ତାରା ସୁନ୍ଦରୀ

ତାରା ସୁନ୍ଦରୀ (୧୮୭୮-୧୯୪୮) ଜଣେ ବଙ୍ଗଳା ମଞ୍ଚ ଅଭିନେତ୍ରୀ, ଗାୟିକା ଓ ନର୍ତ୍ତକୀ ।

ତାରା ସୁନ୍ଦରୀ
ଜନ୍ମ୧୮୭୮
ମୃତ୍ୟୁ୧୯୪୮
ଜାତୀୟତାଭାରତୀୟ
ବୃତ୍ତିଅଭିନୟ
ପ୍ରସିଦ୍ଧିଅଭିନେତ୍ରୀ

ଜୀବନୀ

ତାରା ସୁନ୍ଦରୀ ୧୮୭୮ରେ ଜନ୍ମ ହୋଇଥିଲେ । ସେ ବିନୋଦିନୀ ଦାସୀଙ୍କ ସାହାଯ୍ୟରେ ଷ୍ଟାର୍ ଥିଏଟର୍‌ରେ ଯୋଗ ଦେଇଥିଲେ, ଯେଉଁଠେରେ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କଦ୍ୱାରା ସେ ନିଜ ପ୍ରଥମ ଅଭିନୟ ଚୈତନ୍ୟ ଲୀଳାରେ କରିଥିଲେ, ଯେଉଁଥିରେ ସେ ଏକ ବାଳକର ଅଭିନୟ କରିଥିଲେ । ସେ ସରଳା ନାଟକରେ ଗୋପାଳ ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କର ଅଭିନୟ ଦକ୍ଷତେ ପାଇଁ ଜଣାଶୁଣା ଓ ମଞ୍ଚ ସ୍ତରରେ ଜଣେ ଅଗ୍ରଣୀ ନାରୀ । ୧୮୯୪ରେ ଚନ୍ଦ୍ରଶେଖର ନାଟକରେ ଶୈଳବାଳିନୀ ଚରିତ୍ର ତାଙ୍କ ପାଇଁ ପ୍ରସିଦ୍ଧି ଆଣି ଦେଇଥିଲା । ସେ ଅମ୍ରିତଲାଲ୍ ମିତ୍ରଙ୍କଠାରୁ ଅଭିନୟ ଶିଖିଥିଲେ । ସେ କାଶୀନାଥ ଚଟ୍ଟୋପାଧ୍ଧ୍ୟାୟଙ୍କଠାରୁ ନୃତ୍ୟ ଓ ରାମତରଣ ସାନ୍ୟାଲଙ୍କଠାରୁ ଗୀତ ଗାଇବା ଶିଖିଥିଲେ । ୧୮୯୭ରେ ସେ କ୍ଲାସିକ୍ ଥିଏଟର୍ ଦଳରେ ଯୋଗ ଦେଇଥିଲେ । ଏହି ଦଳଟି ଅମରେନ୍ଦ୍ରନାଥ ଦତ୍ତଙ୍କଦ୍ୱାରା ପରିଚାଳିତ ହେଉଥିଲା, ଯେ ଜଣେ ପ୍ରସିଦ୍ଧ ଅଭିନେତା ଓ ନାଟକ ଲେଖକ ଥିଲେ । ସେ ବ‌ହୁତ ନାଟକରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ଦକ୍ଷତାକୁ ପ୍ରଶମସା କରାଯାଇଥିଲା ।

