ରାଇନୋଫାଇମା

ରାଇନୋଫାଇମା ହେଉଛି ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ । ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲାଲ ହୋଇପାରେ, ରକ୍ତନଳୀ ଦୃଶ୍ୟମାନ ହୋଇପାରେ । ଏହାଦ୍ୱାରା ମାନସିକ ଚାପ ସୃଷ୍ଟି ହୁଏ ଏବଂ ନାକରୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ । ନାକ ବ୍ୟତୀତ ଥୋଡ଼ି, କାନ, ଆଖିପତା ଏବଂ କପାଳ ମଧ୍ୟ ସମାନ ଭାବରେ ପ୍ରଭାବିତ ହୋଇପାରେ ।

Rhinophyma
ରାଇନୋଫାଇମା
An Old Man and His Grandson, by Domenico Ghirlandaio
ବିଭାଗDermatology, ENT surgery
ଲକ୍ଷଣEnlarged and bulbous nose
ଆକ୍ରାନ୍ତ ସମୟOlder males
କାରଣUnclear
ବିପଦ କାରକRosacea
ରୋଗ ନିର୍ଣ୍ଣୟ ପଦ୍ଧତିExamination
ସଠିକ ରୋଗ ନିର୍ଣ୍ଣୟBasal cell cancer, sarcoidosis, lymphoma, leishmaniasis
ଔଷଧMetronidazole, azelaic acid, tetracycline antibiotics, isotretinoin
ଚିକିତ୍ସାMedications, procedures
ପୁନଃପୌନିକ0.1%

ଏହି ରୋଗର କାରଣ ସ୍ପଷ୍ଟ ହୋଇନାହିଁ । ସାଧାରଣତଃ ଏହା ରୋଜେସିଆ ରୋଗର ଜଟିଳତା ଭାବରେ ଘଟିଥାଏ, ଯଦିଓ ବ୍ରଣ ପରେ ମଧ୍ୟ ହୋଇପାରେ । ଏହା ଭୁଲ୍ ବଶତ ମଦ୍ୟପାନ ସହିତ ଲିଙ୍କ୍ ହୋଇଛି । ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ସେବାସେଅସ ଗ୍ରନ୍ଥି ଏବଂ ସଂଯୋଜକ ତନ୍ତୁ ବୃଦ୍ଧି ସହିତ ଜଡିତ । ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ।

ଏହାର ଚିକିତ୍ସାରେ ମେଟ୍ରୋନିଡାଜୋଲ କିମ୍ବା ଆଜେଲାଇକ୍ ଏସିଡ୍ ପରି କ୍ରିମ୍ ବ୍ୟବ‌ହାର କରାହୋଇପାରେ; ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ଦିଆଯାଇପାରେ । କ୍ରାୟୋଥେରାପି, ଡର୍ମାବ୍ରେସନ୍, ଏବଂ ଲେଜର ଥେରାପି ଭଳି ଅନେକ ପଦ୍ଧତି ବ୍ୟବହାର କରାଯାଇପାରେ । ଏହି ପ୍ରଣାଳୀଗୁଡ଼ିକ ସାହାଯ୍ୟରେ ଅତି କମରେ ସ୍ୱଳ୍ପ ମିଆଦି ଉପକାର ମିଳିଥାଏ । ରାଇନୋଫାଇମା ମଧ୍ୟରେ ବାସାଲ୍ କୋଷ କର୍କଟ ହୋଇପାରେ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗରେ ପ୍ରାୟ ୦.୧% ଲୋକ ପ୍ରଭାବିତ ହୋଇଛନ୍ତି । ୫୦ ବର୍ଷରୁ ଅଧିକ ଧଳା ପୁରୁଷଙ୍କଠାରେ (ଗୋରା ଲୋକ) ଏହି ଅବସ୍ଥା ଅଧିକ ଦେଖାଯାଏ ଏସିଆ ଲୋକ ଏବଂ ଆଫ୍ରିକୀୟମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। ୧୪୦୦ ମସିହା ପରଠାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି । ଏହାକୁ ହୁଇସ୍କି ନାକ, ଜିନ ବ୍ଲୋସୋମ ଓ ଆଳୁ ନାକ ମଧ୍ୟ କୁହାଯାଏ । ବାରମ୍ବାର ଏହି ଅବସ୍ଥା କଳଙ୍କ ସହିତ ଜଡିତ ଥାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମାଛଚେତନ ଭଗତସୁରେନ୍ଦ୍ର ନାୟକଚନ୍ଦନ ଯାତ୍ରାବୀଜାଣୁ୧୫୨୮ଇଂରାଜୀ ଭାଷାଦେବୀପ୍ରସନ୍ନ ପଟ୍ଟନାୟକକୌଶଲ୍ୟା ବନ୍ଧମହୁଲମନୋଜ ଦାସଦକ୍ଷିଣ ଚୀନ ସାଗରଅହିରାଜକା (ଉପନ୍ୟାସ)ଶୁଚିତ୍ୱଦକ୍ଷିଣ ଆଫ୍ରିକା୧୭ ମାର୍ଚ୍ଚଭୌଗଳିକ ଦିଗବାରେଣିଓଡ଼ିଆ ଭାଷା ଆନ୍ଦୋଳନମିଖାଇଲ ଗୋର୍ବାଚୋଭପାଇକ ବିଦ୍ରୋହସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର ଜିଲ୍ଲାଗୀତଗୋବିନ୍ଦପରିଣାମଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଚୈତନ୍ୟଜଗନ୍ନାଥଙ୍କ ବେଶ୧୩ ମାର୍ଚ୍ଚଲାଟିନ ଭାଷାପୃଥିବୀର ବାୟୁମଣ୍ଡଳ୧୫୭୬ସ୍ୱାମୀ ବିବେକାନନ୍ଦବେଙ୍ଗସୀସାଯୌନ ସମ୍ଭୋଗତନ୍ଦ୍ରାଲୋକର ପ୍ରହରୀଚାଉଳଭିକାରୀ ବଳଭାରତୀୟ ଜାତୀୟ କଂଗ୍ରେସତରୁଣକାନ୍ତି ମିଶ୍ରହରେକୃଷ୍ଣ ମହତାବରେଭେନ୍ସା ବିଶ୍ୱବିଦ୍ୟାଳୟଜଗନ୍ନାଥ ମହାନ୍ତିବଣ୍ଡ (ଅର୍ଥ)ବିଜୟ ମହାନ୍ତିଭୁବନେଶ୍ୱର୨୧ବୀର ସୁରେନ୍ଦ୍ର ସାଏମନୋରଞ୍ଜନ ଦାସଭଗବତ ଗୀତାଅମ୍ଳଜାନବ୍ରହ୍ମୋତ୍ରୀ ମହାନ୍ତି୫ ମାର୍ଚ୍ଚଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଆ କାବ୍ୟ କବିତାଡେଭିଡ କାମେରନରାମାୟଣ (ବହୁବିକଳ୍ପ)ଜ୍ଞାନପୀଠ ପୁରସ୍କାରବ୍ରତୋପନୟନ୧୦ ମାର୍ଚ୍ଚଗୋଦାବରୀଶ ମହାପାତ୍ରଅଜନ୍ତା ଗୁମ୍ଫାମାନବ ଅଧିକାରର ସାର୍ବଜନୀନ ଘୋଷଣାଭାରତ-ଚୀନ ସୀମା ବିବାଦଫକୀର ମୋହନ ସେନାପତିସୋନାକ୍ଷୀ ସିହ୍ନାଶଙ୍ଖ କ୍ଷେତ୍ର🡆 More