ଘୁଗୁନି

ଘୁଗୁନି ଏକ ପୂର୍ବ ଭାରତୀୟ ରନ୍ଧାଖାଦ୍ୟ । ଏହା ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ଜଣାଶୁଣା । ମଟର ଓ ଆଳୁକୁ ସିଝାଇ ଘୁଗୁନି ତିଆରି କରାଯାଏ । ଓଡ଼ିଶାରେ ଖାଲି ଘୁଗୁନି କିମ୍ବା ବରା, କାକରା, ଆଳୁ ଚପ, ସିଙ୍ଗଡ଼ା, ପୁରି, ଉପମା ଏବଂ ମୁଢ଼ି ଆଦି ଜଳଖିଆ ସହିତ ତଥା ଭାତ ଓ ରୁଟି ସହ ମଧ୍ୟ ଖିଆଯାଇଥାଏ । ବଙ୍ଗଳା ରନ୍ଧାରେ ଖାସି ମାଂସ ପଡ଼ି ମଧ୍ୟ ଘୁଗୁନି ରନ୍ଧା ହୁଏ । ଶୀତ ଦିନରେ ମଟର ଛୁଇଁ ଅମଳ ହେଲେ ସେଥିରେ ଘୁଗୁନି ରନ୍ଧା ହୋଇଥାଏ । ଘୁଗୁନି ଦହିବରା-ଆଳୁଦମରେ ମଧ୍ୟ ପଡ଼ିଥାଏ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଷ୍ଟେସନ ଓ ଅନ୍ୟାନ୍ୟ ସର୍ବସାଧାରଣ ଜାଗାରେ ଠେଲାଗାଡ଼ିରେ ମିଳୁଥିବା ଘୁଗୁନି-ଚାଟ ଲୋକପ୍ରିୟ ।

ଘୁଗୁନି
ବରା ସହ ଘୁଗୁନି

ରନ୍ଧନ ପ୍ରଣାଳୀ

ଘୁଗୁନି ତିଆରି କରିବା ପାଇଁ ମଟରକୁ ଘଣ୍ଟାଏ ପାଣିରେ ବତୁରାଇ ତାକୁ ଆଳୁ ସହ ଶିଝାଯାଇଥାଏ । ଏହା ପରେ ତେଲରେ ଜିରା, କଟା ପିଆଜ ଓ ତା'ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଗରମ ମସଲା ଆଦି, ଅଦା-ରସୁଣ-ଲଙ୍କା ବଟା ଓ ଶେଷରେ ବିଲାତି ବାଇଗଣ ଛୁଙ୍କ ଦେଇ ଘୁଗୁନି ପ୍ରସ୍ତୁତ କରାଯାଇଥାଏ । ରନ୍ଧା ସରିଲେ ଶେଷରେ ଉପରେ ଧନିଆ ପତ୍ର ପକାଇ ପରଷାଯାଏ ।

ଆଧାର

Tags:

ଆଳୁଉପମାଓଡ଼ିଶାକାକରାଝାଡ଼ଖଣ୍ଡଦହିବରା-ଆଳୁଦମପଶ୍ଚିମବଙ୍ଗପୁରିବରାବିହାରଭାତଭାରତମୁଢ଼ିସିଙ୍ଗଡ଼ା

🔥 Trending searches on Wiki ଓଡ଼ିଆ:

ଶ୍ରୀ ଅରବିନ୍ଦଆଣ୍ଟିଅକ୍ସିଡାଣ୍ଟଓଡ଼ିଆ ଖାଦ୍ୟହେମନ୍ତ କୁମାର ଦାସଓଡ଼ିଆ ଉଇକିପିଡ଼ିଆବିଶ୍ୱ ଏଡ୍‌ସ ଦିବସଚାରି ଧାମପଖାଳ ଦିବସଦୂତୀବାହନ ଓଷାବନମାଳୀ ଦାସଡୁପିଟ୍ରେନ୍ସ କଣ୍ଟ୍ରାକଚରବଳରାମଶ୍ରାଦ୍ଧଗୋପାଳ ଚନ୍ଦ୍ର ପ୍ରହରାଜମାସସମୟ (କାଳ)ଗଙ୍ଗାଧର ମେହେରଜୟନ୍ତୀ ରଥଓଡ଼ିଆ ଭାଷାଅଚିହ୍ନା ବାସଭୂମିଅଣଚାଶ ପବନକାଳୀବୋହୂଜୁଲିଅସ ସିଜରପୁଷ୍ଟିସାରବିଶ୍ୱଜିତ ଦାସରାଜ ଯୋଗ୧୯୧୪ଯାଜପୁରରାମକୃଷ୍ଣ ପରମହଂସପ୍ରୋଟାମିନ ସଲଫେଟଜ୍ଞାନୀ ଦେବାଶିଷ ମିଶ୍ରଚୋଡ଼ଗଙ୍ଗ ଦେବଶ୍ରୀରୂପା ମିତ୍ର ଚୌଧୁରୀବର କୋଳିଉଇକିପିଡ଼ିଆଏଲୋରା ଗୁମ୍ଫାପ୍ରତିଭା ରାୟନନ୍ଦିନୀ ଶତପଥୀଦ୍ଵାରକାଧୀଶ ମନ୍ଦିରହସ୍ତମୈଥୁନରାଜୀବ ଗାନ୍ଧୀମିଳିତ ଜାତିସଂଘଚକ୍ଷୁ ପ୍ରତିସରଣ ଦୋଷଓଡ଼ିଶାରେ ଶିଳ୍ପରବୀନ୍ଦ୍ରନାଥ ଠାକୁରଖ୍ରୀଷ୍ଟ ଧର୍ମ୨୧ ମାର୍ଚ୍ଚଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରୁକୁଣା ରଥଯାତ୍ରାଇନ୍‌ଫ୍ଲୁଏଞ୍ଜାଜାପାନୀ ଭାଷାଚିନ୍ତାମଣି ମହାନ୍ତିଓଡ଼ିଆ କାବ୍ୟ କବିତାକୌରବସର୍ବପଲ୍ଲୀ ରାଧାକୃଷ୍ଣନ୨ ଜାନୁଆରୀହଳଦୀସିନ୍ଧୁ ନଦୀବାଲେଶ୍ୱରମାଦଳା ପାଞ୍ଜି୧୯୯୩ହୃଷୀକେଶ ପଣ୍ଡାବାମାଚରଣ ମିତ୍ରସ୍ୱର ବର୍ଣ୍ଣପଟ୍ଟଚିତ୍ରରାଶି ଓ ନକ୍ଷତ୍ରବିପିନ ବିହାରୀ ମିଶ୍ରଶ୍ରୀନିବାସ ରାମାନୁଜନଓଡ଼ିଶାର ଲୋକକଳା୨୬ ଅପ୍ରେଲ🡆 More