ଅଥାନ ଗର୍ଭ

ଅଥାନ ଗର୍ଭ ବା ଏକ୍ଟୋପିକ ପ୍ରେଗନାନସି (ଇଂରାଜୀରେ Ectopic pregnancy, also known as eccyesis or tubal pregnancy) ଏକ ପ୍ରକାର ଗର୍ଭାଧାନ ଜଟୀଳତା ଯେଉଁଥିରେ ଭୃଣ ଜରାୟୁ ବାହାରେ ସଂଯୁକ୍ତ ହୁଏ । ଏହି ରୋଗର ଲକ୍ଷଣ: ଉଦର ଯନ୍ତ୍ରଣା ଓ ଯୋନୀପଥ ରକ୍ତସ୍ରାବ । ୫୦ %ରୁ କମ ମହିଳାଙ୍କଠାରେ ଉଭୟ ଲକ୍ଷଣ ଦେଖାଯାଏ । ଯନ୍ତ୍ରଣା ତୀବ୍ର, ମାନ୍ଦା ବା କ୍ରାମ୍ପ ଭଳି ହୋଇପାରେ । ପେଟ ଭିତରେ ରକ୍ତସ୍ରାବ ହେଲେ କାନ୍ଧ ଯନ୍ତ୍ରଣା ମଧ୍ୟ ହୋଇପାରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଦୃତ ହୃଦଗତି, ଚେତାଶୂନ୍ୟ ବା ସକ୍ ହୁଏ । କ୍ୱଚିତ ଏହି ଫିଟସ ବଞ୍ଚିରହେ ।

ଅଥାନ ଗର୍ଭ
ଅଥାନ ଗର୍ଭ
ଲାପାରୋସ୍କୋପିରେ ଦେଖାଯାଉଛି, (ନୀଳ ତୀର ଚିହ୍ନିତ) ଜରାୟୁ, ବାମ ପାଖ ଫାଲୋପିଆନ ଟ୍ୟୁବରେ ଅଥାନ ଗର୍ଭ ଓ ରକ୍ତସ୍ରାବ (ଲାଲ ତୀର ଚିହ୍ନିତ ଅଂଶ ) ଦେଖାଉଛି । ଡାହାଣ ଟ୍ୟୁବ ସଠିକ ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics and gynecology
ଆଇସିଡ଼ି-୧୦O00.
ଆଇସିଡ଼ି-୯-ସିଏମ୍633
ରୋଗ ଡାଟାବେସ4089
ମେଡ଼ିସିନ-ପ୍ଲସ000895
ଇ-ମେଡ଼ିସିନmed/3212 emerg/478 radio/231
Patient UKଅଥାନ ଗର୍ଭ
MeSHD011271

