ଅଭିଲେଖ: ୧ · ୨ · ୩ · ୪ · ୫ · ୬ · ୭ · ୮ · ୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ଆଲୋଚନା ସଭା ଅଭିଲେଖ | |
---|---|
ଏହି ପୃଷ୍ଠାରେ ଥିବା ଆଲୋଚନାଗୁଡ଼ିକୁ ଆଲୋଚନା ସଭାରୁ ଆଣି ଏଠାରେ ସାଇତାଯାଇଛି । ଦୟାକରି ଏହି ପୃଷ୍ଠାରେ କିଛି ବଦଳ କରନ୍ତୁ ନାହିଁ । ଯଦି ଆପଣ ଏଠାରେ ଆଲୋଚନା ହୋଇଥିବା କୌଣସି ବିଷୟ ଉପରେ ପୁଣି ଆଲୋଚନା କରିବାକୁ ଚାହୁଁଛନ୍ତି, ତେବେ ଏଠାରେ କ୍ଲିକ କରି ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ କିମ୍ବା ସେହି ବିଷୟ ଉପରେ ଥିବା ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ । | |
|
Greetings! Here is a small update on the Social Media pilot supported by India Program. This pilot is running on two Facebook groups for Wikipedia activities: one in English (One is You can also write on Wiki) and one in Odia (Odia Wikipedia). Both of these are being piloted to see if we can explain the very basics of editing to new editors and to encourage them to make their first basic edits. This is done You can visit these groups to see the regular editing sessions that we are conducting there. So far, we have been able to get 30 first time editors in English and 10 in Odia - all of whom have completed a few basic tasks (like creating usernames, corrected mistakes, adding references, inter-wiki links!)
Facebook is a useful way of engaging with young users because they are more comfortable there. Here is a 19 point comprehensive guide that we've developed to illustrate the kind of language, nature of messages and way of interacting on Fb that you might find useful and can implement on your groups as well. Please note the mini-editing sessions we have devised with just 5 tasks to make the start of a new editor's Wiki journey really simple! If you need any help to try this pilot in your group please write to me ([email protected]). (Even if your community does not yet have a facebook page, or if the page is inactive right now, I can support you.) Happy to help! Noopur28 (ମୋ ଆଲୋଚନା) ୦୮:୫୬, ୨୯ ମଇ ୨୦୧୨ (UTC)
ବନ୍ଧୁଗଣ, ଜୁଲାଇ ୨୦୧୨ ପାଇଁ ଗୋଟିଏ ଭଲ ଲେଖା ବାଛନ୍ତୁ । ପ୍ରତି ମାସ ପାଇଁ ମାସେ ଆଗରୁ ବାଛିଲେ ଭଲ ହେବ, ସମସ୍ତେ ମିଶି ସେଇ ଲେଖାଟିକୁ ଉନ୍ନତ କରିପାରିବା । ଏହି ପୃଷ୍ଠାରେ ମୁଁ ପ୍ରସ୍ତାବ ଦେଇଥିଲି, ଲେଖା ଚୟନ ମଧ୍ୟ ମାସର ବଛା ଲେଖା/ଅନୁରୋଧରେ କରନ୍ତୁ । ଏହି ପୃଷ୍ଠାର ଲିଙ୍କ "Sidebar"; 'ସହଯୋଗ କରନ୍ତୁ' ବିଭାଗରେ ମଧ୍ୟ ପାଇ ପାରିବେ । -- ଅηsuмaη Talk ୧୪:୫୨, ୩ ଜୁନ ୨୦୧୨ (UTC)
Hey folks, Hisham had posted an update on the community building pilot Shiju ran as part of India Program. This pilot was run in Assam but there are tips and pointers and suggestions from this pilot that are relevant for all Indic communities. As part of the India Programs IRCs, we propose the first monthly IRC of June to be on this topic. We'd like to discuss how to build and support communities by increasing the number of editors, assessing progress on Wikiprojects as well as fostering possibilities of new collaborations. Please join us on 7th June at 09:30 p.m IST using this link. Thank you. Noopur28 (ମୋ ଆଲୋଚନା) ୧୧:୧୭, ୬ ଜୁନ ୨୦୧୨ (UTC)
