ବିରି

ବିରି ଏକ ଡାଲି ଜାତୀୟ ଶସ୍ୟ । ଏହା ଓଡ଼ିଶାର ବିଭିନ୍ନ ଜାଗାରେ ଚାଷ କରାଯାଏ । ବିରି ଭାରତରୁ ଉତ୍ପତ୍ତିଲାଭ କରିଛି ବୋଲି ଗବେଶକମାନେ ମତ ଦିଅନ୍ତି । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ଚରକ ସଂହିତାରେ ମଧ୍ୟ ବିରି ଭାରତରେ ଦେଖାଯାଏ ବୋଲି ବର୍ଣ୍ଣନା ରହିଛି । ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଅଧିକ ବିରି ଉତ୍ପାଦନ କରେ ଏବଂ ଖର୍ଚ୍ଚ କରେ ।

ବିରି
ବିରି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ଉପକୁଳ: Faboideae
ଗୋଷ୍ଠୀ: Phaseoleae
ପ୍ରଜାତି: Vigna
ଜାତି: V. mungo
ବାଇନୋମିଆଲ ନାମ
Vigna mungo
(L.) Hepper
Synonyms
  • Azukia mungo (L.) Masam.
  • Phaseolus hernandezii Savi
  • Phaseolus mungo L.
  • Phaseolus roxburghii Wight & Arn.

ବିରିର ଆକାର

ବିରି ଦେଖିବାକୁ ଅଣ୍ଡାକୃତିର, ଛୋଟ, ଅଣଓସାରିଆ ଏବଂ ୪ରୁ ୬ ମିଲିମିଟର ଯାଏ ଲମ୍ବା ହୋଇଥାଏ । ଏହାର ଉପରିଭାଗ ଏକ ଆବରଣଦ୍ୱାରା ଆଚ୍ଛାଦିତ ହୋଇଥାଏ । ଏହି ଆବରଣ‌ଟିକୁ ବାହାର କରିଦେଲେ ତା' ଭିତରେ ଧଳାରଙ୍ଗର ବିରି ଥାଏ । ବିରି ଏକ ଲତା ଜାତୀୟ ଗଛ । ବିରିଗଛଗୁଡ଼ିକ ସାଧାରଣତଃ ୩୦ରୁ ୧୦୦ ସେଣ୍ଟିମିଟର ଯାଏ ଲମ୍ବା ହୋଇଥାଏ । ଏହି ଗଛର ପତ୍ରଗୁଡ଼ିକ ଅଙ୍କାବଙ୍କା ହୋଇଥାଏ ।

ରାସାୟନିକ ମିଶ୍ରଣ

Calorific value(cal./100g) Crude protein(%) Fat (%) Carbohydrate (%) Ca (mg/100g) Fe (mg/100g) P (mg/100g) Vitamine(mg/100g)
୩୫୦ ୨୬.୨ ୧.୨ ୫୬.୬ ୧୮୫ ୮.୭ ୩୪୫ B1(୦.୪୨), B2(୦.୩୭), Niacine(୨.୦)

ବ୍ୟବହାର

ବିରି 
ଧଳା ବିରି

ବିରି ଭାରତରେ ବ‌ହୁତ ଲୋକପ୍ରିୟ । ବିରିରୁ ସାଧରଣତଃ ଲୋକମାନେ ବଡ଼ି ତିଆରି କରିଥାନ୍ତି, ଡାଲି ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବିରିକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ବିରିକୁ ମଧୁମେହ ରୋଗର ଉପଚାର ଭାବରେ ବ୍ୟବ‌ହାର କରାଯାଏ । ପଞ୍ଜାବରେ ଡାଲ ମାଖନୀ ପ୍ରସ୍ତୁତ କରିବାକୁ ବିରିର ବ୍ୟବ‌ହାର କରାଯାଏ । ବଙ୍ଗଳାରେ ବିଉଲର ପ୍ରସ୍ତୁତ କରିବାକୁ ଏହାକୁ ବ୍ୟବ‌ହାର କରାଯାଏ । ରାଜସ୍ଥାନରେ ବିରିରୁ ପ୍ରସ୍ତୁତୁ ଡାଲିକୁ ବାଟି ପ୍ରସ୍ତୁତ କରିବାରେ ବ୍ୟ‌ବ‌ହାର କରାଯାଏ ।

