ଆଣ୍ଠୁ ସ୍ଥାନ‌ଚ୍ୟୁତି

ଆଣ୍ଠୁ ସ୍ଥାନ‌ଚ୍ୟୁତି (ଇଂରାଜୀ ଭାଷାରେ knee dislocation) ଏକ ପ୍ରକାର ଗଣ୍ଠି ଆଘାତ (knee injury) ଯେଉଁଥିରେ ଟିବିଆ (tibia) ଓ ଫିମର (femur) ମଧ୍ୟରେ ଥିବା ଗଣ୍ଠି (joint) ସ୍ଥାନ‌ଚ୍ୟୁତ ହୋଇଥାଏ । ଏହି ଆଘାତ ହେଲେ ଆଣ୍ଠୁ ଯନ୍ତ୍ରଣା (Knee pain), ଆଣ୍ଠୁ ବିକଳାଙ୍ଗ ଆଦି ଲକ୍ଷଣ ଦେଖାଯାଏ ଓ ଆଣ୍ଠୁ ଅସନ୍ତୁଳିତ ଥାଏ । ଅଧିକ ଶକ୍ତ ଆଘାତ ହୋଇଥିଲେ ପ‌ପ୍ଲିଟିଆଲ ଧମନୀ ଆଘାତ (artery behind the knee), କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ହୋଇପାରେ ।

ଆଣ୍ଠୁ ସ୍ଥାନ‌ଚ୍ୟୁତି (Knee dislocation)
ଆଣ୍ଠୁ ସ୍ଥାନ‌ଚ୍ୟୁତି
ବାମ ଆଣ୍ଠୁର ସାଧାରଣ ଏକ୍ସ-ରେ ଚିତ୍ରରେ ଆଣ୍ଠୁ ସ୍ଥାନ‌ଚ୍ୟୁତି ଦେଖାଯାଉଛି ।
ଲକ୍ଷଣଆଣ୍ଠୁ ଯନ୍ତ୍ରଣା (Knee pain), ଆଣ୍ଠୁ ବିକଳାଙ୍ଗ
କାରଣଆଘାତ
ରୋଗ ନିର୍ଣ୍ଣୟ ପଦ୍ଧତିଇତିହାସ, ଶାରୀରିକ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging)
ସଠିକ ରୋଗ ନିର୍ଣ୍ଣୟଫିମର ଅସ୍ଥିଭଗ୍ନ (Femur fracture), ଟିବିଆ ଅସ୍ଥିଭଗ୍ନ (tibial fracture), ପାଟେଲା ସ୍ଥାନ‌ଚ୍ୟୁତି (patellar dislocation), ଏସିଏଲ ଛିନ୍ନତା (ACL tear)
ଚିକିତ୍ସାପୁନଃସ୍ଥାପନ (Reduction), (splinting), ଅପରେଶନ
Prognosis୧୦% ରିସ୍କ ବିଚ୍ଛେଦନ (amputation)
ପୁନଃପୌନିକବର୍ଷକୁ ୧୦୦,୦୦୦ ଜଣରେ ଜଣେ

ପ୍ରାୟ ଅଧା ସଂଖ୍ୟକ ଲୋକ ପ୍ରମୁଖ (major trauma) ଓ ବାକି ଅଧା ଲୋକ ସାମାନ୍ୟ କାରଣରୁ ଏହି ଆଣ୍ଠୁ ସ୍ଥାନ‌ଚ୍ୟୁତି ଭୋଗ କରନ୍ତି । ପ୍ରାୟ ଅଧା ସଂଖ୍ୟକ କେଶ୍‌ରେ ଡାକ୍ତରଖାନାକୁ ଯିବା ପୂର୍ବରୁ ଆପେ ଆପେ ପୁନଃସ୍ଥାପନ ହୋଇଯାଏ । ଏଥିରେ ଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ (anterior cruciate ligament), ପୋଷ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ (posterior cruciate ligament), ମିଡିଆଲ (medial collateral ligament) ବା ଲାଟରାଲ କୋଲାଟରାଲ ଲିଗାମେଣ୍ଟ (lateral collateral ligament) ଛିଣ୍ଡିଯାଇଥାଏ । ଆଙ୍କଲ-ବ୍ରାକିଆଲ ପ୍ରେସର ଇଣ୍ଡେକ୍ସ (ankle-brachial pressure index) ୦.୯ରୁ କମ୍ ଥାଏ ତେବେ ରକ୍ତନଳୀ ଆଘାତ ଚିହ୍ନଟ କରିବା ନିମନ୍ତେ ସିଟି ଆଞ୍ଜିଓଗ୍ରାଫି (CT angiography) କରିବାକୁ ସୁପାରିସ କରାଯାଏ । ଅନ୍ୟଥା ବାରମ୍ବାର ଶାରୀରିକ ପରୀକ୍ଷା କଲେ (physical exams) ଯଥେଷ୍ଟ ହୋଇପାରେ ।

