ଗୋବିନ୍ଦ ଦ୍ୱାଦଶୀ

ଫାଲଗୁନ ଶୁକ୍ଳ ଦ୍ୱାଦଶୀକୁ ଗୋବିନ୍ଦ ଦ୍ୱାଦଶୀ ଭାବେ ପାଳନ କରାଯାଏ । ବର୍ଷକର ୨୪ଦ୍ୱାଦଶୀ ମଧ୍ୟରୁ ଲକ୍ଷଣ ଭେଦରେ ଆଠଟିକୁ ମହାଦ୍ୱାଦଶୀ କହନ୍ତି । ପ୍ରଥମ ଚାରିଟି ଦ୍ୱାଦଶୀ ‘ତିଥି’ ଯୋଗରେ ଏବଂ ପରବର୍ତ୍ତୀ ଚାରିଟି ‘ନକ୍ଷତ୍ର’ ଯୋଗରେ ହୋଇଥାଏ । ନକ୍ଷତ୍ର ଯୋଗରେ ହୋଇଥିବା ଦ୍ୱାଦଶୀରେ ତାରାଶୁଦ୍ଧି ଓ ତୀର୍ଥସ୍ନାନ ଯୋଗ ପଡ଼ିଥାଏ । ଏଥିରେ ବାରୁଣୀ ସ୍ନାନ, କୁମ୍ଭସ୍ନାନ, ଗୋବିନ୍ଦ ବୁଡ଼ ଅନ୍ୟତମ । ବ୍ରହ୍ମପୁରାଣ ଅନୁସାରେ ଏହି ପାପନାଶିନୀ ଦ୍ୱାଦଶୀ ତିଥିରେ ସ୍ନାନ, ଦାନ, ଜପ, ହୋମ, ଦେବାର୍ଚ୍ଚନା ସହ ଅଅଁଳା ବୃକ୍ଷକୁ ପୂଜାକରିବାର ବିଧି ରହିଛି । ଅଅଁଳା ବୃକ୍ଷ ଅଭାବରେ ମହୋଦଧିରେ ଅଅଁଳା ପତ୍ର ବା ଅଅଁଳା କୋଳି, ହରିଡ଼ା, ଗୁଆ, ନଡ଼ିଆ, ଫୁଲ ବିସର୍ଜନ କରାଯାଇପାରେ । କ୍ଷୀରସାଗର ମନ୍ଥନ ସମୟରେ ସମୁଦ୍ରରୁ ଗୋବିନ୍ଦଙ୍କ ପ୍ରିୟ ବୃକ୍ଷ ଅଅଁଳାର ଉତ୍ପନ୍ନ ଦିବସ ଥିଲା ପୁଷ୍ୟା ନକ୍ଷତ୍ରଯୁକ୍ତ ଫାଲଗୁନ ଶୁକ୍ଳ ଦ୍ୱାଦଶୀ । ଏହିଦିନ ସାଗର ସ୍ନାନ ସହ ହବିଷ୍ୟାନ୍ନ ଗ୍ରହଣ, ଦୀପଦାନ, ବିଷ୍ଣୁ ସହସ୍ରନାମ ପଠନ, ବିଷ୍ଣୁ ଦର୍ଶନ, ବ୍ରାହ୍ମଣ ଭୋଜନ ଓ ଦାନ ଆଦି ମୁଖ୍ୟ ବିଧି । ଗୋବିନ୍ଦ ଦ୍ୱାଦଶୀରେ ତୁଳସୀ ଚୟନ ସମ୍ପୂର୍ଣ୍ଣ ନିଷିଦ୍ଧ ।

ଗୋବିନ୍ଦ ଦ୍ୱାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନବୁଡ଼
ତାରିଖଫାଲଗୁନ ଶୁକ୍ଳ ଦ୍ୱାଦଶୀ
୨୦୨୪ ତାରିଖdate missing (please add)

