ଆଖି ଦୋଳନ

ଆଖି ଦୋଳନ ବା ନିଷ୍ଟାଗମସ୍ (ଇଂରାଜୀ ଭାଷାରେ Nystagmus) ରୋଗରେ ସାଧାରଣତଃ ଡୋଳାର ଏକ ଅନିଚ୍ଛାକୃତ, ଦ୍ରୁତ ଏବଂ ଲୟବଦ୍ଧ ଗତି ହୁଏ | ଗତିଗୁଡ଼ିକ ପାର୍ଶ୍ୱରୁ ପାର୍ଶ୍ୱ , ଉପର ତଳ କିମ୍ବା ଘୂର୍ଣ୍ଣାୟମାନ ହୋଇପାରେ | ଏହା କ୍ରମାଗତ ଭାବରେ ଉପସ୍ଥିତ ହୋଇପାରେ କିମ୍ବା ନିର୍ଦ୍ଦିଷ୍ଟ ଦିଗକୁ ଦେଖିଲେ କିମ୍ବା କିଛି ଗତିବିଧିକୁ ଅନୁସରଣ କଲେ ହୋଇପାରେ | ଏହା ସ‌ହିତ ମୁଣ୍ଡବୁଲା ମଧ୍ୟ ହୋଇପାରେ | ରୋଗ ଜଟିଳ ହେଲେ ଦୃଷ୍ଟିହାନି, ଗଭୀରତା ଧାରଣା ବା ଖରାପ ସମନ୍ୱୟ ହୋଇପାରେ |

Nystagmus
Dancing eyes
ଆଖି ଦୋଳନ
Horizontal optokinetic nystagmus, a normal (physiological) form of nystagmus
ବିଭାଗNeurology, ophthalmology
ଲକ୍ଷଣInvoluntary, rapid, rhythmic eye movements
କାରଣBPPV, multiple sclerosis, head injury, brain tumors, metabolic disorder, medication side effects, hyperventilation, alcohol or other drugs, infantile nystagmus, normal response to certain events
ସଠିକ ରୋଗ ନିର୍ଣ୍ଣୟSaccades, oscillations, oculogyric crises, ocular bobbing
ଔଷଧMemantine, gabapentin, clonazepam
ଚିକିତ୍ସାBased on underlying cause
ପୁନଃପୌନିକ24 per 10,000

ମସ୍ତିଷ୍କରେ ଥିବା କର୍ଟେକ୍ସ, ସାମନା ଭିଜୁଆଲ ଟ୍ରାକ୍ଟ , ବ୍ରେନସ୍ଟେମ, ସେରେବେଲମ ବା ପେରିଫେରାଲ ଭେସ୍ଟିବୁଲାର ଆପାରାଟସ ଇତ୍ୟାଦିରେ କୌଣସି ରୋଗ ହେଲେ ଆଖି ଦୋଳନ ହୁଏ | ନିର୍ଦ୍ଦିଷ୍ଟ କାରଣଗୁଡ଼ିକ ମଧ୍ୟରେ ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ, ମଲ୍ଟିପ୍ଲ ସ୍କ୍ଲେରୋସିସ୍, ମୁଣ୍ଡରେ ଆଘାତ, ମସ୍ତିଷ୍କ ଅର୍ବୁଦ, ମେଟାବୋଲିକ୍ ରୋଗ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା, ହାଇପରଭେଣ୍ଟିଲେସନ, ଶୈଶବ ନିସ୍ଟାଗମସ, ଏବଂ ମଦ୍ୟପାନ ଯୋଗୁ ହୋଇପାରେ | ଏହା କେତେକ ଉତ୍ତେଜକର ସାଧାରଣ ପ୍ରତିକ୍ରିୟା ଭାବରେ ମଧ୍ୟ ହୋଇପାରେ | ଚକ୍ଷୁ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ ।

