ଦାରା ସିଂହ: ଭାରତୀୟ ରାଜନୀତିଜ୍ଞ

ଦାରା ସିଂହ (୧୯ ନଭେମ୍ବର ୧୯୨୮ – ୧୨ ଜୁଲାଇ ୨୦୧୨), ଭାରତର ଜଣେ ମଲ୍ଲଯୋଦ୍ଧା ଓ କଥାଚିତ୍ର ଅଭିନେତା ଥିଲେ । ତାଙ୍କ ଜନ୍ମ ସ୍ଥାନ ପଞ୍ଜାବର ଅମୃତସର ଜିଲ୍ଲାର ଏକ ଛୋଟ ଗାଁ ଧର୍ମଛକ ।ତାଙ୍କ ବାପାଙ୍କ ନା ସୁରତ ସିଂହ ରାନ୍ଧୱା ଓ ମାଆଙ୍କ ନାମ ବଲୱନ୍ତ କୈର । ସେ ୧୯୬୨ ମସିହାରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟୀଦ୍ୱାରା ରାଜ୍ୟସଭାର ସଦସ୍ୟ (୨୦୦୩-୨୦୦୯) ଭାବେ ମନୋନୀତ ହୋଇଥିଲେ ।

ଦାରା ସିଂହ
ଦାରା ସିଂହ: କୁସ୍ତି ଓ ଅବଦାନ, ଚଳଚ୍ଚିତ୍ର ଓ ଅଭିନୟ, ଆଧାର
ଜନ୍ମ
ଦିଦାର ସିଂହ ରନ୍ଧୱା

(1928-11-19)୧୯ ନଭେମ୍ବର ୧୯୨୮
ଧର୍ମୁଚକ, ଅମୃତସର, ପଞ୍ଜାବ
ମୃତ୍ୟୁ୧୨ ଜୁଲାଇ ୨୦୧୨(2012-07-12) (ବୟସ ୮୩)
ମୁମ୍ବାଇ, ଭାରତ
ମୃତ୍ୟୁର କାରଣହୃଦଘାତ ଓ ମସ୍ତିଷ୍କାଘାତ
ବୃତ୍ତିମଲ୍ଲଯୋଦ୍ଧା ଓ ଅଭିନେତା
ୱେବସାଇଟdara-singh.com

କୁସ୍ତି ଓ ଅବଦାନ

ଛୋଟବେଳୁ ସେ ଭାରତୀୟ କୁସ୍ତିରେ ତାଲିମ ପାଇଥିଲେ ।ପରେ ସେ କୁସ୍ତିକୁ ନିଜର ପେସାଭାବେ ଆଦରି ନେଇଥିଲେ ।ତାଙ୍କ ଅମାପ ଶକ୍ତି ଓ ଅଦ୍ୱିତୀୟ କୈଶଳ ଯୋଗୁଁ ସେ ଜଣେ ଅପରାଜେୟ ମଲ୍ଲଯୋଦ୍ଧା ହେଇପାରିଥିଲେ ।ଅଷ୍ଟ୍ରେଲିଆର କିକଂଙ୍ଗ,ନ୍ୟୁଜିଲାଣ୍ଡର ଜଣ୍ଡି ସିଲଭା ଓ କାନାଡାର ଜର୍ଜ ଗୋର୍ଡିଏଙ୍କାଙ୍କୁ ସେ ବହୁତ ଥର ପରାସ୍ତ କରିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ସେ ନିଜ ଜୀବନ କାଳମଧ୍ୟରେ ୫୦୦ ଥର କୁସ୍ତି ଲଢିଥିଲେ ଏବଂ କୈଣସି ଥର ମଧ୍ୟ ହାରି ନ ଥିଲେ ।୧୯୫୯ ମସିହାରେ ସେ କମନୱେଲଥ ଗେମସ୍ରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ୧୯୮୩ମସିହାରେରେ କୁସ୍ତିରୁ ଅବସର ନେଇଥିଲେ । ୧୯୬୬ରେ ରୁସ୍ତମ୍ ଇ ପଞ୍ଜାବ,୧୯୭୮ରେ ରୁସ୍ତମ୍ ଇ ହିନ୍ଦ ଉପାଧି ହାସଲ କରିଥିଲେ ।୧୯୯୬ରେ ତାଙ୍କୁ "'ରେସଲିଂ ଅବଜରଭର ନ୍ୟୁଜଲେଟର ହଲ ଅଫ୍ ଫେମ'"ରେ ସ୍ଥାନିତ କରାଯାଇଥିଲା ।