ବଡ଼ି

ବଡ଼ି ସାଧରଣତଃ ବିରିକୁ ବାଟି ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ବିରିକୁ ଚକିିିିରେ ପେଶି ଫାଳ କରାଯାଏ ଏବଂ ପରେ ପାଛୁଡ଼ିକି ତା'ର ଚୋପାକୁ ଅଲଗା କରିଦିଆଯାଏ । ଏହା ପରେ ଫାଳ ହୋଇଥିବା ବିରିକୁ ପାଣିରେ ବତୁରେଇ ରଖାଯାଏ । ପାଖାପାଖି ୧୨ ଘଣ୍ଟା ପାଣିରେ ଭିଜିକି ରହିଲା ପରେ ବିରି ସ‌ହ ସଂଯୁକ୍ତ ହୋଇ ରହିଥିବା ବାକିତକ ଚୋପାକୁ ଛାକି ବାହାର କରିଦିଆଯାଏ ଏବଂ ଏହାକୁ ଶିଳରେ ବାଟି ଆଣ ପ୍ରସ୍ତୁତ କରାଯାଏ। ଏହା ପରେ ତାକୁ ଛୋଟ ଛୋଟ କରି ସଫା କପଡ଼ା କିମ୍ବା ପାତିଆ ଉପରେ ପକାଇ ଖରାରେ ଶୁଖାଯାଏ । ବଟା ବିରିରେ ପାଣି କ‌ଖାରୁକୁ ବାଟି ମିଶାଇଲେ ବଡ଼ିର ସ୍ୱାଦ ବଢ଼ିଥାଏ । ଏହା ପରେ ସେହି ଛୋଟ ଛୋଟ କରି ଶୁଖାଯାଇଥିବା ବଡ଼ି ଶୁଖିଗଲା ପରେ ତାକୁ ତରକାରୀରେ ପକାଇ କିମ୍ବା ଭାଜି ବଡ଼ିଚୁରା ବନାଇ ଖିଆଯାଏ ।

ବିରି ଡାଲି

ବିରିରୁ ପ୍ରସ୍ତୁତ ଡାଲି ଅନେକ ସ୍ଥାନରେ ଦେଖାଯାଏ । ପ୍ରଥମେ ବିରିକୁ ଫାଳ କରାଯାଏ ଏବଂ ପରେ ଚୋପା ବାହାର କରିଦିଆଯାଏ । ଚୋପା ଛଡ଼ାହୋଇଥିବା ଫାଳ ବିରିକୁ ସିଝାଯାଏ । ସିଝିଯାଇଥିବା ଏହି ଡାଲିକୁ ବଘାରି(ଛୁଙ୍କ ଲଗାଇବା) ଖାଇବାରେ ବଢ଼ାଯାଏ ।

ବିରି ଚକୁଳି

ବିରି 
ବିରି ଚକୁଳି ପିଠା

ବିରିକୁ ବତୁରାଇ ଚୋପା ଛଡ଼ାଇ ଚିକ୍କଣ କରି ବଟାଯାଇଥାଏ । ଚାଉଳକୁ ଭିଜାଇ ଅଲଗା ବାଟି ଦିଆଯାଏ । ବିରି ଫେଣାଇ ସାରିଲା ପରେ ଚାଉଳ ବଟା ସେଥିରେ ମିଶାଇ ଆଣ ପ୍ରସ୍ତୁତ କରାଯାଏ । ଏହି ଆଣରେ ଆବଶ୍ୟକ ଅନୁସାରେ ଲୁଣ ମିଶାଇ କିଛି ସମୟ ରଖିଦିଆଯାଏ । ପଲମ କିମ୍ବା ତାୱାରେ ତେଲ ଘସି ଚୁଲି କିମ୍ବା ଆଞ୍ଚରେ ବସାଯାଏ, ଏହା ପରେ ଆଣକୁ ତାୱାରେ ପକାଇ ଚକୁଳି ତିଆରି କରାଯାଇଥାଏ । ଧୀମା ଆଞ୍ଚରେ କଲେ ଚକୁଳି ନରମ ରହେ ।