ବନ୍ଧୁଗଣ, ଗତ କିଛି ମାସ ଭିତରେ ଅନେକ କର୍ମଶାଳା ଓ ମେଳଣ ମାଧ୍ୟମରେ ପୁରୁଖା ଉଇକିଆଳିଗଣ ଅଧିକ ସଚଳ ହେବା ସହ ଅନେକ ନୂଆ ଉଇକିଆଳି ତିଆରିବାରେ ସୁସଫଳ ହୋଇଛନ୍ତି । ବିଶେଷ କରି ଫେସବୁକ ଦଳରେ ସଚଳ ଯୋଗଦାନ ଦେଇ ଅନେକ ନୂଆ ଲୋକଙ୍କ ପାଖରେ ଓଡ଼ିଆ ଉଇକିପିଡ଼ିଆକୁ ଆପଣମାନେ ପହଞ୍ଚାଇପାରିଛନ୍ତି । ତେବେ ଓଡ଼ିଆ ଉଇକିଆଳିଙ୍କ ଏହି ସଫଳତାର କାହାଣୀ ଲିପିବଦ୍ଧ ହୋଇ ମାସିକ ଭାବରେ ରହିବା ମଙ୍ଗଳକର । ଇଂରାଜୀରେ Wiki Signpost ନାମରେ ଏହିଭଳି ଖବରପତ୍ରଟିଏ ଅଛି ଯାହା ଓଡ଼ିଆରେ ଆମ୍ଭେମାନେ ପ୍ରଥମ କରି ଆରମ୍ଭ କରିବୁ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଏହି ମାସିକ ଖବରକାଗଜ ପାଇଁ ନିଜ ନିଜର ମତ ଦିଅନ୍ତୁ ତଥା ଏହା ପାଇଁ ନୂଆ ନାମଟିଏ ବି ବାଛନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୦୫, ୨୮ ମଇ ୨୦୧୨ (UTC)
ଏମିତି ଗୋଟେ ପତ୍ରିକା ଭଲ । କିନ୍ତୁ ଏଠି ଟିକେ ପଢାଳି ମାନଙ୍କର ଅଭାବ ଯାହା ହେଉ ଭଲ କଥା । ଓଡିଆଉଇକି ହସ୍ତାକ୍ଷର ନାମଟି ମୋ ମନକୁ ଆସିଲା । --Jnanaranjan sahu (ମୋ ଆଲୋଚନା) ୦୯:୫୭, ୩୦ ମଇ ୨୦୧୨ (UTC)
ମହାଶୟ, ମୁଁ ଲକ୍ଷ୍ୟକଲି ୱିକିପିଡିଆରେ ବ୍ୟବହାର କରାଯାଉଥିବା ଭାଷା, ଆମ ପାଠ୍ୟପୁସ୍ତକ/ଶିକ୍ଷା ପଦ୍ଧତି/ସାହିତ୍ୟରେ ବ୍ୟବହୃତ ହେଉଥିବା ଭାଷାରୁ ଅନେକ ଅଲଗା । ଏଠାରେ ବ୍ୟବହାର ହେଉଥିବା ଭାଷାକୁ କୁ ଅନେକ କ୍ଷେତ୍ରରେ ଶୁଦ୍ଧ-ଓଡିଆ ବୋଲି କୁହାଯାଇପାରିବନି । ଯେହେତୁ ଏହା ଏକ ଉନ୍ମୁକ୍ତ ଜ୍ଞାନକୋଷ, ଏଥିରେ ଶୁଦ୍ଧ ଭାଷା ବ୍ୟବହାର କରିବାର ଆବଶ୍ୟକତା ଅଛି । ଜ୍ଞାନକୋଷରେ ସାଧାରଣ କଥିତ ଭାଷା ବ୍ୟବହାର କରିବାର ଆବଶ୍ୟକତା ଅଛି ବୋଲି ମନେହୁଏ ନାହିଁ । ଆଉ ସେଥିପାଇଁ କୌଣସି ଭାଷାବିତଙ୍କର ପରାମର୍ଶ ନେବା ଉଚିତ ହେବ ବୋଲି ମୁଁ ମନେକରେ ।
ଏଥିରେ ଏପରି ଅନେକ ଶବ୍ଦ ବ୍ୟବହାର କରାଯାଉଛି ଯାହା ନିତାନ୍ତ ଆଞ୍ଚଳିକ ଭାବେ ଓଡିଶାର କିଛି କିଛି ଯାଗାରେ ବ୍ୟବହାର କରାଯାଏ, ଯାହାକୁ ବୁଝିବା ଅତ୍ୟନ୍ତ କଠିନ । କିଛି ଶବ୍ଦ ଏକଦମ ପୁରୁଣା ଦେଶଜ ଶବ୍ଦ ଯାହା କୌଣସି ପାଠ୍ୟପୁସ୍ତକରେ ବ୍ୟବହୃତ ହୁଏନାହିଁ । ସାଧାରଣ ବ୍ୟବହାରକାରୀ ମାନେ ଯାହା ଲେଖିଲେ ମଧ୍ୟ ଶଂଶୋଧନ କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ, କିନ୍ତୁ ପରିଚାଳନା/ବ୍ୟବସ୍ଥାପନା (admin) ଏବଂ ପ୍ରଧାନ ପୃଷ୍ଠା ଆଦିରେ ଯେଉଁ ଶବ୍ଦ ବ୍ୟବହାର କାରାଯାଇଛି ତାକୁ ସଂଶୋଧନ କରିବାର ଆବଶ୍ୟକତା ଅଛିବୋଲି ମନେ ହୁଏ । ଅନେକ ଯାଗାରେ ବନାନରେ ମଧ୍ୟ ତ୍ରୁଟି ରହିଛି ।
ମୁଁ ଲକ୍ଷ୍ୟ କରିଥିବା କେତୋଟି ଶବ୍ଦ ଏବଂ ତାହାର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବା ଭଳି କିଛି ଶବ୍ଦ ନିମ୍ନରେ ଦେଲି, ଯଦି ଉପଯୁକ୍ତ ମନେହୁଏ ପରିବର୍ତ୍ତନ କଲେ ଭଲହେବ ।
ନଗଦ ବଦଳ- ସଦ୍ୟ ପରିବର୍ତ୍ତନ; ନିଆରା ପୃଷ୍ଠା- ବିଶେଷ ପୃଷ୍ଠା; ଖୋଲା ଜ୍ଞାନକୋଷ- ଉନ୍ମୁକ୍ତ ଜ୍ଞାନକୋଷ; ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା- ସମସ୍ତଙ୍କୁ ସମ୍ପାଦନ କରିବା ଏବଂ ପରିବର୍ତ୍ତନ କରିବାର ସୁଯୋଗ; ଜାଣିବା କଥା- ଜ୍ଞାତବ୍ୟ ତଥ୍ୟ; ପରିଚ୍ଛା- ପରିଚାଳକ; ଗୋଠ- ଗୋଷ୍ଠୀ; ବାବଦରେ- ସମ୍ପର୍କରେ; ଉଇକିଆଳି- ୱିକିସଭ୍ୟ/ୱିକିସଦସ୍ୟ; ସାଇତିବା- ସଂରକ୍ଷଣ କରିବା; ମାଗଣା- ନିଃଶୁଳ୍କ; ପଢ଼ାବହି- ପାଠ୍ୟପୁସ୍ତକ; ପୁରା ତାଲିକା- ସଂପୂର୍ଣ୍ଣ ତାଲିକା; ଗୁମର ନୀତି- ଗୋପନୀୟତା ନୀତି; ବଛା ଲେଖା/ଛବି- ନିର୍ବାଚିତ ଲେଖା/ଛବି; ମତ ଅମେଳ- ମତଭେଦ ଇତ୍ୟାଦି
ଏହାକୁ ବଦଳାନ୍ତୁ- ସମ୍ପାଦନ କରନ୍ତୁ; ଦିଗବାରେଣି- ସ୍ଥାନଙ୍କ/ଦିଗ ନିର୍ଦେଶିକା; ଘୁଞ୍ଚାଇବେ- ଶୀର୍ଷକ ପରିବର୍ତ୍ତନ; ଦେଖଣା- ପୂର୍ବାବଲୋକନ ଇତ୍ୟାଦି
ପାଛୋଟା- ସ୍ଵାଗତ; ଓଳିଗି-ନମସ୍କାର; ବଧାଇ-ଶୁଭେଚ୍ଛା/ଅଭିନନ୍ଦନ; ଉଇକିପିଡ଼ିଆର ପାଞ୍ଚଟି ଖମ୍ବ- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ; ଫରଦ- ପୃଷ୍ଠା ଇତ୍ୟାଦି...
ଚାଟସଭା- ପ୍ରଶ୍ନୋତ୍ତର ସ୍ତମ୍ଭ; ପୁରୁଖା ସଭ୍ୟ- ଅଭିଜ୍ଞ ସଭ୍ୟ ଇତ୍ୟାଦି...
ଏହିପରି ଆହୁରି ଅନେକ ଶବ୍ଦ ଥାଇପାରେ । ଧନ୍ୟବାଦ Bishupriyaparam (ମୋ ଆଲୋଚନା) ୧୯:୩୩, ୮ ଜୁନ ୨୦୧୨ (UTC)
ପ୍ରିୟ ଭାଇ ବିଶୁଦ୍ଧାକ୍ଷଙ୍କ ପ୍ରସ୍ତାବକୁ ନେଇ କିଛି କହିବାକୁ ଚାହୁଁଛି।
