ଗ୍ରାସନଳୀ: ମେରୁଦଣ୍ଡୀ ପ୍ରାଣୀର ଏକ ଅଙ୍ଗ

ଗ୍ରାସନଳୀ (ଇଂରାଜୀରେ oesophagus/ଏସୋଫେଗସ, ଗଲେଟ ବା ଫୁଡ ପାଇପ) ନାମ ଦିଆଯାଏ ଯେଉଁ ନଳୀରେ ଗଳାରୁ ପାକସ୍ଥଳୀକୁ ଉକ୍ତ ନଳୀରେ ଜାତ ହେଉଥିବା ପେରିସ୍ଟାଲସିସ (peristaltic contractions) ଯୋଗୁ ଖାଦ୍ୟ ଯାଏ । ବୟସ୍କ ଲୋକ ଦେହରେ ଏହା ଏକ ଫାଇବ୍ରୋମସ୍କୁଲାର ନଳୀ, ପ୍ରାୟ ୨୫ ସେ:ମି: ଲମ୍ବ, ଯାହା ଟ୍ରାକିଆ ଓ ହୃତ୍‌ପିଣ୍ଡ ପୃଷ୍ଠ ଭାଗରେ ଯାଇ ଡାଏଫ୍ରମ ଭେଦ କରିବା ପରେ ପାକସ୍ଥଳୀ ସ‌ହିତ ସଂଯୁକ୍ତ ହୁଏ ଓ ଖାଦ୍ୟ ପ‌ହୁଞ୍ଚାଏ । ଖାଦ୍ୟ ଗିଳିବା ବେଳେ ଏପିଗ୍ଲିଟିସ ପଛକୁ ନଇଁ ଯାଇ ଶ୍ୱାସନଳୀର ଉପର ଭାଗ ବନ୍ଦ କରିଦେବା ଫଳରେ ଲାରିଙ୍କ୍ସ ଓ ଫୁସଫୁସକୁ ଖାଦ୍ୟ ପଶିବା ବାଟ ବନ୍ଦ ହୋଇଯାଏ ।

Esophagus/ଗ୍ରାସନଳୀ
ଗ୍ରାସନଳୀ: ମେରୁଦଣ୍ଡୀ ପ୍ରାଣୀର ଏକ ଅଙ୍ଗ
The digestive tract, with the esophagus marked
ଲାଟିନ ଭାଷାରେ Oesophagus
ବିଭାଗ ପରିପାକ ବିଭାଗର digestive system ଏକ ଅଂଶ ।
ଧମନୀ oesophageal arteries/ଗ୍ରାସନଳୀ ଧମନୀ
ଶିରା oesophageal veins/ଗ୍ରାସନଳୀ ଶିରା
ସ୍ନାୟୁ Sympathetic trunk/ସିମ୍ପାଥେଟିକ ଟ୍ରଙ୍କ, vagus/ଭେଗସ ସ୍ନାୟୁ
Precursor Foregut


ଗ୍ରାସନଳୀର କାନ୍ଥରେ ଭିତରୁ ବାହାରକୁ ଯଥାକ୍ରମେ ମ୍ୟୁକୋସା, ସବ୍‌ମ୍ୟୁକୋସା, ଫାଇବ୍ରସ ତନ୍ତୁ ମଧ୍ୟରେ ମାଂସପେଶୀ ସ୍ତର ଓ ବ‌ହିସ୍ଥ କନେକ୍ଟିଭ ତନ୍ତୁର ସ୍ତରମାନ ଥାଏ । ମ୍ୟୁକୋସାରେ ତିନି ସ୍ତର ସ୍କ୍ୱାମସ ଜୀବକୋଷ ଥାଏ ଯାହାକୁ ସ୍ଟ୍ରାଟିଫାଏଡ ସ୍କ୍ୱମସ ଏପିଥେଲିଅମ କୁହାଯାଏ, କିନ୍ତୁ ପାକସ୍ଥଳୀର ଏହି ସ୍ଥାନରେ ଗୋଟୋଏ କଲମନାର ସ୍ତର ଥାଏ । ଏହି ଦୁଇ ପ୍ରକାର ସ୍ତର ଏକ ଜିଗଜାଗ ଲାଇନରେ ଦେଖାଯାଏ । ଏହାର ଉପର ଏକ ତୃତୀୟାଂଶରେ ସ୍ଟ୍ରାଏଟେଡ ପେଶୀ ଥାଏ ଓ ବାକି ଅଂଶରେ ସ୍ମୁଥ ପେଶୀ ଥାଏ । ଏହାର ସବା ଉପରେ ଓ ସବା ତଳେ ଦୁଇ ମୁଣ୍ଡରେ ସ୍ଫିଙ୍କଟର ବା ପେଶୀ ମୁଦ୍ରିକା ଥାଏ । ପାକସ୍ଥଳୀରେ ଥିବା ଅମ୍ଳ ଗ୍ରାସନଳୀରେ ପଶିବାକୁ ତଳ ସ୍ଫିଙ୍କଟର ରୋକିଦିଏ । ଗ୍ରାସନଳୀରେ ପ୍ରଚୁର ଧମନୀ ଓ ଶିରା ରକ୍ତ ଯୋଗାଣ ହୋଇଥାଏ ।