ଚାଷ ପ୍ରଣାଳୀ

ମାଟି

ବିଭିନ୍ନ ପ୍ରକାର ମାଟିରେ ବିରି ଚାଷ ହେଉଥିଲେ ମଧ୍ୟ ଦୋରସା, ଲାଲ ଦୋରସା, ମଟାଳ ଦୋରସା, ଢିପ ଓ ମଧ୍ୟମ ଜମିରେ ମୁଗ ଓ ବିରିଚାଷ ଭଲ ହୁଏ । ବର୍ଷାଦିନେ ନିଗିଡା ମାଟି ଓ ଶୀତ ତଥା ଖରାଦିନେ ଜଳଧାରଣ ଶକ୍ତି ଅଧିକ ଥିବା ମାଟି ଦରକାର ।

ଜଳବାୟୁ

ବିରି ଚାଷ ଉଷ୍ମ ଜଳବାୟୁରେ ଭଲ ହୁଏ । ସମୁଦ୍ର ପତ୍ତନଠାରୁ ୨୦୦୦ ମିଟର ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଏହି ଗଛ ସବୁଠାରୁ ଟାଣ ହୋଇଥିବାରୁ ଏବଂ ଚେର ଗଭୀରକୁ ପ୍ରବେଶ କରୁଥିବାରୁ ମରୁଡି ସହ୍ୟ କରିପାରେ । ଏହା ତା'ର ଜୀବନ କାଳ ମଧ୍ୟରେ ସମୁଦାୟ ମାତ୍ର ୨୪୦ ମିମି ପାଣି ଦରକାର କରିଥାଏ ।

ବୁଣିବା ସମୟ

ବିରି ଚାଷ ସାଧାରଣତଃ ୩ଟି ସମୟରେ ଚାଷ କରାଯାଇଥାଏ । ପ୍ରଥମଟି ହେଲା ଖରିଫ ଚାଷ । ବର୍ଷା ଆରମ୍ଭ ହେବା ସଙ୍ଗେ ସଙ୍ଗେ ବର୍ଷାଦିନିଆ ଜମି ଚାଷକରି ବୁଣାଯାଇଥାଏ । କେତେକ ଅଞ୍ଚଳରେ ଛଟା ବୁଣା ଓ ଆଉ କେତେକ ଅଞ୍ଚଳରେ ପୁଞ୍ଜିବୁଣା କରାଯାଇଥାଏ । ବର୍ଷାଦିନିଆ ବିରି ସାଧାରଣତଃ ୭୦-୭୫ ଦିନରେ ଅମଳ ହୁଏ । ଅମଳ ସମୟରେ ବର୍ଷା ଲାଗି ରହିଥିବାରୁ ପାଚିଲା ଫଳକୁ ତୋଳି ଅମଳ କରାଯାଏ ।

ବିରି ବୁଣାର ଦ୍ୱିତୀୟ ସମୟଟି ହେଉଛି ପ୍ରାକ ଶୀତକାଳୀନ ଚାଷ । ଢିପ ଜମିରେ ଛୋଟ ଧାନ କାଟିବା ପରେ ଅର୍ଥାତ ସେପ୍ଟେମ୍ବର ମାସରେ ବିନା ଜଳସେଚନରେ ବିରି ବୁଣାଯାଏ ଯାହାର ବିହନ ଭିନ୍ନ ଭିନ୍ନ କିସମର ହୋଇଥାଏ । ମୂର୍ତ୍ତିକାରେ ରହୁଥିବା ଆଦ୍ରତା ଫସଲକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରେ । ଏହି କିସମର ମୁଗ ଓ ବିରି ୭୦-୮୦ ଦିନରେ ଅମଳହୁଏ । ଫଳ ସବୁ ଶୁଖିଗଲା ପରେ ସମସ୍ତ ଫସଲକୁ ଉପାତି ଅମଳ କରାଯାଏ ।