ଗୋବିନ୍ଦ ଦ୍ୱାଦଶୀ ବୁଡ଼

ଫାଲଗୁନ ମାସ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ, ତାହା ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗ ହୁଏ ଏବଂ ଏହି ଦିବସରେ ଅଲଭ୍ୟ ମହୋଦଧି ସ୍ନାନ ଯୋଗ ପଡ଼େ । ଗୋବିନ୍ଦ ଦ୍ୱାଦଶୀର ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲେ ମଧ୍ୟ, ପ୍ରତିବର୍ଷ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପଡ଼େ ନାହିଁ, ଏହା ଦୁର୍ଲ୍ଲଭ । ପୂର୍ବରୁ ଏହା ୨୭ ଫେବୃଆରୀ ୧୯୬୧ ଓ ୮ ମାର୍ଚ୍ଚ ୨୦୦୯ରେ ପାଳିତ ହୋଇଥିଲା । ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହୋଦଧିରେ ବୁଡ଼ ପକାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକଲେ ପୁଣ୍ୟ ଅର୍ଜନ ହୁଏ ।

ଆଧାର

Tags:

ଅଅଁଳାକୁମ୍ଭ ମେଳାତୁଳସୀଦ୍ୱାଦଶୀପକ୍ଷଫାଲଗୁନ

🔥 Trending searches on Wiki ଓଡ଼ିଆ:

ମିଳିମିଳାଭାରତବିଶ୍ୱନାଥ ଦାସଭଦଭଦଳିଆଜନ ଗଣ ମନଇତିହାସଭାରତ ଛାଡ଼ ଆନ୍ଦୋଳନଅମୃତ ଫଳଜ୍ଞାନୀ ଦେବାଶିଷ ମିଶ୍ରଝୁମର୧୯୬୩ର ଓଡ଼ିଆ କଥାଚିତ୍ରମହାନଦୀବରଗଛସିକ୍ଲ ସେଲ୍ ରୋଗନରେନ୍ଦ୍ର ମୋଦୀପଣିକିଆବ୍ରହ୍ମୋତ୍ରୀ ମହାନ୍ତିଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ରାଧାମୋହନ ଗଡ଼ନାୟକକୃଷ୍ଣରେଭେନ୍‌ସା କଲିଜିଏଟ ସ୍କୁଲଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପକ୍ଷୀଓଡ଼ିଆ ରାନ୍ଧଣାହେମନ୍ତ କୁମାର ଦାସଦୁର୍ଗାଉତ୍କଳ ଦୀପିକାଅହଲ୍ୟା (ଓଡ଼ିଆ କଥାଚିତ୍ର)ଲାନାଡେଲୁମାବମଦନମୋହନ ମିଶ୍ରସାମବେଦଓଡ଼ିଆ ସାହିତ୍ୟପ୍ରଦୂଷଣଦୁଃଶୀଳାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଲକ୍ଷ୍ମଣ ମିଶ୍ରପୃଥିବୀପୂଜା (ଉପାସନା)ରମାକାନ୍ତ ପଣ୍ଡାସମାଜ (ଖବରକାଗଜ)ଜଗନ୍ନାଥ ଦାସମନୋଜ ଦାସଙ୍କ କଥା ଓ କାହାଣୀଶିବାଜୀଭାରତୀୟ ଜନଗଣନାବିଭୂତି ପଟ୍ଟନାୟକରାମ ନବମୀମୌଳିକ ସଂଖ୍ୟାବେଦସୁଦର୍ଶନ ପଟ୍ଟନାୟକବିଦ୍ୟାଳୟଡୋରାଚାଣକ୍ୟଜଗନ୍ନାଥ ପ୍ରସାଦ ଦାସରାମଚନ୍ଦ୍ର ବେହେରାଧାମରା ବନ୍ଦରଗୁଣ୍ଡିଚା ମନ୍ଦିରଅଖିଳ ମୋହନ ପଟ୍ଟନାୟକଧରଣୀଧର ଭୂୟାଁବାଞ୍ଛାନିଧି ମହାନ୍ତିବିଜୟ ପ୍ରସାଦ ମହାପାତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବିଜୁ ପଟ୍ଟନାୟକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକବୀରଚନ୍ଦ୍ରଶେଖର ନନ୍ଦଜୟଦେବ ଜେନା🡆 More