ଗୋଲ କୃମି

ଗୋଲ କୃମି ମନୁଷ୍ୟ ଶରୀରର ଏକ ପରଜୀବୀ ଯାହାଦ୍ୱାରା ଦେହରେ ଅନେକ ପ୍ରକାର ରୋଗ ହୁଏ । ଏହି ପରଜୀବୀକୁ ଓଡ଼ିଆରେ ଜିଆ, କେଞ୍ଚୁଆ ଓ ଜିଆନାଡ଼ କୁହାଯାଏ । ଏହାକୁ ଇଂରାଜୀରେ ଆସ୍କାରିସ୍ ଲୁମ୍ବ୍ରିକଏଡେସ୍ (Ascaris lumbricoides) କୁହାଯାଏ । ଏହି ଗୋଲ କୃମି ସଂକ୍ରମଣଦ୍ୱାରା ୮୫ % ଲୋକ ଲକ୍ଷଣବିହୀନ ଥାଆନ୍ତି ବିଶେଷତଃ ଯଦି ସେମାନଙ୍କ ସଂଖ୍ୟା ଅଳ୍ପ ଥାଏ । ପରଜୀବୀ ସଂଖ୍ୟା ଅଧିକ ଥିଲେ ଆରମ୍ଭରେ ଛୋଟ ଶ୍ୱାସ କ୍ରିୟା ହୁଏ ଓ ଜ୍ୱର ହୁଏ । ଏହା ପରେ ପେଟ ଫୁଲିଯାଏ, ପେଟରେ ଯନ୍ତ୍ରଣା ହୁଏ ଓ ତରଳ ଝାଡ଼ା ବା ଡାଇରିଆ ହୁଏ । ପିଲାମାନଙ୍କୁ ଏହି ରୋଗ ବେଶୀ ହୁଏ ଓ ଏହାଦ୍ୱାରା ସ୍ୱଳ୍ପ ଓଜନ ବୃଦ୍ଧି ହୁଏ, ପୋଷକ ହାନୀ ବା malnutrition ହୁଏ ଓ ଶିଖିବା ବାଧାପ୍ରାପ୍ତ ହୁଏ । ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହା ସହ ଖାଦ୍ୟ ବା ପାନୀୟ ଅପମିଶ୍ରିତ ହେବା ପରେ ଏହାକୁ ଖାଦ୍ୟ ହିସାବରେ ଗ୍ରହଣ କଲେ ସଂକ୍ରମଣ ହୁଏ । ଏହି ଅଣ୍ଡାକୁ ଗ୍ରହଣ କରିଥିବା ଲୋକର ଅନ୍ତନଳୀରେ ଛୁଆ ଫୁଟେ । ଏହି ଛୁଆ ଅନ୍ତନଳୀର କାନ୍ଥ ଭେଦ କରି ରକ୍ତାରେ ପ୍ରବେଶ କରି ଫୁସଫୁସକୁ ଯାଏ ଓ ଶ୍ୱାସ ନଳୀ ବାଟ ଦେଇ ତଣ୍ଟିରେ ପହଞ୍ଚେ । ସେଠାରେ ଏହା ଗିଳି ହୋଇ ପାକସ୍ଥଳୀ ଦେଇ ପୁନଶ୍ଚ ଅନ୍ତନଳୀରେ ପ୍ରବେଶ କରେ ଓ ଏଠାରେ ବୟଃପ୍ରାପ୍ତ ହୁଏ । ଉନ୍ନତ ପରିଛନତାଦ୍ୱାରା ଏହି ରୋଗ ରୋକି ହେବ । ଆଧୁନିକ ପାଇଖାନା ବ୍ୟବହାର୍ ଓ ମଳ ଦୂରୀକରଣ ଏଥି ନିମନ୍ତେ ଆବଶ୍ୟକ । ସାବୁନଦ୍ୱାରା ହାତ ପରିଷ୍କାର କଲେ ସଂକ୍ରମଣ ହୋଇପାରେ ନାହିଁ । ଯେଉଁ ସ୍ଥାନରେ ୨୦% ଲୋକଙ୍କର ଏହି ରୋଗ ଅଛି, ସେଠାରେ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଲୋକଙ୍କୁ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସା ପରେ ମଧ୍ୟ ପୁନଃସଂକ୍ରମଣ ହୋଇପାରେ । ଏହା ନିମନ୍ତେ କୌଣସି ଟିକା ତିଆରି ହୋଇନାହିଁ । ଆଲ୍‌ବେଣ୍ଡାଜୋଲ୍, ମେବେଣ୍ଡାଜୋଲ୍, ଲେଭାମିସୋଲ୍ ଓ ପାରାଣ୍ଟେଲ ପାମୋଏଟ୍ ଔଷଧ ଦେଲେ ଏହି ରୋଗ ଦୂର ହୁଏ । ଏହି ବ୍ୟତିତ ଟ୍ରାବେଣ୍ଡିମିଡିନ ଓ ନିଟାଜୋକ୍ସାନାଇଡ ମଧ୍ୟ ଭଲ କାମ କରେ । ପୃଥିବୀରେ ୦.୮ରୁ ୧.୨ ବିଲିଅନ ଲୋକ ଏହି ରୋଗ ଭୋଗୁଛନ୍ତି । ସବ୍-ସାହାରା, ଲାଟିନ୍ ଆମେରିକା ଓ ଏସିଆରେ ସର୍ବାଧିକ ଲୋକ ଏହାର ଶିକାର ହେଉଛନ୍ତି । ୧୯୯୦ ମସିହାରେ ୩୪୦୦ ଲୋକ ମରିଥିବା ବେଳେ ୨୦୧୦ମସିହାରେ ୨୭୦୦ ଲୋକ ମରିଛନ୍ତି ।