ଅନ୍ୟଥା ନ ଘେନି ହେଜ କରିବେ, ଅନ୍ୟଥା ଲାଗିଲେ କ୍ଷମା ଆଚରିବେ।
ଓଡ଼ିଆ ଭାଷା ଉପରେ ଉଚ୍ଚତର ଗବେଷଣା କରିଥିବା ଆଉ ଉଇକିଆଳିମାନେ ନିଜ ନିଜ ମତ ଦେବା ହୁଅନ୍ତୁ। ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୩:୨୦, ୯ ଜୁନ ୨୦୧୨ (UTC)
ଉଚ୍ଚତର ଗବେଷଣା କରିଥିବା ସଭ୍ୟମାନେ ମତ ଦେଇ ପାରିଲେ ବହୁତ ଭଲ । ମୁଁ ତ ଓଡିଆରେ ମୂର୍ଖ, ବାହାରେ ଏତେ ବର୍ଷ ରହି ଭୁଲି ଗଲିଣି । ଶବ୍ଦ ପୁରୁଣା ହେଉ ବା ନୂଆ, ଶବ୍ଦଗୁଡିକୁ ସମସ୍ତେ ବୁଝିପାରିବା ଦରକାର । ଆମର ବ୍ୟକ୍ତିଗତ ମତ ପାଇଁ ଆମେ ଅନ୍ୟମାନଙ୍କୁ ଏଡାଇ ଦେଇ ପାରିବାନି । ତେଣୁ ଯେଉଁ ଶବ୍ଦ ସାଧାରଣ ଭାବେ ବ୍ୟବହାର କରାଯାଉଛି, ବେଶୀ ସଂଖ୍ୟାରେ ସମସ୍ତେ ବୁଝିପାରିବେ ତାହା ବ୍ୟବହାର କରାଯାଉ ।
|
|
ଆଉ କିଛି ଶବ୍ଦ "bots", "Bureaucrats", "Rollbackers", "Confirmed users", "Autopatrolled" ର ଓଡ଼ିଆ କଣ ହେବ ଏଇଠି ଆଲୋଚନା ହେଇଯାଉ, ଯଦି କେହି ଉପଯୁକ୍ତ ଶବ୍ଦ ଜାଣିଛନ୍ତି ତାହେଲେ ଜଣାନ୍ତୁ । ଅନ୍ୟମାନଙ୍କ ଅପେକ୍ଷାରେ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୧୯, ୯ ଜୁନ ୨୦୧୨ (UTC)
ଜଣେ ପାଠକ ଭାବରେ ଯଦି ମୁଁ ମୋ ମତ ଦେବି ତାହେଲେ ପ୍ରଥମ କଥା କହିବି, ଇଣ୍ତରଫେସ ଭାଷା ବା ଯେଉଁ ସବୁ ଲେଖା ଜଣେ ପାଠକ ପଢୁଛି ତାହା ବୁଝିହେଲା ଭଳି ହେବା ଉଚିତ, କାରଣ ତାହା ମୁଖ୍ୟତ ଇଂରାଜୀରୁ ଅନୁବାଦ କରାଯାଇଛି । ଯଦି ବୁଝି ନହେଲାତାହେଲେ କେହି ଉଇକି ଆଡ଼କୁ ମୁହାଁଇବେ ନାହିଁ ।ଏମିତି ତ ସାଧାରଣରେ ଓଡ଼ିଆ ଭାଷା କଷ୍ଟ ବୋଲି ଅପପ୍ରଚାର କରାଯାଇଛି, ନହେଲେ କେଉଁଠି ମାତୃଭାଷାର ଅବହେଳା ଦେଖିବାକୁ ମିଳନ୍ତାନ୍ତି । ଇଂରାଜୀ ପଢିଲେ ଚାକିରି, ହିନ୍ଦୀ ପଢିଲେ ପଇସା, ସଂସ୍କୃତ ପଢିଲେ ମାର୍କ, ଏଇ ଧାରାରେ ଅଧିକାଂଶ ଲୋକ ଭାଷାଠୁ ମୂଳରୁ ଦୂରେଇ ଯାଇଛନ୍ତି । ତେଣୁ ଇଣ୍ଟରନେଟରେ ଯଦି ବାଛି ବାଛି ଅଭିଧାନ ଖୋଜି କଷ୍ଟ କଷ୍ଟ ଶବ୍ଦ ସବୁକୁ ଏଥିରେ ଭରାଯାଏ ତାହେଲେ କେବଳ ଲେଖୁଥିବା ଲୋକ ହିଁ ରହିବେ ନିଜର ସନ୍ତୋଷ ପାଇଁ, ପାଠକ କେହି ଏହାକୁ ଆଦରିବେନି । ଓଡ଼ିଆ ସ୍କୁଲ ପଢା ବହି ସବୁର ସଫଳତା/ବିଫଳତା ଉଣାଅଧିକେ ସଭିଙ୍କୁ ଜଣ, ବଖାଣିବା ଲୋଡା ନାହିଁ ସେକଥା । ଯଦି ଆମେ ଉଇକିକୁ ବିକଳ୍ପ ବୋଲି କହୁଛେ ଆଉ ପ୍ରୟୋଗ ସେଇ ଏକା ଧାରାର ହେବ ତେବେ ମାସକୁ ଯେଉଁ ୩.୭ ଲକ୍ଷ ଲୋକ ପଢୁଛନ୍ତି ତାହା ୩୭ ପହଞ୍ଚିବାରେ ବେଶୀ ବିଳମ୍ବ ହେବ ନାହିଁ । ତେବେ ଏହା ମୋର ବ୍ୟକ୍ତିଗତ ମତ ଓ ଅନୁଭବରୁ କହୁଛି, ଭୁଲ-ଠିକ ନିହାତି ଲେଖିଥିବି । ଅନ୍ୟ ସଭ୍ୟମାନେ ନିଜର ସୁଚିନ୍ତିତ ମତ ଦେବା ହେବେ । ତେବେ ଗୋଟେ ଛୋଟ ଅନୁରୋଧ ଭାଇ, ନିରୁତା ଓଡ଼ିଆ ଶବ୍ଦସମୂହକୁ ଯାହା ଏ ମାଟିର ଶବ୍ଦ, ଓଡ଼ିଆର ତୁଣ୍ଡରୁ ବାହାରି ପୋଥିରେ, ସାହିତ୍ୟରେ, ମହାଭାରତଠୁ ନେଇ ମାଦଳା ପାଞ୍ଜିରେ ଶୋଭାପାଉଛି, ବଡ଼ ଠାକୁରଙ୍କ ସମ୍ମୁଖରେ ବୋଲାଯାଉଛି ତାକୁ ଅଲୋଡା, ଅଯାଚିତ, ଦେଶଜ ଶବ୍ଦ କହି ଭାଷାର ଅବମାନନା କରନ୍ତୁ ନାହିଁ, ଜଣେ ଓଡ଼ିଆର ବିନୀତ ଅନୁରୋଧ ଏହା ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୬:୨୨, ୯ ଜୁନ ୨୦୧୨ (UTC)
ସମସ୍ତଙ୍କ ମତ ନିଆଯାଇ ସଠିକ ନିଷ୍ପତି ନିଆଯିବ କିନ୍ତୁ ମୋ ମତରେ ଏହି ଶବ୍ଦ ଗୁଡିକରେ ପରିବର୍ତ୍ତନ ଆବଶ୍ୟକ।--Kamalakanta777 (ମୋ ଆଲୋଚନା) ୧୫:୦୨, ୯ ଜୁନ ୨୦୧୨ (UTC)
ପ୍ରଥମେ ମୋ ପ୍ରସ୍ତାବ ଉପରେ ମତାମତ ଦେଇଥିବା ଯୋଗୁଁ ସମସ୍ତଙ୍କୁ ମୋର ଧନ୍ୟବାଦ ଜଣାଉଛି ।
ଶ୍ରଦ୍ଧେୟ ସୁରଥ ଭାଇ, ଆପଣ ଦେଇଥିବା ସୁଚିନ୍ତିତ ମତାମତ ଏହି ସ୍ତମ୍ଭ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ମୋର ମନେହୁଏ । ଆଉ, ଆମେ (ଉଇକି ସଦସ୍ୟ ମାନେ) ଉଇକିପିଡିଆ ମାଧ୍ୟମରେ ଓଡ଼ିଆ ଭାଷାର ଏକପ୍ରକାର ସୁରକ୍ଷା କରିପାରିବା ବୋଲି ଯେଉଁ ଭରସା ଆପଣଙ୍କର ଅଛି ତାହା ମଧ୍ୟ ଖୁବ ସ୍ଵାଗତ ଯୋଗ୍ୟ, ଆଉ ସେଥିରେ ଆମେ ସଫଳ ହେବାହିଁ । ଆପଣଙ୍କ ଦେଇଥିବା ମତ ଉପରେ ମୋର କିଛିଟା ମତାମତ ଉପସ୍ଥାପନ କରୁଛି...
ମୁଁ ଉପରୋକ୍ତ କିଛି ଶବ୍ଦ ମାନଙ୍କର ଅର୍ଥ ନିମ୍ନରେ ପ୍ରସ୍ତାବ ଆକାରରେ ଦେଲି । ସଠିକ ଅନୁଭବ କଲେ ବ୍ୟବହାର କରିପାରିବେ ।
--ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୧୮:୩୯, ୯ ଜୁନ ୨୦୧୨ (UTC)
