ଖଗେନ ମହନ୍ତ

ଖଗେନ ମହନ୍ତ ଆସାମର ଜଣେ ଲୋକ ସଙ୍ଗୀତ ଶିଳ୍ପୀ । ସେ ବହୁ ପାରମ୍ପାରିକ ଆସାମିଆ ଲୋକଗୀତର ସଙ୍ଗୀତ ସଂଯୋଜକ ଓ ଗାୟକ । ଖଗେନ ମହନ୍ତ ଆସାମର ଲୋକ ସଂଗୀତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ବିହୁ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ସେ ବିହୁ ରାଜା ଭାବରେ ଜଣାଶୁଣା ଥିଲେ । ଆସାମରେ ତାଙ୍କର ବିହୁ ଗୀତ, ବୋର୍ଜିଟ୍ ଏବଂ ଅନ୍ୟାନ୍ୟ ଲୋକଗୀତ ଲୋକପ୍ରିୟ । ପତ୍ନୀ ଅର୍ଚ୍ଚନା ମହନ୍ତ ଏବଂ ପୁଅ ଅଙ୍ଗରାଗ ମହନ୍ତ ପାପନ (ଗାୟକ)ଙ୍କୁ ନେଇ ଖଗେନଙ୍କ ପରିବାର ଆସାମର ଅନ୍ୟତମ ଜଣାଶୁଣା ସଙ୍ଗୀତ ପରିବାର ଭାବରେ ଖ୍ୟାତ । ୧୨ ଜୁନ ୨୦୧୪ରେ ଖଗେନଙ୍କର ଦେହାନ୍ତ ହୋଇଥିଲା ।

ଖଗେନ ମହନ୍ତ
ଖଗେନ ମହନ୍ତ
ଖଗେନ ମହନ୍ତ, ଅର୍ଚ୍ଚନା ମହନ୍ତ ଏବଂ ହିରେନ ଭଟ୍ଟାଚାର୍ଯ୍ୟ[ଆଧାର ଲୋଡ଼ା]
ଜନ୍ମ(1942-08-17)୧୭ ଅଗଷ୍ଟ ୧୯୪୨
ନାଗାଓଁ, ଆସାମ, ବ୍ରିଟିଶ ଭାରତ
ମୃତ୍ୟୁ୧୨ ଜୁନ ୨୦୧୪(2014-06-12) (ବୟସ ୭୧)
ଗୁଆହାଟି, ଆସାମ
ଅନ୍ୟ ନାମ ବିହୁ ସମ୍ରାଟ
ବୃତ୍ତି(ସମୂହ)ଗାୟକ, ରଚନା
ସକ୍ରିୟ ବର୍ଷ1958–2014
ବୈବାହିକ-ସାଥୀଅର୍ଚ୍ଚନା ମହନ୍ତ
ସନ୍ତାନଅଙ୍ଗରାଗ ମହନ୍ତ, କିଙ୍ଗକିନି ମହନ୍ତ

ପ୍ରାରମ୍ଭିକ ଜୀବନ

ଖଗେନ ମହନ୍ତ ଆସାମର ନାଗାଓଁରେ କଳିତ ଜାତିର ହରେନ୍ଦ୍ର ନାଥ ମହନ୍ତ ଏବଂ ଲକ୍ଷ୍ମୀପ୍ରିୟା ଦେବୀଙ୍କ ଘରେ ଜନ୍ମ ହୋଇଥିଲେ । ସେ ପିଲାଦିନରୁ ତାଙ୍କର ସଂଗୀତ ପ୍ରତିଭା ପ୍ରଦର୍ଶନ କରିଥିଲେ । ପନ୍ଦର ବର୍ଷ ବୟସରେ ସେ ଶିଲଂରେ ଏକ ସଙ୍ଗୀତ ସମାରୋହର ସଙ୍ଗୀତ ପରିବେଷଣ କରି ଲୋକଲୋଚନକୁ ଆସିଥିଲେ ।

ବୃତ୍ତି

୧୯୫୮ ମସିହାରେ, ନୂତନ ଭାବରେ ପ୍ରତିଷ୍ଠିତ ଦିଲ୍ଲୀ ଦୂରଦର୍ଶନ (ଟେଲିଭିଜନ) କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ଏହି କାର୍ଯ୍ୟକ୍ରମ ଖୁବ ସଫଳ ହେଇଥିଲା ।

