍ରିଟିଶ ଶାସନାଧୀନ ଭାରତର ଏକ ଛୋଟ ରାଜ୍ୟ ରୂପେ ତିଗିରିଆ ରାଜବଂଶଦ୍ୱାରା ଶାସନାଧୀନ ହେଉଥିଲା । ଏହି ବଂଶ ଶେଷ ରାଜା ବ୍ରଜରାଜ ମହାପାତ୍ରଙ୍କର ୨୦୧୫ ମସିହା ନଭେମ୍ବର ୩୦ ତାରିଖରେ ଦେହାନ୍ତ ହୋଇଥିଲା । ରାଜ୍ୟଟି ତିଗିରିଆର ଆଖପାଖରେ ମାତ୍ର ୯ ବର୍ଗ କିମି ଅଞ୍ଚଳରେ ବ୍ୟାପୀଥିଲା । ଏହି ରାଜ୍ୟରେ ଦୋଷୀଙ୍କୁ ଦଣ୍ଡ ଦେଇ ରଖିବା ପାଇଁ କାରାଗାରଟିଏ ମଧ୍ୟ ନଥିଲା । ତେଣୁ ମହାପାତ୍ରେଙ୍କ ସମୟରେ କେବଳ ସନ୍ତକସ୍ୱରୂପ ଏକ ଛାତ ଓ ଚାରୋଟି ଖମ୍ବ ଥାଇ କୋଠରୀଟିଏ ତୋଳାଯାଇଥିଲା । ରାଜ ଆଇନ ଅମାନ୍ୟ କଲେ ରାଜା ମହାପାତ୍ରେ ବିଚାର ପରେ ଦଣ୍ଡ ରୂପରେ ଦୋଷୀ ସଙ୍ଗେ ଆଉ କଥା ହେଉନଥିଲେ । ଇଂରେଜ ଅଫିସର କୋବଡେନ ରାମସେଙ୍କ ରଚିତ ଫିଉଡାରି ଷ୍ଟେଟ୍ସ ଅଫ ଓଡ଼ିଶା ବହିରେ ଉଲ୍ଲେଖ ଅଛି ଯେ ତିଗିରିଆର ରାଜବଂଶର ସୁଶାସନ ଫଳରେ ଏହି ଛୋଟ ରାଜ୍ୟର ଜନସଂଖ୍ୟା ଘନତା ଅଧିକ ଥିଲା । ଏହା ସେତେବେଳର ବଡମ୍ବା ରାଜ୍ୟର ପଶ୍ଚିମରେ ଅବସ୍ଥିତ ଥିଲା ।

ଇତିହାସ

ତିଗିରିଆ ରାଜବଂଶର ପ୍ରତିଷ୍ଠା ଏହି ବଂଶର ପ୍ରଥମ ରାଜା ୧୨୪୬ ମସିହାରେ ରାଜସ୍ଥାନରୁ ଆସି ଘଞ୍ଚ ବଣଜଙ୍ଗଲ ଘେରା ତିଗିରିଆରେ ଶାସନ ଆରମ୍ଭ କରିବାରୁ ହୋଇଥିଲା । ରାଜ୍ୟଟି ୯ ବର୍ଗମାଇଲ ଅଞ୍ଚଳରେ ବ୍ୟାପୀରହିଥିଲା । ଓଡ଼ିଶା ଇତିହାସରେ ଏହି ରାଜବଂଶର ଏକ ଉଲ୍ଲେଖନୀୟ ଅବଦାନ ଥିଲା ଜଗନ୍ନାଥ ଓ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାହାର ଶତ୍ରୁଙ୍କ ଆକ୍ରମଣରୁ ବଞ୍ଚାଇବା । ଗଜପତିଙ୍କ ନିର୍ଦ୍ଦେଶ ଓ ସହଯୋଗରେ ଦାରୁମାନଙ୍କୁ ତିଗିରିଆ ରାଜ୍ୟ ଅଧୀନରେ ଥିବା ଏକ ନଈକୂଳିଆ ଗାଁରେ ୧୨ ବର୍ଷ ଧରି ରଖାଯାଇଥିଲା । ପରେ ସେମାନଙ୍କୁ ତିଗିରିଆର ପ୍ରସନ୍ନମଣି ଦେଉଳରେ ପୁନସ୍ଥାପନ କରାଯାଇଥିଲା ।

