ତନ୍ତ

ଲୁଗା ବୁଣିବା ଯନ୍ତ୍ର ତନ୍ତ ନାମରେ ଜଣା । ତନ୍ତରେ ପ୍ରଥମେ ଲମ୍ବବାଗର ସୂତାମାନଙ୍କୁ ଟାଣି କରି ରଖାଯାଏ ଓ ପରେ ତହିଁ ମଧ୍ଯରେ ଚଉଡ଼ାବାଗର ସୂତାକୁ କାଣ୍ଡିଆଦ୍ୱାରା ଭରଣା କରାଯାଇ ଲୁଗା ବୁଣାଯାଏ ।

ତନ୍ତ
ତନ୍ତ
ତନ୍ତ

ତନ୍ତର ବିଭିନ୍ନ ଅଂଶ

ତନ୍ତ 
ମାକୁ
  • ବିଶ୍ୱକର୍ମା— ଲୁଗାକୁ ବୁଣୁଥିବା ବ୍ଯକ୍ତିର ଡାହାଣ ହାତ ପାଖରେ ଭୂମିରେ ପୋତା ଯାଇଥିବା ଗୋଟିଏ ଖୁଣ୍ଟି ବା ଖିଲ, ଯହିଁରେ ନରାଜର ଡାହାଣ ପାଖରେ ଥିବା ଖିଲରେ ଗୁଡ଼ିଆ ଦଉଡ଼ି ବନ୍ଧାଯାଏ
  • ମାକୁ, ମାଙ୍କୁ—ଯେଉଁ ନାବାକୃତି କାଠ ଖଣ୍ଡରେ ଭରଣି ସୂତାର କଣ୍ଡା ପଶି ଥାଏ ଓ ଯାହା ଟାଣୀ ସୂତାମାନଙ୍କ ଅନ୍ତରାଳ ଦେଇ ଆଡ଼ ବାଗରେ ମେଣ୍ଢୀଦ୍ୱାରା ଫିଙ୍ଗା ହେଉଥାଏ
  • କଣ୍ଡା—ଭରଣୀ ସୂତା ଗୁଡ଼ିଆ ହୋଇଥିବା ନଳୀ, ଯାହା ମାକୁ ମଧ୍ଯରେ ପଶି ଥାଏ
  • ପାନିଆ—ଯେଉଁ ସରୁ ବାଉଁଶକାଠିର ପାନିଆ ଭିତରେ ଟାଣୀ ସୂତା ଯୋଡ଼ା ଯୋଡ଼ା ହୋଇ ପିନ୍ଧାଇ ଦିଆଯାଏ
  • ଦକ୍ତି— ପାନିଆର ସରୁ ଖଡ଼ିକାର ଲମ୍ବା ଫର୍ମା
  • ବ; ବଅ; ବଅପାଟି—ଯେଉଁ ସୂତ୍ରମୟ ପାଶଯୁକ୍ତ ପାନିଆ ଭିତରେ ଟାଣୀ ସୂତା ଗୋଟି ଗୋଟି ହୋଇ ଗଳି ଥାଏ; (ଏହାର ସଂଖ୍ଯା ଦୁଇଟି)
  • ବଅପଟା—ଯେଉଁ ପଟାରେ ବଅ ବନ୍ଧାଯାଏ
  • ବଅକାଠି—ଯେଉଁ କାଠି ଦୁଇ ଖଣ୍ଡରେ ବଅର ପାନିଆ ସୂତାମାନ ଟଣା ହୋଇ ବନ୍ଧାଯାଏ
  • ନାଚୂଣୀ, ନାଚୂଣୀ ପକ୍ଷୀ—ନିକିତି ଦଣ୍ଡି ଆକାରର କାଠି, ଯାହାର ଦୁଇ ପ୍ରାନ୍ତରୁ ବଅ ଓହଳା ଯାଇଥାଏ
  • ଛିଟ୍କିଣି; ଛଟିକିଣି—ଯେଉଁ କାଠଖଣ୍ଡ ବା ବେଣ୍ଟକୁ ହାତରେ ମୁଠାଇ ଧରି ଡାହାଣ ବା ବାଆଁ ଆଢ଼କୁ ମାରିଲେ ଦଉଡ଼ିଦ୍ୱାରା ମେଣ୍ଢା ଚାଳିତ ହୁଏ
