ଗାୟତ୍ରୀ ଶଙ୍କରନ

ଗାୟତ୍ରୀ ଶଙ୍କରନ (ଇଂରାଜୀ ଭାଷାରେ Dr.

Gayatri Sankaran) ଜଣେ ପ୍ରକୃତିଦତ୍ତ ଦୃଷ୍ଟିହୀନ ଭାରତୀୟ ସଙ୍ଗୀତଜ୍ଞ, ଭାୟୋଲିନ ବାଦକ ଓ ଗାୟିକା । ସେ କର୍ଣ୍ଣାଟକ (Carnatic) ସଙ୍ଗୀତ ଓ ଗୀତ ପରିବେଷଣ କରୁଥିଲେ । ତାମିଲନାଡ଼ୁ ସରକାରର ଆର୍ଟ ଓ କଲଚର ଡିପାର୍ଟମେଣ୍ଟ (Government of Tamil Nadu) ତରଫରୁ ତାଙ୍କୁ କଲାଇମମନି Kalaimamani ପୁରସ୍କାର ଦିଆଯାଇଥିଲା । ସଙ୍ଗୀତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ସନ ୨୦୦୬ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ପୁରସ୍କାର ପାଇବାରେ ସେ ପ୍ରଥମ ଦୃଷ୍ଟିଶକ୍ତିହୀନ ମହିଳା ।

ଗାୟତ୍ରୀ ଶଙ୍କରନ
ଗାୟତ୍ରୀ ଶଙ୍କରନ
ଜନ୍ମ
ସମଲକୋଟ, ଆନ୍ଧ୍ର ପ୍ରଦେଶ, ଭାରତ
ବୃତ୍ତି(ସମୂହ)କର୍ଣ୍ଣାଟକୀ ସଙ୍ଗୀତଜ୍ଞ, ଗାୟକ, ଭାୟୋଲିନ ବାଦକ, ବୀଣା ବ୍ୟାଖ୍ୟାକାର
ପୁରସ୍କାରପଦ୍ମଶ୍ରୀ
ରୋଲ ମଡେଲ ଜାତୀୟ ପୁରସ୍କାର
ସୁରମଣି ପୁରସ୍କାର
ଇସାଇ ଚୁଦାର ପୁରସ୍କାର
ପଲ୍ଲବୀ ଗାୟକ ପୁରସ୍କାର
ସର୍ବୋତ୍ତମ ଶିକ୍ଷକ ପୁରସ୍କାର
Gana Kuyil Award
ରୋଟାରୀ ଉତ୍କୃଷ୍ଟ ପେଷାଦାର ପୁରସ୍କାର
ଭାରତୀୟ ସୁକ୍ଷ୍ମ କଳା ସୋସାଇଟି ପୁରସ୍କାର
ବିଶ୍ୱ ତେଲୁଗୁ ଫେଡେରେସନ ପୁରସ୍କାର
ପଦ୍ମ ସାଧନା ପୁରସ୍କାର
Ascendas Excellence Award
କଲାଇମମନି ପୁରସ୍କାର (Kalaimamani Award)
ସ୍ୱର୍ଣ୍ଣ ତରଙ୍ଗିଣୀ ପୁରସ୍କାର
ୱେବସାଇଟhttp://www.gayatrisankaran.com/
ଗାୟତ୍ରୀ ଶଙ୍କରନ
The President, Dr. A.P.J. Abdul Kalam presenting the Padma Shri Award – 2006 to visually challenged music prodigy Smt. Gayatri Sankaran, in New Delhi on March 20, 2006

