ତାକରଡ଼ା ଗୁଳିକାଣ୍ଡ

ଜମିଦାରୀ ପ୍ରଥାକୁ ପ୍ରତିହତ କରିବା ଓ ଚାଷୀଙ୍କୁ ହକ ପ୍ରଦାନ ପାଇଁ ୧୯୪୮ ମସିହା ମଇ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାର ତାକରଡ଼ାଠାରେ ଭୀଷଣ ଆନ୍ଦୋଳନ ଘଟିଥିଲା । ସେହି ଆନ୍ଦୋଳନ ବେଳେ ପୁଲିସ ଗୁଳିରେ ଟଳି ପଡ଼ିଥିଲେ ୬ ଜଣ କୃଷକ । ସେ ସମୟର ଏକ ଚର୍ଚ୍ଚିତ ଖବର ଥିଲା ତାକରଡ଼ାର କୃଷକ ଆନ୍ଦୋଳନ ଓ ଗୁଳିକାଣ୍ଡ ।


ଲଙ୍ଗଳ ଯାହାର ଜମି ତାହାର ଆନ୍ଦୋଳନ

୧୯୩୮ ମସିହାରେ ଆରମ୍ଭ ହୋଇଥିଲା ମୁସ୍ତାଦାରୀ ପ୍ରଥାର ବିଲୋପ । ଉତ୍ପାଦିତ ଫସଲର ଭାଗ ପରିବର୍ତ୍ତେ ନଗଦ ଖଜଣା ଧାର୍ଯ୍ୟ କରିବା ପାଇଁ ଦାବି ହୋଇଥିଲା ।ଏହା କାର୍ଯ୍ୟକାରୀ କରିବା ପୂର୍ବରୁ ମୁସ୍ତାଦାର ଗୁତ୍ତା ପରିବର୍ତ୍ତେ କୋଠ ରୟତି ନଗଦ ଗୁତ୍ତା ଦେବା ସକାଶେ ଶେରଗଡ଼ ଜମିଦାରଙ୍କୁ ଭେଟି ରୟତ ସଭାର ପ୍ରତିନିଧି ଦଳ ଦାବି କରିଥିଲେ । କୌଣସି ସୁଫଳ ନମିଳିବାରୁ ରୟତ ମହାସଭା ତରଫରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହା କେବଳ ଶେରଗଡ଼ରେ ସୀମିତ ନହୋଇ ଧରାକୋଟ, ସାନଖେମୁଣ୍ଡି, ଦିଗପହଣ୍ଡି, ବଡ଼ଗଡ଼ ଇଷ୍ଟେଟକୁ ବ୍ୟାପିଥିଲା ।

୧୯୪୨ମସିହାରେ ଗଞ୍ଜାମ ଜମିଦାରୀ ରୟତ ସଭାକୁ ଓଡ଼ିଶା କୃଷକ ସଭା ସହ ସାମିଲ କରାଗଲା । ୧୯୪୩ମସିହାରେ କମ୍ରେଡ଼ ଭଗବତୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କୃଷକ ସଭା ଓ କମ୍ୟୁନିଷ୍ଟ ପାର୍ଟିର ଉଦ୍ୟମରେ ଶେରଗଡ଼ଠାରେ ଏକ ରୟତ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏଥିରେ ସଙ୍ଗଠନକୁ ଦୃଢ଼ କରି ମୁସ୍ତାଦାର ଜମିଦାରୀମାନଙ୍କ ସହ ସଂଗ୍ରାମ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୧୯୪୬ ମସିହାରେ ଗୋବିନ୍ଦ ପ୍ରଧାନ, ହରିହର ଦାସ୍, ସର୍ଦ୍ଦାର ଦଣ୍ଡପାଣି ସ୍ୱାଇଁ, ସୂର୍ଯ୍ୟ ନାରାୟଣ ଆଚାରୀ, ରାଧାକୃଷ୍ଣ ପ୍ରଧାନ, ରଗୁନାଥ ପଣ୍ଡା, ମୋହନ ଭୂୟାଁ, ଜୁର ପାତ୍ର, ଦୁଃଖିଶ୍ୟାମ ଦାଶ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । "ଲଙ୍ଗଳ ଯାହାର ଜମି ତାହାର" ଦାବିରେ ଆନ୍ଦୋଳନ ତୀବ୍ର ହେବା ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ଚାଷୀ ଓ କୃଷକ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିଲା ।