"ତିଗିରିଆର ରାଜବଂଶକୁ ସାଧୁବାଦ ଯେ ସେମାନଙ୍କ ସୁଶାସନ ସକାଶେ ସେଠାର ଜନସଂଖ୍ୟା ଘନତା ଅଧିକ ଥିଲା । ରାଜବଂଶ ଓଡ଼ିଶୀ ନାଚ ଉପରେ ରଚିତ ବ୍ୟାକରଣ ବହି ଅଭିନୟ ଦର୍ପଣ ପ୍ରକାଶ ତଥା ସମରକଳା ଉପରେ ଆଉ ଏକ ବହି ବୀର ସର୍ବସ୍ୱର ଲିଖନ ଓ ପ୍ରକାଶନର ଭାର ନେଇଥିଲେ।

— ସୁଭାସ ପଟ୍ଟନାୟକ, ଲେଖକ ଓ ପ୍ରାବନ୍ଧିକ

ଆଧାର

ଅଧିକ ପଠନ

  • ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ତାଲିକା

Tags:

ଓଡ଼ିଶାକଟକ ଜିଲ୍ଲାବ୍ରଜରାଜ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ଆନ୍ଧ୍ର ପ୍ରଦେଶସ୍ତୁତି ଚିନ୍ତାମଣିଶ୍ରୀକଟକ ଜିଲ୍ଲାମାଲେସିଆମାଣବସା ଗୁରୁବାରଓଡ଼ିଆ ଲିପିପରିବେଶରାଜା ରାମମୋହନ ରାୟଢଗ ଢମାଳିପ୍ଲୀହାପ୍ଲୁଟୋହେମୋଫିଲିଆଶ୍ରବଣା (ନକ୍ଷତ୍ର)ମନୋଜ କୁମାର ମିଶ୍ରପ୍ରଣବ ପ୍ରକାଶ ଦାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହେମନ୍ତ କୁମାର ଦାସଗଙ୍ଗାଧର ରଥମହୁରାଜ୍ୟ ସଭାତପନ କୁମାର ପ୍ରଧାନଓଡ଼ିଶୀ ସଙ୍ଗୀତଉଇକିଅଭିଧାନଅକ୍ଷାଂଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବଳଦେବଜୀଉ ମନ୍ଦିରହେମଲତା ମାନସିଂହରାମାୟଣଓଡ଼ିଆ କାବ୍ୟ କବିତାବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ରାଓଦୀପକ ମିଶ୍ରଖଡ଼ଗପୁରକିଶୋରୀ ଚରଣ ଦାସମୁକ୍ତିକାନ୍ତ ମଣ୍ଡଳଅଣ୍ଡାନରେନ୍ଦ୍ର ମୋଦୀ୧୯ ମାର୍ଚ୍ଚଦେବସ୍ନାନ ପୂର୍ଣ୍ଣିମାଅଧର ପଟ୍ଟନାୟକଦୁର୍ଗା ପୂଜାଶବ୍ଦ (ପଦ)ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଅକ୍ଷୟ ତୃତୀୟାଗୋପୀନାଥ ମହାନ୍ତିସାରଥୀ ବାବାସତୀ (ହିନ୍ଦୁ ଦେବୀ)ସାମାଜିକ ଆନ୍ଦୋଳନଆଣ୍ଡାମାନ ସାଗରଲିମା୨୪ ଅପ୍ରେଲଲଣ୍ଡନଚିତ୍ତରଞ୍ଜନ ତ୍ରିପାଠୀମୋନିକା ସେଲ୍ସକୃଷ୍ଣପ୍ରସାଦ ମିଶ୍ରଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗସୂର୍ଯ୍ୟବଂଶୀ ସୂରଜବିର୍ସା ମୁଣ୍ଡାବ୍ରାଉଜରଓଡ଼ିଶାର ଭୂଗୋଳc3bn4ଶାରଳା ପୁରସ୍କାରମୟୂରଭଞ୍ଜ ଜିଲ୍ଲାମୌଳିକ ସଂଖ୍ୟାଗୋପାଳକୃଷ୍ଣ ପଟ୍ଟନାୟକଅନନ୍ତ ପଟ୍ଟନାୟକରେବତୀ (କ୍ଷୁଦ୍ରଗଳ୍ପ)ଜନ୍ମ ନିରୋଧବର୍ଷାରାମକୃଷ୍ଣ ପରମହଂସମାଁ ପୀତାମ୍ବର ମନ୍ଦିର🡆 More