  • ଟାଣୀସୂତା—ବୁଣା ଲୁଗାର ଲମ୍ବ ସୂତା
  • ଭରଣୀସୂତା; ବୁଣାସୂତା—ଲୁଗାର ଆଡ଼ବାଗର ସୂତା
  • ଜୋ କାଠି —ଯେଉଁ କାଠିଦ୍ୱାରା ଲୁଗା ବୁଣା ହେଉଥିବା ସମଯରେ ଭରଣୀ ସୂତାର ଶେଷ ମୁଣ୍ଡକୁ ଟାଣୀ ସହିତ ଟାଣିକରି ରଖାଯାଏ
  • ତନ୍ତକାଠ, ନରାଜ, ନରାଳୁ, ନରୋଜ—ଯେଉଁ ମୋଟ ଗୋଲ ଦଣ୍ଡରେ ବୁଣିବାର ଟାଣୀ ସୂତା ଗୁଡ଼ିଆ ହୋଇଥାଏ
  • ତାଷଣ ବା ମୁଠା—ୟେଉଁ ବୁରୁସ ବା ମାର୍ଜନୀଦ୍ୱାରା ତନ୍ତିମାନେ ସୂତାକୁ ପରିଷ୍କାର କରନ୍ତି ବା ମାଜନ୍ତି
  • ଚାପଣା, ଟିପିଣୀଦଣ୍ଡା, ଚାପଣାକାଠି—ବଅକୁ ତଳକୁ ଉପରକୁ ଉଠାଇବା ପକାଇବା ପାଇଁ ନିମ୍ନସ୍ଥ ଯେଉଁ ଦଣ୍ଡ ଦୁଇଟିକୁ ଏକାଦିକ୍ରମେ ଗୋଡ଼ଦ୍ୱାରା ଟିପାଯାଏ
  • ଟିପିଣୀ ଦଉଡ଼ି— ୟେଉଁ ଦଉଡ଼ି ଟିପିଣୀଦଣ୍ଡା ଓ ବଅକୁ ସଂୟୁକ୍ତ କରିଥାଏ
  • ମତି— ଯେଉଁ 'X' ଆକାରର ବେତ ଦୁଇ ଖଣ୍ଡ ବୁଣା ଯାଉଥିବା ଲୁଗାର ଧଡ଼ିକୁ ଓସାରେଇ କରି ଟାଣି ଧରିଥାଏ
  • ନାଠୀ, ନଟେଇ— ଯେଉଁ କାଠିରେ ସୂତା ଗୁଡ଼ିଆ ହୋଇଥାଏ
  • ମେଣ୍ଢୀ—ମାକୁକୁ ଚଳାଇବାର ଦଉଡ଼ିଯୁକ୍ତ କାଷ୍ଠଖଣ୍ଡ (ଯାହା ଛିଟିକିଣିଦ୍ୱାରା ଚାଳିତ ହୁଏ)
  • ତୁଳିକାଠ—ୟେଉଁ ଗୋଲ ଦଣ୍ଡରେ ଲୁଗାର ବୁଣା ହୋଇଥିବା ଅଂଶ ଗୁଡ଼ିଆ ହୁଏ
  • ପଞ୍ଝା—ସେତରଞ୍ଜି ବୁଣିବା ବେଳେ ଭରଣୀ ସୂତାକୁ ପୂର୍ବବୁଣା ସୂତା ସଙ୍ଗେ ବସାଇ ଦେବାପାଇଁ ବ୍ଯବହୃତ ଅଙ୍ଗୁଳିୟୁକ୍ତ କରତଳ ଆକୃତିର କାଷ୍ଠଖଣ୍ଡ
  • ଲିସ୍, ଲିସ୍କାଠି—ଟାଣୀ ସୂତାର ଫାନ୍ଦ
  • ଡ୍ରମ୍—ଟାଣି ଓ ଭରଣୀ ସୂତା ଗୁଡ଼ିଆ ହୋଇ ରହିବାର ପିମ୍ପା ପରି ଗୋଲାକାର ନଟେଇ
  • ଡାଙ୍ଗିଆ —ଏହାଦ୍ୱାରା ବୁଣା ହେଉଥିବା ଲୁଗାର ଧଡିରେ କୁମ୍ଭ ବା ଛକ ବୁଣାଯାଏ ]

