ଆମେନୋରିଆ: ପ୍ରଜନନ ବୟସରେ ଋତୁସ୍ରାବ ନ ହେବା

ଆମେନୋରିଆ ବା ଋତୁରୋଧରେ ପ୍ରଜନନକ୍ଷମ ବୟସର ମହିଳାଙ୍କର ଋତୁସ୍ରାବ ଅନୁପସ୍ଥିତ ରହେ । ଯୌନ ବିକାଶ ବିନା ୧୪ ବର୍ସ ବୟସ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ କିମ୍ବା ସାଧାରଣ ବିକାଶ ସହିତ ୧୬ ବର୍ଷ ପର୍ଯ୍ୟନ୍ତ ଋତୁସ୍ରାବ ନହେଲେ ଏହାକୁ ପ୍ରାଥମିକ ଶ୍ରେଣୀଭୁକ୍ତ କରାଯାଏ | ମାସିକିଆ ସଠିକ୍ ଭାବରେ ହେବା ପରେ ଋତୁସ୍ରାବ ଅତି କମରେ ତିନିରୁ ନଅ ମାସ ପର୍ଯ୍ୟନ୍ତ ବନ୍ଦ ହୋଇଗଲେ ତାହାକୁ ସେକେଣ୍ଡାରୀ କୁହାଯାଏ । ଏହା ଫଳରେ ମାନସିକ ସ୍ୱାସ୍ଥ୍ୟହାନୀ, ଓଷ୍ଟିଓପୋରୋସିସ ଏବଂ ବନ୍ଧ୍ୟାତ୍ୱ ହୋଇପାରେ ।

Amenorrhea
Amenorrhea, amenorrhœa
ଆମେନୋରିଆ: ପ୍ରଜନନ ବୟସରେ ଋତୁସ୍ରାବ ନ ହେବା
Diagram of the uterus, ovaries, and vagina
ବିଭାଗGynecology
କାରଣPrimary: Imperforate hymen, elevated FSH, prolactinoma, polycystic ovary syndrome
Secondary: Pregnancy, breastfeeding, thyroid problems, prolactinoma, anorexia, polycystic ovarian syndrome, ovarian insufficiency, hypogonadotropic hypogonadism
ଚିକିତ୍ସାDepends on cause
PrognosisNot life threatening
ପୁନଃପୌନିକ2% to 5% of women

ସାଧାରଣ ସେକେଣ୍ଡାରୀ କାରଣମାନଙ୍କରେ ଗର୍ଭଧାରଣ, ସ୍ତନ୍ୟପାନ କରାଇବା ଏବଂ ଋତୁବନ୍ଦ ହୋଇପାରେ | କ୍ରମାଗତ ଜନ୍ମନିରୋଧକ ହରମୋନ ବ୍ୟବହାର କଲେ ମଧ୍ୟ ଅବଧି ବନ୍ଦ ହୋପାରେ | ଅନେକ ରୋଗ ହେତୁ ଆମେନୋରିଆ ମଧ୍ୟ ହୋଇପାରେ। ପ୍ରାଥମିକ କାରଣଗୁଡ଼ିକରେ ଆନାଟୋମିକାଲ୍ ସମସ୍ୟା ଅନ୍ତର୍ଭୁକ୍ତ ଯେପରିକି ଏକ ଅଛିଦ୍ର ହାଇମେନ, ଅସ୍ୱାଭାବିକ ହରମୋନ୍ ସ୍ତର ଯେପରିକି ଉଚ୍ଚତର ଏଫଏସଏଚ କିମ୍ବା ପ୍ରୋଲାକ୍ଟିନୋମା ଏବଂ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ହୋଇଥାଏ | ସେକେଣ୍ଡାରୀ କାରଣଗୁଡିକରେ ଥାଇରଏଡ ସମସ୍ୟା, ଅଧିକ ପ୍ରୋଲାକ୍ଟିନୋମା, ଆନୋରେକ୍ସିଆ, ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ, ଓଭାରିଆନ ଇନସଫିସିଏନ୍ସି ଓ ହାଇପୋଗୋନାଡ଼ୋଟ୍ରପିକ ହାଇପୋଗାନାଡିଜ୍ମ ଅନ୍ତର୍ଭୁକ୍ତ ହୋଇଥାଏ ।