ଦେଶଜ ଶବ୍ଦର ବ୍ୟବହାର ନେଇ ଆମର ଏଠାରେ ଉଠିଥିବା ଦ୍ଵନ୍ଦ ଅନ୍ୟାନ୍ୟ ଭାରତୀୟ ଭାଷାର ଉଇକିପିଡ଼ିଆରେ ମଧ୍ୟ ରହିଛି । ଓଡ଼ିଆ ଉଇକିପିଡ଼ିଆରେ ସଂସ୍କୃତ ଓ ଇଁରାଜୀ ଶବ୍ଦ ବଦଳରେ ସାଧାରଣ ପାଠକ ବୁଝିପାରୁଥିବା ଦେଶଜ ଶବ୍ଦର ବ୍ୟବହାର ହେବା ଉଚିତ । କେତେକ ଜାଗାରେ ଠିକ ଭାବେ ବୁଝାପଡ଼ିବା ନିମନ୍ତେ ବନ୍ଧନୀ ମଧ୍ୟରେ ସଂସ୍କୃତ କିମ୍ବା ଇଁରାଜୀ ଶବ୍ଦଟି ଲେଖାଯାଇପାରିବ । ବିଶୁଦ୍ଧାକ୍ଷ ଭାଇ ଆଞ୍ଚଳିକ ଓ ଅବଲୁପ୍ତ ଶବ୍ଦ ନିମନ୍ତେ ଯେଉଁ ସ୍ତମ୍ଭ/ ପୃଷ୍ଠାର ପ୍ରସ୍ତାବ ରଖିଛନ୍ତି, ସେଥି ନିମନ୍ତେ ଉଇକି ଅଭିଧାନର ବ୍ୟବହାର ଅଧିକ ଉପଯୁକ୍ତ ହେବ ମୁଁ ଭାବୁଛି ।
ଏସବୁ ମୋର ଏକାନ୍ତ ବ୍ୟକ୍ତିଗତ ମତ ଓ ମନ୍ତବ୍ୟ ତେବେ ଉଇକିପିଡ଼ିଆ ନିୟମ ମୁତାବକ ମୁଁ ବହୁମତ ନିଷ୍ପତ୍ତିକୁ ମାନିବି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୫୭, ୯ ଜୁନ ୨୦୧୨ (UTC)
ସବୁ ଭାଇମାନଙ୍କର ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ। ସଂସ୍କୃତ ଭାଷା ନିଶ୍ଚୟ ଏକ ସୁନ୍ଦର ଭାଷା। ତେବେ ଏହା ଯେ ସବୁ ଭାଷାର ଜନନୀ ଏହା ଏବେ ବି ବିବାଦୀୟ ବିଷୟ। ସେ ବିଷୟରେ ଆଉ ଅଧିକ ଆଲୋଚନା ଏଇଠି କରିବା ମୋ ହିସାବରେ ଠିକ ହେବ ନାହିଁ।
ତେବେ ହିନ୍ଦୀ(ଆଜିକାର) ଓ ଇଂରାଜୀ(ଆଜିକାର) ଏତେ ଲୋକପ୍ରିୟ ହେବାର କାରଣ ତା’ର ସରଳୀ କରଣ ଓ ଅଲଗା ଭାଷାର ଶବଦକୁ ହଜମ କରିବାର ଶକ୍ତି, ଯାହା ଆମେ ଆଜିର ଦରକାରକୁ ଆଖି ଆଗରେ ରଖି ଓଡ଼ିଆ ଭାଷା ପାଇଁ କରି ପାରିବା ଓ ଏଥିପାଇଁ ଉଇକିପିଡ଼ିଆ ଏକ ସୁଲଭ ଓ ଶକ୍ତିଶାଳୀ ମାଧ୍ୟମ।
ଅନୁନାସିକ ବ୍ୟଞ୍ଜନର ଯୁକ୍ତାକ୍ଷରର ପ୍ରୟୋଗକୁ ଏଡ଼େଇ ହିନ୍ଦୀ ହିଂଦୀ ବୋଲି ଲେଖାଗଲା ସାରା ଭାରତର ଲୋକେ ସହଜରେ ଗ୍ରହଣ କଲେ। କିନ୍ତୁ ଓଡ଼ିଆ ମାନେ ଝଙ୍କାର କୁ ଝଂକାର ଲେଖିଲେ ନାକ ଟେକିଲେ। ଭାଷାର ଏହି ସରଳୀକରଣ ଯଦି ସମସ୍ତେ ଗ୍ରହଣ କରି ପାରନ୍ତେ, ତେବେ ଆମ ଭାଷାର ଲେଖାକୁ ଅଲଗା ଭାରତୀୟ ଭାଷାରେ ଟ୍ରାନ୍ସଲିଟରେଟ କରିବା ସହଜ ହୋଇ ପାରନ୍ତା।
ସେମିତି ରେଫ ପରେ ଉପଯୋଗ କରା ଯାଉଥିବା ବ୍ୟଞ୍ଜନର ଦ୍ୱିତ୍ୱ କରଣକୁ ଅନାବଶ୍ୟକ ବୋଲି ହିଂଦୀ ଭାଷାରେ ଗ୍ରହଣ କରି ନିଆଗଲା, ହେଲେ ଆମେ ଓଡିଆମାନେ କର୍ତାକୁ ଭୁଲ ଓ କର୍ତ୍ତାକୁ ଠିକ୍ ଭୋଲି ଆଜି ବି ଭାବୁଛୁ। ଆଉ ଏଇ କଂପୁଟର ଯୁଗରେ ଏଇ କର୍ତ୍ତ୍ତା ଶବଦ ବିଭିନ୍ନ OSରେ ବିକୃତ ରୂପ ନେଉଛି।
ଖୋଜିଲେ ଏମିତି ଅନେକ ଉଦାହରଣ ମିଳିବ, ଯାହା ହିଂଦୀରେ କରା ଯାଇଛି। ଓଡ଼ିଆ ଭାଷାର ଭାଷାବିଦ୍ ଓ ଫଣ୍ଟ ନିର୍ମାତାମାନଙ୍କ ଭିତରେ ତାଳମେଳ ଯେ କେତେ କମ୍ ତାହା ଆପଣମାନେ ଦେଖୁଛନ୍ତି, ମୁଁ ଅଧିକ କିବା କହିବି? ମଧୁସୂଦନ ରାଓଙ୍କର ମୂଳ ବର୍ଣ୍ଣବୋଧକୁ ତୁଳନା କରନ୍ତୁ ଆଜିର ଛବିଳ ମଧୁ ବର୍ଣ୍ଣ ବୋଧ ସହିତ ଦେଖିବେ ଯ ଫଳା ୟ ଫଳା, ବ ଫଳା, ୱ ଫଳା ଏମିତି କେତ ବିବାଦ। ଆମର ଭାଷାବିତ୍ ମାନେ ଏ ବିଷୟରେ କଣ କଣ କରୁଛନ୍ତି, ତାହା ଏ ଅଜ୍ଞାନ ଜାଣିନାହିଁ। ସେଇ ଜଣାଶୁଣା କେତେଜଣ ଓଡ଼ିଆ, ଯେଉଁ ମାନେ ଓଡ଼ିଆ ଭାଷାକୁ ବଞ୍ଚେଇବାପାଇଁ ନିଜର ସବୁକିଛି ବଳିଦାନ କରିଦେଇଥିଲେ, ତାଙ୍କ ଅନ୍ତେ ଓଡ଼ିଆ ଭାଷାର ସରଳୀକରଣ ଓ ଲୋକପ୍ରିୟତା ବଢେଇବା ଦିଗରେ ହାତ ଗଣତି କେଇ ଜଣ ମିଳିବେ ଯାହାଙ୍କ ମତକୁ ସର୍ବଜନସମ୍ମତ କରିବା ତ ଦୂରର କଥା ଆଉ କିଛି ଭାଷାଜ୍ଞାନୀ ବୋଲାଉଥିବା ଲୋକେ ‘ହମ୍ ବଡ଼ା’ର ରାଜନୀତି କରି ବିରୋଧ କରୁଛନ୍ତି ଓ ଓଡ଼ିଆମାନଙ୍କୁ ଦଳ କରି ପରସ୍ପରର ବିରୋଧ କରିବାକୁ ମତଉଛନ୍ତି। ଆଉ ଏମିତି କିଛି ଦୁରାତ୍ମା ମିଳିବେ ଯେଉଁ ମାନେ କହିବା ଆରମ୍ଭ କଲେଣି ଭାଷାତ ଭାଷା ଓଡ଼ିଆ ଇଂରେଜୀ ଭିତରେ ଫରକ କଣ, ଆମେ ନିତିଦିନିଆ କଥାଭାଷାରେ ଇଁରାଜୀ କହିଲେ କିଛି ଅସୁବିଧା ନାହିଁ।
ଏ ସମୟରେ ଆମର ନିଜସ୍ୱ ପଦକ୍ଷେପର ଗୁରୁତ୍ୱ ବହୁତ ବେଶି ବୋଲି ମୁଁ ଭାବେ। ଆମେ ଯାହା କିଛି ଲେଖିବା, ଯେଉଁଠି ବି ହେଉ, (ଖାସ କରି ଓଡ଼ିଆ ଉଇକିପିଡ଼ିଆରେ) ଆମେ ଏ ଦିଗ ସବୁକୁ ଆଖି ଆଗରେ ରଖିପାରିଲେ ଆମ ଭାଷା ଅଧିକ ଲୋକପ୍ରିୟ ହୋଇ ପାରିବ। ଆମ ଭାଷା ସରଳ ହେଲେ, ଯେଉଁ ଅଣ ଓଡ଼ିଆମାନେ ଓଡ଼ିଆ ଶିଖୁଛନ୍ତି ଓ ଶିଖିବାକୁ ଚାହୁଁଛନ୍ତି, ସେମାନଙ୍କ ସଂଖ୍ୟା ଓ ଆଗ୍ରହ ବଢ଼ିବ।
ଓଡ଼ିଆ ଭାଷାର ମୌଳିକ ଶବଦସବୁକୁ ଅଧିକ ସହଜତାର ସହିତ କଂପୁଟରରେ ଉପଯୋଗ କରିହେବ ଓ ଏ ଗୁଡ଼ିକୁ ବୁଝିବା ଏତେ କଠିନ ନୁହେଁ। ନା କ’ଣ କହୁଛନ୍ତି?
