ଗର୍ଭାବଧି ମଧୁମେହ

ଗର୍ଭାବଧି ମଧୁମେହ (ଇଂରାଜୀ ଭାଷାରେ gestational diabetes mellitus ବା GDM) ନିର୍ଣ୍ଣୟ କରାଯାଏ ଯେତେବେଳେ ପୂର୍ବରୁ ମଧୁମେହ ରୋଗ ନ ଥିବା ମହିଳାଙ୍କର ଗର୍ଭାବସ୍ଥା ସମୟରେ ରକ୍ତରେ ଉଚ୍ଚ ରକ୍ତଶର୍କରା (high blood sugar) ଦେଖାଯାଏ । ଏହି ରୋଗରେ ସ୍ୱଳ୍ପ ଲକ୍ଷଣ ପ୍ରକାଶ ପାଏ । କିନ୍ତୁ ଏହି ଅବସ୍ଥା ଯୋଗୁ ପ୍ରିଏକ୍ଲାମ୍ପସିଆ ଓ ଅବସାଦ ସଙ୍କଟ ରହେ ଓ ସିଜରିଆନ ସେକସନ (Caesarean section) ଆବଶ୍ୟକ ହୋଇପାରେ । ଗର୍ଭାବଧି ମଧୁମେହ ଥିବା ମାତା ଉପ‌ଯୁକ୍ତ ଚିକିତ୍ସା ନ ପାଇଥିଲେ ତାଙ୍କର ଶିଶୁ ଜନ୍ମ ସମୟରେ ବଡ଼ ଆକାର ବିଶିଷ୍ଟ (too large|) ହୋଇପାରେ, କାମଳ ବା ନିମ୍ନ ରକ୍ତଶର୍କରା ରହିପାରେ । ମାତା ଚିକିତ୍ସିତ ନ ହେଲେ ମୃତ ଶିଶୁ (stillbirth) ହୋଇପାରେ । ଦୀର୍ଘ ସମୟ ପରେ ପିଲାର ଅତ୍ୟଧିକ ଓଜନ ଓ ମଧୁମେହ ଟାଇପ ୨ ରୋଗ ହେବା ସଙ୍କଟ ରହେ ।

ଗର୍ଭାବଧି ମଧୁମେହ
ଗର୍ଭାବଧି ମଧୁମେହ
ନୀଳ ବୃତ୍ତ, ମଧୁମେହ ରୋଗର ଆନ୍ତର୍ଜାତୀୟ ଚିହ୍ନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics and endocrinology
ଆଇସିଡ଼ି-୧୦O24.
ଆଇସିଡ଼ି-୯-ସିଏମ୍648.8
ରୋଗ ଡାଟାବେସ5195
ମେଡ଼ିସିନ-ପ୍ଲସ000896
Patient UKଗର୍ଭାବଧି ମଧୁମେହ
MeSHD016640

ଇନସୁଲିନ ପ୍ରତିରୋଧ (insulin resistance) ପରିପ୍ରେକ୍ଷୀରେ ଯଥେଷ୍ଟ ଇନସୁଲିନ ନ ମିଳିବାରୁ ଗର୍ଭାବଧି ମଧୁମେହ ରୋଗ ହୁଏ । ଏହି ରୋଗର ସଙ୍କଟାବସ୍ଥା ନିମନ୍ତେ ଓଜନାଧିକ୍ୟ, ପୂର୍ବବର୍ତ୍ତୀ ଗର୍ଭାବଧି ମଧୁମେହ ରୋଗ ଇତିହାସ, ପାରିବାରିକ ଟାଇପ ୨ ମଧୁମେହ ଇତିହାସ ଓ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ଦାୟୀ । ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ସଙ୍କଟ ଦାୟକ ଅବସ୍ଥା ଥିଲେ ଗର୍ଭାଧାନର ୨୪ରୁ ୨୮ ସପ୍ତାହ ମଧ୍ୟରେ ସ୍କ୍ରୀନିଙ୍ଗ (screening) କରିବାକୁ ସୁପାରିସ କରାଯାଏ । ଉଚ୍ଚ ସଙ୍କଟାପନ୍ନ କେଶ୍‌ରେ ପ୍ରଥମ ପ୍ରିନାଟାଲ ଭିଜିଟରେ (prenatal visit) ଟେସ୍ଟ କରାଯାଇପାରେ ।

ଗର୍ଭାବସ୍ଥା ପୂର୍ବରୁ ସଠିକ ଓଜନ ଓ ବ୍ୟାୟାମ କଲେ ଏହି ରୋଗ ପ୍ରତିରୋଧ କରିହୁଏ । ମଧୁମେହ ଖାଦ୍ୟ ବ୍ୟାୟାମ ଓ ସଂମ୍ଭାବ୍ୟ ଇନସୁଲିନ (insulin) ଇଞ୍ଜେକସନ ସାହାଯ୍ୟରେ ଗର୍ଭାବଧି ମଧୁମେହ ରୋଗର ଚିକିତ୍ସା କରାଯାଏ । ଅଧିକାଂଶ ମହିଳା ଉପ‌ଯୁକ୍ତ ଖାଦ୍ୟ ଓ ବ୍ୟାୟାମଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରି ରଖି ପାରନ୍ତି । ଏହି ଧରଣର ରୋଗୀଙ୍କର ଦୈନିକ ୪ଥର ରକ୍ତ ଶର୍କରା ମାପ କରାଯାଏ । ଶିଶୁ ଜନ୍ମ ହେବା ମାତ୍ରେ ସ୍ତନ୍ୟପାନ (Breastfeeding) କରିବାକୁ ସୁପାରିସ କରାଯାଏ ।