Ascariasis
ଗୋଲ କୃମି
Ascaris lumbricoides
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦B77.
ଆଇସିଡ଼ି-୯-ସିଏମ୍127.0
ଓଏମ୍‌ଆଇଏମ୍604291
ରୋଗ ଡାଟାବେସ934
ମେଡ଼ିସିନ-ପ୍ଲସ000628
ଇ-ମେଡ଼ିସିନarticle/212510
MeSHD001196

ଚିହ୍ନ ଓ ଲକ୍ଷଣ

ଅନେକ ସଂକ୍ରମିତ ଲୋକ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ଅଧିକାଂଶ ଲୋକଙ୍କ ଦେହରେ ଅଳ୍ପ ଗୋଲ କୃମି ଥାଆନ୍ତି ଓ ଅଳ୍ପ ଲୋକଙ୍କ ଦେହରେ ବହୁତ ଅଧିକ ଥାଆନ୍ତି ଯାହା ଅଧିକାଂଶ ପରଜୀବୀ କ୍ଷେତ୍ରରେ ଲକ୍ଷ କରାଯାଏ । ଅଣ୍ଡାରୁ ଜନ୍ମିତ ଲାର୍ଭା ପେରିଟୋନାଇଟିସ୍ ରୋଗ, ଭିସେରା ନଷ୍ଟକାରୀ ରୋଗ, ଯକୃତ ଓ ପ୍ଲୀହା ବୃଦ୍ଧି, ଫୁସ୍‌ଫୁସ୍ ପ୍ରଦାହ ରୋଗ ଇତ୍ୟାଦି କରାଏ । ଫୁସ୍‌ଫୁସ୍ ପ୍ରଦାହ ସମୟରେ ଇଓସିନୋଫିଲିଆ ରକ୍ତରେ ଦେଖାଯାଏ ଓ ଏକ୍ସ‌‌-ରେ ଛବିରେ ଏହି ରୋଗର ଛାୟା ଦେଖାଯାଏ । ଏହି କୃମି ଅନ୍ତନଳୀରେ ରହିଲେ ଭୋକ ମରିଯାଏ, ଖାଦ୍ୟ ଶୋଷଣ ହୋଇପାରେ ନାହିଁ ଯାହା ଫଳରେ ଅପପୁଷ୍ଟି ବା ମାଲନ୍ୟୁଟ୍ରିସନ ହୁଏ । ଅନ୍ତନଳୀର ଭିତର ସ୍ତରରୁ ବ୍ରସବର୍ଡର ଏଞ୍ଜାଇମ୍ କମିଯାଏ, ଭିଲ୍ଲାଇ କୁଞ୍ଚିତ ନ ରହି ସଳଖ ହୋଇଯାଏ ଓ ଲାମିନା ପ୍ରୋପ୍ରିଆରେ ପ୍ରଦାହ ହୁଏ; ତେଣୁ ଖାଦ୍ୟ ସଠିକ ଭାବେ ଶୋଷଣ ହୋଇପାରେ ନାହିଁ । ବହୁ ସଂଖ୍ୟକ କୃମି ଏହାଠି ହୋଇଗଲେ ଗୋଲାକାର ପେଣ୍ଡୁ ଭଳି ହୋଇ ଅନ୍ତନଳୀରେ ଖାଦ୍ୟ ଯିବା ପଥ ବନ୍ଦ କରିଦିଅନ୍ତି । ଏହି ଅବସ୍ଥା ଉପୁଜିଲେ ଅପରେଶନ ଆବଶ୍ୟକ ହୁଏ । କ୍ଷୁଦ୍ର ଅନ୍ତନଳୀକୁ ମୋଡି ଦେଇ ଅନ୍ତନଳୀରେ ଗ୍ୟାଙ୍ଗ୍ରିନ କରେଇ ପାରନ୍ତି ଯାହା ଫଳରେ ମୃତ୍ୟୁ ହୁଏ । ବେଳେ ବେଳେ ଏହା ଅମ୍ପୁଲା ଅଫ୍ ଭାଟର୍‌କୁ ବନ୍ଦ କରିଦିଏ ବା ପାଙ୍କ୍ରିଆଟିକ ଡକ୍ଟକୁ ଯାଇ ପାଙ୍କ୍ରିଆଟାଇଟିସ୍ କରାନ୍ତି । କୋଲାଞ୍ଜାଇଟିସ୍ ତଥା କଲିସିସ୍ଟାଇଟିସ୍ ରୋଗ ମଧ୍ୟ ହୋଇପାରେ ।
ଅର୍ଦ୍ଧ ହଜମ ହୋଇଥିବା ଖାଦ୍ୟ ସବୁ ଏହି କୃମି ନିଜେ ଖାଇଯାଏ । ଏହା ଆଣ୍ଟିଏଞ୍ଜାଇମ ପ୍ରସ୍ତୁତ କରି ନିଜକୁ ହୋଷ୍ଟର ଆକ୍ରମଣରୁ ରକ୍ଷା କରେ ।
ଆନେସ୍ଥେସିଆ ସହି ନ ପାରି ଏହି କୃମି ପାଟି ବାଟେ ଦେହରୁ ବାହାରି ଆସେ ।