ଏହି ରୋଗ ନିମନ୍ତେ ସଙ୍କଟଦାୟକ ଅବସ୍ଥାମାନଙ୍କର ନାମ: ପେଲଭିକ ପ୍ରଦାହ ରୋଗ ଅଧିକାଂଶ ସମୟରେ କ୍ଲାମିଡିଆ ସଂକ୍ରମଣ ଯୋଗୁ, ଧୂମ୍ରପାନ। ସ‌ହାୟତାପୂର୍ଣ୍ଣ ପ୍ରଜନ‌ନ ଟେକନୋଲୋଜି]] । ଅଥାନ ଗର୍ଭ ଇତିହାସ ଥିଲେ ସଙ୍କଟ ଅଧିକ ରହେ । ଅଧିକାଂଶ (୯୦ %) କ୍ଷେତ୍ରରେ ଫାଲୋପିଆନ ଟ୍ୟୁବରେ ହୁଏ ଯାହାକୁ ଟ୍ୟୁବାଲ ପ୍ରେଗନାନସି ବା ଟ୍ୟୁବାଲ ଗର୍ଭ କୁହାଯାଏ । ଏହି ଭୃଣ ସଂଯୋଗ ଜରାୟୁ ମୁଖ (ସର୍ଭିକ୍ସ), ଡିମ୍ବାଶୟ (ଓଭାରି) ଓ ଉଦରରେ (ଆବଡୋମେନ) ମଧ୍ୟ ହୋଇପାରେ । ରକ୍ତ ପରୀକ୍ଷାରେ ହ୍ୟୁମାନ ଗୋନାଡ଼ୋଟ୍ରୋଫିନ ବା ଏଚସିଜି ଓ ଅଲଟ୍ରାସାଉଣ୍ଡ କରି ଅଥାନ ଗର୍ଭ ନିର୍ଣ୍ଣୟ କରାଯାଏ । ଏହି ପରୀକ୍ଷା ଏକାଧିକ ଥର କରିବା ଆବଶ୍ୟକ ହୋଇପାରେ । ଯୋନୀପଥ ମଧ୍ୟରେ ଅଲଟ୍ରାସାଉଣ୍ଡ କଲେ ଉତ୍ତମ କାମ କରେ । ଏକାଭଳି ଲକ୍ଷଣ ଅନ୍ୟ ରୋଗ ଯଥା ଗର୍ଭପାତ, ଓଭାରିଆନ ଟରସନ, ଆକ୍ୟଟ ଟରସନ ଓ ଆକ୍ୟୁଟ ଆପେଣ୍ଡିସାଇଟିସ ଭଳି ରୋଗମାନଙ୍କରେ ଲକ୍ଷ କରାଯାଏ ।

ଏହି ରୋଗର ପ୍ରତିଷେଧ ସ୍ୱରୁପ ସଙ୍କଟାବସ୍ଥା କ୍ଲାମିଡିଆ ସଂକ୍ରମଣ ଉପସ୍ଥିତି ନିମନ୍ତେ ସ୍କ୍ରିନିଙ୍ଗ ଓ ପରବର୍ତ୍ତୀ ଚିକିତ୍ସା ଆବଶ୍ୟକ । କେତେକ ଅଥାନ ଗର୍ଭ ଆପେ ଆପେ ବିନା ଚିକିତ୍ସାରେ ଉପଶମ ହୋଇଯାଇପାରେ, କିନ୍ତୁ ୨୦୧୪ ମସିହା ସୁଦ୍ଧା ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ । କେତେକ କେଶରେ ମେଥୋଟ୍ରେକସେଟ ଓ ଅପରେଶନ ଫଳପ୍ରଦ ହୁଏ । ରୋଗୀର ବିଟା-ଏଚ,ସି,ଜି, ସ୍ତର କମ ଥିଲେ ଓ ଫିଟସ ଛୋଟ ଥିଲେ ଏହା ଭଲ କାମ କରେ । ଟ୍ୟୁବ ଫାଟିଯାଇ ଫିଟସର ହୃତ ସ୍ପନ୍ଦନ ଠିକ ଥିଲେ କିମ୍ବା ରୋଗୀର ଭାଇଟାଲ ଚିହ୍ନ ଦୁର୍ବଳ ଥିଲେ ଅପରେଶନ କରାଯାଇପାରେ । ଲାପାରୋସ୍କୋପି ବା ଲାପାରୋଟୋମି ଅପରେଶନ କରାଯାଇପାରେ । ଚିକିତ୍ସା କଲେ ଭଲ ଫଳ ମିଳେ ।

ବିକଶିତ ଦେଶମାନଙ୍କରେ ଅଥାନ ଗର୍ଭ ହାର ମୋଟ ଜୀବନ୍ତ ଜନ୍ମର ୧ରୁ ୨ %, ଆସିସ୍ଟେଡ ରିପ୍ରୋଡକ୍ଟିଭ ଟେକନୋଲୋଜିର ସାହାଯ୍ୟ ନେଲେ ଏହା ୪ % ହୁଏ । ପ୍ରଥମ ତ୍ରୈମାସିକରେ ଗର୍ଭ ମୃତ୍ୟୁର ଏହା ପ୍ରଧାନ କାରଣ ଓ ସମୁଦାୟ ମୃତ୍ୟୁର ୧୦% । ବିକଶିତ ଦେଶମାନଙ୍କରେ ଏହାର ଫଳାଫଳ ଉନ୍ନତି ଲାଭ କଲାବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭଲ ନୁହେଁ । ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର 0.୧ରୁ 0.୩ ଓ ବିକାଶଶୀଳ ଦେଶମାନଙ୍କରେ ୧ରୁ ୩ % । ଏହି ରୋଗ ବିଷୟରେ ପ୍ରଥମେ ୧୧ଶ ଶତାବ୍ଦୀରେ ଆଲବୁକାସିସ ଉଲ୍ଲେଖ କରିଥିଲେ ।