ବିରି ବୁଣାର ତୃତୀୟ ସମୟ ହେଉଛି ଶୀତ କାଳୀନ ଚାଷ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୀତର ପ୍ରକୋପ କମ ଦୃଷ୍ଟିରୁ ଏହି ଶୀତ କାଳୀନ ବିରି ବହୁ ଅଞ୍ଚଳରେ ଚାଷ କରାଯାଏ । ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ଧାନ କାଟିସାରିବା ମାତ୍ରକେ ଅର୍ଥାତ ନଭେମ୍ବର ଡିସେମ୍ବର ମାସରେ ଜମିକୁ ଚାଷ କରି ମୁଗ ଓ ବିରି ବୁଣାଯାଏ । ଏହା ପ୍ରାୟ ୯୦ ଦିନରେ ଅମଳ ହୋଇଥାଏ । ଅମଳ ବିଶେଷ କରି ଜମିର ଆଦ୍ରତା ଉପରେ ନିର୍ଭର କରେ । ଓଡ଼ିଶାର ମୁଖ୍ୟ ଫସଲ ଧାନ ହୋଇଥିବାରୁ, ଧାନ ଅମଳ ପରେ ପରେ ଜମିକୁ ପଡ଼ିଆ ନ ପକାଇବାକୁ ଅନେକ ମଧ୍ୟ ବିରି କିମ୍ବା ମୁଗ ଚାଷ କରିଥାନ୍ତି ।

ଜମି ପ୍ରସ୍ତୁତି

ବିରି ବୁଣିବା ପୂର୍ବରୁ ଆଦ୍ରତା ଦେଖି ୩ରୁ ୪ ଓଡଚାଷ ଭଲ ଭାବରେ କରି ମଇଦେଇ ଦେଲେ ମାଟି ଗୁଣ୍ଡ ହୋଇଯାଏ । ଶେଷ ଓଡଚାଷ ପୁର୍ବରୁ ଜମିରେ ୨ କିମ୍ବା ୩ ଶଗଡ ସଢା ଗୋବର ଖତ ଦେଇ ମାଟିରେ ମିଶାଇବାକୁ ହୁଏ । ପାଇରା ଚାଷ ପାଇଁ ଧାନ କାଟିବା ପୂର୍ବରୁ ମଞ୍ଜି ବୁଣିବାକୁ ପଡୁଥିବାରୁ ଏଥିପାଇଁ ଜମି ପ୍ରସ୍ତୁତି କରାଯାଏ ନାହିଁ । ଏହି ଉପାୟରେ ଆଦାୟ ବହୁତ କମ ହୋଇଥିବାରୁ ଅଧିକ ଉତ୍ପାଦନ ପାଇଁ ପାଇରା ଚାଷ ଗ୍ରହଣୀୟ ନୁହେଁ ।

ଲଗାଇବା ସମୟ

ବୃଷ୍ଟି ପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ଓ ଜଳସେଚନ ସୁବିଧା ଥିଲେ ଉଭୟ ଖରା ଓ ଶୀତ ଦିନେ ବିରି ଚାଷ କରାଯାଇପାରେ । ମୁଖ୍ୟତଃ ବୃଷ୍ଟିପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ବିରି ଲଗାଯାଏ ଏବଂ ଜଳସେଚିତ ଅଞ୍ଚଳରେ ଶୀତଦିନେ ଓ ଖରାଦିନେ ଲଗାଯାଇଥାଏ ।

