ଆଇଜିଏ ନେଫ୍ରୋପାଥି

ଆଇଜିଏ ନେଫ୍ରୋପାଥି (ବା ଆଇଜିଏଏନ/ IgAN ), ଯାହା ବର୍ଗର ରୋଗ ଭାବରେ ମଧ୍ୟ ଜଣାଶୁଣା, ଏକ ବୃକ୍‌କର ରୋଗ ଯେଉଁଥିରେ ଯେତେବେଳେ ଆଇଜିଏ ଗଠନ ହେବା ଫଳରେ ପ୍ରଦାହ ହୁଏ । ପ୍ରାରମ୍ଭରେ ସାଧାରଣତ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏହି ରୋଗ ଆଗେଇ ଗଲେ ଫେଣ‌ଯୁକ୍ତ ରକ୍ତ ମିଶ୍ରିତ ପରିସ୍ରା ହୋଇପାରେ । ଅନ୍ୟ ଲକ୍ଷଣଗୁଡ଼ିକରେ ଗୋଡ଼ର ଇଡିମା ହୋଇପାରେ । ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍‌କ ବିଫଳତା, ହୃଦ ରୋଗ ଏବଂ ହେନୋକ-ସୁନଲାଇନ ପୁରପୁରା ହୋଇପାରେ ।

IgA nephropathy
IgA nephritis, Berger's disease, synpharyngitic glomerulonephritis
ଆଇଜିଏ ନେଫ୍ରୋପାଥି
Immunoglobulin A dimer
ଉଚ୍ଚାରଣ
  • Berger's disease (/bɛərˈʒ/
ବିଭାଗNephrology
ଲକ୍ଷଣNone, blood in the urine, foamy urine, swelling of the legs
ଆକ୍ରାନ୍ତ ସମୟLate childhood to late 30s
ଅବଧିLong term
କାରଣAutoimmune disease
ବିପଦ କାରକFamily history, HIV/AIDS, and hepatitis
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on blood and urine tests, confirmed by a kidney biopsy
ସଠିକ ରୋଗ ନିର୍ଣ୍ଣୟLupus nephritis, nephrotic syndrome, membranoproliferative glomerulonephritis, Henoch-Schönlein purpura
ପ୍ରତିକାରNone
ଚିକିତ୍ସାImmunosuppressants, blood pressure medication, kidney transplant
PrognosisOften good
ପୁନଃପୌନିକRelatively common

ରୋଗ ପାରିବାରିକ ଇତିହାସ ଥିଲେ, ଏଚ୍.ଆଇ.ଭି/ଏଡସ୍ ଏବଂ ହେପାଟାଇଟିସ୍ ଥିଲେ ଏହି ରୋଗ ସଙ୍କଟ ରହେ । ଏହାର ଅନ୍ତର୍ନିହିତ ପ୍ରଣାଳୀ ହେଉଛି ଏକ ଅଟୋମ୍ୟୁମ୍ୟୁନ ରୋଗ ଯେଉଁଥିରେ ଆଣ୍ଟିବଡି ସହିତ ଆଇଜିଏ ଅନୁବନ୍ଧିତ ହୋଇ ଇମ୍ୟୁନ କମ୍ପ୍ଲେକ୍ସ ତିଆରି କରିଥାଏ । ଏହି କମ୍ପ୍ଲେକ୍ସଗୁଡ଼ିକ ଗଠନ ହୋଇଗଲେ ବୃକ୍‌କରେ ପ୍ରଦାହ ହୁଏ । ଏକ ସଂକ୍ରାମକ ରୋଗଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ । ରକ୍ତ ଏବଂ ପରିସ୍ରା ପରୀକ୍ଷା ଉପରେ ଆଧାର କରି ରୋଗ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବୃକ୍‌କ ବାୟୋପସିଦ୍ୱାରା ରୋଗ ନିଶ୍ଚିତ କରାଯାଏ ।

ଏହି ରୋଗ ଆରୋଗ୍ୟସାଧ୍ୟ ନଥିବା ବେଳେ ଚିକିତ୍ସାରେ ପ୍ରତିରକ୍ଷା ପ୍ରଣାଳୀକୁ ଦମନ କରିବା ପାଇଁ କର୍ଟିକୋଷ୍ଟିରଏଡ କିମ୍ବା ସାଇକ୍ଲୋଫୋସଫାମାଇଡ ଭଳି ଔଷଧ ଦିଆଯାଇଥାଏ । ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ରକ୍ତଚାପ ନିୟନ୍ତ୍ରଣ ନିୟନ୍ତ୍ରଣ ନିମନ୍ତେ ଏସିଇ ଇନହିବିଟର ଏବଂ ଦେହରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରିବା ପାଇଁ ଡାଇୟୁରେଟିକ୍ ବ୍ୟବହାର କରାଯାଇପାରେ । ବୃକ୍‌କ ଫେଲ ଥିବା ଲୋକଙ୍କ ପାଇଁ ବୃକ୍‌କ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ । ଫଳାଫଳ ପ୍ରାୟ ଭଲ ହୋଇଥାଏ ।

