ପଞ୍ଚ ଡାଲି

ପଞ୍ଚ ଡାଲି ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।

ପଞ୍ଚ ଡାଲି
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନହରଡ଼ଡାଲି, ବୁଟଡାଲି, ମୁଗ ଡାଲି, ମସୁରଡାଲି, ବିରି ଡାଲି, କଞ୍ଚାଲଙ୍କା, ଶୁଖିଲାଲଙ୍କା, ସୋରିଷ, ଜିରା, ଅଦା, ଅଦା, ଗରମ ମସଲାଗୁଣ୍ଡ, ରସୁଣ, ଧଣିଆଁପତ୍ର, କାଗିଜିଲେମ୍ବୁ, ଚିନି, ଡାଲଚିନି, ଭୃଷଙ୍ଗପତ୍ର, ଲୁଣ, ହଳଦୀ ଓ ଆବଶ୍ୟକ ମୁତାବକ ପାଣି।

ଉପାଦାନ

  • ହରଡ଼ଡାଲି ୧୦୦ ଗ୍ରାମ
  • ବୁଟଡାଲି୧୦୦ ଗ୍ରାମ
  • ମୁଗ ଡାଲି୧୦୦ ଗ୍ରାମ
  • ମସୁରଡାଲି୧୦୦ ଗ୍ରାମ
  • ବିରି ଡାଲି୧୦୦ ଗ୍ରାମ
  • କଞ୍ଚାଲଙ୍କା ୨ଟି
  • ଶୁଖିଲାଲଙ୍କା ୨ଟି
  • ସୋରିଷ ୧ ଚାମଚ
  • ଜିରା ୧ ଚାମଚ
  • ଅଦା ଛେଚା ୧ ଚାମଚ
  • ଗରମ ମସଲାଗୁଣ୍ଡ୧ଚାମଚ
  • ରସୁଣ୧ଟି
  • ଧଣିଆଁପତ୍ର୧ବିଡା
  • କାଗିଜିଲେମ୍ବୁ୧ଟି
  • ଚିନି୧ଚାମଚ
  • ଡାଲଚିନି୧ଇଞ୍ଚ
  • ଲବଙ୍ଗ ୫ଟି
  • ଭୃଷଙ୍ଗପତ୍ର୧୦ଟି
  • ଲୁଣ,
  • ହଳଦୀ
  • ପାଣି ଆବଶ୍ୟକ ମୁତାବକ।

ତିଆରି ପ୍ରଣାଳୀ

ପାଞ୍ଚପ୍ରକାରର ଡାଲିକୁ ମିଶାଇ ଭଲ ଭାବରେ ଧୋଇ, ଲୁଣ, ହଳଦୀ ଓ ପାଣି ଆବଶ୍ୟତା ଅନୁସାରେ ଦେଇ ପ୍ରେସର କୁକରରେ ସିଝାନ୍ତୁ। ସିଝିଗଲା ପରେ ଅଲଗା ରଖନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ଲବଙ୍ଗ, ସୋରିଷ, ଜିରା, ଡାଲଚିନି ଗୁଣ୍ଡ ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲାପରେ ସେଥିରେ ରସୁଣ ଛେଚା, ଶୁଖିଲା ଲଙ୍କା ଖଣ୍ଡ ଓ କଞ୍ଚା ଲଙ୍କା ଖଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ। ସିଝିଥିବା ଡାଲିକୁ ଏହି ବଘରାରେ ଢାଳି ତା ଉପରେ ଗରମ ମସଲା ଗୁଣ୍ଡ ପକାଇ ଚାରି ପାଞ୍ଚ ମିନିଟ ଫୁଟାନ୍ତୁ। ଏଥିରେ ପାଣି ମାପ କରି ଦେବାକୁ ହେବ, ନା ବେଶୀ ନା ଅତି କମ୍। ନିଆଁରୁ ଓହ୍ଲାଇବା ଆଗରୁ ଧଣିଆପତ୍ର କଟା ପକାଇ ମିନିଟିଏ ପାଇଁ ଘାଣ୍ଟନ୍ତୁ ଓ ତା’ପରେ ଓହ୍ଲାଇ ଦିଅନ୍ତୁ। ଗରମ ଗରମ ପରସନ୍ତୁ।