କାରଣ

ସଞ୍ଚାର

ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହି ମଳ ସଂସ୍ପର୍ଷରେ ଆସିଥିବା ଯେ କୌଣସି ଦ୍ରବ୍ୟ ପ୍ରଦୂଷିତ ହୁଏ ଓ ରୋଗ ସଂକ୍ରମଣ କରାଏ । ମଳ ମିଶ୍ରିତ ମାଟି, ପ୍ରଦୂଷିତ ପରିବା ଓ ଜଳ ଏହି ରୋଗର ମୂଖ୍ୟ ବାହକ । ଏହି ଅଣ୍ଡା ନୋଟ, ଟଙ୍କା, ଫର୍ନିଚର ଓ ହାତରେ ମଧ୍ୟ ରହିପାରେ । ଏହି କାରଣରୁ ମନୁଷ୍ୟଠୁ ମନୁଷ୍ୟକୁ ମଧ୍ୟ ଏହି ରୋଗ ସଂକ୍ରମିତ ହୋଇପାରେ ।
ପରିତ୍ୟକ୍ତ ଜଳକୁ ମ୍ୟୁନିସିପାଲିଟି କୃଷି କ୍ଷେତ୍ରକୁ ଛାଡ଼ି ଦେଲେ ମଧ୍ୟ ଏହା ବ୍ୟାପେ । ଶସ୍ୟ ବିକ୍ରି, ରପ୍ତାନୀ ଉପରେ ଏହାର ପ୍ରଭାବ ରହେ । ୧୯୮୬ ମସିହାରେ ଇଟାଲୀରେ ହୋଇଥିବା ଏକ ଗୋଲ କୃମି ମଡ଼କର ଉତ୍ସ ଖୋଜିବାରୁ ଦେଖାଗଲା ଏହା ବାଲକାନ ପରିବା ରପ୍ତାନି ନିମନ୍ତେ ପରିତ୍ୟକ୍ତ ଜଳ ସରବରାହ ଯୋଗୁ ହୋଇଥିଲା ।

