ଲକ୍ଷ୍ମଣ: ଭଗବାନ ରାମଙ୍କର ଛୋଟ ଭାଈ

ହିନ୍ଦୁ ପୁରାଣ ରାମାୟଣର ଏକ ଆଦର୍ଶ ଚରିତ୍ର ହେଉଛନ୍ତି ଲକ୍ଷ୍ମଣ । ତାଙ୍କୁ ଶେଷନାଗଙ୍କର ଏକ ଅବତାର ଭାବରେ ବିବେଚନା କରାଯାଏ । ରାମାୟଣ ଅନୁଯାୟୀ, ରାଜା ଦଶରଥଙ୍କ ତୃତୀୟ ପୁତ୍ର ଲକ୍ଷ୍ମଣଙ୍କ ମାତା ସୁମିତ୍ରା ଥିଲେ । ସେ ରାମଙ୍କ ଭାଇ ଥିଲେ । ରାମ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଅଦ୍ଭୁତ ପ୍ରେମ ଥିଲା । ଶ୍ରୀ ରାମ ଏବଂ ସୀତାଙ୍କ ସହିତ ମନ୍ଦିରଗୁଡ଼ିକରେ ଲକ୍ଷ୍ମଣଙ୍କୁ ମଧ୍ୟ ସର୍ବଦା ପୂଜା କରାଯାଏ । ତାଙ୍କର ଅନ୍ୟ ଭାଇମାନେ ଥିଲେ ଭରତ ଏବଂ ଶତ୍ରୁଘନ । କୁସ୍ତି ହେଉ କିମ୍ବା ତୀରନ୍ଦାଜ ହେଉ, ଲକ୍ଷ୍ମଣ ପ୍ରତ୍ୟେକ ସମର କଳାରେ ପାରଙ୍ଗମ ଥିଲେ ।

ଜନ୍ମ ଓ ବିବାହ

ଅଯୋଧ୍ୟାର ରାଜା ଦଶରଥଙ୍କର ତିନି ପତ୍ନୀ ଥିଲେ: କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ପୁତ୍ରହୀନ ଥିବାରୁ ରାଜା ପୁତ୍ରେଷ୍ଟୀ ଯଜ୍ଞ କଲେ ଏବଂ ଫଳସ୍ୱରୂପ, ତାଙ୍କ ରାଣୀମାନେ ଗର୍ଭବତୀ ହେଲେ । ପୁତ୍ରେଷ୍ଟି ଯଜ୍ଞର ଚରୁକୁ ଦୁଇ ଭାଗ କରି ଦଶରଥ କୌଶଲ୍ୟା ଓ କୈକେୟୀଙ୍କୁ ଦେଲେ; ସେ ଦୁଇ ରାଣୀ ଆପଣାର ଭାଗରୁ ଗୋଟିଏ ଲେଖାଏଁ ଅଂଶ ତୃତୀୟା ରାଣୀ ସୁମିତ୍ରାଙ୍କୁ ଦେଲେ । ଫଳରେ କୌଶଲ୍ୟାଙ୍କ ଗର୍ଭରୁ ରାମ, କୈକେୟୀଙ୍କ ଗର୍ଭରୁ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଦୁଇଟି ଯମଜ ପୁତ୍ର ଜନ୍ମିଲେ । ବାଲ୍ୟକାଳରୁ ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଆଜ୍ଞାବହ ଥିଲେ ।