ବର୍ଷାଦିନେ ହେକ୍ଟର ପ୍ରତି ୨୦-୨୫ କିଲୋଗ୍ରାମ ଏବଂ ଅନ୍ୟାନ୍ୟ ଋତୁରେ ୨୫- ୩୦ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ପାଇରା ଫସଲ ପାଇଁ ଶତକଡା ୨୫ ଭାଗ ଅଧିକ ବିହନ ଦରକାର । ଧାଡିରେ ବୁଣିଲେ ଅଧିକ ଅମଳ ମିଳିଥାଏ । ଧାନ କାଟିବା ପୂର୍ବରୁ ଛଟା ବୁଣା ହିସାବରେ ବିରି ବୁଣିଲେ ହେକ୍ଟର ପ୍ରତି ୩୦-୩୫ କିଲୋଗ୍ରାମ ବିହନ ଦରକାର ହୁଏ । ଶରତ ଓ ଶୀତ ଋତୁରେ ବିହନକୁ ଧାଡିକୁ ଧାଡି ୨୫ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ବ୍ୟବଧାନରେ ବୁଣାଯାଏ ।

ଜମି ପ୍ରସ୍ତୁତି

ଜମି ପ୍ରସ୍ତୁତି କରିବାର ଏକମାସ ପୂର୍ବରୁ ହେକ୍ଟର ପ୍ରତି ୩ଟନ ସଢା ଗୋବର ଖତା ମାଟିରେ ଭଲ ଭାବେ ମିଶାଯାଏ । ଏହି ସମୟରେ ହେକ୍ଟର ପ୍ରତି ୫୦୦ କିଲୋଗ୍ରାମ ଚୂନ ମଧ୍ୟ ପ୍ରୟୋଗ କରାଯାଏ । ବିହନ ବୁଣିବା ପୂର୍ବରୁ ଶେଷ ଓଡଚାଷ ସମୟରେ ହେକ୍ଟର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାରଜାନ ଓ ୪୦ କିଲୋଗ୍ରାମ ଫସଫରସ ସାର ପ୍ରୟୋଗ କରିବା ଉଚିତ । ସାଧାରଣତଃ ମୁଗ ଓ ବିରି ଫସଲରେ କେବଳ ଡି.ଏ .ପି ସାର ହେକ୍ଟର ପିଛା ୧୦୦ କିଲୋଗ୍ରାମ ପ୍ରୟୋଗ କରାଯାଏ ।

ଜଳସେଚନ

ସାଧାରଣତଃ ବର୍ଷା ଓ ଶୀତ ଦିନିଆ ବିରି ଜଳସେଚନ ଦରକାର କରେ ନାହିଁ । ମାତ୍ର ଖରାଟିଆ ବିରି ଜଳସେଚନ ଦରକାର କରେ । ସେଗୁଡିକ ହେଲା ବୁଣା ସମୟରେ, ବୁଣିବାର ୧୮-୨୦ ଦିନପରେ, ଫୁଲ ଧରିବା ସମୟରେ ଓ ଛୁଇଁ ପାଳକ ହେବା ସମୟରେ । ଏଥି ମଧ୍ୟରୁ ଦୁଇଟି ଜଳସେଚନ ନିଶ୍ଚିତ ଭାବେ ଦରକାର । ଜଳସେଚନ ଜନିତ ସଙ୍କଟ କାଳୀନ ଅବସ୍ଥା ହେଲା ଫୁଲ ଧରିବା ଓ ଦାନା ପୂରଣ ହେବା । ପାଣି ଅଧିକ ହେଲେ ଫସଲ ଭଲ ବଢ଼ି ପାରେ ନାହିଁ ଏବଂ ଅମଳ ମଧ୍ୟ କମିଯାଏ ।