ତେବେ ମୋର ପ୍ରଥମ ମତାମତର ପ୍ରଥମ ପଏଣ୍ଟ ବିଷୟରେ କେହି କିଛି ମତ ନ ଦେଇଥିବାରୁ ମୁଁ ଆଉଥରେ କହୁଛି:
ଉଇକି ପିଡ଼ିଆର ଉପଯୋଗକାରୀ ବିଭିନ୍ନ ଅପରେଟି ସିଷ୍ଟମ ବ୍ୟବହାର କରିଥାନ୍ତି, କେହି କେହି ମୋବାଇଲ ଫୋନରେ ମଧ୍ୟ ଦେଖିଥାନ୍ତି। ତେଣୁ
ଏହାକୁ କଳିବାପାଇଁ ଅନୁରୋଧ ଏହି ଫରଦଟିକୁ ଟିକେ ଫଣ୍ଟ ବଦଳେଇ ଦେଖନ୍ତୁ - ଉତ୍କଳ, ଲୋହିତ ଆପଣମାନେ ଜାଣି ପାରିବେ ଏବେକାର ଉଇକି ପିଡ଼ିଆ ଇଣ୍ଟରଫେସରେ ବ୍ୟବହାର କରାଯାଇଥିବା ଶବ୍ଦ ଗୁଡ଼ିକ ତିନିଟି ଯାକ ଫଣ୍ଟରେ ଏକା ପରି ଦିଶୁଛି। କିନ୍ତୁ ପ୍ରସ୍ତାବିତ ବଦଳ ଗୁଡ଼ିକ ଠିକ୍ ଦିଶୁନାହିଁ। ତେଣୁ ମୋର ମତ ହେଲା ଯୁକ୍ତାକ୍ଷରକୁ ଯେତେଦୂର ସମ୍ଭବ କମ ଉପଯୋଗ କରାଯାଉ। ଖାସ କରି ଦ୍ୱିତୀୟ ତ, ବ ଫଳା, ୱ ଫଳା, ଯ ଫଳା, ୟ ଫଳା ଆଦି। ଏମିତି ଶବ୍ଦସବୁ ବଛାଯାଉ ଯାହା ତିନିଟି ଯାକ ଫଣ୍ଟରେ ସମାନ ଦିଶିବ। କାରଣ ଆଜି ବି ଏକ୍ସପିର ଲୋକପ୍ରିୟତା କମି ନାହିଁ, ଓ ଲିନକ୍ସର ଲୋକପ୍ରିୟତା ବଢ଼ିଛି।
ଯଦି ଅପାଠୁଆ ଲୋକଟିଏ ଇଂରାଜୀ ୟୁଜର ଇଣ୍ଟରଫେସର ମୋବାଇଲକୁ ନିର୍ଭୁଲ ଉପଯୋଗ କରି ପାରୁଛି, ତେବେ ଓଡ଼ିଆମାନେ ଖାଣ୍ଟି ଓଡ଼ିଆ ଶବଦକୁ ବୁଝି ପାରିବେ ନାହିଁ, ଏଇ ଆଶଂକା ଅମୂଳକ ବୋଲି ମୋତେ ଲାଗେ। ଏ ନେଇ ମୃତ୍ୟୁଞ୍ଜୟ ଭାଇ ଓ ସୁଭାସିସ ଭାଇଙ୍କର ମତାମତ ସହ ମୁଁ ସହମତ।
ଏବର ଇଣ୍ଟରଫେସରେ ବଦଳ ସବୁକୁ ତରବରିଆ ଭାବରେ ନ କରି ସବୁଦିଗରୁ ଆଉ ଥରେ ବିଚାର କରି ଦେଖାଯାଉ।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୩:୩୪, ୧୦ ଜୁନ ୨୦୧୨ (UTC)
ଇନପୁଟ ସମସ୍ୟା ଗୋଟେ ବଡ଼ ସମସ୍ୟା, ସୁବିଧା ହେବା ଅତ୍ୟନ୍ତ ଜରୁରୀ । କିନ୍ତୁ ଓଡ଼ିଆ ଉଇକିପିଡ଼ିଆରେ ବଦଳ ଆଣିବା ସମସ୍ତଙ୍କୁ ଠିକ ନ ଲାଗି ପାରେ । ମୋ ମତରେ ବଦଳର ଆବଶ୍ୟକ ରହିଛି, ଏଇଟା ପ୍ରଥମ ଥର ନୁହେଁ ଆଗରୁବି ଏ ସମସ୍ୟା ଉଠିଛି ଏବଂ ବହୁତେ ଚାହୁଁଛନ୍ତି । ଶୁଭ ଏ ବିଷୟରେ ଭଲ ଭାବେ ଜାଣିଛି, ମୋର କିଛି ଅସୁବିଧା ନାହିଁ ଯେଉଁ ଶବ୍ଦ ବ୍ୟବହାର ହେଲେବି, କିନ୍ତୁ ସମସ୍ତଙ୍କୁ ନଜରରେ ରଖି ମୁଁ କହୁଛି । ମୁଁ ନିଜେ କିଛି ଲୋକଙ୍କୁ ପଚାରିଛି, ଯେଉଁମାନେ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ଭାଇମାନେ ମତ ଦେଲେ କିନ୍ତୁ କେହି କହିଲେନି କେଉଁ ଶବ୍ଦ ଗୁଡିକର ପରିବର୍ତନ ଆବଶ୍ୟକ ? ଇନପୁଟ ସୁବିଧାକୁ ନଜରରେ ରଖି ଆଉଥରେ ଶବ୍ଦଗୁଡ଼ିକର ତାଲିକା ଦେଲି ।
ଏବେ ସମସ୍ତେ ମତ ଦିଅନ୍ତୁ, କେଉଁ ଶବ୍ଦଗୁଡିକୁ ପରିବର୍ତନ କଲେ ସମସ୍ତଙ୍କ ପାଇଁ ଭଲ ହେବ ? -- ଅଂଶୁମାନ ତାର ଯୋଡ଼ିବେ? ୦୬:୧୨, ୧୦ ଜୁନ ୨୦୧୨ (UTC)
ପ୍ରିୟ ଅଂଶୁମାନ, ତୁମେ ମଂଜି କଥା ଟିଏ କହିଛ। ମୋଟାମୋଟି ଭାବରେ ଯୁକ୍ତାକ୍ଷରକୁ ଏଡ଼େଇବାର ଚେଷ୍ଟା ଦରକାର ବୋଲି କହିଥିବାରୁ ଏତେ ଗୁଡ଼ିଏ ଶବଦର ତାଲିକା ତିଆରି କରି ନ ଥିଲି : ତଳେ ଦିଆ ଯାଇଥିବା ଯୁକ୍ତାକ୍ଷର ଯେଉଁ ଶବଦ ଗୁଡ଼ିକରେ ରହିଛି ସେ ସବୁକୁ ଆମେ ଏଡ଼େଇ ପାରିବା କାରଣ ଏ ସବୁ ଲୋହିତ, ଉତ୍କଳ ଓ କଳିଙ୍ଗ ଫଣ୍ଟରେ ସମାନ ଦିଶେନା, ଯେଉଁ ଫଣ୍ଟ ଗୁଡ଼ିକ ସମାନ ଦିଶେ ତାକୁ ଉପଯୋଗ କରି ପାରିବା: ଏହାକୁ ପରଖ କରିବାପାଇଁ ଖାଲି ଫଣ୍ଟ ବଦଳେଇ ଦେଖ, ନିଜେ ଜାଣି ପାରିବ। ଯଥା:
ଫଳା/ଯୁକ୍ତାକ୍ଷର | ଭଲ ହେବ | ଭଲ ହେବ ନାଇଁ |
---|---|---|
ଯ/ୟ | ଉଇକିଆଳି | ଉଇକିସଭ୍ୟ ବା ଉଇକିସଭ୍ଯ |
ଯ/ୟ | ପୁରୁଖା ଉଇକିଆଳି | ପୁରୁଖା ସଭ୍ଯ ବା ଅଭିଜ୍ଞ ସଭ୍ୟ/ସଭ୍ଯ |
ଯ/ୟ | ଉପଯୋଗକାରୀ | ବ୍ୟ/ବ୍ଯବହାରକାରୀ |
ତ+ତ | ବଦଳ | ପରିବର୍ତ୍ତନ |
ବ/ୱ | ପାଛୋଟା | ସ୍ୱା/ସ୍ବାଗତ |
ଯ/ୟ | ଉଇକିଆଳି | ଉଇକିସଭ୍ୟ ବା ଉଇକିସଭ୍ଯ |
ଆଉମାନେ ଏ ତାଲିକାରେ ଯୋଡନ୍ତୁ।
ଯେବେଯାଏଁ ଓଡ଼ିଆ ଭାଷାର ଫଣ୍ଟକୁ ନେଇ ଜଟିଳତା ଦୂର ହେଇନାଇଁ, ଆମେ ସରଳ ଶବଦ ନେବା। କେବଳ ""ସଫ୍ଟୱାର - ସଫ୍ଟୱେର କୁ ଛାଡ଼ିଦେଲେ ତୁମ ପ୍ରସ୍ତାବିତ ଆଉ କିଛି ବି ବଦଳ ଦରକାର ନାଇଁ। ଉପଯୋଗ ହୋଇଥିବା ଏବର ଶବଦ ସରଳ ଓ ସହଜରେ ବୁଝି ହୁଏ।
ସଭିଂକୁ ପଢ଼ିବା ଓ ଲେଖିବାରେ ସୁବିଧା ହେଉ, ଏତିକି ମାତ୍ର ଆଶା।ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୦୮, ୧୦ ଜୁନ ୨୦୧୨ (UTC)
ପ୍ରିୟ ଅଂଶୁମାନ ଉପରେ ଦେଇଥିବା ପ୍ରସ୍ତାବ ଭିତରୁ କେଉଁଟା ଅବୁଝା କି? "ସ୍ୱା", "ଭ୍ୟ", "ବ୍ୟ", "ର୍ତ୍ତ" ଉପଯୋଗ ହେବ, ହେଉଛି, କିନ୍ତୁ ଇଣ୍ଟରଫେସରେ ନ ହେଉ। ଚାହିଁଲେ ଏହାର ବହୁଳ ପ୍ରୟୋଗକୁ କମ କରି ଦିଆଯାଇପାରେ।
ତୁମେ ଲେଖିଥିବା ଇଁରାଜୀ ଶବଦର ଓଡ଼ିଆ ଅନୁବାଦ Rollbacker - ଅନିଶ୍ଚିତମନା ଆଉ bots ଶବଦଟିର ଅରଥ ପାଉନାଇଁ
ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୨୫, ୧୦ ଜୁନ ୨୦୧୨ (UTC)
ବିଶୁଦ୍ଧାକ୍ଷ ଭାଇଙ୍କ କଥିତ-ଲିଖିତ ଶବ୍ଦର ଉପଯୋଗ କଥାରେ ମୁଁ ଏକମତ, କଥିତ ଶବ୍ଦ/ବୋଲି/ଉପଭାଷା ଲିଖିତ ଭାଷାଠୁ ନିହାତି ଅଲଗା ।ଗଞ୍ଜାମି/ସମ୍ବଲପୁରୀ/କଟକୀ/ ବାଲେଶ୍ଵରିଆ/କଳାହାଣ୍ଡିଆ ଏସବୁ ହେଲା ଉପଭାଷା, ମାନକ ଭାଷାରେ ଏସବୁ ଶବ୍ଦର ବ୍ୟବହାର କଲେ ଅସୁବିଧା । ତେଣୁ ଉଇକିପିଡ଼ିଆରେ କଣ ବଦଳରେ କିସ/କିଅଣ/କାଣା ବ୍ୟବହାର ହୋଇପାରିବ ନାହିଁ । କିନ୍ତୁ ସ୍ଵାଗତ ବଦଳରେ ପାଛୋଟା ବ୍ୟବହାର ହୋଇପାରିବ, କାରଣ ସ୍ଵାଗତ ମାନକ ନିରୁତା ଓଡିଆ, ଲୋକବୋଲି ବା କଥିତ ଭାଷା ନୁହେଁ ।