ମୂଳ କାରଣ ଅନୁସନ୍ଧାନ ସ‌ହିତ ନିଷ୍ଟାଗମସର ଗତି ମନ୍ଥର କରିବାକୁ କିମ୍ବା ଦୃଷ୍ଟି ଶକ୍ତି ସମସ୍ୟାକୁ ହ୍ରାସ କରିବାକୁ ଚିକିତ୍ସା କରାଯାଏ | ଔଷଧ, ଚଷମା କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଏ । ମେମାଣ୍ଟାଇନ, ଗାବାପେଣ୍ଟିନ୍ କିମ୍ବା କ୍ଲୋନାଜେପାମ ଇତ୍ୟାଦି ଔଷଧ ଦିଆଯାଏ । ଅନ୍ତର୍ନିହିତ ରୋଗ ହେତୁ ପ୍ରାୟ ୧୦,୦୦୦ ବୟସ୍କଙ୍କ ମଧ୍ୟରେ ୨୪ ଜଣଙ୍କର ନିଷ୍ଟାଗମସ୍ ଥାଏ ଓ ପ୍ରାୟ ୧୦,୦୦୦ ପିଲାଙ୍କ ମଧ୍ୟରେ ୧୭ ଜଣଙ୍କର ଶୈଶବ ନିଷ୍ଟାଗମସ୍ ଥାଏ ।  

ଆଧାର

Tags:

ଇଂରାଜୀ ଭାଷାଦୃଷ୍ଟିହାନିମୁଣ୍ଡବୁଲା

🔥 Trending searches on Wiki ଓଡ଼ିଆ:

ନବଯୌବନ ବେଶଗୋଦର ରୋଗଭାରତୀୟ ସ୍ୱାଧୀନତା ଆନ୍ଦୋଳନଜର୍ମାନୀଜୟଦେବଭୁବନେଶ୍ୱର ବେହେରାଭାରତୀୟ ସଂଖ୍ୟା ପ୍ରଣାଳିଗିରିଜା କୁମାର ବଳୀୟାରସିଂହଓଡ଼ିଆ ଭ୍ରମଣ ସାହିତ୍ୟସୋନାଲ ମାନସିଂହପ୍ରଥମ ଭାସ୍କରଅଂଶୁଘାତସମ୍ବଲପୁର ଜିଲ୍ଲାନାରୀବାଦ୧୭୪୬କିଶୋରୀ ଚରଣ ଦାସଦାସକାଠିଆବିଶ୍ୱତାପନଆର୍ଯ୍ୟଭଟ୍ଟଚୈତନ୍ୟବଡ଼ ଏରାପିଙ୍କି ପ୍ରଧାନପ୍ରଥମ ବିଶ୍ୱଯୁଦ୍ଧକୁନ୍ତଳା କୁମାରୀ ସାବତଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଭୂତି ପଟ୍ଟନାୟକବ୍ୟାସଦେବମହାତ୍ମା ଗାନ୍ଧୀ୭୦୧ଭାରତୀୟ ଡାକ ସେବାଖିଲିପାନଜଣ୍ଡିସ୍ରାଉରକେଲାପୂରଣବାଚକ ସଂଖ୍ୟା୪ ଇଡିଅଟସ୍ଧନୁ (ରାଶି)ରାଣୀ ଲକ୍ଷ୍ମୀବାଈ୨୧ଆଚାର୍ଯ୍ୟ ହରିହରହମିଦା ବାନୁ ବେଗମଶ୍ରବଣା (ନକ୍ଷତ୍ର)ରାଜେନ୍ଦ୍ର କିଶୋର ପଣ୍ଡାପାଇକ ବିଦ୍ରୋହଭଗବତ ଗୀତାଭାରତୀୟ ଜାତୀୟ କଂଗ୍ରେସସତ୍ୟେନ୍ଦ୍ର ନାଥ ବୋଷପୂର୍ଣ୍ଣଚ୍ଛେଦଘରରାସେଶ୍ୱରୀ ପାଣିଗ୍ରାହୀଲିମାରାଧାମୋହନ ଗଡ଼ନାୟକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବୈଷ୍ଣବ ପାଣିଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଚରକଶ୍ରୀ ଅରବିନ୍ଦରାମ ନବମୀକଳାପାହାଡ଼ୟୁ ଟ୍ୟୁବଶ୍ରଦ୍ଧାକର ସୂପକାରଓଡ଼ିଆ ନାଟକରାମଚନ୍ଦ୍ର ମିଶ୍ରକୋଣାର୍କ ସୂର୍ଯ୍ୟ ମନ୍ଦିରc3bn4ରକ୍ତଧର୍ମ🡆 More