ଆଇଏ ନେଫ୍ରୋପାଥି ହେଉଛି କିଡନୀ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ । ଏହାର ଆରମ୍ଭ ସାଧାରଣତଃ ପିଲାଦିନରୁ ୩୦ ଦଶକ ପର୍ଯ୍ୟନ୍ତ ହୋଇଥାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ଏସିଆ ଲୋକ ଏବଂ ଧଳା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି । ଏହି ଅବସ୍ଥା ପ୍ରଥମେ ୧୯୬୮ ମସିହାରେ ଜଣେ ଫେନ୍ସ ପାଥୋଲୋଜିଷ୍ଟ ଜିନ ବର୍ଗଙ୍କଦ୍ୱାରା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।

ଆଧାର

Tags:

ଇଡିମାଉଚ୍ଚ ରକ୍ତଚାପବୃକ୍‌କ ବିଫଳତାହୃଦରକ୍ତନାଳୀ ରୋଗହେନୋକ-ସୁନଲାଇନ ପରପ୍ୟୁରା

🔥 Trending searches on Wiki ଓଡ଼ିଆ:

ଚିତ୍ତରଞ୍ଜନ ତ୍ରିପାଠୀ୨୧ଅର୍ଚ୍ଚିତା ସାହୁଗଡ଼ଜାତ କୃଷକ୪ (ସଂଖ୍ୟା)ଛବିଳ ମଧୁ ବର୍ଣ୍ଣବୋଧଗୋଦାବରୀଶ ମିଶ୍ରଓଡ଼ିଆ ଭାଗବତc3bn4ଓଡ଼ିଆ ଭାଷା ଆନ୍ଦୋଳନଇଣ୍ଡୋନେସିଆଭୁବନେଶ୍ୱରମେହମୁଦ ହୁସେନମନୋଜ ଦାସମାଣବସା ଗୁରୁବାରରାୟଗଡ଼ା ଜିଲ୍ଲାଧନୁ (ରାଶି)ଭାରତୀୟ ଜନତା ପାର୍ଟିଆଶୁତୋଷ ପରିଡ଼ାଇତିହାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଶାର ସଂସ୍କୃତିରାଉରକେଲାଗର୍ଭାଶୟ ଅନ୍ତଃସ୍ତର କର୍କଟପ୍ରସନ୍ନ କୁମାର ପଣ୍ଡାକଳାପାହାଡ଼ଜୟୀ ରାଜଗୁରୁଲକ୍ଷ୍ମୀ ପୁରାଣଜୁନଯୁକ୍ତରାଷ୍ଟ୍ର ଆମେରିକାଜନ୍ମ ନିରୋଧ୨୭ ଜୁନ୧୯୮୪ସୁଇଜରଲ୍ୟାଣ୍ଡଉତ୍କଳ ଦିବସଓଡ଼ିଆ ଖାଦ୍ୟବିରଜା ମନ୍ଦିରସୁନାବେଶପ୍ଲୁଟୋଯଶୋବନ୍ତ ଦାସନେପଚୁନଜମ୍ମୁ ତୱି ରେଳ ଷ୍ଟେସନଗଣନ ସଂଖ୍ୟାବିଶ୍ୱ ମ୍ୟାଲେରିଆ ଦିବସପଲଉମ୍ୟାଲେରିଆଦ୍ୱିତୀୟ ଭାସ୍କରଜ୍ଞାନପୀଠ ପୁରସ୍କାରଭାରତର ସଂସଦରାଧାନାଥ ରାୟପଥ ଓ ପୃଥିବୀସରୋଜିନୀ ସାହୁଧର୍ମଓଡ଼ିଶୀ ସଙ୍ଗୀତପଞ୍ଚସଖାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକଣ୍ଡୋମଓଡ଼ିଶା ସରକାରଗଙ୍ଗାଧର ରଥନେତୃତ୍ୱଓଡ଼ିଆ ରାମାୟଣପରୀକ୍ଷାଭାରତୀୟ ସଂଖ୍ୟା ପ୍ରଣାଳିସୂର୍ଯ୍ୟବଂଶୀ ସୂରଜପାଇକ ବିଦ୍ରୋହହେମଲତା ମାନସିଂହଅକ୍ଷାଂଶଡାକ ମୁନସୀ🡆 More