ଯେତେବେଳେ ଋଷି ବିଶ୍ୱାମିତ୍ର ରାମଙ୍କୁ ଜଙ୍ଗଲରେ ଅସୁରମାନଙ୍କୁ ବଧ କରିବା ପାଇଁ ନେଇଥା’ନ୍ତି, ସେତେବେଳେ ଲକ୍ଷ୍ମଣ ସେମାନଙ୍କ ସହିତ ଯାଇ ମିଥିଲାକୁ ଯାଆନ୍ତି । ଯେତେବେଳେ ରାମ ସୀତାଙ୍କୁ ବିବାହ କରନ୍ତି, ଲକ୍ଷ୍ମଣ ସୀତାଙ୍କ ସାନ ଭଉଣୀ ଉର୍ମିଳାଙ୍କୁ ବିବାହ କରନ୍ତି । ସେମାନଙ୍କର ଦୁଇଟି ପୁତ୍ର ଥିଲେ - ଅଙ୍ଗଦ ଏବଂ ଚନ୍ଦ୍ରକେତୁ । ପରେ, ଯେତେବେଳେ ରାମ କୈକେୟୀଙ୍କ ଇଚ୍ଛା ଅନୁସାରେ ଚଉଦ ବର୍ଷ ପାଇଁ ନିର୍ବାସିତ ହୋଇଥିଲେ, ଲକ୍ଷ୍ମଣ ତାଙ୍କ ପତ୍ନୀ ଉର୍ମିଳାଙ୍କୁ ଛାଡି ରାମ ଏବଂ ସୀତାଙ୍କ ସହ ବନ ଗମନ କରିଥିଲେ ।

ଲଙ୍କାରେ ରବଣ ସହ ଯୁଦ୍ଧରେ ବିଜୟୀ ହୋଇ ଫେରିବା ପରେ ରାମ ଅଯୋଧ୍ୟାର ରାଜା ହୋଇଥିଲେ ଏବଂ ଭରତ ରାଜକୁମାର ହୋଇଥିଲେ । ରାମ, ଲକ୍ଷ୍ମଣଙ୍କୁ ରାଜକୁମାର ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ମନା କରିଦେଇଥିଲେ । ଲକ୍ଷ୍ମଣଙ୍କ ଯୁକ୍ତି ଥିଲା ଯେ ଭରତ ତାଙ୍କଠାରୁ ବଡ଼ ଏବଂ ସେ ରାଜକୁମାର ଆଖ୍ୟା ପାଇବାକୁ ଅଧିକ ଯୋଗ୍ୟ । ରାମ ଏହା ଶୁଣି ବହୁତ ଖୁସି ହେଲେ ଏବଂ କହିଲେ "ହେ ଲକ୍ଷ୍ମଣ ଏହି ଜନ୍ମରେ ତୁମେ ମୋତେ ବହୁତ ଭଲ ସେବା କରିଅଛ ଏବଂ ସାନ ଭାଇ ଭାବରେ ତୁମର କର୍ତ୍ତବ୍ୟ କରିଅଛ, ମୁଁ ତେଣୁ ପରବର୍ତ୍ତୀ ଜନ୍ମରେ ତୁମ ସାନ ଭାଇ ହୋଇ ସେବା କରିବି" । ପୌରାଣିକ ଆଖ୍ୟାନ ଅନୁସାରେ ପରବର୍ତ୍ତୀ ଜନ୍ମରେ ରାମ, କୃଷ୍ଣ ହୁଅନ୍ତି ଏବଂ ଲକ୍ଷ୍ମଣ, କୃଷ୍ଣଙ୍କ ପାଇଁ ବଡ଼ ଭାଇ ବଳରାମ ହୁଅନ୍ତି ।

ଦେହତ୍ୟାଗ

ଦୁର୍ବାସା ଏକଦା ରାଜା ରାମଙ୍କ ରାଜମହଲର ପ୍ରବେଶ ଦ୍ୱାରରେ ଉପସ୍ଥିତ ହେଲେ ଏବଂ ଲକ୍ଷ୍ମଣ ଦ୍ୱାର ଜଗି ରହିଥିବାର ଦେଖି ରାମଙ୍କ ସହ ତାଙ୍କର ଦେଖା କରିବା ଜରୁରୀ ବୋଲି କହିଲେ । ଏହି ସମୟରେ ରାମ, ଯମ(ମୃତ୍ୟୁର ଦେବତା)ଙ୍କ ସହିତ ଏକ କୋଠରୀରେ ଅତ୍ୟନ୍ତ ଗୋପନ କଥାବାର୍ତ୍ତା କରୁଥିଲେ । ଏହି ଗୋପନ କଥାବର୍ତ୍ତା ପୂର୍ବରୁ ଯମ, ରାମଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ ଯେ ଏହି କଥାବାର୍ତ୍ତା ସମୟରେ ଅନ୍ୟ କେହି ସେହି ସ୍ଥାନକୁ ଆସି ପାରିବେ ନାହିଁ, ଯଦ୍ଦ୍ୱାରା ସେମାନଙ୍କ ସଂଳାପ ଗୋପନୀୟ ରହିବ ଏବଂ ଏହି ଆଦେଶ ନ ମାନି ଯଦି କେହି ସେହି କୋଠରୀରେ ପ୍ରବେଶ କରନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ରାମ ରାଜି ହୋଇ ଲକ୍ଷ୍ମଣଙ୍କୁ ତାଙ୍କ ଦ୍ୱାରର ଜଗିବା ଏବଂ ଯମଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାର ଦାୟିତ୍ୱ ଦେଇଥିଲେ ।

