ତ୍ରିବେଣୀ ଅମାବାସ୍ୟା

ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କହାଯାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ । ତା'ଛଡ଼ା ବର୍ଷକରେ ଥରେ ମକର ରାଶିକୁ ଗମନ କରନ୍ତି ରବି ବା ସୂର୍ଯ୍ୟ । ଶନି ହେଉଛନ୍ତି ମକରର ସ୍ୱାମୀ ବା ପ୍ରଭୁ ଏବଂ ଚନ୍ଦ୍ରଙ୍କ ବିରୋଧୀ । ମକରରେ ରବିଙ୍କ ଅବସ୍ଥାନଦ୍ୱାରା ମକର ଓ ଶନିଙ୍କ ପ୍ରଭାବ ବୃଦ୍ଧିପାଏ । ଫଳରେ ଚନ୍ଦ୍ର ଆହୁରି ଦୁର୍ବଳ ହୋଇଯାଆନ୍ତି । ଚନ୍ଦ୍ରଙ୍କଦ୍ୱାରା ଆମର ମନ ଓ ଭାବ ନିୟନ୍ତ୍ରଣ ହୋଇଥାଏ । ତେଣୁ ଆମର ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାର ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୁଏ । ତେଣୁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଭଲ । ମାଘସ୍ନାନଦ୍ୱାରା ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ମୌନୀ ଅମାବାସ୍ୟାରେ ତୀର୍ଥସ୍ଥଳରେ ବୁଡ଼, ଉପବାସ ପାଳନ ଓ ବିଷ୍ଣୁଙ୍କୁ ପୂଜା କଲେ ମହାପୁଣ୍ୟ ମିଳେ । ପିପଳ ବୃକ୍ଷକୁ ଏହିଦିନ ପ୍ରଦକ୍ଷଣ କରିବାର ମଧ୍ୟ ବିଧି ରହିଛି । ମକର ମାସସାରା ପ୍ରୟାଗର ସଙ୍ଗମ ସ୍ଥଳରେ ହିନ୍ଦୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ନାନ, ଦାନ ଓ ପୂଜାର୍ଚ୍ଚନା ବା ‘କଳ୍ପବାସ’ କରି ମୌନି ଅମାବାସ୍ୟାକୁ ଅପେକ୍ଷା କରି ରହିଥାନ୍ତି । ମାସବ୍ୟାପୀ କେତେକ ସାଧୁସନ୍ଥ କେବଳ ଜଳପାନ କରନ୍ତି ଏବଂ ଆଉ କେତେକ ଦିନକୁ ଥରେ ହବିଷ ପାଳନ କରନ୍ତି । ଏକଥା ମଧ୍ୟ କୁହାଯାଏ ଯେ ସୃଷ୍ଟିର ଆରମ୍ଭରେ ସବୁ ଶାନ୍ତ, ନିରବ ଥିଲା । ତାପରେ ସୃଷ୍ଟିହେଲା ଶବ୍ଦ ଏବଂ ଏହି ଶବ୍ଦ ଥିଲା ଓଁ ବା ବ୍ରହ୍ମନାଦ । ପ୍ରତ୍ୟେକ ଶବ୍ଦରେ ଅଛି ଶକ୍ତି ଏବଂ ଏହି ଶକ୍ତି ହିଁ ଚତୁଃପାର୍ଶ୍ୱର ସ୍ଥିତିକୁ ପରିବର୍ତ୍ତନ କରିପାରେ । ମୌନୀ ଅମାବାସ୍ୟାରେ ମୌନ ରହିଲେ ଶରୀରରେ ପ୍ରାଣ ସଂରକ୍ଷିର ହୋଇ ରହେ । ଏହା ଶକ୍ତି, ସାମର୍ଥ୍ୟ ପ୍ରଦାନ କରେ I