ଜୀବନ ଚକ୍ର

ଗୋଲ କୃମି 
ପୂର୍ଣାଙ୍ଗ କୃମି (୧) କ୍ଷୁଦ୍ର ଅନ୍ତ୍ରର ନଳୀ ମଧ୍ୟରେ ବାସ କରେ ଗୋଟିଏ ମାଈ କୃମି ଦିନକୁ ୨୦୦,୦୦୦ ଅଣ୍ଡା ଦିଏ ଯାହା ମଳ ସହ ବାହାରି ଯାଏ । (୨). ଅଣବିଦ୍ଧ ଅଣ୍ଡା ଖାଇଲେ ସଂକ୍ରମଣ ହୁଏ ନାହିଁ । ସଂବିଦ୍ଧ ଅଣ୍ଡା ଏମ୍ବ୍ରିଓରେ ପରିଣତ ହୋଇ ୧୮ ଦିନରୁ କିଛି ସପ୍ତାହ ପରେ (୩) ବାତାବରଣ (ମଧ୍ୟମ ଆର୍ଦ୍ରତା, ଉଷ୍ମତା ଓ ଛାଇରେ ଥିବା ମାଟି) ଉପରେ ନିର୍ଭର କରି ସଂକ୍ରମଣକ୍ଷମ ହୁଏ । (୪),ଖାଦ୍ୟ ସହ ସଂକ୍ରମଣକ୍ଷମ ଅଣ୍ଡା ଖାଇବା ପରେ ଏଥିରୁ ଲାର୍ଭା ବାହାରି (୫), ଅନ୍ତନାଳୀର ମ୍ୟୁକୋଷା ଭେଦ କରେ ଓ ପୋର୍ଟାଲ ସଂଚାଳନ ପଥରେ ଯାଇ ଶିଷ୍ଟମିକ ସଂଚାଳନରେ ଅଥବା ଲିମ୍ଫାଟିକରେ ବାହିତ ହୋଇ ଫୁସଫୁସରେ ପହଞ୍ଚେ ଓ ପରିପକ୍ୱ ହୁଏ । ଲାର୍ଭା ଫୁସଫୁସରେ ପରିପକ୍ୱ ହୋଇ (୬) ୧୦ରୁ ୧୪ ଦିନରେ ଆଲଭିଓଲାର କାନ୍ଥ ଭେଦ କରି ବ୍ରୋଙ୍କିଆଲ ବୃକ୍ଷରେ ଉପରକୁ ଉଠି ତୋଟିରେ ପହଞ୍ଚିବା ପରେ ଗିଳି ହୋଇଯାଏ । (୭).ଆଉଥରେ କ୍ଷୁଦ୍ର ଅନ୍ତନାଳୀରେ ପହଞ୍ଚି ବୟଃପ୍ରାପ୍ତ ପୋକରେ ପରିଣତ ହୁଏ । ଏହି ଅବସ୍ଥାକୁ ଆସିବା ନିମନ୍ତେ ମୋଟ ୨ରୁ ୩ ସପ୍ତାହ ଲାଗିଯାଏ । ପୂର୍ଣାଙ୍ଗ କୃମି୧ ବର୍ଷରୁ ୨ ବର୍ଷ ବଞ୍ଚି ରହନ୍ତି ।

ଗୋଲ କୃମି ସଂକ୍ରମଣର ୬୦ରୁ ୭୦ ଦିନ ପରେ ମଳରେ ତାହାର ଅଣ୍ଡା ଦେଖାଯାଏ, ଲକ୍ଷଣ ୪ରୁ ୧୬ ଦିନ ମଧ୍ୟରେ ଦେଖାଯାଏ । ଅନ୍ତିମ ଲକ୍ଷଣ: ପାକ-ଅନ୍ତନାଳୀ ବେଆରାମ, କଲିକ (ଅନ୍ତ୍ରଶୂଳ), ବାନ୍ତି, ଜ୍ୱର ଓ ମଳରେ ଅଣ୍ଡା । କେତେକ ରୋଗୀଙ୍କର ଫୁସଫୁସ ଓ ସ୍ନାୟୁ ଲକ୍ଷଣ ଦେଖାଯାଏ । କେତେକ କୃମି ପେଣ୍ଡୁ ଆକାର ପ୍ରାପ୍ତ ହୋଇ ଅନ୍ତନାଳୀ ପଥରୋଧ କରନ୍ତି । ଚଳମାନ ଲାର୍ଭା ଯୋଗୁ ନିମୋନିଆ ଓ ଇଓସିନୋଫିଲିଆ ହୁଏ । ପୂର୍ଣାଙ୍ଗ କୃମିର ଆୟୁଷ ୧ରୁ ୨ ବର୍ଷ । ପୁରୁଣା କୃମି ମଲା ପରେ ନୂଆ କୃମି ବାହାରନ୍ତି, ତେଣୁ ରୋଗୀ ସାରା ଜୀବନ ଏହାର ଶିକାର ହୁଏ ।
ଅଣ୍ଡା ୧୫ ବର୍ଷ ରହିପାରେ ଓ ଗୋଟି କୃମି ଦିନକୁ ୨୦୦.୦୦୦ ଅଣ୍ଡା ଦେଇପାରେ । ଅନ୍ତନଳୀର ବିପରୀତ ଦିଗରେ ଏମାନେ ଗତି କରି ପାରନ୍ତି ।