ଚଳଚ୍ଚିତ୍ର ଓ ଅଭିନୟ

ଅନେକ ହିନ୍ଦୀ ଓ ପଞ୍ଜାବୀ ସିନେମା ତାଙ୍କର ଶକ୍ତିକୁ ନେଇ ତିଆରି ହୋଇଛି । ତା ମଧ୍ୟରୁ କିଂକଙ୍ଗ, ତାରଜନ୍ ଓ ହରକ୍ୟୁଲେସ୍ ଅନ୍ୟତମ । ପରବର୍ତ୍ତୀ ସମୟରେ ସେ ଜଣେ ପ୍ରିୟ ଚରିତ୍ର ଅଭିନେତା ଭାବରେ ପରିଣତ ହେଇଥିଲେ ।ଆନନ୍ଦ,ମେର ନାମ୍ ଜୋକର,ଜୱାନ ମର୍ଦ,ଡାକୁ ମଙ୍ଗଲ୍ ସିଂହ,ବକ୍ସର,ଆନ୍ଧି ଔର ତୁଫାନ୍ ଆଦି ୧୪୦ଟି ଚଳଚ୍ଚିତ୍ରରେ ଅଭିନୟ କରି ସେ ରେର୍କଡ କରିଥିଲେ ।ରୁପେଲି ପରଦାରେ ଦର୍ଶକଙ୍କ ମନଜିତି ଥିବା ଦାରା ସିଂହ ଛୋଟ ପରଦାରେ ମଧ୍ୟ କମାଲ ଦେଖାଇଥିଲେ । ୧୯୮୬ରେ ରାମାନନ୍ଦ ସାଗରଙ୍କ ହିନ୍ଦୀ ଧାରାବାହିକ ରାମାୟଣରେ ସେ ହନୁମାନ ଭୁମିକାରେ ଅଭିନୟ କରି କୋଟି କୋଟି ଭାରତୀୟଙ୍କ ପ୍ରିୟ ପାଲଟି ଥିଲେ । ପରେ ରାମାନନ୍ଦ ସାଗର ତାଙ୍କୁ ମହାଭାରାତରେ ମଧ୍ୟ ହନୁମାନ ଭୁମିକାରେ ଅଭିନୟ କରିବାପାଇଁ ଅନୁରୋଧ କରିଥିଲେ । ତାଙ୍କ ଅଭିନୀତ ପଞ୍ଜାବୀ ଫିଲ୍ମ "ମୈ ମା ପଞ୍ଜାବ୍ ଦି" ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲା ।୧୯୮୯ରେ ସେ ତାଙ୍କର ଆତ୍ମଜୀବନୀ ମେରି ଆତ୍ମକଥା ପଞ୍ଜାବୀ ଭାଷାରେ ପ୍ରକାଶ କରିଥିଲେ । ପଞ୍ଜାବର ମୋହାଲିଠାରେ ତାଙ୍କ ନାମରେ ଏକ ଷ୍ଟୁଡିଓ ରହିଛି ।୨୦୧୨ ମସିହା ଜୁଲାଇ ୧୨ ତାରିଖରେ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଦାରା ସିଂହ କୁସ୍ତି ଓ ଅବଦାନଦାରା ସିଂହ ଚଳଚ୍ଚିତ୍ର ଓ ଅଭିନୟଦାରା ସିଂହ ଆଧାରଦାରା ସିଂହଅମୃତସରପଞ୍ଜାବଭାରତ

🔥 Trending searches on Wiki ଓଡ଼ିଆ:

ବସନ୍ତ କୁମାର ଶତପଥୀଆର୍ଟିଫିସିଆଲ ଇଣ୍ଟେଲିଜେନ୍ସପାଇକ ବିଦ୍ରୋହଶକ୍ତିମହାତ୍ମା ଗାନ୍ଧୀଜୀବସାରଯାଜପୁର ଜିଲ୍ଲାଶ୍ରୀ ଅରବିନ୍ଦଜାଭା (ପ୍ରୋଗ୍ରାମିଂ ଭାଷା)ଲୋକ ସଭାମୁଣ୍ଡ ବିନ୍ଧାବ୍ୟୋମକେଶ ରାୟବିଦ୍ୟୁତପ୍ରଭା ଦେବୀଚନ୍ଦନ ଯାତ୍ରାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବନମାଳୀ ଦାସ୬୭୬ଭାରତ ଛାଡ଼ ଆନ୍ଦୋଳନଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଛତିଶଗଡ଼୬ ଫେବୃଆରୀପୁରୀକେଦାରନାଥ ମନ୍ଦିରଓଡ଼ିଶାର ମାପ ବ୍ୟବସ୍ଥାରତି ରଞ୍ଜନ ମିଶ୍ରଆକ୍ରାସଜନାଶବ୍ଦ (ପଦ)ଧର୍ମବଲ୍ଲଭଭାଇ ପଟେଲwiki.phtmlରଥବି. ଆର. ଆମ୍ବେଦକରସମ୍ବଲପୁରୀ ଭାଷାଖଲ୍ଲିକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅସହଯୋଗ ଆନ୍ଦୋଳନଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାତାଳଚେର ଗଡ଼ଜାତ ରାଜ୍ୟଭାରତୀୟ ସ୍ଥଳସେନାଯୋଗଭାରତର ସଂସଦଦାଶନବୀନ ପଟ୍ଟନାୟକସ୍ନାୟୁଜନିତ ଝଟକାଶ୍ରୀ ପଳାତକଇତି ସାମନ୍ତ୮୦୦ଜିନା ସାମଲଓଡ଼ିଶୀଜଗତସିଂହପୁରଦଶାବତାରଦୁର୍ଗାଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାଜନୀତି ବିଜ୍ଞାନଜୟ ଜଗନ୍ନାଥଓଡ଼ିଶାର ଭୂଗୋଳ୧୯୮୩କପିଳାସ ଶିବ ମନ୍ଦିରବେଲବିଲ କ୍ଲିଣ୍ଟନଗୁଗଲଉତ୍କଳ ସମ୍ମିଳନୀ🡆 More