ସ୍ଥାନ ଅନୁସାରେ ଗର୍ଭାବଧି ମଧୁମେହ ରୋଗ ୩-୯% ଗର୍ଭିଣୀ ମହିଳାଙ୍କୁ ହୁଏ । ଏହା ସାଧାରଣତଃ ତୃତୀୟ ଟ୍ରାଇମେସ୍ଟରରେ (ତ୍ରିମାସିକ) (last third of pregnancy) ହୁଏ । ୨୦ ବର୍ଷ ବୟସ ପୂର୍ବରୁ ୧% ଓ ୪୪ ବର୍ଷ ବୟସ ପରେ ୧୩% ମହିଳାଙ୍କୁ ଏ ରୋଗ ହୁଏ । କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକ ଯେପରିକି ଏସିଆ ଲୋକ, ଆମେରିକାନ ଇଣ୍ଡିଆନ, ମୂଳ ଅଷ୍ଟ୍ରେଲିଆ ନିବାସୀ ଓ ପାସିଫିକ ଦ୍ୱୀପ ନିବାସୀ ମହିଳାଙ୍କର ଉଚ୍ଚ ଧରଣର ସଙ୍କଟ ଥାଏ । ଶିଶୁ ଜନ୍ମ ହେବା ପରେ ୯୦% କେଶ୍‌ରେ ଗର୍ଭାବଧି ମଧୁମେହ ରହେନାହିଁ । କିନ୍ତୁ ଏହି ମହିଳାମାନଙ୍କର ମଧୁମେହ ଟାଇପ ୨ ହେବା ସଙ୍କଟ ରହେ ।


ଆଧାର

Tags:

en:Caesarean sectionen:hyperglycemiaen:macrosomiaen:stillbirthଅବସାଦକାମଳଗର୍ଭାବସ୍ଥାପ୍ରିଏକ୍ଲାମ୍ପସିଆମଧୁମେହମଧୁମେହ ଟାଇପ ୨ସିଜରିଆନ ସେକସନ

🔥 Trending searches on Wiki ଓଡ଼ିଆ:

୧୮ ଅକ୍ଟୋବରଓଡ଼ିଆ ଭାଗବତଜର୍ମାନୀକିଶୋରୀ ଚରଣ ଦାସଘରଟିଣଗିରିଧର ଗମାଙ୍ଗପୂର୍ଣ୍ଣଚ୍ଛେଦଆନନ୍ଦ ଶଙ୍କର ଦାସନନ୍ଦିଘୋଷଗୋପାଳ କୃଷ୍ଣ ରଥ୫ ନଭେମ୍ବର୨୦୦୬ବିଶ୍ୱତାପନକାଗଜ୪ (ସଂଖ୍ୟା)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକଣ୍ଡୋମଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳରାମ ଦାସରାଜାରାଣୀ ମନ୍ଦିରଅଷ୍ଟ୍ରେଲିଆମାଲେସିଆ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜିନା ସାମଲବୃହସ୍ପତି୧୭୪୬ବେଣୁଧର ରାଉତପ୍ରାଣକୃଷ୍ଣ ପରିଜାଜନ୍ମ ନିରୋଧବି. ଆର. ଆମ୍ବେଦକରଫାଇଲେରିଆକୁନ୍ତଳା କୁମାରୀ ସାବତରାଜ୍ୟ ସଭାଏଞ୍ଜେଲା ମେର୍କେଲ୍ରମାକାନ୍ତ ରଥଦେବୁ ବୋଷଜୟ ଜଗନ୍ନାଥପୁଥୁପ୍ପାଲ୍ଲୀ, କୋଟ୍ଟାୟାମଗୁଗଲଖଞ୍ଜଣିପଞ୍ଚସଖାଜନ ଗଣ ମନଚିଲିକା ହ୍ରଦଜୟୀରାମ ସାମଲଧନୁ (ରାଶି)ପରିବେଶପୁରୀଆଇଡେଲାଲିସିବଗୋପବନ୍ଧୁ ଚୌଧୁରୀରାଜେନ୍ଦ୍ର କିଶୋର ପଣ୍ଡାନନ୍ଦନକାନନ ଜୀବ ଉଦ୍ୟାନବିରଜା ମନ୍ଦିରମେହମୁଦ ହୁସେନ୧ (ସଂଖ୍ୟା)ଜଗନ୍ନାଥଙ୍କ ବେଶଅନନ୍ତ ପଟ୍ଟନାୟକରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଏଣ୍ଡୋମେଟ୍ରିଓସିସଓଡ଼ିଆ ଉଇକିପିଡ଼ିଆଭୂଗୋଳଆଶୁତୋଷ ପରିଡ଼ାପ୍ରଣବ ପ୍ରକାଶ ଦାସମଦର ଟେରେସାସ୍ତନ୍ୟପାୟୀଉଇକିପିଡ଼ିଆଭାରତୀୟ ଡାକ ସେବାବର୍ଷାଭାଷାବ୍ରାହ୍ମ ସମାଜଓଡ଼ିଆ କବି ମାନଙ୍କର ତାଲିକା🡆 More