ରୋଗ ନିର୍ଣ୍ଣୟ

ସାଧାରଣତଃ ପାଟିବାଟେ ବା ମଳରେ ଗୋଲ କୃମି (ଜିଆ) ପଡ଼ିଲେ ଏହି ରୋଗ ଅଛି ବୋଲି ଜଣାଯାଏ । ରୋଗୀର ମଳକୁ ଗୋଟିଏ କାଚ ସ୍ଲାଇଡରେ ସ୍ମିଅର (smear) କରି ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଅଣ୍ଡା ଦେଖାଯାଏ । ବିଭିନ୍ନ ଉପାୟରେ ଯେପରିକି ମଳକୁ ସେଡିମେଣ୍ଟେସନ ପଦ୍ଧତି କିମ୍ବା କାଟୋଦ୍ୱାରା ଗାଢ଼ (concentrate) କରିଦେବା ପରେ ଅଣ୍ଡା ଉତ୍ତମ ରୂପେ ଦେଖାଯାଏ ।
ଅଣ୍ଡାର ଆକାର: ଅଣ୍ଡାକୃତି ସହ ବାହ୍ୟ କାନ୍ଥରେ ଛୋଟ ଛୋଟ ଉଚ୍ଚ ଗଦା ଦେଖାଯାଏ । ଏହାର ବ୍ୟାସ ୩୫ରୁ ୫୦ ମାକ୍ରୋମିଟର । ଫୁସ୍‌ଫୁସ୍ ରୋଗ ହେଲେ ସେଥିରୁ ତରଳ ପଦାର୍ଥ ବାହାର କରି ଦେଖିଲେ ସେଥିରେ ଲାର୍ଭା ଦେଖାଯାଇପାରେ । ରକ୍ତ ପରୀକ୍ଷା କଲେ ଇଓସିନୋଫିଲିଆ ଦେଖାଯାଏ କିନ୍ତୁ ଏହା ଅନେକ ରୋଗରେ ଦେଖାଯାଏ । ଫୁସ୍‌ଫୁସ୍‌ର ଏକ୍ସ-ରେ ଚିତ୍ରରେ ଖାଲି ସ୍ଥାନ (filling defect) ଦେଖାଯାଏ ।

ଚିକିତ୍ସା

ଗୋଲ କୃମିଙ୍କୁ ମାରିବା ନିମନ୍ତେ ଅନେକ ଔଷଧ ଅଛି । ସେମାନଙ୍କ ନାମ: ଆଲ୍‌ବେଣ୍ଡାଜଲ୍, ମେବେଣ୍ଡାଜଲ୍, ଲେଭାମିସୋଲ୍ ଓ ମାଇରାଣ୍ଟେଲ୍ ପାମୋଏଟ୍ । ଏହା ବ୍ୟତିତ ଟ୍ରାଇବେଣ୍ଡାମିଡିନ୍ ଓ ନିଟାଜୋକ୍ସାମାଇଡ ମଧ୍ୟ ଭଲ କାମ କରେ । ହେକ୍ସିଲରେସର୍ସିନୋଲ୍ ଗୋଟିଏ ଡୋଜ୍ ଦିଆଯାଏ । ପ୍ରଦାହ ହେଲେ ସ୍ଟିରଏଡ ଦିଆଯାଏ । ହଠାତ ବହୁ ସଂଖ୍ୟକ କୃମି ମରିଗଲେ ପେଣ୍ଡୁଆକାର ହୋଇ ଅନ୍ତନଳୀର ବାଟ ବନ୍ଦ ହୋଇଯାଏ । ଏହି ସମୟରେ ଅପରେଶନ ଆବଶ୍ୟକ ହୁଏ ।