ଆଧାର

Tags:

ଉଦର ଯନ୍ତ୍ରଣାଯୋନୀପଥ ରକ୍ତସ୍ରାବ

🔥 Trending searches on Wiki ଓଡ଼ିଆ:

ଶ୍ରୀରାଧାଓଡ଼ିଆ ଭ୍ରମଣ ସାହିତ୍ୟଉଇକିଖବରଶୁକଦେବକଟକ ଚଣ୍ଡୀ ମନ୍ଦିରଧର୍ମସତ୍ୟବାଦୀ ବନ ବିଦ୍ୟାଳୟବ୍ୟଞ୍ଜନ ବର୍ଣ୍ଣଖୁସି ଯୋଜନାଭର୍ତ୍ତୃହରି ମହତାବବାସନ୍ତୀପଞ୍ଜାବୀ ଭାଷାDharanidhar Bhuyanଗୋପୀନାଥ ମହାନ୍ତିଜଗତସିଂହପୁରଜୟୀରାମ ସାମଲଜାଭାସ୍କ୍ରିପ୍ଟଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାଟର (ବେନାମୀ ନେଟୱାର୍କ)ବି. ଆର. ଆମ୍ବେଦକରଜାପାନୀ ଭାଷାଓଡ଼ିଆଅର୍ଥଶାସ୍ତ୍ରଘରକନ୍ୟା (ରାଶି)ଫୋଷ୍ଟାମାଟିନିବମହେନ୍ଦ୍ର ସିଂହ ଧୋନିଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପିମିଳିତ ଜାତିସଂଘଧର୍ମେନ୍ଦ୍ର ପ୍ରଧାନବୀର ସୁରେନ୍ଦ୍ର ସାଏଜୀବନସାଥୀରାସେଶ୍ୱରୀ ପାଣିଗ୍ରାହୀପାକସ୍ଥଳୀ ପ୍ରଦାହଐଶ୍ୱର୍ଯ୍ୟା ରାୟଉଇକିପିଡ଼ିଆଅମର ପ୍ରସାଦ ଶତପଥୀରଥଯାତ୍ରାଧରଣୀଧର ଭୂୟାଁଅସହଯୋଗ ଆନ୍ଦୋଳନମନମୋହନ ସାମଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜୟଦେବହାତୀବେଦୟୁ ଟ୍ୟୁବନୀଲ ଆର୍ମଷ୍ଟ୍ରଙ୍ଗଲବଣ ସତ୍ୟାଗ୍ରହଭରତ (ରାମାୟଣ)ଟାଇଫଏଡ ଜ୍ଵରବନ୍ଧୁ (କଥାଚିତ୍ର)ଶିବଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୧ମ ଓଡ଼ିଶା ବିଧାନ ସଭାଅକ୍ଟୋବରପଞ୍ଚତନ୍ତ୍ରହଳଦୀ୧୧ ଫେବୃଆରୀଆଡାମ୍ ସ୍ମିଥ୍ଆଇଓଏସଜର୍ମାନୀଗୋପାଳ ଚନ୍ଦ୍ର ପ୍ରହରାଜମୁଖ୍ୟମନ୍ତ୍ରୀ (ଓଡ଼ିଆ କଥାଚିତ୍ର)ଭୁବନେଶ୍ୱର ବେହେରାରାଧାନାଥ ରାୟସୁନୟନାଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଉଇକିକଥାଖାରବେଳ୫ ଅଗଷ୍ଟ🡆 More