ଆତିୟା ସେଟ୍ଟି: ଭାରତୀୟ ଅଭିନେତ୍ରୀ

‌ଆତିୟା ସେଟ୍ଟି‌ (ଜନ୍ମ: ୫ ନଭେମ୍ବର ୧୯୯୨) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଅଭିନେତା ସଲମାନ ଖାଁଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ‌ହିରୋ‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ୨୦୧୫ରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଆତିୟା ‌ଦାଦାସାହେବ ଫଲକ‌ ପୁରସ୍କାର ପାଇବା ସ‌ହ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ ।

ଆତିୟା ସେଟ୍ଟି
ଆତିୟା ସେଟ୍ଟି: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ଅଭିନୀତ କଥାଚିତ୍ର
ଜନ୍ମ
ଆତିୟା ସେଟ୍ଟି

(1992-11-05) ୫ ନଭେମ୍ବର ୧୯୯୨ (ବୟସ ୩୧)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ
ପିତାମାତା(s)ସୁନୀଲ ସେଟ୍ଟି (ବାପା)
ମାନା ସେଟ୍ଟି (ମାଆ)
ସମ୍ପର୍କୀୟଆହାନ ସେଟ୍ଟି (ଭାଇ)
ୱେବସାଇଟwww.athiyashetty.com

ପ୍ରାରମ୍ଭିକ ଜୀବନ

ଆତିୟା ୫ ନଭେମ୍ବର ୧୯୯୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସୁନୀଲ ସେଟ୍ଟି ଜଣେ ଭାରତୀୟ କଥାଚିତ୍ର ଅଭିନେତା ଏବଂ ମାଆ ମାନା ସେଟ୍ଟି ଜଣେ ନିର୍ଦ୍ଦେଶିକା । ସେ ପଞ୍ଜାବୀ, ଗୁଜୁରାତି ଏବଂ ତୁଲୁ ବଂଶଧର । ତାଙ୍କ ବାପା ତୁଲୁ ବଂଶରୁ ଏବଂ ମାଆ ପଞ୍ଜାବୀ ଏବଂ ଗୁଜରାଟ ବଂଶଧର ।

ଆତିୟା ପ୍ରଥମେ କାଥେଡ୍ରାଲ୍ ଏଣ୍ଡ ଜନ୍ କୋନୋନ୍ ସ୍କୁଲରେ ପଢ଼ୁଥିଲେ ଏବଂ ପରେ ଆମେରିକାନ୍ ସ୍କୁଲ ଓଫ୍ ବମ୍ବେକୁ ସ୍ଥାନାନ୍ତରିତ ହୋଇଥିଲେ । ସେହି ସ୍କୁଲରେ ଆତିୟାଙ୍କ ସ‌ହ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ଟାଇଗର ଶ୍ରଫ୍ ପଢ଼ୁଥିଲେ । ଚଳଚ୍ଚିତ୍ରରେ ଅଭିନୟ କରିବାର ଇଚ୍ଛା ପାଇଁ ସେ ୧୮ ବର୍ଷ ବୟସରେ ‌ନିଉ ୟର୍କ ଫିଲ୍ମ ଆକାଡେମି‌ରେ ପଢ଼ିବାକୁ ଏକୁଟିଆ ନିଉ ୟର୍କ ଯାଇଥିଲେ ।

ଅଭିନୟ ଜୀବନ

୨୦୧୫ରେ ଆତିୟା ସଲମାନ ଖାଁଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‌ହିରୋ‌ ଜରିଆରେ ହିନ୍ଦୀ କାଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିଖିଲ ଆଡ୍‌ଭାନୀ । ଏହି ଚଲଚ୍ଚିତ୍ରରେ ଆତିୟାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୂରଜ ପଞ୍ଜୋଲି । ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଥିବା ସୂରଜ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଆତିୟାଙ୍କୁ ‌ଦାଦାସାହେବ ଫଲକ‌ ପୁରସ୍କାର ମିଳିବା ସ‌ହ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଆତିୟାଙ୍କର ଅଭିନୟ ପାଇଁ କିଛି ସମୀକ୍ଷକମାନେ ମଧ୍ୟ ତାଙ୍କୁ ଆହୁରି ଅନେକ କିଛି ଶିଖିବାର ଅଛି ବୋଲି ମନ୍ତବ୍ୟ ଦେଇଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ସେ ମେବେଲାଇନ୍ ନିଉ ୟର୍କର ଭାରତୀୟ ମତାଧିକାରର ମୁଖ୍ୟ ବାର୍ତ୍ତାବ‌ହ ଭାବରେ କାର୍ଯ୍ୟ କରିଥିଲେ । ଏଥିସ‌ହ କିଛି ଭାରତୀୟ ବଡ଼ ବଡ଼ ପତ୍ରିକାର ପ୍ରଥମ ପୃଷ୍ଠାରେ ମଧ୍ୟ ନ‌ଜର ଆସିଥିଲେ ।