ଲକ୍ଷଣ, ରୋଗୀ ପରୀକ୍ଷା, ରକ୍ତ ପରୀକ୍ଷା ଏବଂ ସମ୍ଭାବ୍ୟ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ | ଗର୍ଭଧାରଣ ସ୍ଥିତି ନିର୍ଣ୍ଣୟ କରାଯିବା ଉଚିତ୍ | ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ। ଆମେନୋରିଆ ଜୀବନ ପ୍ରତି ବିପଦ ନୁହେଁ। ପ୍ରାଥମିକ ଆମେନୋରିଆ ଯୁକ୍ତରାଷ୍ଟ୍ରର ୧%ରୁ କମ୍ ମହିଳାଙ୍କୁ ପ୍ରଭାବିତ କରୁଥିବାବେଳେ ଅନ୍ତର୍ନିହିତ ରୋଗ ହେତୁ ୨%ରୁ ୫% ମହିଳାଙ୍କୁ ସେକେଣ୍ଡାରୀ ଆମେନୋରିଆ ପ୍ରଭାବିତ କରିଥାଏ |

ଆଧାର

Tags:

ଓଷ୍ଟିଓପୋରୋସିସ

🔥 Trending searches on Wiki ଓଡ଼ିଆ:

ଭଦ୍ରକଭ୍ୟାକୁମ୍ କ୍ଲିନର୍ସିଦ୍ଧାନ୍ତ ମହାପାତ୍ରକବିସୂର୍ଯ୍ୟ ବଳଦେବ ରଥବିରାଟ କୋହଲୀଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପନବୀନ ପଟ୍ଟନାୟକକୋଣାର୍କଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ନାୟକକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୃସଙ୍ଗ ଗଛଉଇକିପିଡ଼ିଆ ସମୂହର ତାଲିକାବ୍ୟାସଦେବଓଡ଼ିଆ କଥାଚିତ୍ର ଜଗତମାଁ ପୀତାମ୍ବର ମନ୍ଦିରପ୍ରଧାନ ପୃଷ୍ଠା୪ (ସଂଖ୍ୟା)ଉଇକିପିଡ଼ିଆପାର୍ବତୀଓଡ଼ିଶାର ଲୋକନୃତ୍ୟଚିଲିକା ହ୍ରଦପ୍ରଯୁକ୍ତି ବିଦ୍ୟାସ୍ଥୌଲ୍ୟତାମଟର ସାଇକେଲୟୁରୋପଅଣ୍ଡା ରୋଲଚାରି ଧାମପ୍ରେମଓ ଅନ୍ଧଗଳିହୃତ୍‌ପିଣ୍ଡଗ୍ରହଟ୍ରାଲୋକିନୁମାବଶ୍ରୀତମ ଦାସଯୌନ ସମ୍ଭୋଗଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରଗତିବାଦୀପାପୁଆ ନିଉ ଗିନିଦଶାବତାରମାଛଦେବସ୍ନାନ ପୂର୍ଣ୍ଣିମାରାମକୃଷ୍ଣ ପରମହଂସଶୈଳବାଳା ଦାସଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖିଆଛାନ୍ଦରଥଯାତ୍ରାସୌରୀନ୍ଦ୍ର ବାରିକମହେନ୍ଦ୍ର ସିଂହ ଧୋନିମାର୍ଚ୍ଚ ୨୧ପୁରୀପଖାଳଜଗନ୍ନାଥସରଳା ଦେବୀଗୁଗଲପୁଥୁପ୍ପାଲ୍ଲୀ, କୋଟ୍ଟାୟାମପରୀକ୍ଷାଚନ୍ଦ୍ରଶେଖର ନନ୍ଦକିଶୋରୀ ଚରଣ ଦାସଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଆଚାର୍ଯ୍ୟ ହରିହରପଙ୍କଜ ଉଧାସଆର୍ଯ୍ୟଭଟ୍ଟଜଗନ୍ନାଥ ପ୍ରସାଦ ଦାସବ୍ୟାଙ୍କଇଣ୍ଡୋନେସିଆକାହ୍ନୁଚରଣ ମହାନ୍ତିଗୌରହରି ଦାସ🡆 More