ବିଷ୍ଣୁପ୍ରସାଦ ରାଭା, ହେମାଙ୍ଗ ବିଶ୍ୱସ ଓ ଯୁଗଳ ଦାସଙ୍କ ନେତୃତ୍ୱରେ ୧୯୬୦ ମସିହାରେ ସଙ୍ଗଠିତ "ଭାଷା ଆନ୍ଦୋଳନ"ରେ ଖଗେନ ମହନ୍ତ ସକ୍ରିୟ ଯୋଗଦାନ କରିଥିଲେ । ସେ "ହାରମୋନି" ଗୋଷ୍ଠୀର ଜଣେ ସଦସ୍ୟ ଥିଲେ ଏବଂ ନିଜ ସୁମଧୁର କଂଠସ୍ୱର ଏବଂ ସଙ୍ଗୀତ ସାହାଯ୍ୟରେ ମାନବିକ ମୂଲ୍ୟବୋଧର ପ୍ରଚାର କରିଥିଲେ । ୧୯୬୧ ମସିହାରେ, ତାଙ୍କର ପ୍ରଥମ ଗ୍ରାମୋଫୋନରେ ରେକର୍ଡ଼ ହୋଇଥିବା ଗୀତ ଗୁଆହାଟି ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ସେ କଲିକତାରେ ଚାଲିଥିବା "ବିଶ୍ୱ ଶାନ୍ତି" ଉତ୍ସବରେ ମଧ୍ୟ ଭାଗ ନେଇଥିଲେ । ସେ ଆକାଶବାଣୀରେ ଜଣେ ଗ୍ରେଡ କଳାକାର ଭାବରେ ସ୍ୱୀକୃତ ହୋଇଥିଲେ । ସେ ଲୋକଗୀତ, ଓକୋନି ଗୀତ, ଗୀତିନାଟ୍ୟ ଏବଂ ନାଟକ ଆଦି ଆସାମ ସଂଗୀତର ପ୍ରାୟ ସମସ୍ତ ଧାରାରେ ନିଜର ଅବଦାନ ରଖିଥିଲେ ।

ବ୍ୟକ୍ତିଗତ ଜୀବନ

ସେ ଆସାମର ଲୋକ ଗାଯିକା ଅର୍ଚ୍ଚନା ମହନ୍ତଙ୍କୁ ବିବାହ କରିଥିଲେ । ସେମାନେ ଅନେକ ସମୟରେ ଏକାଠି ସଙ୍ଗୀତ ପରିବେଷଣ କରୁଥିଲେ ଏବଂ ସବୁଠାରୁ ଲୋକପ୍ରିୟ ଯୁଗଳ ଗାୟକ ଭାବରେ ପରିଚିତ ହୋଇଥିଲେ । ସେ ମୁମ୍ବାଇରେ ରହୁଥିଲେ । ପୁହୋର ଏବଂ ପାରିଜାତ ନାମରେ ତାଙ୍କର ଦୁଇଜଣ ନାତି ଅଛନ୍ତି । ତାଙ୍କର ଏକମାତ୍ର ଝିଅଙ୍କ ନାମ କିଙ୍ଗକିଣୀ ମହନ୍ତ ।

ମୃତ୍ୟୁ

୨୦୧୪ ମସିହା ଜୁନ ୧୨ ତାରିଖ ଅପରାହ୍ନ ୩ ୪୦ରେ ଗୁଆହାଟୀରେ ଥିବା ତାଙ୍କ ବାସଭବନରେ ଖଗେନ ମହନ୍ତଙ୍କର ମୃତ୍ୟୁ ହୋଇଥିଲା । ତା ପର ଦିନ ୧୩ ଜୁନ ୨୦୧୪ରେ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଥିଲେ ।

ପୁରସ୍କାର

ତାଙ୍କ ଅବଦାନ ପାଇଁ ଖଗେନ ମହନ୍ତଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଥର ପୁରସ୍କୃତ କରାଯାଇଛି । ୧୯୯୨ରେ ଲୋକସଙ୍ଗୀତ ତଥା ପାରମ୍ପାରିକ ସଂଗୀତ ପାଇଁ ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ତାଙ୍କର କିଛି ପୁରସ୍କାର / ସ୍ୱୀକୃତି ନିମ୍ନରେ ତାଲିକାଭୁକ୍ତ:

  • ୧୯୮୮ - ଚଳଚ୍ଚିତ୍ର ଶିଳ୍ପ ପୁରସ୍କାର
  • ୧୯୯୨ - ସଂଗୀତ ନାଟକ ଏକାଡେମୀ
  • ୧୯୯୪ - ଶ୍ରୀମୋ ପୁରସ୍କାର
  • ୧୯୯୯ - ସଂଗୀତଚାର୍ଯ୍ୟ

ଆଧାର

Tags:

ଖଗେନ ମହନ୍ତ ପ୍ରାରମ୍ଭିକ ଜୀବନଖଗେନ ମହନ୍ତ ବୃତ୍ତିଖଗେନ ମହନ୍ତ ବ୍ୟକ୍ତିଗତ ଜୀବନଖଗେନ ମହନ୍ତ ମୃତ୍ୟୁଖଗେନ ମହନ୍ତ ପୁରସ୍କାରଖଗେନ ମହନ୍ତ ଆଧାରଖଗେନ ମହନ୍ତଆସାମପାପନ (ଗାୟକ)

🔥 Trending searches on Wiki ଓଡ଼ିଆ:

ଗୀତଗୋବିନ୍ଦବାଘକବାଟଓଡ଼ିଆ କବି ମାନଙ୍କର ତାଲିକାକାଳୀଚରଣ ପଟ୍ଟନାୟକମାଲକାନଗିରି ଜିଲ୍ଲାରକ୍ତ୦ (ସଂଖ୍ୟା)ରାସେଶ୍ୱରୀ ପାଣିଗ୍ରାହୀଚିଲିକା (କବିତା)ରାୟଗଡ଼ା ଜିଲ୍ଲାବିଜୁ ଜନତା ଦଳନଅଙ୍କ ଦୁର୍ଭିକ୍ଷଭାରତର ସଂସଦଭାରତୀୟ ଡାକ ସେବାଓଡ଼ିଶୀ ସଙ୍ଗୀତଧରିତ୍ରୀମୁକୁନ୍ଦ ଦେବଜୟଦେବଜଗନ୍ନାଥ ମନ୍ଦିରଯୌନ ଉତ୍ପୀଡ଼ନରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେକୁଞ୍ଜବିହାରୀ ଦାଶଅମାବାସ୍ୟାର ଚନ୍ଦ୍ରଓଡ଼ିଶୀନବଗୁଞ୍ଜରଗର୍ଭାବସ୍ଥାଭୁବନେଶ୍ୱର ବେହେରାଜଗନ୍ନାଥଙ୍କ ବେଶଛତୁ ତରକାରୀ୨୦ ଅଗଷ୍ଟଓଡ଼ିଆଓଡ଼ିଶା ପ୍ରିମିଅର ଲିଗଶୈଳବାଳା ଦାସଗୋବିନ୍ଦ ତ୍ରିପାଠୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟୀ ରାଜଗୁରୁବୈଷ୍ଣବ ପାଣିଗ୍ରହବେଲସୋନପୁର ରାଜ୍ୟଚନ୍ଦନ ଯାତ୍ରାବେଦଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପାଇକ ଆଖଡ଼ାମଇ ଦିବସତପସ୍ୱିନୀମାଗୁଣିର ଶଗଡ଼ବୌଦ୍ଧ ଧର୍ମଭାରତୀୟ ସମ୍ବିଧାନସାରଳା ମନ୍ଦିରଆଖୁଖଡ଼ଗପୁରଅଭିରାମ ପରମହଂସଦୁର୍ଗା ପୂଜାଘରଫେବୃଆରୀ ୨୯ପ୍ରଯୁକ୍ତି ବିଦ୍ୟାରାଣୀ ଲକ୍ଷ୍ମୀବାଈଧର୍ମଦଣ୍ଡ ନାଟଜିନା ସାମଲଟୁକୁନି ସାହୁଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭକ୍ତ ଚରଣ ଦାସ (ରାଜନେତା)🡆 More