ଏହିପରି ସ୍ଥଳେ, ଲକ୍ଷ୍ମଣ ଅତ୍ୟନ୍ତ ଭଦ୍ର ଭାବରେ ଋଷିଙ୍କୁ ଅନୁରୋଧ କରି କହିଥିଲେ ଯେ ସେ ରାମଙ୍କ ସାକ୍ଷାତକାର ଶେଷ ନହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କିନ୍ତୁ ଦୁର୍ବାସା କ୍ରୋଧିତ ହୋଇ କହିଥିଲେ ଯେ ଯଦି ଲକ୍ଷ୍ମଣ ତୁରନ୍ତ ରାମଙ୍କୁ ତାଙ୍କ ଆଗମନ ବିଷୟରେ ନ ଜଣାନ୍ତି ତେବେ ସମସ୍ତ ଅଯୋଧ୍ୟାଙ୍କୁ ଅଭିଶାପ ଦେବେ । ଲକ୍ଷ୍ମଣ ଏହିପରି ଏକ ଦ୍ୱନ୍ଦ୍ୱରେ ପଡ଼ି ସ୍ଥିର କଲେ ଯେ ସେ ପଛେ ରାମଙ୍କ କ୍ରୋଧର ଶୀକାର ହୋଇ ମୃତ୍ୟୁ ବରଣ କରନ୍ତୁ, କିନ୍ତୁ ଅଯୋଧ୍ୟା କିମ୍ବା ଅଯୋଧ୍ୟାବାସୀ ଦୁର୍ବାସାଙ୍କ ଅଭିଶାପରୁ ବଞ୍ଚିଯାଉ । ଏହା ଭାବି ସେ ରାମଙ୍କ ନିକଟକୁ ଯାଇ ଋଷିଙ୍କ ଆଗମନ ବିଷୟରେ ଜଣାଇ ରାମଙ୍କ ଗୋପନ କଥାବାର୍ତ୍ତରେ ବାଧା ସୃଷ୍ଟି କରିବାକୁ ବାଧ୍ୟ ହେଲେ । ରାମ ଶୀଘ୍ର ଯମଙ୍କ ସହିତ ତାଙ୍କର ସାକ୍ଷାତ ସମାପ୍ତ କଲେ ଏବଂ ଯଥାର୍ଥ ସୌଜନ୍ୟ ସହିତ ଋଷିଙ୍କ ସତ୍କାର କଲେ । ଦୁର୍ବାସା ରାମଙ୍କୁ ଖାଇବାକୁ ଦେବାର ଇଚ୍ଛା ବିଷୟରେ କହିଥିଲେ ଏବଂ ରାମ ତାଙ୍କ ଅତିଥିଙ୍କ ଅନୁରୋଧ ପୂରଣ କରିଥିଲେ, ଯେଉଁଥିରେ ସନ୍ତୁଷ୍ଟ ହୋଇ ଋଷି ଦୁର୍ବାସା ତାଙ୍କ ରାସ୍ତାରେ ଚାଲିଯାଇଥିଲେ ।