୨୦୧୭ ଜୁଲାଇରେ ଆତିୟାର ୨ୟ ଚଳଚ୍ଚିତ୍ର ‌ମୁବାରକନ୍‌ ମୁକ୍ତିଲାଭ କରିବାର ଅଛି । ଏହି ଚଳଚ୍ଚିତ୍ରରେ ଆତିୟାଙ୍କ ସ‌ହ ଅଭିନେତା ଅନୀଲ କପୁର, ଅର୍ଜୁନ କପୁର, ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍ ପ୍ରମୁଖ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର

  • ୨୦୧୫: ହିରୋ
  • ୨୦୧୭: ମୁବାରକନ୍

ଆଧାର

ଅଧିକ ତ‌ଥ୍ୟ

Tags:

ଆତିୟା ସେଟ୍ଟି ପ୍ରାରମ୍ଭିକ ଜୀବନଆତିୟା ସେଟ୍ଟି ଅଭିନୟ ଜୀବନଆତିୟା ସେଟ୍ଟି ଅଭିନୀତ କଥାଚିତ୍ରଆତିୟା ସେଟ୍ଟି ଆଧାରଆତିୟା ସେଟ୍ଟି ଅଧିକ ତ‌ଥ୍ୟଆତିୟା ସେଟ୍ଟିସଲମାନ ଖାଁ

🔥 Trending searches on Wiki ଓଡ଼ିଆ:

ହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାରମଜାନଗୋପୀନାଥ ମହାନ୍ତିକଲମବିଶ୍ୱତାପନଲକ୍ଷ୍ମଣ ମିଶ୍ରକୃଷ୍ଣପ୍ରସାଦ ମିଶ୍ରଚୌଧୁରୀ ବିକାଶ ଦାସଓଡ଼ିଆ କାବ୍ୟ କବିତାଚିଲିକା ହ୍ରଦସୁନାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭକ୍ତ ଚରଣ ଦାସଧରଣୀଧର ଭୂୟାଁମନମୋହନ ସାମଲଗୁରୁଅଂଶୁଘାତ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପଠାଣି ସାମନ୍ତଅଶୋକାଷ୍ଟମୀଗୌରୀଶଙ୍କର ରାୟସୀତା ବିବାହଭାରତର ସଂସ୍କୃତିରବି କାନୁନଗୋବ୍ରାହ୍ମଣକାମଦା ଏକାଦଶୀହାଡ଼ଫୁଟିଜଗନ୍ନାଥ ମନ୍ଦିରବିଶ୍ୱ ଏଡ୍‌ସ ଦିବସରାଜେନ୍ଦ୍ର ନାରାୟଣ ସିଂହଦେଓଅସହଯୋଗ ଆନ୍ଦୋଳନବୀର ସୁରେନ୍ଦ୍ର ସାଏରାଜ୍ୟ ସଭାwiki.phtmlଟାଇଫଏଡ୧୯୯୯ ଓଡ଼ିଶା ମହାବାତ୍ୟାନବକଳେବରବ୍ରଜ କିଶୋର ପ୍ରଧାନକଳାପାହାଡ଼ଅଟିଜିମ୍‌ସିକ୍ଲ ସେଲ୍ ରୋଗଚିତ୍ରା (ନକ୍ଷତ୍ର)୨୪ ଅପ୍ରେଲଗୋପାଳ ଛୋଟରାୟଦରବାର (କବିତା)ବାଞ୍ଛାନିଧି ମହାନ୍ତିବୈକୁଣ୍ଠନାଥ ପଟ୍ଟନାୟକଦଣ୍ଡ ନାଟଆତ୍ମହତ୍ୟାଲିଙ୍ଗରାଜ ମନ୍ଦିରଜବାହରଲାଲ ନେହେରୁଚୈତନ୍ୟରାଖାଲ ମହାନ୍ତିତାରାପ୍ରସାଦ ଦାସପର୍ଯ୍ୟାୟ ସାରଣୀଉତ୍କଳ ବିଶ୍ୱବିଦ୍ୟାଳୟଶ୍ରୀ ଅରବିନ୍ଦସ୍ୱାମୀ ବିବେକାନନ୍ଦକଳିଙ୍ଗ ଯୁଦ୍ଧଜୟୀ ରାଜଗୁରୁ🡆 More