ଏହି ଡାଲି ଭାତ ସହିତ ଖିଆଯାଏ।

ଆଧାର

  • ଖାଆନ୍ତୁ ଓ ଖୁଆନ୍ତୁ – ସଂଯୁକ୍ତା ଦାସ - ପ୍ରଜାତନ୍ତ୍ର ସାପ୍ତାହିକୀ

Tags:

ଓଡ଼ିଶାଭାରତ

🔥 Trending searches on Wiki ଓଡ଼ିଆ:

ଭୂମିକମ୍ପସମୟ (କାଳ)ଛାନ୍ଦଅମ୍ଳଜାନଫାଲଗୁନସିପାହୀ ବିଦ୍ରୋହଡେଭିଡ କାମେରନବଣ୍ଡ (ଅର୍ଥ)ଇଣ୍ଟର ମିଲାନ ଫୁଟବଲ କ୍ଲବଚନ୍ଦନ ଯାତ୍ରାଇଲନ ମସ୍କତନ୍ଦ୍ରାଲୋକର ପ୍ରହରୀରଥଯାତ୍ରାସୁଦଶା ବ୍ରତୱିଲିଅମ ସେକ୍ସପିଅରରାଶି ଓ ନକ୍ଷତ୍ରଜିନା ସାମଲତପସ୍ୱିନୀଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)୧୭୩୯ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଗୀତା ଦାଶଭାରତ ଛାଡ଼ ଆନ୍ଦୋଳନଇରା ମହାନ୍ତିଶ୍ରୀ ଅରବିନ୍ଦଇଣ୍ଡିଆନ ପ୍ରିମିଅର ଲିଗଧଣିଆସମ୍ବଲପୁରଲୋରାଟାଡାଇନଇନ୍ଦ୍ରଇନ୍‌ଫ୍ଲୁଏଞ୍ଜାଲୋକ ସଭାକଲରାପତରିଆ ବାଘସେସିଲିଆ ପେଇନ-ଗାପୋସ୍ଚକିନପଶ୍ଚିମ ଓଡ଼ିଶାବ୍ୟାଙ୍କ୧୨୮୫ହୃଷୀକେଶ ମଲ୍ଲିକଅଷ୍ଟ୍ରେଲିଆରାଧାନାଥ ରାୟଜବାହରଲାଲ ନେହେରୁହୀରାକୁଦ ବନ୍ଧହେପାଟାଇଟିସ ବିଗରିଷ୍ଠ ସାଧାରଣ ଗୁଣନୀୟକଚାଉଳଖଲିପତ୍ରହେଲୋ ନେଟୱର୍କଅଯୁଗ୍ମ ସଂଖ୍ୟାପ୍ରାଣବନ୍ଧୁ କରବିଜୁ ପଟ୍ଟନାୟକମାଳିକାକମ୍ପ୍ୟୁଟର ବିଜ୍ଞାନଦିୱାନା ଦିୱାନୀବାଇପୋଲାର ଡିଜଅଡରପୂର୍ଣ୍ଣଚ୍ଛେଦସ୍ୱଚ୍ଛ ଭାରତ ଅଭିଯାନ୨୦୨୨ ଫିଫା ବିଶ୍ୱକପ୍ମହେଶ୍ୱର ମହାନ୍ତିକପିଳାସ ଶିବ ମନ୍ଦିରଶରଣ ଶ୍ରୀକ୍ଷେତ୍ରହନୁମାନ ଚାଳିଶାଡାରିଫେନାସିନଇଂରାଜୀ ଭାଷାଭଗତ ସିଂହମକର ସଂକ୍ରାନ୍ତିଜଗମୋହନ🡆 More