ଉପୁଜୁଥିବା ବିବାଦର ସମାଧାନ

କେହି ତୃତୀୟ ପକ୍ଷ ଭାଗନେବା ଆଗରୁ ବିବାଦ ସବୁକୁ ଶାନ୍ତିପୂର୍ଣ ଭାବରେ ସମାଧାନ କରାଯାଇ ପାରିବ । ବିବାଦ/ବିରୋଧସବୁ ପ୍ରଥମରେ ଘଟଣା ଘଟିବା ବେଳରେ ହିଁ ଆଗକୁ ଆଣିବା ଉଚିତ, ଭରସାର ସହ, ଭଲ ବ୍ୟବହାର ଦେଇ ବିବାଦ ସହ ଜଡ଼ିତ ଲେଖକମାନେ ବିବାଦର କାରଣ ଦେଖାଇ ଆପଣଙ୍କୁ ଚେତାଇ ଦେଇ ପାରିବେ । ଏହା ବିବାଦୀୟ ଲେଖାର ଆଲୋଚନା ପୃଷ୍ଠାରେ ହେବା ଉଚିତ ।

ବିବାଦଠୁଁ ଦୂରରେ ରହିବା

ଗଠନମୂଳକ ଲେଖା ଉପରେ ଗୁରୁତ୍ତ୍ଵ

ପ୍ରଥମ ଜାଣିବା କଥା ହେଉଛି ଆପଣଙ୍କ ଦୃଷ୍ଟି ଲେଖା ଉପରେ ରହିବା ଉଚିତ, ଲେଖକ ଉପରେ ନୁହେଁ । ଉଇକିପିଡ଼ିଆ ମିଳିତ ଚେଷ୍ଟାରେ ତିଆରି ଓ ବାକିମାନଙ୍କ ଉପରେ ଭରସାରେ କାମ କରିବା ଉପରେ ତିଆରି ଯାହା ଏକ ଭାଷାର ଉଇକିପିଡ଼ିଆ ସଙ୍ଘ ପାଇଁ ନିହାତି ଜରୁରୀ ।

ଯଦି ଆପଣ ଗୋଟିଏ ଲେଖାର କିଛି ଭାଗ ବିବାଦୀୟ ବା ଭୁଲ ବୋଲି ଭାବୁଛନ୍ତି, ତେବେ ପାରୁପର୍ଯ୍ୟନ୍ତ ତାହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଟିକେ ବି ଲେଖାଟିକୁ ମାନି ପାରୁନାହାନ୍ତି ତେବେ ତାହାକୁ ସଙ୍ଗେ ସଙ୍ଗେ ଲିଭାଇ ଦିଅନ୍ତୁ ନାହିଁ', ବରଂ ତାହାକୁ ସୁଧାରି ଏକ ସମମତ ଥିବା ଲେଖାରେ ପରିଣତ କରନ୍ତୁ । ମନେରଖନ୍ତୁ, ଦ୍ରଷ୍ଟବ୍ୟ ଦିଆଯାଇ ନଥିବା ଲେଖାରେ ଆପଣ ଦ୍ରଷ୍ଟବ୍ୟ ଯୋଡ଼ିପାରିବେ ବା ବାହାର କରିପାରିବେ (ଯଦି ଦ୍ରଷ୍ଟବ୍ୟଟି ଠିକ ହୋଇନଥାଏ)

ବିବାଦ ମୂଳରେ ଥିବା କାରଣ ଜାଣିବାକୁ ଲେଖକମାନଙ୍କୁ ସାହାଯ୍ୟ କରିବା ପାଇଁ, ସବୁବେଳେ ସାରକଥାରେ ଆପଣ କରୁଥିବା ବଦଳ ବିଷୟରେ ଲେଖନ୍ତୁ । ଯଦି ବଦଳଟି ବିବାଦୀୟ ହୋଇଥାଏ, ତେବେ ଆପଣ କାହିଁକି ବଦଳାଇଲେ ଓ ବଦଳାଇବା ଦ୍ଵାରା ଲେଖାଟିର ମାନ କେମିତି ବଢ଼ିଲା ତାହା ବୁଝାଇ ଲେଖନ୍ତୁ ।

ଶାନ୍ତ ରହନ୍ତୁ

ଅଧିକାଂଶ ପରିସ୍ଥିତି ସେତେ ଜରୁରୀ ହୋଇନଥାଏ । ଦୟାକରି ନିଜକୁ ଓ ବାକିମାନଙ୍କୁ କିଛି ସମୟ ଦିଅନ୍ତୁ । ସବୁସମୟରେ ଏହା ବିବାଦକୁ କମ କରିବାକୁ ସମୟ ଦେଇଥାଏ । ବ୍ୟସ୍ତ ହୁଅନ୍ତୁ ନାହିଁ!ଆପଣ ସବୁବେଳେ ଅସୁବିଧାକୁ ସମାଧାନ କରିପାରିବେ । (ଆପଣ ଗୋଟିଏ ଲେଖାର ଇତିହାସକୁ ଯାଇ ସେଠାରୁ ଯେ କୌଣସି ସମୟରେ, ଲେଖାଟିର ବାକି ସଙ୍କଳନ ସବୁ ପାଇପାରିବେ ଓ ଆପଣଙ୍କ ବଦଳ ପରର ସଙ୍କଳନକୁ ଦେଖିପାରିବେ, ଯାହା ଆପଣଙ୍କୁ ଲେଖାଟି ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ)