ଜୀବନୀ

ଡ: ଗାୟତ୍ରୀ ଶଙ୍କରନ ଜଣେ କର୍ଣ୍ଣାଟକ ଗାୟିକା, ଭାୟୋଲିନ ବାଦିକା ଓ ବୀଣା ବ୍ୟାଖ୍ୟାକାର ଅଟନ୍ତି । ଆନ୍ଧ୍ର ପ୍ରଦେଶର ସମଲକୋଟରେ ଜନ୍ମ ଗ୍ରହଣ କରି ଦୀର୍ଘ କାଳ ପାଇଁ ଚେନଇର ତିରୁବନମିୟୁର ଯାଇଥିଲେ । ସେଠାରେ ୩ ବର୍ଷ ବୟସରୁ ସେ ତାଙ୍କ ମାତା ସୁବ୍ବୁଲକ୍ଷ୍ମୀ ଗୁରୁନାଥନ ଓ ପରେ ଅଲ୍ଲମରାଜୁ ସୋମେସ୍ୱର ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ସେଠାରୁ ଯାଇ ସେ ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ (Rukmini Devi Arundale) କଳାକ୍ଷେତ୍ର (Kalakshetra) ଅନୁଷ୍ଠାନରେ ସଙ୍ଗୀତ ଶିକ୍ଷା କରୁଥିବା ବେଳେ ଗାୟତ୍ରୀଙ୍କ ପ୍ରତିଭା ଦେଖି ଅରୁଣ୍ଡେଲ ପ୍ରଭାବିତ ହୋଇଥିଲେ । ସେଠରେ ସେ ପୁଦୋକ୍କୋଡୁ କୃଷ୍ଣମୂର୍ତ୍ତୀ ଓ ବୈରମଙ୍ଗଳମ ଏସ ଲକ୍ଷ୍ମୀନାରାୟଣଙ୍କଠାରୁ ଶିକ୍ଷା ଲାଭ କରି ଗାୟନ ଓ ଭାୟୋଲିନ ବାଦନରେ ଡିପ୍ଲୋମା ଓ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଥିଲେ । ପକ୍କଲ ରାମଦୋସଙ୍କଠାରୁ ସେ ଭାୟୋଲିନ ବାଦନ ଶିଖିଥିଲେ । ପରେ ସେ ଲାଲଗୁଡ଼ି ଜୟରମନ ବିଖ୍ୟାତ (Lalgudi Jayaraman) ଓ କେଜେ ୟେସୁଦାସଙ୍କଠାରୁ (K. J. Yesudas) ମଧ୍ୟ ଶିକ୍ଷା ଲାଭ କରିଥିଲେ । ସେ ଭାୟୋଲିନ ସ‌ହବାଦିକା ଭାବରେ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅଲ ଇଣ୍ଡିଆ ରେଡିଓର (All India Radio) ସ୍ଟାଫ କଳାକାର ପଦବୀରେ ଯୋଗଦାନ କରି ସନ ୧୯୮୮ରେ ପେଷା ଆରମ୍ଭ କରି କର୍ଣ୍ଣାଟକ ସଙ୍ଗୀତରେ ଟପ ଗ୍ରେଡ କଳାକାର ଓ ଲଘୁ ସଙ୍ଗୀତ ତ‌ଥା ଭାୟୋଲିନ ବାଦନରେ ବି ହାଇ ଗ୍ରେଡ ହାସଲ କରିଥିଲେ । 'ସ୍ଟାଇଲିସ୍ଟିକ ଆନାଲିସିସ ଅଫ କଲିଦାଇକୁରିଛି ବେଦାନ୍ତ ଭଗବତର' ନାମକ ଏକ ଥେସିସ ଲେଖି ମାଡ୍ରାସ ବିଶ୍ୱବିଦ୍ୟାଳୟରୁ (University of Madras) ସେ ପିଏଚଡି ଡକ୍ଟରାଲ ଡିଗ୍ରୀ ପାଇଥିଲେ । ସେ ଅନେକ ଛାତ୍ରଛାତ୍ରୀଙ୍କୁ ସ୍ୱଂୟ ବା ଅନଲାଇନ ମାଧ୍ୟମରେ ତାଙ୍କ ତିରୁବନମିୟୁର (Tiruvanmiyur) ଘରୁ କର୍ଣ୍ଣାଟକ ସଙ୍ଗୀତ ଶିକ୍ଷା ଦେଉଥିଲେ । ସେ ବ୍ରେଲ ପଦ୍ଧତିରେ ସଙ୍ଗୀତ ନୋଟେସନ ବିକଷିତ କରିଥିବା ଜଣାଯାଏ । ଭାରତ ଓ ବିଦେଶରେ ଅନେକ ସ୍ଥାନରେ ସେ ସଙ୍ଗୀତ ପ୍ରଦର୍ଶନ କରିଥିଲେ । ଭାରତ ମିନିଷ୍ଟ୍ରି ଅଫ କଲଚର (Ministry of Culture) ଦକ୍ଷିଣ ଜୋନ ପ୍ରୋଗ୍ରାମ କମିଟିର ଜଣେ ସଭ୍ୟ ଓ ମିନିଷ୍ଟ୍ରି ଅଫ ସୋସିଆଲ ଜଷ୍ଟିସ ଓ ଏମ୍ପାୱାରମେଣ୍ଟ (Ministry of Social Justice and Empowerment ଅଧୀନରେ ପୁରସ୍କାର ବିତରଣ କମିଟିର ସଭ୍ୟ ହେବାର ଗୌରବ ଲାଭ କରିଥିଲେ ।