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଫୋସିନୋପ୍ରିଲରାଧାନାଥ ରାୟ୧୬୬୫କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତର ଜାତୀୟ ପତାକାଧର୍ମେନ୍ଦ୍ର ପ୍ରଧାନଓଡ଼ିଶାର ଭୂଗୋଳପ୍ରତୀକ୍ଷା୨୦୦୬ହେମନ୍ତ କୁମାର ଦାସଉଇକିପିଡ଼ିଆ ସମୂହର ତାଲିକାକଳାହାଣ୍ଡି ଜିଲ୍ଲାତିଳ ଚତୁର୍ଥୀଚାନ୍ଦ୍ରମାସବସନ୍ତ କୁମାର ଶତପଥୀଜ୍ଞାନକୋଷଟ୍ରାଲୋକିନୁମାବବିଶ୍ୱ ମ୍ୟାଲେରିଆ ଦିବସଖିଲିପାନ୨୦୧୨ପ୍ରଗତିବାଦୀବାମାଚରଣ ମିତ୍ରଆଣ୍ଡାମାନ ସାଗରହମିଦା ବାନୁ ବେଗମIndiaସାରଳା ମନ୍ଦିରବିରାଟ କୋହଲୀଆଶୁତୋଷ ପରିଡ଼ାଟିଣଭାରତୀୟ ଜାତୀୟ କଂଗ୍ରେସବର୍ଷା ପ୍ରିୟଦର୍ଶିନୀପ୍ରଣବ ପ୍ରକାଶ ଦାସଅର୍ଥଶାସ୍ତ୍ରସୀତାକାନ୍ତ ମହାପାତ୍ରଚିଲିକା (ବହୁବିକଳ୍ପ)ଅଂଶୁଘାତଜୟୀ ରାଜଗୁରୁ୧ମ ଓଡ଼ିଶା ବିଧାନ ସଭାଅସହଯୋଗ ଆନ୍ଦୋଳନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଞ୍ଜଣିସତୀ (ହିନ୍ଦୁ ଦେବୀ)ଛାୟାପଥସ୍ତନସୁରେନ୍ଦ୍ର ମହାନ୍ତିମନୋରଞ୍ଜନ ଦାସଲକ୍ଷ୍ମୀକିଶୋରୀ ଚରଣ ଦାସ୨୪ ଅପ୍ରେଲବଉଳରାଧାନାଥ ରଥକାଳିଚରଣ ପଟ୍ଟନାୟକଗୋପବନ୍ଧୁ ଚୌଧୁରୀଶାରଳା ପୁରସ୍କାରଗୋଦାବରୀଶ ମିଶ୍ରତାଳଧ୍ୱଜଦେବୁ ବୋଷଛାରପୋକକଟକ ଜିଲ୍ଲାଓଡ଼ିଆ ଖାଦ୍ୟପ୍ରଯୁକ୍ତି ବିଦ୍ୟାକାଜାଖସ୍ତାନସ୍ତନ୍ୟପାୟୀଗଙ୍ଗାଧର ମେହେରସୋନାଲ ମାନସିଂହ🡆 More