ତରୁଣ ବୋଷ: ଭାରତୀୟ ଅଭିନେତା

ତରୁଣ ବୋଷ (୧୪ ସେପ୍ଟେମ୍ବର ୧୯୨୮ - ୮ ମାର୍ଚ୍ଚ ୧୯୭୨) ଜଣେ ଭାରତୀୟ ଅଭିନେତା ଥିଲେ, ଯିଏକି ୧୯୬୦ ଓ ୧୯୭୦ ଦଶକରେ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।

ତରୁଣ ବୋଷ
ତରୁଣ ବୋଷ: ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା, ପେଷା, ଅଭିନୀତ କଥାଚିତ୍ର
ଜନ୍ମ(1928-09-28)୨୮ ସେପ୍ଟେମ୍ବର ୧୯୨୮
ନାଗପୁର, ବ୍ରିଟିଶ ଭାରତ
ମୃତ୍ୟୁ୮ ମାର୍ଚ୍ଚ ୧୯୭୨(1972-03-08) (ବୟସ ୪୩)
ସକ୍ରିୟ ବର୍ଷ୧୯୫୭–୧୯୭୨

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ତରୁଣ ୧୯୨୮ ମସିହାର ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ସେ ସେଣ୍ଟ ଫ୍ରାନ୍ସିସ୍ ହାଇସ୍କୁଲରେ ପଢ଼ିଥିଲେ । କିଶୋର ଅବସ୍ଥାରେ ସେ ଏକ ସ୍ଥାନୀୟ ନାଟକ ସଂସ୍ଥା ସହ ଯୋଡ଼ି ହୋଇଥିଲେ ଏବଂ ନାଟକ ପରିବେଷଣ କରିଥିଲେ । ୧୫ ବର୍ଷ ବୟସରେ, ସେ ନାଗପୁରର ନୂଆ କରି ଖୋଲାଯାଇଥିବା ଅଲ୍ ଇଣ୍ଡିଆ ରେଡିଓ ପାଇଁ ଅଡିସନ୍ ଦେଇଥିଲେ ଏବଂ ସେଠାରେ ରେଡିଓ ନାଟକରେ କାମ କରିଥିଲେ ।

ପେଷା

ଶିକ୍ଷା ସମାପ୍ତ କରିବା ପରେ ସେ ଡାକ ବିଭାଗରେ ଚାକିରୀ କରିଥିଲେ ଏବଂ ଟେଲିଗ୍ରାଫ୍ ପାଇଁ କାମ କରିବା ଆରମ୍ଭ କରିଥିଲେ, ଯାହାଫଳରେ ସେ ପାରିବାରିକ ଚାପ ବିନା ଅଭିନୟ କରିପାରିବେ ।

୧୯୫୭ ମସିହାରେ ସେ ଅସୀତ ସେନଙ୍କ ଚଳଚ୍ଚିତ୍ର ଅପରାଧି କୌନ୍‌ରେ ଅଭିନୟ କରିଥିଲେ, ଯେଉଁଥିରେ ମାଲା ସିହ୍ନା ଓ ଅଭି ଭଟ୍ଟାଚାର୍ଯ୍ୟ ମଧ୍ୟ ଅଭିନୟ କରିଥିଲେ । ବିମଳ ରାୟଙ୍କ ସୁଜାତା (୧୯୫୯)ରେ ତାଙ୍କର ଅଭିନୟକୁ ପ୍ରଶଂସା କରାଯାଇଥିଲା, ଯେଉଁଥିରେ ସେ ନୂତନ, ସୁନୀଲ ଦତ୍ତ ଏବଂ ସୁଲୋଚାନାଙ୍କ ସହ କାମ କରିଥିଲେ ।