ଭାରତୀୟ କାଉନସିଲ ଫର କଲଚରାଲ ରିଲେସନ ପାନେଲର କଳକାର ଥିଲେ ଓ ଅନେକ ପୁରସ୍କାର ଯିତିବାର ଗୌରବ ପାଇଥିଲେ ଯେପରିକି ମିନିଷ୍ଟ୍ରି ଅଫ ସୋସିଆଲ ଜଷ୍ଟିସ ଆଣ୍ଡ ଏମ୍ପାୱାରମେଣ୍ଟରୁ (Ministry of Social Justice and Empowerment Government of India) "ରୋଲ ମଡେଲ ଜାତୀୟ ପୁରସ୍କାର", ସୁର ସିଙ୍ଗର ସମସାଥ, ମୁମ୍ବାଇରୁ ସୁରମଣୀ ପୁରସ୍କାର, ଦକ୍ଷିଣ ଚେନଇରୁ ଲାୟୋନେସ କ୍ଲବର ସ୍ପେସିଆଲ ଇସାଇ ଚୁଦର, କୃଷ୍ଣ ଗଣସଭାରୁ ସ୍ପେସିଆଲ ପଲ୍ଲବୀ ସିଙ୍ଗର, ମାର୍ଗାଥମ ଚନ୍ଦ୍ରଶେଖର ଟ୍ରଷ୍ଟରୁ ବେଷ୍ଟ ଟିଚର ପୁରସ୍କାର, କାନାଡ଼ା ହିନ୍ଦୁ କଲଚରାଲ କାଉନସିଲରୁ ଗନ କୁୟିଲ ଓ ମାଡ୍ରାସ ରୋଟାରୀ କ୍ଲବର ପ୍ରଫେସନାଲ ଏକସେଲ୍ଲେନ୍ସ ପୁରସ୍କାର ପାଇଥିଲେ । ତିନି ଥର ଭାରତୀୟ ସୁକ୍ଷ୍ମ କଳା ସୋସାଇଟି ପୁରସ୍କାର, ପୃଥିବୀ ତେଲୁଗୁ ଫେଡେରେସନ ପୁରସ୍କାର, ପଦ୍ମ ସାଧନା, ଆସେଣ୍ଡାସ ଏକସେଲେନ୍ସ ପୁରସ୍କାର ଓ ରାଜୀବ ଗାନ୍ଧୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ୟୁଥ ଡେଭଲପମେଣ୍ଟର ସ୍ୱର ତନଙ୍ଗିଣୀ ପୁରସ୍କାର ମଧ୍ୟ ପାଇଥିଲେ । ସନ ୨୦୦୬ରେ ଭାରତ ସରକାର ତାଙ୍କୁ ପ୍ରଥମ ଦୃଷ୍ଟିହୀନ ମହିଳା ଭାବରେ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ । ସନ ୨୦୧୧ରେ ତାମିଲ ନାଡ଼ୁ ସରକାର ତାଙ୍କୁ କଲାଇମମନି ପୁରସ୍କାର (Kalaimamani Award) ଦେଇଥିଲେ ।