ତଳେ ଗୋଟେ ତାଲିକା ଦେଉଛି ମାନକ ଭାଷା, ଲୋକ ବୋଲି ଓ ବିଦେଶାଗତ ଭାଷାର, ଏଥିରୁ ବୁଝାପଡିବ ଓଡିଆ ଭାଷାର ନିଆରାରପଣ ଓ ଭାଷାସମ୍ଭାର:
ମାନକ ମୌଳିକ ଓଡ଼ିଆ ଶବ୍ଦ | ବିଦେଶୀ ଭାଷାରୁ ଆହରିତ ଶବ୍ଦ | କଥିତ ଭାଷା |
---|---|---|
|
|
|
|
|
|
|
|
|
ତେବେ ଉଇକିରେ ବହୁମତ ଓ ଭାଷାବିଦ ଉଭୟର ସମାହାରରେ ବଦଳ କରାହେବା ଉଚିତ । ଏହା ଏକ ଥାକ-ପରେ-ଥାକ ପଦ୍ଧତି, ପଢୁଆଁ ଥାକରେ ଏହି ସବୁ ଶବ୍ଦର ଏକ ତାଲିକା ତିଆରି କରାଯାଇ ଭାଷାବିଦ ମାନଙ୍କ ପାଖକୁ ପଠାଯାଉ ସେମାନଙ୍କ ମତ ନିମନ୍ତେ । ତାହାପରେ ଏସବୁକୁ ବଦଳାଇଲେ ଠିକ ହେବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୮:୦୯, ୧୦ ଜୁନ ୨୦୧୨ (UTC)
ପ୍ରତ୍ୟେକ ଶବ୍ଦ, ତା'ର ଗଠନ, ଅର୍ଥ, ବନାନ, ବ୍ୟବହାର ଆଦି ମଧ୍ୟରେ ସମ୍ପର୍କ ଅତି ନିବିଡ ଏବଂ ତା'ର ଅନେକ ବିଶେଷତ୍ଵ ରହିଛି । ସୁବିଧା କରିବା ନାଁରେ ଏସବୁକୁ ଆବୁଲୁ ଜାବୁଲୁ କରିବାରେ ବାହାଦୂରୀ ନାହିଁ । ଗୋଟିଏ ଶବ୍ଦର ଗଠନର ବିଶେଷତ୍ଵ କେତେ ତାହା ଯେକୌଣସି ନାଁ କୁ ଅନୁଧ୍ୟାନ କାଲେ ଜଣାପଡିବ । ଉଦାହରଣସ୍ୱରୂପ, ଓଡ଼ିଆର କଥିତ ଭାଷାରେ ସ, ଶ, ଷ ଏବଂ ଯ, ଜ ତଥା ବ, ୱ ମଧ୍ୟରେ କିଛି ପ୍ରଭେଦ ନାହିଁ । ତଥାପି ଆମେ ଏତେ କଷ୍ଟ କରି Orissa କୁ Odisha ତଥା ହିନ୍ଦୀରେ ଉଡିସା କୁ ଓଡ଼ିଶାରେ ପରିବର୍ତ୍ତନ କଲେ । ଆଉ ଏହା ଆବଶ୍ୟକ ମଧ୍ୟ ଥିଲା । ଆଜି ମଧ୍ୟ ଜିବା ନଲେଖି ଯିବା ଲେଖାଯାଉଛି, ଯଦିଓ କଥିତ ଭାଷାରେ ଦୁଇଟି ମଧ୍ୟରେ କିଛି ପ୍ରଭେଦ ନାହିଁ ।
ଥରେ ଜଣେ ବନ୍ଧୁ ମୋତେ ପଚାରିଥିଲେ କେତେକ ଯାଗାରେ 'ଡ' ଓ 'ଢ' ତଳେ ବିନ୍ଦୁ କାହିଁକି ଲାଗେ ? ଏହାର ଉତ୍ତର ପାଇବା ପରେ ସେ ବୁଝିପାରିଥିରେ । ଯଦି ମୂଳରୁ ଭାଷାବିଦ ମାନେ ଏ ବ୍ୟବସ୍ଥା କରି ନଥାନ୍ତେ ତେବେ ଏପ୍ରକାର ପ୍ରଶ୍ନହିଁ ମନକୁ ଆସନ୍ତା ନାହିଁ । ଏ ସମସ୍ତ ବିଭେଦକୁ ଏକାକାର କରିବା ମାନେହିଁ, ଏସବୁର ମୌଳିକତାକୁ ନଷ୍ଟ କରିବା ।
ପୁଣି, ଲୋକପ୍ରିୟତା ପାଇଁ ଭାଷାର ମୌଳିକତା, ତା'ର ମାଧୁର୍ଯ୍ୟକୁ ନଷ୍ଟ କରିବାକୁ ହେବ କାହିଁକି ? ଚାଲିଥିବା ମୂଷାଦୌଡରେ ମିଶିବାକୁ ଏତେ ସାଲିସ କରିବାର ଆବଶ୍ୟକତା କେଉଁଠି ଅଛି ? ଯେମିତି କଲେଜରେ ଛୋଟ ଛୋଟ ଜାମା ପିନ୍ଧି ଆସୁଥିବା ଝିଅମାନେହିଁ ସାଧାରଣତଃ ଲୋକପ୍ରିୟ ହୋଇଥାନ୍ତି, ତା'ର ଅର୍ଥ କ'ଣ ନିଜର ଗରିମା, ଆତ୍ମସମ୍ମାନକୁ ଭୁଲି ସମସ୍ତେ ସେଇଆ କରିବେ ? ମୋ ମତରେ ଏହାକୁ ଶସ୍ତା ଲୋକପ୍ରିୟତା କୁହାଯାଏ । ଆଉ ଶସ୍ତା ଲୋକପ୍ରିୟତା ପାଇବାକୁ ଆଜିକାଲି ଲୋକ କଣ କଣ କରୁଛନ୍ତି ତାହା କାହାକୁ ଅଛପା ନାହିଁ ।
ଅନ୍ୟଭାଷାକୁ ଆଦର କରିବାରେ ବା ଆପଣେଇବାରେ ଅସୁବିଧା କିଛି ନାହିଁ, କିନ୍ତୁ ସେସବୁକୁ ଉଧାରସୂତ୍ରରେ ବ୍ୟବହାର କରିବାରେ ମୋର ଆପତ୍ତି ଅଛି ।
ଉପରେ ପରିବର୍ତ୍ତନ କୁ ପରିବର୍ତନ ବୋଲି ଲେଖିବାକୁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ଗ୍ରହଣୀୟ ନୁହେଁ । ବରଂ ବଦଳାଇବା ହିଁ ଠିକ ଅଛି । କାରଣ ଏମିତି ହେଲେ ଆମକୁ ସମୃଦ୍ଧି କୁ ସମୃଧି, ବିଶୁଦ୍ଧ କୁ ବିଶୁଧ ଆଦି ଲେଖିବାରେ ଆପତ୍ତି ନହେବା ଦରକାର । ଆଉ ମୋ ମତରେ ଏହାଠୁ ବଳି ବଡ ଭୁଲ କିଛି ହେବନାହିଁ । ଶବ୍ଦରେ ଯୁକ୍ତାକ୍ଷରର ସରଳୀକରଣ କରିବା ନାଁରେ ଭୁଲ ବନାନ ଲେଖିବା ଆଦୌ ସ୍ବାଗତଯୋଗ୍ୟ ନୁହେଁ । କମ୍ପ୍ୟୁଟର/ଫଣ୍ଟ/OS ଇତ୍ୟାଦିର ତୃଟିକୁ ନ ସୁଧାରି, ସେସବୁ ହିସାବରେ ନିଜର ଭାଷାକୁ ପରିବର୍ତ୍ତନ କରିବାଟା ଉଚିତ ହେବବୋଲି ମନେହୁଏ ନାହିଁ।
ବିଭିନ୍ନ OS, font, browser ର ସୁବିଧା/ଅସୁବିଧାକୁ ଆଖି ଆଗରେ ରଖି, ସମସ୍ତ ସଦସ୍ୟ ମାନଙ୍କ ମତାମତ ନେଇ ଏସବୁର ବ୍ୟବହାର କରାଯାଉ, କିନ୍ତୁ ନିର୍ଭୁଲ ଭାବରେ । ମୁଖ୍ୟ ପୃଷ୍ଠାରେ ଏ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯାଇପାରେ, ଯାହାଦ୍ୱାରା ପାଠକ ବିକୃତ ହୋଇ ଦେଖାଯାଉଥିବା ଶବ୍ଦ ସବୁକୁ ଠିକ ଭାବରେ ପଢିପାରିବେ ।
--ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୦୮:୪୯, ୧୦ ଜୁନ ୨୦୧୨ (UTC)
ଧନ୍ୟବାଦ ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୦:୨୩, ୧୦ ଜୁନ ୨୦୧୨ (UTC)
ଓଡ଼ିଆ ବ୍ୟାକରଣଭିତ୍ତିକ ଯେଉଁ ପରିବର୍ତ୍ତନ ଗୁଡିକ ଭାଷାବିଦ ମହଲରେ ସ୍ଵିକୃତୀଲାଭ କରିସାରିଛି ସେ ସବୁକୁ ଗ୍ରହଣ କରିବାରେ କୌଣସି ଆପତ୍ତି ନାହିଁ, ଏବଂ ତାହାର ବ୍ୟବହାର ମଧ୍ୟ ହେବା ଉଚିତ । କିନ୍ତୁ ଯଦି ତାହା ଏବେବି (ଭାଷାବିଦ ମହଲରେ) ବିବଦମାନ ଅବସ୍ଥାରେ ଅଛି, ତେବେ ମୂଳ ବନାନ ରଖିବାହିଁ ଉଚିତ ବୋଲି ମନେହୁଏ । ସେଥିପାଇଁ ଏପରି ଅବସ୍ଥାରେ ନିପୁଣ ଭାଷାବିଦ ମାନଙ୍କର ପରାମର୍ଶ ନେଲେ ଭଲହେବ ।
-- ଧନ୍ୟବାଦ ବିଶୁଦ୍ଧାକ୍ଷ (ମୋ ଆଲୋଚନା) ୧୧:୪୩, ୧୦ ଜୁନ ୨୦୧୨ (UTC)