ସ୍ଥାନ‌ଚ୍ୟୁତ ଗଣ୍ଠି ଥିଲେ ପୁନଃସ୍ଥାପନ (Reduction) କରି ସ୍ପିଣ୍ଟ (splinting) ଦିଆଯାଏ; ଓ ଏହା ସିଡେସନ (procedural sedation) ଦେଇ କରାଯାଏ । ଧମନୀ କ୍ଷତିଗ୍ରସ୍ତ ହୋଇଥିଲେ ସଙ୍ଗେ ସଙ୍ଗେ ଅପରେଶନ କରାଯାଏ । ଏକାଧିକ ଅପରେଶନ ଆବଶ୍ୟକ ହୋଇପାରେ । ପ୍ରାୟ ୧୦% କେଶ୍‌ରେ ବିଚ୍ଛେଦନ ବା ଆମ୍ପୁଟେସନ (amputation) ଆବଶ୍ୟକ ହୁଏ ।

ବର୍ଷକୁ ଏକ ଲକ୍ଷ ଲୋକରେ ଜଣକର ଆଣ୍ଠୁ ସ୍ଥାନ‌ଚ୍ୟୁତି ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ହୁଏ । ଅଳ୍ପ ବୟସ୍କ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଖ୍ରୀ:ପୂ: ୨୦ରେ ମେଗେସ ଅଫ ସିଡନ (Meges of Sidon) ଏହାର ବର୍ଣ୍ଣନା କରିଥିଲେ ।

ଆଧାର

Tags:

en:Knee painen:femuren:jointen:knee injuryen:popliteal arteryen:tibiaଇଂରାଜୀ ଭାଷାକମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ

🔥 Trending searches on Wiki ଓଡ଼ିଆ:

ଓଡ଼ିଶୀରକ୍ତଇରା ମହାନ୍ତିଭାରତୀୟ ସମ୍ବିଧାନଭଣ୍ଡ ଗଣେଶରତ୍ନାକର ଚଇନିସୀତାକାନ୍ତ ମହାପାତ୍ରସତୀ ଅନୁସୂୟାଆଚାର୍ଯ୍ୟ ହରିହରନରେନ୍ଦ୍ର ମୋଦୀସମ୍ବଲପୁର ଜିଲ୍ଲାବାଘଉତ୍କଳ ସମ୍ମିଳନୀବାମାଚରଣ ମିତ୍ରଧରିତ୍ରୀ୧ମ ଓଡ଼ିଶା ବିଧାନ ସଭାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଜୟ ଜଗନ୍ନାଥଅଚ୍ୟୁତାନନ୍ଦ ଦାସ୧୦୫୪ମହମ୍ମଦ ମୋକିମ୍ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଗୁଣିର ଶଗଡ଼ (କଥାଚିତ୍ର)ଭୂମିକମ୍ପଗଙ୍ଗାଧର ରଥଚିତ୍ତରଞ୍ଜନ ତ୍ରିପାଠୀଆନ୍ଧ୍ର ପ୍ରଦେଶକୋଣାର୍କନବଯୌବନ ବେଶଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜ୍ୟ ସଭାଶ୍ରୀନିବାସ ରାମାନୁଜନଭଦଭଦଳିଆଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହୃତ୍‌ପିଣ୍ଡସ୍ତନଓଡ଼ିଶାର ଭୂଗୋଳଭାରତ ସରକାରସଚ୍ଚିଦାନନ୍ଦ ରାଉତରାୟବଳଏଞ୍ଜେଲା ମେର୍କେଲ୍ସମ୍ବଲପୁରରେଶମ ପଥକୃଷ୍ଣଛାନ୍ଦନେଲସନ ମଣ୍ଡେଲାଛାରପୋକତାରିଣୀ ମନ୍ଦିର, ଘଟଗାଁଓପନ-ସୋର୍ସ ସଫ୍ଟୱେରସୁଭାଷ ଚନ୍ଦ୍ର ବୋଷଶ୍ରବଣ ( ରାମାୟଣ ର ଚରିତ୍ର )ନବୀନ ପଟ୍ଟନାୟକପୋଟଳ ରସାରାସେଶ୍ୱରୀ ପାଣିଗ୍ରାହୀଘରଇଣ୍ଡୋନେସିଆପଖିଆଫେବୃଆରୀଟ୍ରାପିଜିଅମଗିରିଜା କୁମାର ବଳୀୟାରସିଂହ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଗୋପୀନାଥ ମହାନ୍ତିବଉଳକାଗଜରାଶି ଓ ନକ୍ଷତ୍ରକାଜାଖସ୍ତାନଟାହିଆଲାଗି ବେଶ୨୮ ଫେବୃଆରୀଦେବସ୍ନାନ ପୂର୍ଣ୍ଣିମା🡆 More