ପୁର୍ବାନୁମାନ

କ୍ୱଚିତ ଏହି ରୋଗ ପ୍ରାଣଘାତକ ହୁଏ ।

ପ୍ରତିଷେଧ

ଉତ୍ତମ ପାଇଖାନା ସୁବିଧା, ସାବୁନରେ ହାତ ଧୋଇବାଦ୍ୱାରା ଏହାକୁ ପରିବର୍ଜନ (avoid) କରିହେବ । ଜନସଂଖ୍ୟାର ୨୦ % ଲୋକଙ୍କର ଏହି ରୋଗ ଥିଲେ ପ୍ରତ୍ୟେକ ବ୍ୟକ୍ତିକୁ ଚିକିତ୍ସା କରିବା ଆବଶ୍ୟକ ।

ଆଧାର

Tags:

ଗୋଲ କୃମି ଚିହ୍ନ ଓ ଲକ୍ଷଣଗୋଲ କୃମି କାରଣଗୋଲ କୃମି ରୋଗ ନିର୍ଣ୍ଣୟଗୋଲ କୃମି ଚିକିତ୍ସାଗୋଲ କୃମି ପୁର୍ବାନୁମାନଗୋଲ କୃମି ପ୍ରତିଷେଧଗୋଲ କୃମି ଆଧାରଗୋଲ କୃମିMalnutritionତରଳ ଝାଡ଼ାପରଜୀବୀ

🔥 Trending searches on Wiki ଓଡ଼ିଆ:

ଗୋଦାବରୀଶ ମିଶ୍ରଲବଣ ସତ୍ୟାଗ୍ରହPimecrolimusପାଲାସାନ୍ତାଳ ବିଦ୍ରୋହଉଇକିବିଦ୍ୟାଳୟଓଡ଼ିଶାର ସାଂସଦ ମାନଙ୍କର ତାଲିକାକା (ଉପନ୍ୟାସ)ଶିମିଳିପାଳ ଜାତୀୟ ଉଦ୍ୟାନଖାରବେଳରାମାୟଣ (ବହୁବିକଳ୍ପ)ଓଡ଼ିଶା ସରକାରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସିପ୍ରା ମଲ୍ଲିକଗଜପତି ମହାରାଜାକ୍ଷୀରକମ୍ପ୍ୟୁଟର ବିଜ୍ଞାନଚନ୍ଦନ ଯାତ୍ରାସାରଳା ଦାସଜଳବାୟୁ୧୪୯୯୪ ଜୁନମଠଓ ଅନ୍ଧଗଳିଜଗନ୍ନାଥ ମନ୍ଦିରwiki.phtmlଲୋକ ସଭାତୁଳସୀ ଚଉରାଯକ୍ଷ୍ମାଡେଭିଡ କାମେରନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନମେଧା ପାଟକର୧୯୮୯ଗୁଗଲଆଖିନାରୁତୋଭାନୁଜୀ ରାଓଉଇକିମିଡ଼ିଆ ମୁଭମେଣ୍ଟଓଡ଼ିଆ ଉଇକିପିଡ଼ିଆଖ୍ରୀଷ୍ଟ ଧର୍ମଅଷ୍ଟ୍ରେଲିଆ (ମହାଦେଶ)କମ୍ବୋଡ଼ିଆପ୍ଲାଟିପସଛଉ ନାଚହେପାଟାଇଟିସ ବିଫତୁରାନନ୍ଦବନମାଳୀ ଦାସରାଷ୍ଟ୍ରୀୟ ପେନସନ ପ୍ରଣାଳୀଶାନ୍ତନୁ କୁମାର ଆଚାର୍ଯ୍ୟଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟମହେଶ୍ୱର ମହାନ୍ତିରାମଶଙ୍କର ରାୟପରମାଣୁ କ୍ରମାଙ୍କରାଣୀ ମୁର୍ମୁଗୌତମ ବୁଦ୍ଧଶ୍ରୀରାମ ପଣ୍ଡାମଧୁସୂଦନ ରାଓକପିଳାସ ଶିବ ମନ୍ଦିରତମନ୍ନା ବ୍ୟାସଗୁରୁପ୍ରସାଦ ମହାନ୍ତିଅର୍ଜୁନ ଗଛନାଟୋତରୁଣକାନ୍ତି ମିଶ୍ରହେପାଟାଇଟିସପଶ୍ଚିମ ଓଡ଼ିଶାଇସ୍ରାଏଲଓଡ଼ିଶାର ଭୂଗୋଳ🡆 More