୩ ଦିନର ଆନ୍ଦୋଳନ

୧୯୪୮ ମସିହା ମେ ମାସ ୨୧, ୨୨, ୨୩ ତିନିଦିନ ଧରି ବ୍ୟାପକ ଗିରଫଦାରୀ କରାଯାଇଥିଲା ।

  • ମେ ୨୧ ତାରିଖରେ ହଜାର ହଜାର ଚାଷୀ ଠେଙ୍ଗାବାଡ଼ି ଧରି ପୁଲିସକୁ ପ୍ରତିରୋଧ କଲେ ।
  • ୨୨ ତାରିଖରେ ପୁଣି ରୟତମାନେ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିଲେ । ଇତି ମଧ୍ୟରେ ସରକାର କଳ ସହ ଆଲୋଚନାର କୌଣସି ସୁଫଳ ମିଳିପାରିନଥିଲା ।
  • ଅଚାନକ ୨୪ ତାରିଖ ସନ୍ଧ୍ୟାରେ ତାକରଡ଼ାରେ ଚାଷୀଙ୍କ ଉପରକୁ ଗୁଳିମାଡ଼ କରିଥିଲା ପୁଲିସ । ଏଥିରେ ସହିଦ ହୋଇଥିଲେ ୬ଜଣ ଚାଷୀ ।

ସହିଦ ବେଦି

ସହିଦ ଚାଷୀମାନଙ୍କ ସ୍ମୃତିରେ ତାକରଡ଼ାଠାରେ ପ୍ରତିଷ୍ଠା କରାଯାଇଥିଲା ସହିଦ ସମାଧି । ଯାହା ଆଜି ବି ବାମପନ୍ଥୀ ଆନ୍ଦୋଳନର ଏନ୍ତୁଡ଼ିଶାଳ ଭାବେ ପରିଚିତ । ଏବେବି କୃଷକ ଏକତାର ମୂକସାକ୍ଷୀ ଭାବେ ଠିଆ ହୋଇ ରହିଛି ତାକରଡ଼ାର ସେହି ସହିଦ ବେଦି ।

ଆଧାର

Tags:

ତାକରଡ଼ା ଗୁଳିକାଣ୍ଡ ଲଙ୍ଗଳ ଯାହାର ଜମି ତାହାର ଆନ୍ଦୋଳନତାକରଡ଼ା ଗୁଳିକାଣ୍ଡ ସହିଦ ବେଦିତାକରଡ଼ା ଗୁଳିକାଣ୍ଡ ଆଧାରତାକରଡ଼ା ଗୁଳିକାଣ୍ଡ

🔥 Trending searches on Wiki ଓଡ଼ିଆ:

ପୁରାଣ୪ ମାର୍ଚ୍ଚଏଡ୍ ସିରନ୍ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନୋଭାକ୍ ଜାକୋଭିକହାଡ଼ପାରାସେଟାମୋଲକଲେରାନିତ୍ୟାନନ୍ଦ ମହାପାତ୍ରଉତ୍କଳ ସାହିତ୍ୟ ସମାଜଉର୍ବଶୀଏ. ପି. ଜେ. ଅବଦୁଲ କଲାମଶେଷ ବସନ୍ତର ଚିଠିଚେକ ରିପବ୍ଲିକଖାଦ୍ୟଚିକୁନ‌ଗୁନିଆନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦକଟକ ଜିଲ୍ଲାସମାଜ (ଖବରକାଗଜ)ଓଡ଼ିଶୀହନୁମାନ ଚାଳିଶାଗୋଦାବରୀଶ ମିଶ୍ରଲକ୍ଷ୍ମୀAugust 11କାଳିଜାଈଔଷଧୀୟ ବୃକ୍ଷଲତାବିଭିନ୍ନ ପ୍ରକାର ଶାଗର ତାଲିକାଆକବରବାହାରିନଓଡ଼ିଶା ବିଧାନ ସଭାଲିଙ୍ଗରାଜ ମନ୍ଦିରଖାରବେଳୟୁକ୍ରେନଶତପୁରା ରେଞ୍ଜଉଜବେକିସ୍ତାନଗ୍ରହଭାରତୀୟ ସମ୍ବିଧାନଭକ୍ତ ଚରଣ ଦାସବିହାର୧୪ ମାର୍ଚ୍ଚଦୀପାବଳୀଉମାଶଙ୍କର ମିଶ୍ରଦକ୍ଷିଣ କୋରିଆଭାରତୀୟ ଡାକ ସେବାବନମାଳୀ ଦାସଅଷ୍ଟ୍ରେଲିଆ (ମହାଦେଶ)ଲକ୍ଷ୍ମଣ ନାୟକମି ଠୁ (ହ୍ୟାସଟ୍ୟାଗ)ସମ୍ବାଦଋଷିଆମସ୍ତିଷ୍କଇରା ମହାନ୍ତିଓଡ଼ିଆ ଲୋକରାମାୟଣଶ୍ରୀ ଅରବିନ୍ଦକନଫୁସିଅସବାଦଗୋଦାବରୀଶ ମହାପାତ୍ରଡମ୍ବରୁ ଶିଶାଭାରତଏସିଆସଚ୍ଚିଦାନନ୍ଦ ରାଉତରାୟ୧୫୬୨ମିଆଁମାରଗ୍ରେଟା ଟୁନବର୍ଗଓଡ଼ିଶାର ଇତିହାସଆଣ୍ଡୋରା🡆 More