ଅମଳ

ଛୁଇଁ ଅଧିକ ପାକଳ ହୋଇଗଲେ ଫାଟିଯାଏ ଏବଂ ମଞ୍ଜି ବାହାରି ଜମିରେ ପଡ଼ିଯାଏ । ତେଣୁ ଛୁଇଁ ୮୦ ଭାଗ ପାଚିଲେ ଅମଳ କରିନେବା ଭଲ । ଅମଳପରେ ମଞ୍ଜିକୁ ଭଲଭାବରେ ଖରାରେ ଶୁଖାଇଦେଲେ ଏହା ନଷ୍ଟ ହୋଇଯାଏ ନାହିଁ ଏବଂ ଶତକଡା ୧୦ ଭାଗରୁ କମ ଜଳୀୟ ଅଂଶ ରହିଥାଏ ।

ଆଧାର

Tags:

ବିରି ର ଆକାରବିରି ରାସାୟନିକ ମିଶ୍ରଣ[୨]ବିରି ବ୍ୟବହାରବିରି ଚାଷ ପ୍ରଣାଳୀବିରି ଆଧାରବିରି

🔥 Trending searches on Wiki ଓଡ଼ିଆ:

wiki.phtmlବିଜୟ ମିଶ୍ରକଳାହାଣ୍ଡି ଜିଲ୍ଲାଇତିହାସରମାକାନ୍ତ ରଥନବଗୁଞ୍ଜରପ୍ରଥମ ବିଶ୍ୱଯୁଦ୍ଧଅଖିଳ ମୋହନ ପଟ୍ଟନାୟକସତ୍ୟବାଦୀ ବନ ବିଦ୍ୟାଳୟଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଓଡ଼ିଶାଶ୍ରାଦ୍ଧସଂଗୀତଗୁରୁ ପ୍ରସାଦ ମହାନ୍ତିଓଡ଼ିଆ ଭାଷାହିନ୍ଦୁସ୍ତାନ ପେଟ୍ରୋଲିୟମଡଙ୍ଗାଦଶହରାଓଡ଼ିଆ ରାମାୟଣସଫ୍ଟୱେରରାମଶଙ୍କର ରାୟଗଇଁଠାନେପାଳକଟକ ଜିଲ୍ଲାନୂଆ ଦିଲ୍ଲୀଯୌଥ ପରିବାରରଥଦଶରଥସେବିଅଭିନେତ୍ରୀ (ନାରୀ କଳାକାର)୫ ଜୁନଓଡ଼ିଆ ସାହିତ୍ୟର ଇତିହାସଏଣ୍ଟ୍ରେକ୍ଟିନିବଲାରି ସାଙ୍ଗରଗରୁଡ଼ଗୋଦାବରୀଶ ମହାପାତ୍ରପ୍ରସନ୍ନ ଦାସ୨ (ସଂଖ୍ୟା)ଲୋକ ସଭାର ବାଚସ୍ପତିପ୍ଲୁଟୋପାଳୁଅବ୍ୟକ୍ତିଗତ ଅର୍ଥବ୍ୟବସ୍ଥାହୀରାକୁଦ ବନ୍ଧୟୁନିଫର୍ମ ରିସୋର୍ସ ଲୋକେଟରପଶ୍ଚିମ ବଙ୍ଗଇମରାନ ଖାଁହୋ ଜନ‌ଜାତିମଙ୍ଗଳା ମନ୍ଦିରବୈକୁଣ୍ଠନାଥ ପଟ୍ଟନାୟକକ୍ୟୁ. ଆର. କୋଡ଼ମନୋଜ ଦାସଯଦୁନାଥ ଦାସ ମହାପାତ୍ରଜୈନବାଦଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବାଘହୃଷୀକେଶ ପଣ୍ଡାନୀଳକଣ୍ଠ ଦାସଋତୁସ୍ରାବଗୋପବନ୍ଧୁ ଦାସଲାଟିନ ଭାଷାକ୍ରିକେଟରାମଚନ୍ଦ୍ର ମିଶ୍ରଜୟୀରାମ ସାମଲନାରୀବାଦଜାପାନୀ ଭାଷାଗୁଣ୍ଡିଚା ମନ୍ଦିର🡆 More