ଏହାର ସ୍ମୁଥ ପେଶୀକୁ ସିମ୍ପାଥେଟିକ ଟ୍ରଙ୍କ ମାଧ୍ୟମରେ ସିମ୍ପାଥେଟିକ ଓ ଭେଗସ ସ୍ନାୟୁ ମାଧ୍ୟମରେ ପାରାସିମ୍ପାଥେଟିକ ସ୍ନାୟୁ ସଂଯୁକ୍ତ ହୋଇଥାଏ । ଭେଗସ ସ୍ନାୟୁ ଦେଇ କିଛି ଲୋଅର ମୋଟୋର ନିଉରନ ଆସି ସ୍ଟ୍ରାଏଟେଡ ପେଶୀ ସ‌ହିତ ସଂଯୁକ୍ତ ହୋଇଥାଏ ।

ଗ୍ରାସନଳୀରେ ହେଉଥିବା ବେମାରୀମାନଙ୍କର ନାମ ଯଥାକ୍ରମେ ଗ୍ୟାସ୍ଟ୍ରକ ରିଫ୍ଲକ୍ସ, ଗ୍ରାସନଳୀ କର୍କଟ, ସ୍ଫିତ ଓ ଦୃଷ୍ଟିଗୋଚର ରକ୍ତନଳୀ ଯାହାକୁ ଏସୋଫେଜିଆଲ ଭାରିସେସ କୁହାଯାଏ ଓ ଏଥିରୁ ପ୍ରଚୁର ରକ୍ତସ୍ରାବ ହୋଇପାରେ, ମାଲୋରି-ୱେସ ସିଣ୍ଡ୍ରୋମ, ସଙ୍କୋଚନ ଓ ଗତିଶୀଳତା ବେମାରୀ । ଗ୍ରାସନଳୀରେ ରୋଗ ହେଲେ ଗିଳିବା ଅସୁବିଧା ବା ଡିସଫେଜିଆ, ଗିଳିଲା ବେଳକୁ ଯନ୍ତ୍ରଣା ବା ଓଡିନୋଫେଜିଆ, ଛାତି ଯନ୍ତ୍ରଣା ହୋଇପାରେ ବା କିଛି ଲକ୍ଷଣ ନଥାଇପାରେ । ଏହି ରୋଗ ହେଲେ ବେରିଅମ ସ୍ୱାଲୋ ଏକ୍ସ‌ରେ, ଏଣ୍ଡୋସ୍କୋପି (endoscopy) ଓ ସିଟି ସ୍କାନ କରାଯାଏ । ଏହାର ସ୍ଥାନ ଯୋଗୁ ଗ୍ରାସନଳୀକୁ ଅପରେଶନ କରିବାରେ ଅସୁବିଧା ହୁଏ ।