୧୯୬୦ ଦଶକ ଓ ୧୯୭୦ ଦଶକର ପ୍ରଥମ ଭାଗରେ ତାଙ୍କ ଅଭିନୀତ କିଛି ଉଲ୍ଲେଖନୀୟ କଥାଚିତ୍ର ହେଲା, ଗୁମ୍‌ନାମ୍, ବନ୍ଦିନୀ (୧୯୬୩), ଅନୁପମା (୧୯୬୬), ଦେବର୍, ମୁଝେ ଜୀନେ ଦୋ (୧୯୬୩), ଆନ୍ ମିଲୋ ସାଜନା, ଇତ୍ୟାଦି । ସେ ଅଶୋକ କୁମାର, ଧର୍ମେନ୍ଦ୍ର, ମନୋଜ କୁମାର, ସୁନୀଲ ଦତ୍ତ, ବଳରାଜ ସାହାଣୀ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଜଣାଶୁଣା ଅଭିନେତାଙ୍କ ସହ କାମ କରିଥିଲେ । ବିମଳ ରୟ, ହୃଷିକେଶ ମୁଖାର୍ଜୀ, ସତ୍ୟେନ ବୋଷ, ଅସୀତ ସେନ, ଦୁଲାଲ ଗୁହାଙ୍କ ଭଳି ନିର୍ଦ୍ଦେଶଙ୍କମାନଙ୍କ ସହ ସେ କାମ କରିଥିଲେ ।

୧୯୫୭ ମସିହାରୁ ୧୯୭୨ ମସିହା ମଧ୍ୟରେ ସେ ୪୧ଟି କଥାଚିତ୍ରରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିବିଶେଷ, ଡାକ୍ତର ଏବଂ ବେଳେବେଳେ ବିଚାରପତି କିମ୍ବା ଆଇନଜୀବୀ ଭୂମିକାରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା ।

ଅଭିନୀତ କଥାଚିତ୍ର

  • ଅପରାଧି କୌନ୍? (୧୯୫୭)
  • ମଧୁମତି (୧୯୫୮)
  • ସୁଜାତା (୧୯୫୯)
  • ଉସନେ କାହା ଥା (୧୯୬୦)
  • ଶାମା (୧୯୬୧)
  • ବେଗାନା (୧୯୬୩)
  • ବନ୍ଦିନୀ (୧୯୬୩)
  • ମୁଝେ ଜୀନେ ଦୋ (୧୯୬୩)
  • କୋହରା (୧୯୬୪)
  • ଆକାଶଦୀପ (୧୯୬୫)
  • ଫରାର୍ (୧୯୬୫)
  • ଗୁମ୍‌ନାମ୍ (୧୯୬୫)
  • ଉଞ୍ଚେ ଲୋଗ୍ (୧୯୬୫)
  • ଭୈୟା (୧୯୬୫)
  • ଦେବର୍ (୧୯୬୬)
  • ଅନୁପମା (୧୯୬୬)
  • ଲଭ୍ ଇନ୍ ଟୋକିୟୋ (୧୯୬୬)
  • ପ୍ୟାର୍ ମୋହବତ୍ (୧୯୬୬)
  • ଛୋଟି ସି ମୁଲାକାତ୍ (୧୯୬୭)
  • ଜାଲ୍ (୧୯୬୭)
  • ଅନୋଖି ରାତ୍ (୧୯୬୮)
  • ଜ୍ୟୋତି (୧୯୬୯)
  • ଧର୍‌ତି କହେ ପୁକାର୍ କେ (୧୯୬୯)
  • ଇନ୍‌ସାଫ୍ କା ମନ୍ଦିର୍ (୧୯୬୯)
  • ସତ୍ୟକାମ (୧୯୬୯)
  • ମହାରାଜା
  • ଗନୱାର୍ (୧୯୭୦)
  • ଗୁନାଃ ଔର୍ କାନୁନ୍ (୧୯୭୦)
  • ଆନ୍ ମିଲୋ ସଜନା (୧୯୭୦)
  • ଜୀବନ ସଂଗ୍ରାମ (୧୯୭୪)

ମୃତ୍ୟୁ

୧୯୭୨ ମସିହାର ମାର୍ଚ୍ଚ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।

ଆଧାର

ବାହାର ଲିଙ୍କ୍

Tags:

ତରୁଣ ବୋଷ ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷାତରୁଣ ବୋଷ ପେଷାତରୁଣ ବୋଷ ଅଭିନୀତ କଥାଚିତ୍ରତରୁଣ ବୋଷ ମୃତ୍ୟୁତରୁଣ ବୋଷ ଆଧାରତରୁଣ ବୋଷ ବାହାର ଲିଙ୍କ୍ତରୁଣ ବୋଷଅଭିନେତ୍ରୀ (ନାରୀ କଳାକାର)

🔥 Trending searches on Wiki ଓଡ଼ିଆ:

ଗୋପାଳ ଚନ୍ଦ୍ର ପ୍ରହରାଜଅଭିମନ୍ୟୁ ସାମନ୍ତସିଂହାରଛବିଳ ମଧୁ ବର୍ଣ୍ଣବୋଧଲକ୍ଷ୍ମୀନାରାୟଣ ସାହୁଗିରିଧର ଗମାଙ୍ଗଗୋଦାବରୀଶ ମିଶ୍ରମନୋଜ ଦାସଙ୍କ କଥା ଓ କାହାଣୀଭୀମ ଭୋଇଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଉତ୍ତମ ମହାନ୍ତିନୀଳକଣ୍ଠ ଦାସକୃଷ୍ଣଆନ୍ଧ୍ର ପ୍ରଦେଶକମ୍ପ୍ୟୁଟରଢେଙ୍କାନାଳବୈକୁଣ୍ଠନାଥ ପଟ୍ଟନାୟକଫତୁରାନନ୍ଦପାରମିତା ଶତପଥୀଡାଲମାଉଇକିପିଡ଼ିଆଶତ୍ରୁଘ୍ନ ପାଣ୍ଡବକୁତାମ ଚଣ୍ଡୀ ମନ୍ଦିରଓଡ଼ିଆ କବି ମାନଙ୍କର ତାଲିକାସୂଚନା ପ୍ରଯୁକ୍ତିବିଦ୍ୟା୨୪ ଅପ୍ରେଲସୂର୍ଯ୍ୟବଂଶୀ ସୂରଜଯାଜପୁର ଜିଲ୍ଲାରାଜନୀତି ବିଜ୍ଞାନପରୀକ୍ଷାଥାଲକୁଡ଼ିଗାଲୁଆସୁରେନ୍ଦ୍ର ମହାନ୍ତିଉତ୍କଳ ଦିବସଦୀନକୃଷ୍ଣ ଦାସଅଂଶୁପା ହ୍ରଦରାଧାମୋହନ ଗଡ଼ନାୟକସ୍ୱର ବର୍ଣ୍ଣନନ୍ଦନକାନନ ଜୀବ ଉଦ୍ୟାନଚନ୍ଦ୍ରଶେଖର ରଥଦେବସ୍ନାନ ପୂର୍ଣ୍ଣିମାବୃହସ୍ପତିଶ୍ରଦ୍ଧାକର ସୂପକାରଦୀପକ ମିଶ୍ରହାଡ଼ଫୁଟିଗୋପାଳକୃଷ୍ଣ ପଟ୍ଟନାୟକମଙ୍ଗଳୁ ଚରଣ ବିଶ୍ୱାଳକୃଷ୍ଣପ୍ରସାଦ ମିଶ୍ରପାର୍ବତୀଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଆନନ୍ଦ ଶଙ୍କର ଦାସଶୀତଳ ଷଷ୍ଠୀ ଯାତ୍ରାପର୍ଫେନାଜାଇନଭୁବନେଶ୍ୱର ବେହେରାନନ୍ଦିଘୋଷଓଡ଼ିଶା ସରକାରକାହ୍ନୁଚରଣ ମହାନ୍ତିଓଡ଼ିଆ ଲିପିହେମଲତା ମାନସିଂହଓଡ଼ିଆ ନାଟକନବକଳେବରବ୍ରାହ୍ମ ସମାଜଭାରତର ନଦୀ ସମୂହର ତାଲିକାଓଡ଼ିଆ ରାନ୍ଧଣାମାଲେସିଆପ୍ରଥମ ଭାସ୍କରକଳସା ଚଉତିଶାପୁରୁଷୋତ୍ତମ ଦେବପ୍ରଯୁକ୍ତି ବିଦ୍ୟା🡆 More