ସୁମିତ୍ରା: ଦଶରଥ ପତ୍ନୀ

ହିନ୍ଦୁ ପୁରାଣ ରାମାୟଣ ଅନୁସାରେ ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ସୁମିତ୍ରା (ସଂସ୍କୃତ: सुमित्रा) ହେଉଛନ୍ତି ତାଙ୍କର ତିନି ପତ୍ନୀଙ୍କ ମଧ୍ୟରେ କନିଷ୍ଠା । ସେ ଥିଲେ ଦୁଇ ଯାଆଁଳା ପୁଅ ଲକ୍ଷ୍ମଣ ଏବଂ ଶତ୍ରୁଘ୍ନଙ୍କର ମାତା । ଦଶରଥଙ୍କ ପତ୍ନୀମାନଙ୍କ ମଧ୍ୟରେ ତାଙ୍କୁ ଜ୍ଞାନୀ ଭାବରେ ପରିଗଣିତ କରାଯାଏ । ସୁମିତ୍ରା ଅନେକ ସମୟରେ ଦଶରଥଙ୍କୁ ତାଙ୍କ ସମସ୍ୟାରେ ସାହାଯ୍ୟ କରିଥିଲେ ।

ପୌରାଣିକ ଗାଥା

ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଷ୍ୟଶୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ । ବଶିଷ୍ଠ ଓ ଋଷ୍ୟଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ ।

ମହାରାଣୀ କୌଶଲ୍ୟା ପାଟରାଣୀ ଥିଲେ । ମହାରାଜାଙ୍କ ପାଇଁ ମହାରାଣୀ କୈକେୟୀ ସବୁଠାରୁ ପ୍ରିୟ ଥିଲେ । ମହାରାଜ ଦଶରଥ ପ୍ରାୟତଃ କୈକେୟୀଙ୍କ ପ୍ରାସାଦରେ ରହିଥା’ନ୍ତି । ରାଣୀ ସୁମିତ୍ରା ପାଟରାଣୀ କୌଶଲ୍ୟାଙ୍କ ପାଖେ ପାଖେ ରହି ତାଙ୍କ ସେବା କରିବାକୁ ନିଜ ଧର୍ମ ବିବେଚନା କରିଥିଲେ । ଏପରିକି ରାମଙ୍କ ବନବାସ ସମୟରେ ସେ ହିଁ ଲକ୍ଷ୍ମଣଙ୍କୁ ରାମଙ୍କ ସହ ବନଗମନ କରିବାକୁ ଉତ୍ସାହିତ କରିଥିଲେ ।

ବ୍ୟକ୍ତିତ୍ୱ

"ରାମଚରିତ ମାନସ"ରେ ତୁଳସୀଦାସ ଜୀ ସୁମିତ୍ରାଙ୍କ ବ୍ୟକ୍ତିତ୍ୱର ବର୍ଣ୍ନନା ଏଭଳି ଭାବେ କରିଛନ୍ତି ।

ସୁମିତ୍ରା କୌଶଲ୍ୟାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ, ପ୍ରଭାବଶାଳୀ ଏବଂ ସଂଘର୍ଷମୟୀ ରମଣୀ ଥିଲେ । ଯେତେବେଳେ ଲକ୍ଷ୍ମଣ ମାତା କୈକେୟୀଙ୍କ ବଚନ ପାଳନ ନିମନ୍ତେ ଭ୍ରାତା ଶ୍ରୀ ରାମଙ୍କ ସହିତ ଜଙ୍ଗଲକୁ ଯିବାକୁ ତାଙ୍କ ମା’ଙ୍କ ଅନୁମତି ଚାହାଁନ୍ତି, ସେତେବେଳେ ସୁମିତ୍ରା କୁହନ୍ତି ଯେ, "ଯେଉଁଠାରେ ଶ୍ରୀ ରାମ ବାସ କରନ୍ତି ସେଠାରେ ହିଁ ଅଯୋଧ୍ୟା । ଯଦି ନିଶ୍ଚିତ ଭାବରେ ସୀତା-ରାମ ଜଙ୍ଗଲକୁ ଯାଆନ୍ତି, ତେବେ ଅଯୋଧ୍ୟାରେ ତୁମର କୌଣସି କାମ ନାହିଁ ।" 'ରାମ ଚରିତ ମାନସ'ର ନିମ୍ନୋକ୍ତ ଧାଡ଼ିଗୁଡିକ ପ୍ରଣିଧାନ ଯୋଗ୍ୟ:

      "अवध तहाँ जहँ राम निवासू ।
      तहँइँ दिवसु जहँ भानु प्रकासू ।
      जौं पै सीय राम बन जाहीं ।
      अवध तुम्हार काजु कछु नाहीं ।"

ଏହିପରି ଭାବେ ସୁମିତ୍ରା ଇତିହାସର ପୁନରାବୃତ୍ତି ନୁହେଁ, ବରଂ ନୂତନ ଚେତନା ସହିତ ସଜ୍ଜିତ ମହିଳା । ସେ ରାମ-ଲକ୍ଷ୍ମଣଙ୍କୁ ଜଣେ ଆଦର୍ଶ ମାତା ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତି ।

ଆଧାର

Tags:

କୌଶଲ୍ୟାଦଶରଥରାମାୟଣହିନ୍ଦୁ

🔥 Trending searches on Wiki ଓଡ଼ିଆ:

ଅଗ୍ନ୍ୟାଶୟ ଅକ୍ଷମତାଜବାହରଲାଲ ନେହେରୁଦହି ହାଣ୍ଡିସମ୍ବାଦ (ଖବରକାଗଜ)ବେଣୁଧର ରାଉତକଳାପାହାଡ଼ସମ୍ବାଦଶାନ୍ତନୁ କୁମାର ଆଚାର୍ଯ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀପଞ୍ଚସଖାପ୍ରଦୀପ କୁମାର ପାଣିଗ୍ରାହୀତାରିଣୀ ମନ୍ଦିର, ଘଟଗାଁଯୁକ୍ତରାଷ୍ଟ୍ର ଆମେରିକାରାଜ୍ୟ ସଭାଦୁର୍ଗା ପୂଜାଭରତ (ରାମାୟଣ)ପଠାଣି ପଟ୍ଟନାୟକଏମିତି ଭାଇ ଜଗତେ ନାହିଁଜୟଦେବ ଜେନାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମନୋଜ ଦାସକୃଷ୍ଣସପ୍ତମାତୃକା ମନ୍ଦିର, ଯାଜପୁରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାପମୋଚନୀ ଏକାଦଶୀଛେନା ମୁଡୁକିବରଗଛଚାନ୍ଦବାଲିଦାଶରଥୀ ଜେନାମୟୂରଟାଟା ମୋଟରସରାଧାପିତ୍ତକୋଷଲକ୍ଷ୍ମଣ ନାୟକପଖାଳ ଦିବସଦୁର୍ଗାଷ୍ଟମୀଭୁବନେଶ୍ୱର ମିଶ୍ରମହାତ୍ମା ଗାନ୍ଧୀରାଜା ରାମମୋହନ ରାୟନଅଙ୍କ ଦୁର୍ଭିକ୍ଷପ୍ରାଣକୃଷ୍ଣ ପରିଜାଅହିଂସାwiki.phtml୧୯୩୪ଭାରତୀୟ ଜନତା ପାର୍ଟିଚନ୍ଦ୍ରଶେଖର ରଥରମାକାନ୍ତ ରଥସିକ୍ଲ ସେଲ୍ ରୋଗଖୋର୍ଦ୍ଧାକବିସୂର୍ଯ୍ୟ ବଳଦେବ ରଥଚୈତ୍ରତୃପ୍ତି ଦାସପରିସଂଖ୍ୟାନ ବର୍ଗୀକରଣଟୀକା ଗୋବିନ୍ଦ ଚନ୍ଦ୍ରବେଦଇଣ୍ଡୋନେସିଆରାସନ କାର୍ଡ଼ (ଭାରତ)ପରଶୁରାମଗୋପାଳ ଛୋଟରାୟଲିନକ୍ସସୂର୍ଯ୍ୟୋଦୟସଞ୍ଚିତା ମହାନ୍ତିଦଣ୍ଡ ନାଟଗୋପବନ୍ଧୁ ଦାସହାଡ଼ଫୁଟି🡆 More