ମୂଳ କଥା ହେଉଛି ଆମେ ଶବ୍ଦ ଗୁଡ଼ିକ କାହାପାଇଁ ପରିବର୍ତ୍ତନ କରୁଛେ? ଯଦି ନିଜ ପାଇଁ କରୁଛେ ତେବେ ଏହା ଆମ ଭିତର କଥା ଆମେ ନିଜ ନିଜ ମଧ୍ୟରେ ଆଲୋଚନା କରି ସମାଧାନ କରିପାରିବା କିନ୍ତୁ ଯଦି ପାଠକମାନଙ୍କ ନିମନ୍ତେ କରୁଛେ, ତେବେ ପାଠକମାନଙ୍କ ମତକୁ କିପରି ଜାଣିବା ସେ ବାଟ ଖୋଜିବାକୁ ପଡ଼ିବ ଉଇକିପିଡ଼ିଆ ପାଠକମାନେ କୌଣସି ବି ମାଧ୍ୟମରେ ଶବ୍ଦ ଗୁଡ଼ିକର ବଦଳ ନିମନ୍ତେ ଅଭିଯୋଗ/ ପରାମର୍ଶ ଦେଇଛନ୍ତି କି? ଯଦି ଉତ୍ତର ନା ହୁଏ, ତେବେ ଆମେ ଶବ୍ଦ ବଦଳ ପଛରେ ନ ମାତି ପ୍ରସଙ୍ଗର ଗୁଣବତ୍ତା ଓ ସଂଖ୍ୟା ବୃଦ୍ଧି ନିମନ୍ତେ ମିଳିତ ଚେଷ୍ଟା ଜାରି ରଖିବା ଉଚିତ ହେବ ପ୍ରସଙ୍ଗ ସଂଖ୍ୟା ବଢ଼ିଲେ ହିଁ ଉଇକିପିଡ଼ିଆର ପାଠକ ସଂଖ୍ୟା ବଢ଼ିବ ନଚେତ ଆମେ କରୁଥିବା ପରିବର୍ତ୍ତନ ପାଇଁ ପଛରେ ହୁଏତ ମନସ୍ତାପ କରିବାକୁ ପଡ଼ିପାରେ ଏବାବଦରେ ନିପୁଣ ଭାଷାବିଦ ମାନଙ୍କ ସହାୟତା ନେବା/ ଚେଷ୍ଟା କରିବା କେବଳ ଆମ ଶକ୍ତି ଓ ସମୟ ନଷ୍ଟ କରିବା ସାର ହେବ
ବର୍ତ୍ତମାନ ସାଧାରଣ ଦର୍ଶକ ଯେପରି ଓଡ଼ିଆ କଥାଚିତ୍ରରେ ମୌଳିକ ଓଡ଼ିଆ କାହାଣୀ ଖୋଜୁଛନ୍ତି, ଶ୍ରୋତାଟିଏ ଆଜିକାର ଭଜନରେ ଭାବ ଖୋଜୁଛି, ମା’ଟିଏ ନିଜ ଛୁଆ ପାଇଁ ଦେଶୀ ଗାଇ କ୍ଷୀର ଟିକେ ଖୋଜୁଛି, ସ୍ଵାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଯେପରି ଦେଶୀ ଖାଦ୍ୟଦ୍ରବ୍ୟ ଖୋଜୁଛନ୍ତି, କିଛି ବର୍ଷପରେ ଉଇକିପିଡ଼ିଆ ପାଠକ ମାନେ ସେହିପରି ଦେଶଜ ଶବ୍ଦ ମାନଙ୍କୁ ଝୁରି ହେଉଥିବେ, କିନ୍ତୁ ସେସବୁ ଖୋଜି ପାଉନଥିବେ ମମି ଡାକର ଗହଳି ଭିତରେ ବୋଉ ଡାକ ହଜିଗଲା ପରି ଲିଖିତ ଭାଷା ପଛରେ ଗୋଡ଼ାଇ କଥିତ ଭାଷାକୁ ହଜେଇ ଦେବାକୁ ଚେଷ୍ଟା କରିବା ନିମନ୍ତେ ଉଦ୍ୟମ ପରି ହେବ (ସହଜେ ଏବେ ଓଡ଼ିଆ କହୁଥିବା ଲୋକଙ୍କ ବ୍ୟବହାରରେ ଆସୁଥିବା ଓଡ଼ିଆଶବ୍ଦ ସଂଖ୍ୟା କମିବାରେ ଲାଗିଛି) ତେଣୁ ମୋ ମତରେ ପ୍ରତି ମାସରେ ଗୋଟିଏ କିମ୍ବା ଦୁଇଟି ଶବ୍ଦ ବାବଦରେ ବିସ୍ତୃତ ଆଲୋଚନା କରିବା (ଯାହା ଫଳରେ ସମସ୍ତେ ନିଜ ନିଜ ମତ ଦେବା ପାଇଁ ଯଥେଷ୍ଟ ସମୟ ପାଇବେ) ଠିକ ହେବ ଏହି ଆଲୋଚନା ବାବଦରେ ଅନେକ ନୂଆ ଓକିଆଳି/ଉଇକିଆଳି ଜାଣନ୍ତି ନାହିଁ, ତେଣୁ ସେମାନଙ୍କୁ ଫେସବୁକ ଗୋଠରେ ଜଣାଇ ଏଠାରେ ସେମାନଙ୍କର ମତ ଦେବା ନିମନ୍ତେ କହିବା
ସାଧାରଣ ପାଠକ ମାନଙ୍କ ଅନୁରୋଧ/ ଅଭିଯୋଗର ସମାଧାନ ନିମନ୍ତେ ଯେକୌଣସି ପରିବର୍ତ୍ତନକୁ ମୁଁ ସର୍ବଦା ସ୍ୱାଗତ କରିବି ବ୍ୟକ୍ତିଗତ ଭାବେ ଯୁକ୍ତାକ୍ଷରର ବ୍ୟବହାରକୁ ସମର୍ଥନ କରିବା ସହ ଏକାଥରକେ ଏତେ ଗୁଡ଼ିଏ ଶବ୍ଦର ବଦଳକୁ ମୁଁ ଦୃଢ଼ ବିରୋଧ କରେ ।
ତେବେ ବର୍ତ୍ତମାନ ପାଇଁ ଯେଉଁ ଶବ୍ଦ ଗୁଡ଼ିକ ନିମନ୍ତେ ମୋର ସମର୍ଥନ ଅଛି ସେଗୁଡିକ ହେଲା:
ଧନ୍ୟବାଦ ସହ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୦୨, ୧୧ ଜୁନ ୨୦୧୨ (UTC)
ଧନ୍ୟବାଦ ମୃତ୍ୟୁଞ୍ଜୟ ଭାଇ, ଏଇ କଥା ମୁଁ ଟିକେ ଡ଼େରିରେ ବୁଝିଲି। ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୭:୦୦, ୧୧ ଜୁନ ୨୦୧୨ (UTC)
ମାସରୁ ଅଧିକ ସମୟ ହେଲାଣି । ଯେଉଁ ଶବ୍ଦପାଇଁ କେହି କିଛି ଆପତ୍ତି କରି ନାହାନ୍ତି, ବଦଳୁଛି; ଆପଣମାନେ ମଧ୍ୟ ବଦଳାଇ ପାରିବେ । ଆଉ ଆଗକୁ ଏହି ସବୁ ଶବ୍ଦର ବ୍ୟବହାର ପାଇଁ ଅନୁରୋଧ ।
ଆଉ ଯେଉଁ ସବୁ ଶବ୍ଦ ରହିଗଲା, ଆପଣମାନେ ଚାହିଁଲେ ପୁଣି ଆଲୋଚନା କରିପାରିବେ; ଅଧିକ ସଭ୍ୟଙ୍କ ମତ ଆବଶ୍ୟକ । ଆଉ ଆରମ୍ଭରେ ଏହି ଆଲୋଚନାକୁ ଉଲ୍ଲେଖ କରନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୫, ୧୧ ଜୁଲାଇ ୨୦୧୨ (UTC)
ପ୍ରଥମ କଥା ହେଲା, ଏ ପୃଷ୍ଠାଟିକୁ ପଢି ଭାରି ଖୁସି ଲାଗିଲା । ଓଡିଆ ଭାଷା ଓ ଲିପି ବିଷୟରେ ଆପଣ ମାନଙ୍କ ମତାମତ ପଢି ମୁ ବହୁତ କିଛି ଜାଣିବାକୁ ପାଇଲି । ଭଲ ଲାଗିଲା । ମୋର ବ୍ୟକ୍ତିଗତ ମତ:
Wiki ଓଡ଼ିଆ | ||
- - - - - - - - - - - - Wiki India Chapter - - - - - - - - - - - - | ||
---|---|---|
Hi all,
Greetings from the Wiki India Chapter ! Wiki India is an autonomous non-profit organization. The objective of the Chapter is to educate Indian public about availability and use of free and open educational content and build capacity to access and contribute to such resources in various Indian languages and in English. It works in coordination with Wiki Foundation and the Wikipedian community to promote building and sharing of knowledge through Wiki projects. As you have shown an interest in articles related to India we thought you might be interested in knowing about the Wiki India chapter, its activities, volunteering and process to gain membership to the society. We need your help.