ବହୁଆଗକୁ ଭାବନ୍ତୁ । ଆପଣ ଭବିଷ୍ୟତରେ ବି ଲେଖାଟିକୁ ବଦଳାଇପାରିବେ ଓ ସେତେବେଳକୁ ହୁଏତ ଏବେ ଥିବା ଅସୁବିଧାଗୁଡ଼ିକ ଆଉ ନ ଥିବ ଓ ଆପଣଙ୍କ ସହ ବିବାଦ ହୋଇଥିବା ଲେଖକ ମଧ୍ୟ ତାକୁ ଛାଡ଼ି ଆଗକୁ ବଢ଼ି ସାରିଥିବେ । ଆଉ ଏହି ସମୟ ଭିତରେ ବିବାଦୀୟ ଲେଖାଟି ଉନ୍ନତ ହୋଇସାରିଥିବ, ବାକି ଲେଖକମାନେ ହୁଏତ ଏହି ବିବାଦକୁ ଦେଖି ଲେଖାଟିକୁ ସୁଧାରିସାରିଥିବେ ।

ଅନେକ ସମୟରେ ନୂଆ ବ୍ୟବହାରକାରୀଙ୍କ ସାଙ୍ଗରେ ଏପରି ଘଟିପାରେ, ଯାହା ତାଙ୍କୁ ଉଇକିପିଡ଼ିଆର ନୀତି ନିୟମ ବିଷୟରେ ଅଧିକ ଜାଣିବାକୁ ସୁଯୋଗ ଦେଇଥାଏ । ଆପଣଙ୍କ ଧ୍ୟାନ ବାକି ଲେଖାଗୁଡ଼ିକ ଉପରେ ରହିବା ଦରକାର, ଯାହା ସେସବୁକୁ ସୁଧାରିବାରେ ସାହାଯ୍ୟ କରିବ ।

Tags:

🔥 Trending searches on Wiki ଓଡ଼ିଆ:

ନବ ଚରଣ ମାଝିଉଇକିପିଡ଼ିଆ ସମୂହର ତାଲିକାଗଞ୍ଜା ଲଢ଼େଇଚାଉଳୱିଲିଅମ ସେକ୍ସପିଅରଜିନା ସାମଲ୪ ଜୁନଆତପଦାହରାମାୟଣ (ବହୁବିକଳ୍ପ)ରମାଦେବୀ ଚୌଧୁରୀପଟ୍ଟନାୟକଭିକାରୀ ବଳଦେଶରବୀନ୍ଦ୍ରନାଥ ଠାକୁର୩୧ ମାର୍ଚ୍ଚମୁକୁନ୍ଦ ଦେବୱାଘା ସୀମା ସମାରୋହସ୍ୱାମୀ ବିବେକାନନ୍ଦଉତ୍କଳ ବ୍ରାହ୍ମଣମଧୁସୂଦନ ଦାସଖାରବେଳ୧୫୨୫କନଫୁସିଅସଖଲିପତ୍ରପ୍ରଧାନମନ୍ତ୍ରୀ ଜନଧନ ଯୋଜନାମନୋଜ ଦାସକାବୋଟେଗ୍ରାଭିର/ରିଲପିଭିରିନଓଡ଼ିଆ ଭ୍ରମଣ ସାହିତ୍ୟଏଲୋରା ଗୁମ୍ଫାକୁଷ୍ଠବୃହସ୍ପତିଇନ୍‌ଫ୍ଲୁଏଞ୍ଜାରାଧାଜୟ ଜଗନ୍ନାଥହସ୍ତମୈଥୁନଇଣ୍ଡୋନେସିଆ ସରକାରସୌଭାଗ୍ୟ କୁମାର ମିଶ୍ରଛାନ୍ଦପୁରୀଦ୍ରୌପଦୀ ମୁର୍ମୁ୨୨ ମାର୍ଚ୍ଚତୁଳସୀ ଚଉରାମଧୁମେହଇସ୍ରାଏଲଇଣ୍ଡୋନେସିଆଉଇକିପିଡ଼ିଆଅଂଶୁଘାତ୧୬ଶ ଓଡ଼ିଶା ବିଧାନ ସଭାଓଡ଼ିଆମୁଦ୍ରା (ପୂଜା)ସୁରେନ୍ଦ୍ର ନାୟକଧର୍ମେନ୍ଦ୍ର ପ୍ରଧାନବିଷ୍ଣୁବ୍ରତ ରାଉତରାୟଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ପରମାଣୁ କ୍ରମାଙ୍କହୀରାକୁଦ ବନ୍ଧପରିବାରକଥା (ପତ୍ରିକା)ଆରବ ସାଗରଚୀନପରିଣାମବଣ୍ଡ (ଅର୍ଥ)ଭୂମିକମ୍ପକମଳାକାନ୍ତ ଲେଙ୍କାକୁମ୍ଭ (ରାଶି)ଉଇକିଅଭିଧାନଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ🡆 More