ତାରା ସୁନ୍ଦରୀ ଅଭିନୟ ଜଗତରୁ ୧୯୨୨ରେ ତାଙ୍କ ପୁଅର ମୃତ୍ୟୁ ପରେ ଅବସର ନେଇଥିଲେ । ସେ ଭୁବନେଶ୍ୱର ଆସି ଏକ ଆସ୍ରମ କରିଥିଲେ । ସେ ତାଙ୍କର ସମସ୍ତ ସମୟ ଧର୍ମଚର୍ଚ୍ଚାରେ ବିତାଇଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କ ଅନୁରୋଧରେ ସେ କୋଲକାତା ଫେରିଥିଲେ ଓ ପୁଣିଥରେ ଅଭିନୟ ଆରମ୍ଭ କରିଥିଲେ । ଫେରିବା ପରେ ତାଙ୍କ ପ୍ରଥମ ଅଭିନୟ ଥିଲା ଦୁର୍ଗେଶନନ୍ଦିନୀ ନାଟକରେ ଆୟେଶା ଚରିତ୍ର । ସେ ହରିଶ୍ଚନ୍ଦ୍ର ନାଟକରେ ଶୈବ୍ୟା ଚରିତ୍ରରେ, ରିଜିଆ ଦେଶଭକ୍ତ ଓ ବଳିଦାନ ନାଟକରେ ସରସ୍ୱତୀ ଚରିତ୍ରରେ ଅଭିନୟ କରିଥିଲେ । ସେ ବଙ୍ଗଳାରେ ତାଙ୍କ ଆଦ୍ୟ ଅଭିନୟ ଜୀବନ ଶିଶିର କୁମାର ଭାଦୁରୀଙ୍କ ସ‌ହ କରିଥିଲେ । ମିତ୍ର ଦଳରେ ଯୋଗ ଦେବା ପରେ ଅଭିନୟ ଜୀବନରେ ପରିବର୍ତ୍ତନ ଆସିଥିଲା । ସେ ଜନରେ ଏକ ଅତିଥି ଚରିତ୍ର ଅଭିନୟ କରିଥିଲେ ଓ ୧୯୨୬ରେ ଶ୍ରୀ ଦୂର୍ଗା ନାଟକରେ ଦୂର୍ଗା ଚରିତ୍ରରେ ଅଭିନୟ କରିଥିଲେ । ସେ ୧୯୪୮ରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମୁଁ ପ୍ରେମୀ ମୁଁ ପାଗଳକରୀନା କପୁରଓଡ଼ିଆ ସାହିତ୍ୟତାଳଧ୍ୱଜଭାରତୀୟ ଭୋଜନଜ୍ଞାନପୀଠ ପୁରସ୍କାରଇତି ସାମନ୍ତଓଡ଼ିଶାର ଲୋକନୃତ୍ୟସମ୍ବାଦପଞ୍ଚାୟତ ରାଜଲକ୍ଷ୍ମୀକାନ୍ତ ମହାପାତ୍ରକନ୍ନଗୀବଣଭୋଜି ବେଶରେବତୀ (କ୍ଷୁଦ୍ରଗଳ୍ପ)ତ୍ରିପୁନ୍ଦ୍ରାପଣା ସଂକ୍ରାନ୍ତିସ୍ୱାମୀ ନାରାୟଣବିବାହହାଡ଼ଫୁଟିଓଡ଼ିଶାର ଦୋଳଯାତ୍ରାକାଳୀଚରଣ ପଟ୍ଟନାୟକକୋଚିଲାଜର୍ଜ କ୍ୟାଣ୍ଟରପୁନମ ମିଶ୍ରଲାଲ ରଞ୍ଜିତ ସିଂହ ବରିହାଜଗଦୀଶ ମହାନ୍ତିମଦଶାନ୍ତନୁଉତ୍କଳ ସାହିତ୍ୟ ସମାଜ୯୨୯ହୃଷୀକେଶ ପଣ୍ଡାଓଡ଼ିଶାରେ କୋଭିଡ-୧୯ ମହାମାରୀକୁତବମିନାରପ୍ରତିଭା ପାଟିଲସଂସ୍କୃତକୁପୋଷଣଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଚୈତନ୍ୟବେଦରଜଜଗନ୍ନାଥଙ୍କ ବେଶରାଧିକା ଚୌଧୁରୀଚାନ୍ଦବାଲିକାଳୀ ପୂଜାମହୁଅମର ପ୍ରସାଦ ଶତପଥୀହିପୋପୋଟାମସଚାଖି ଖୁଣ୍ଟିଆକାଳିନ୍ଦୀ ଚରଣ ପାଣିଗ୍ରାହୀରାଜେନ୍ଦ୍ର କିଶୋର ପଣ୍ଡାପଦ୍ମ ଫୁଲ୨୩ ସେପ୍ଟେମ୍ବରପଲଉମହୁମାଛିଭାରତୀୟ ମହାକାଶ ଗବେଷଣା ସଂସ୍ଥା୧ ଅପ୍ରେଲରାମ ପ୍ରସାଦ ସିଂହସାନ୍ତାଳୀ ଭାଷାକ୍ୟୁ. ଆର. କୋଡ଼ଓଡ଼ିଆ ଭାଷାସୁଧାଂଶୁବାଳା ହାଜରାଜଗନ୍ନାଥ ମନ୍ଦିରଉତ୍କଳ ସମ୍ମିଳନୀରାମ ନବମୀହରେକୃଷ୍ଣ ମହତାବ୧୮୮୨ବସନ୍ତ କୁମାର ଶତପଥୀରାୟଗଡ଼ା ଜିଲ୍ଲାର ହିନ୍ଦୁ ମନ୍ଦିରଷଢ଼େଇଖଳା-ଖରସୁଆଁ ଜିଲ୍ଲାପୂର୍ଣ୍ଣଚ୍ଛେଦଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀ୮୦୮🡆 More