| ||
More details can be found at Official Portal • Our Blog • Our Wiki | ||
We welcome you to join and particpate in the India Chapter's activites. To join the chapter please click here. We thank you for your your contributions thus far and look forward to your continued participation.
|
Dear all, Assamese Wikipedia has seen phenomenal growth in the past one year. It currently has 31 active editors and 6 Wikiprojects (from 10 editors and no project in November 2011.) Their average monthly edits increased from 3000 in April 2011 to 5000 in November 2011. Congratulations, Assamese Community! India Program worked closely the - and this work was part of Shiju's pilot focused on basic community building. There are several lessons for how small (and larger) communities can be built. It is worth reflecting on what inspired this progress, and to share these with all other communities.
Strong communication: Like Shiju developed strong personal bonds with Assamese Wikipedians to guide them in their efforts, any community needs open communication, exchange of ideas and brainstorming to keep its projects going.
Initial push: Some of us are experienced editors and some might need help getting started. Shiju helped conduct the first two outreach sessions in Assam and this gave the community confidence to do more.
Encouraging collaboration: The basic idea of any Wikiproject is working together. A single editor can write many articles but a group of editors can manage a Wikiproject of hundreds of articles!
Building capacity and confidence: What started with basic support, translations and outreach advice by Shiju resulted in a wonderful 10th anniversary celebration where all editors themselves confidently put forth ideas to promote Assamese Wiki ଓଡ଼ିଆ.
Healthy environment: Any organization, club or even a group of friends needs cooperation and productive inputs to progress. Like the Assamese Wikipedia family, young and old people from different walks of life who contribute selflessly to Wikipedia need that motivation to continue. Let's always strive to make it a pleasant experience.
While this update focuses on how the Assamese community has successfully woven together a bunch of great friendships, collaborations and figured a great way of working toegether, these learnings could help every community think about what they could also do, or do more of!. If you want to discuss measures to build or improve your community or need our help to start a Wikiproject, you can write to Shiju ([email protected]) or if you are interested in conducting outreach sessions, do reach out to Nitika ([email protected]) Noopur28 (ମୋ ଆଲୋଚନା) ୧୧:୩୦, ୨୦ ଜୁନ ୨୦୧୨ (UTC)
ଲଗ ଇନ, ଆଉ ସାଇନ ଅପ ଭଳି ଶବ୍ଦ ଦୁଇଟିର ଓଡ଼ିଆ ବିକଳ୍ପ ନାହିଁ । ଆମେ ସାଧାରଣତ ଯେକୌଣସି ସାଇଟ ଖୋଲିଲେ ସେଥିରେ ଇଂରାଜୀରେ ଲଗ ଇନ/ସାଇନ ଅପ ଲେଖାହୋଇଥାଏ । ପ୍ରଥମ କରି ଏହାକୁ ଉଇକିରେ ଦେଖିଲାବେଳେ ହୁଏତ ତାହାର ମାନେ ସଭିଙ୍କୁ ବୁଝାପଡୁନଥିବ । ତାହାକୁ ଓଡ଼ିଆରେ ଲେଖିବା ବେଳେ ଅଧିକାଂଶ ପାଠକ ତାହାର ଅର୍ଥ ବୁଝିବାରେ ଅସଫଳ ନିଶ୍ଚେ ହେଉଥିବେ । ତେଣୁ ମୁଁ ଆପଣମାନଙ୍କ ଅଭିମତ ଲୋଡୁଛି ଏହାକୁ ଓଡ଼ିଆରେ ନରଖି ଇଂରାଜୀରେ ରଖିଲେ ତାହା ଜଣେ ପାଠକ ପାଖରେ ସହଜରେ ପହଞ୍ଚପାରନ୍ତା କି? ଓଡ଼ିଆ ଲିପିର ବ୍ୟବହାର ସବୁଠି କରାଯିବା ବିଧେୟ, ତେବେ ଏହିପରି କେତୋଟି ଜାଗାରେ ଇଂରାଜୀର ବ୍ୟବହାର କରି ଆମେ ଯେଉଁ ପାଠକ ମାନେ ସମ୍ପାଦକ ହେବା ଆଗରୁ ମୁହଁ ଭାଙ୍ଗି ଚାଲିଯାଉଛନ୍ତି ସେମାନଙ୍କୁ ଆମ ଭିତରୁ ଜଣେ କରିପାରିବା । ଦୟାକରି ତଳେ ନିଜର ଅଭିମତ ଦିଅନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୧:୫୩, ୨୬ ଜୁନ ୨୦୧୨ (UTC)
ଉଇକିପିଡ଼ିଆ:ଆଲୋଚନା_ସଭା/ଅଭିଲେଖ_୩#ସଙ୍ଘ_ଆଲୋଚନା_ସଭାର_ନାମ_ବଦଳ ଏଠାରେ ହୋଇଥିବା ଆଲୋଚନା ଅନୁସାରେ, "ସଙ୍ଘ ଆଲୋଚନା ସଭା"କୁ ବଦଳି "ସଙ୍ଘ ସୂଚନା ଫଳକ" କରୁଛି । -- ଅଂଶୁମାନ ତାର ଯୋଡ଼ିବେ? ୧୮:୪୦, ୭ ଜୁଲାଇ ୨୦୧୨ (UTC)
ବନ୍ଧୁଗଣ, ଅଗଷ୍ଟ ୨୦୧୨ ପାଇଁ ଗୋଟିଏ ଭଲ ଲେଖା ବାଛନ୍ତୁ । ପ୍ରତି ମାସ ପାଇଁ ମାସେ ଆଗରୁ ବାଛିଲେ ଭଲ ହେବ, ସମସ୍ତେ ମିଶି ସେଇ ଲେଖାଟିକୁ ଉନ୍ନତ କରିପାରିବା । ଏହି ପୃଷ୍ଠାରେ ମୁଁ ପ୍ରସ୍ତାବ ଦେଇଥିଲି, ଲେଖା ଚୟନ ମଧ୍ୟ ମାସର ବଛା ଲେଖା/ଅନୁରୋଧ ପୃଷ୍ଠାରେ କରନ୍ତୁ । ଏହି ପୃଷ୍ଠାର ଲିଙ୍କ "Sidebar"; 'ସହଯୋଗ କରନ୍ତୁ' ବିଭାଗରେ ମଧ୍ୟ ପାଇ ପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୧୧, ୧୭ ଜୁଲାଇ ୨୦୧୨ (UTC)
This article uses material from the Wikipedia ଓଡ଼ିଆ article ଅଭିଲେଖ ୪, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.