ଏହା ମଧ୍ୟ ଦେଖନ୍ତୁ

ଆଧାର

Tags:

en:Carnatic musicen:Government of Tamil Naduen:Kalaimamaniଇଂରାଜୀ ଭାଷାପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

କିଶୋରୀ ଚରଣ ଦାସଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସମୟ (କାଳ)ଅବୁଜାଓଡ଼ିଶାର ଲୋକକଳାଇନ୍ଦ୍ରଓଳାଶୁଣି ଗୁମ୍ଫାରତ୍ନାକର ଚଇନିନମିତା ଅଗ୍ରୱାଲଏ ଭି ସ୍ୱାମୀଉପେନ୍ଦ୍ର ଭଞ୍ଜଶକ୍ତିରୋମାନିଆ୧୯୭୯ପାର୍ବତୀଲିଓନକୃଷ୍ଣହେମନ୍ତ କୁମାର ଦାସ୧୯ ଜାନୁଆରୀଉତ୍କଳ ସମ୍ମିଳନୀପ୍ରତିଭା ଶତପଥୀତେଜସ୍କ୍ରିୟ କ୍ଷୟବେଦ୨ ଜାନୁଆରୀରଜନୀ ରଞ୍ଜନପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଜୟୀରାମ ସାମଲପୌଷ ପୂର୍ଣ୍ଣିମାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସାତକଡ଼ି ହୋତାଗୌତମ ବୁଦ୍ଧବୀର ସୁରେନ୍ଦ୍ର ସାଏଓଡ଼ିଶାର ଭୂଗୋଳଗୋପପୁର (ଗପ ସଙ୍କଳନ)ସାନ୍ତାଳୀ ଲୋକସଂସ୍କୃତିକମଳା ଶତପଥୀଲାଲ ବାହାଦୁର ଶାସ୍ତ୍ରୀତ୍ରିଭୁଜପୌରୁଷ ଅସାମର୍ଥ୍ୟବିଶ୍ୱନାଥ କରଓଡ଼ିଶା ଉଚ୍ଚ ନ୍ୟାୟାଳୟଡାଇଭର୍ଟିକୁଲାଇଟିସ୍ସୁସ୍ମିତା ରଥକେନିଆମାୟାଧର ମାନସିଂହରାମଚନ୍ଦ୍ର ବେହେରାହୃଦାନନ୍ଦ ପାଣିଗ୍ରାହୀ୮ ଜୁନଜଗଦୀଶ ମହାନ୍ତିହିମାଳୟାନ ଏକ୍ସପ୍ରେସୱେ୮ ଜୁଲାଇଅପର୍ଣ୍ଣା ମହାନ୍ତି୧୯୭୮ଆଣ୍ଟିବଡିସର୍ବପଲ୍ଲୀ ରାଧାକୃଷ୍ଣନଟାଇଫଏଡନେଲସନ ମଣ୍ଡେଲାଅନ୍ଧତ୍ୱଜ୍ୟୋତିର୍ଲିଙ୍ଗସୀସାwiki.phtmlଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୫ ଡିସେମ୍ବରବଡ଼ପଡ଼ାରାଜ ଯୋଗହରେ କୃଷ୍ଣଗୋପାଳବଲ୍ଲଭ ଦାସସୌମ୍ୟ ରଞ୍ଜନ ପଟ୍ଟନାୟକସାହି ଯାତଓଡ଼ିଆ ଖାଦ୍ୟଆଣ୍ଟର୍କଟିକା🡆 More