କାର୍ଯ୍ୟ

ଗିଳିବା

ଖାଉଥିବା ଖାଦ୍ୟ ଗିଳିବା ପରେ ପାଟିରୁ ଯାଇ ପ୍ରଥମେ ଫାରିଙ୍କ୍ସ (pharynx) ବା ଗ୍ରସନୀ ମଧ୍ୟ ଦେଇ ଗ୍ରାସନଳୀକୁ ଯାଏ । ଏହା ପରେ ଏହି ଯାଇ ପାକସ୍ଥଳିରେ ପ‌ହଞ୍ଚେ । ଖାଦ୍ୟ ଗିଳିବା ସମୟରେ ଏପିଗ୍ଲଟିସ ପଛକୁ ଘୁଞ୍ଚିଯାଇ ଟ୍ରାକିଆର ଉପର ଭାଗକୁ ବନ୍ଦ କରିଦେବା ଫଳରେ ଖାଦ୍ୟ ଟ୍ରାକିଆ ଭିତରେ ପଶିପାରେ ନାହିଁ । ଠିକ୍ ଏହି ସମୟରେ ଉପର ଗ୍ରାସନଳୀ ସ୍ଫିଙ୍କଟର ଢିଲା ହୋଇଯିବାଦ୍ୱାରା ଖାଦ୍ୟ ଗ୍ରାସନଳୀ ଭିତରକୁ ଯାଇ ପେରିସ୍ଟାଲଟିକ ଚଳନ ସାହାଯ୍ୟରେ ଆଗକୁ ଆଗକୁ ଯାଏ । ଖାଦ୍ୟ ପାଟିରେ ଓ ଗ୍ରାସନଳୀ ଭିତରେ ଥିଲାବେଳେ ସ୍ୱତଃସ୍ଫୁର୍ତ୍ତ ଭାବରେ ଏହି ରିଦମିକ ସଙ୍କୋଚନ ହୁଏ । ଶେଷରେ ଏହି ପେରିସ୍ଟାଲସିସ ସ‌ହିତ ତଳ ଏସୋଫେଜିଆଲ ସ୍ଫିଙ୍କଟର ଖୋଲିଯାଏ ଓ ଖାଦ୍ୟ ପାକସ୍ଥଳୀରେ ପ୍ରବେଶ କରେ ।

ଆଧାର

Tags:

en:Peristalsisଇଂରାଜୀଖାଦ୍ୟଫୁସଫୁସହୃତ୍‌ପିଣ୍ଡ

🔥 Trending searches on Wiki ଓଡ଼ିଆ:

ଉଇକିପିଡ଼ିଆକଣ୍ଟାକୁସୁମନବୀନ ପଟ୍ଟନାୟକକାର୍ଲ ମାର୍କସଗ୍ରହମହାପ୍ରସାଦସାଇକେଲବ୍ୟାଙ୍କହିମାଳୟଗୋପାଳ ଚନ୍ଦ୍ର ପ୍ରହରାଜପ୍ରୋଟାମିନ ସଲଫେଟକୃଷ୍ଣଚନ୍ଦ୍ର ପାଣିଗ୍ରାହୀଚୈତନ୍ୟପ୍ରଧାନ ପୃଷ୍ଠାଫାଇଜାବାଦ ରେଳ ଷ୍ଟେସନସଂସ୍କୃତଅଚ୍ୟୁତାନନ୍ଦ ଦାସଛବିଳ ମଧୁ ବର୍ଣ୍ଣବୋଧଛ ମାଣ ଆଠ ଗୁଣ୍ଠଓଡ଼ିଶାର ଲୋକକଳାଜଗନ୍ନାଥଙ୍କ ଧୂପକାଳୀଚରଣ ପଟ୍ଟନାୟକକୋଣାର୍କପରିସଂଖ୍ୟାନଶ୍ରୀକୃଷ୍ଣସାତକଡ଼ି ହୋତାମଧୁସୂଦନ ରାଓଅଷ୍ଟ୍ରିଆଲୁସାକଲିସବନହରପ୍ରସାଦ ଦାସହରେକୃଷ୍ଣ ମହତାବରାଜ ଯୋଗକୁଟୁରାପ୍ରମୋଦ କୁମାର ମହାନ୍ତିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମିଥୁନ (ରାଶି)ମାଳିକାକେଟୋପ୍ରୋଫେନଏ. ପି. ଜେ. ଅବଦୁଲ କଲାମବନ୍ଦେ ଉତ୍କଳ ଜନନୀପାଟଦେଇ୫ ଅକ୍ଟୋବରବୈଷୟିକ ବିଜ୍ଞାନଅଚ୍ୟୁତାନନ୍ଦ ପ‌ତିକୁନ୍ତଳା କୁମାରୀ ଆଚାର୍ଯ୍ୟଯୁକ୍ତରାଷ୍ଟ୍ର ଆମେରିକାଶ୍ରାଦ୍ଧ୮୯୪କରମା ନୃତ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବଳରାମ ଦାସସୁଚିତ୍ରା ପାଣିଗ୍ରାହୀନିମୋନିଆସମୟ (କାଳ)କାଳିନ୍ଦୀ ଚରଣ ପାଣିଗ୍ରାହୀଶ୍ରୀନିବାସ ଉଦ୍‌ଗାତାସାଲବେଗଗୋପାଳ ଛୋଟରାୟଓଡ଼ିଶାବୀର ସୁରେନ୍ଦ୍ର ସାଏଓଡ଼ିଶାର କଳାରାଜୀବ ଗାନ୍ଧୀହୋମୱାର୍ଡ଼ରଶ୍ମି ରାଉଳ୧୯୭୯ହେମନ୍ତ କୁମାର ଦାସ୧୯୭୮🡆 More