ଯମଙ୍କୁ ଦେଇଥିବା କଥା ଅନୁଯାୟୀ ରାମ ନିଜ ପ୍ରିୟ ଭାଇ ଲକ୍ଷ୍ମଣଙ୍କୁ ହତ୍ୟା କରିବାକୁ ଚାହୁଁ ନ ଥିବାରୁ ରାମ ଦୁଃଖରେ ମ୍ରିୟମାଣ ହୋଇଥିଲେ । ତଥାପି, ସେ ଯମଙ୍କୁ ଦେଇଥିବା ସତ୍ୟ ପାଳନ କରିବା ସମ୍ବନ୍ଧରେ ପରାମର୍ଶ ଦେବାକୁ ଋଷି ବଶିଷ୍ଠଙ୍କୁ ଅନୁରୋଧ କଲେ । ବଶିଷ୍ଠଙ୍କ ପରାମର୍ଶରେ ସେ ଲକ୍ଷ୍ମଣଙ୍କୁ ପରିତ୍ୟାଗ କରିବା ଆଦେଶ ଦେଲେ, କାରଣ ଏପରି ପରିତ୍ୟାଗ ମୃତ୍ୟୁ ସହିତ ସମାନ ବୋଲି ବଶିଷ୍ଠ ଯୁକ୍ତିଦ୍ୱାରା ଦର୍ଶାଇଥିଲେ । ଏହା ପରେ ଲକ୍ଷ୍ମଣ ସରଜୁ ନଦୀ କୂଳକୁ ଯାଇ ସରଜୁ ନଦୀରେ ନିଜକୁ ବୁଡ଼ାଇ ଧରାତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆଧାର

Tags:

ଭରତ (ରାମାୟଣ)ରାମାୟଣହିନ୍ଦୁ

🔥 Trending searches on Wiki ଓଡ଼ିଆ:

ଦୁଃଖୀରାମ ସ୍ୱାଇଁଜର୍ମାନୀଅଶ୍ୱିନୀ କୁମାର ଘୋଷବୌଦ୍ଧ ଧର୍ମ୯ ଫେବୃଆରୀବିବାହଅଷ୍ଟ୍ରେଲିଆ୧୨ ଫେବୃଆରୀବି. ଆର. ଆମ୍ବେଦକରଭୂମିକମ୍ପପଦାର୍ଥଆମ୍ବଜଳ ପ୍ରଦୂଷଣନବଗୁଞ୍ଜରଚୈତ୍ରବିରଜା ମନ୍ଦିରକାହ୍ନୁଚରଣ ମହାନ୍ତିନକ୍ସଲବାଦଇନଷ୍ଟାଗ୍ରାମଇଂରାଜୀ ଭାଷାନଅଙ୍କ ଦୁର୍ଭିକ୍ଷବର୍ଷାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଭାରତୀୟ ଜାତୀୟ କଂଗ୍ରେସବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟନୃସିଂହବେଦରାମ ନବମୀଇସଲାମ ଧର୍ମଫିନଲ୍ୟାଣ୍ଡସମ୍ବଲପୁରବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ ଅପ୍ରେଲଶନିଉଇକିକଥାAnifrolumabବ୍ରହ୍ମୋତ୍ରୀ ମହାନ୍ତିବୈକୁଣ୍ଠନାଥ ପଟ୍ଟନାୟକପଣାଚିନ୍ତାମଣି ବେହେରାପୌଷ୩୦ ଅପ୍ରେଲବଡ଼ି୨୦୦୩ପ୍ରାଣବନ୍ଧୁ କର୧୧ ଫେବୃଆରୀପଞ୍ଚସଖାକୃଷ୍ଣଚନ୍ଦ୍ର ପାଣିଗ୍ରାହୀବ୍ୟଞ୍ଜନ ବର୍ଣ୍ଣପରିବେଶଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଭୂତି ପଟ୍ଟନାୟକମହାଦେଶଓଡ଼ିଶାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନନ୍ଦିଘୋଷମନୋଜ ଦାସପଦ୍ମ ଲୋଚନ ପଣ୍ଡାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୨୫ ନଭେମ୍ବରଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାମୂରଲୀଧର କୁଅଁରସଂକ୍ରାନ୍ତିଆଶ୍ୱିନପ୍ଲୀହାଗୋଦାବରୀଶ ମିଶ୍ର🡆 More