ମୌନୀ ଅମାବାସ୍ୟା
ଅନ୍ୟ ନାମତ୍ରିବେଣୀ ଅମାବାସ୍ୟା, ବିରଜା ଅମାବାସ୍ୟା
ପାଳନକାରୀହିନ୍ଦୁ
ପ୍ରକାରଭାରତୀୟ ହିନ୍ଦୁ
ପର୍ବ ପାଳନତୀର୍ଥସ୍ଥଳରେ ବୁଡ଼, ଉପବାସ, ବିଷ୍ଣୁଙ୍କ ପୂଜା
ଆରମ୍ଭମାଘ ଅମାବାସ୍ୟା
୨୦୨୪ ତାରିଖ୯ ଫେବୃଆରୀ (ଶୁକ୍ରବାର)

ଆଧାର

Tags:

ଅମାବାସ୍ୟାକୁମ୍ଭ ମେଳାମାଘହବିଷ

🔥 Trending searches on Wiki ଓଡ଼ିଆ:

ନନ୍ଦ କିଶୋର ବଳଧାମରା ବନ୍ଦରଦ୍ୱିତୀୟ ବିଶ୍ୱଯୁଦ୍ଧଗୁରୁ ପ୍ରସାଦ ମହାନ୍ତିସୁଭାଷ ଚନ୍ଦ୍ର ବୋଷରାମ ନବମୀହିନ୍ଦୁଶିବଅନ୍ନପୂର୍ଣ୍ଣା ମହାରଣାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅକ୍ଷର କଳାଜନ ବୀମସଜାତୀୟ ସାହସିକତା ପୁରସ୍କାରଛେନା ମୁଡୁକି୨୬ ଅପ୍ରେଲମହାତ୍ମା ଗାନ୍ଧୀଙ୍କ ପରିବାରଚୁଡ଼ାଧୃତରାଷ୍ଟ୍ର (ମହାଭାରତ)୧ ମାର୍ଚ୍ଚନନ୍ଦିନୀ ଶତପଥୀବୁଧବାରରାଖାଲ ମହାନ୍ତିରାୟଗଡ଼ା ରେଳ ଷ୍ଟେସନପରିସଂଖ୍ୟାନ ବର୍ଗୀକରଣଅମୃତ ଫଳ୭ ଅପ୍ରେଲଦଶାବତାରକଳାପାହାଡ଼ଆଖଣ୍ଡଳମଣି ମନ୍ଦିରଅଭିମନ୍ୟୁ ସାମନ୍ତସିଂହାରଅର୍ଥଶାସ୍ତ୍ରଯାଜପୁରଓଡ଼ିଶାର ଲୋକନୃତ୍ୟ୨ ଅପ୍ରେଲ୩ ଅପ୍ରେଲଅଚ୍ୟୁତ ସାମନ୍ତତୁଷାରକାନ୍ତି ବେହେରାଜାପାନତୋରାଣିମନୋଜ ଦାସନଟବର ଶତପଥୀରାଜେନ୍ଦ୍ର ନାରାୟଣ ସିଂହଦେଓଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳହୃଷୀକେଶ ମଲ୍ଲିକଭାରତର ପ୍ରଧାନମନ୍ତ୍ରୀଧର୍ମନଦୀବିଶ୍ୱନାଥ କରପଦାର୍ଥଶ୍ରୀନିବାସ ରାମାନୁଜନଭାତଅମିୟ କୁମାରୀ ପାଢ଼ୀଜ୍ଞାନପୀଠ ପୁରସ୍କାରଫାଇଲେରିଆଭଦଭଦଳିଆମାୟାଧର ମାନସିଂହଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସୁଦଶା ବ୍ରତବ୍ରହ୍ମୋତ୍ରୀ ମହାନ୍ତିପ୍ରଧାନ ପୃଷ୍ଠାଭାରତର ଜାତୀୟ ପତାକାପୃଥିବୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବୀରକିଶୋର ଦାସବାଳୀକେଳୁଚରଣ ମହାପାତ୍ରପୁରୀଓଡ଼ିଆ ଖାଦ୍ୟ🡆 More