ସୂର୍ଯ୍ୟପରାଗ: ପ୍ରାକୃତିକ ଘଟଣା

ସୌର ଜଗତରେ ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ ଏବଂ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ । ଏହି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲୁଥିବା ବେଳେ ଯେଉଁ ଦିନ ଚନ୍ଦ୍ର ଘୁରୁଥିବା ଅବସ୍ଥାରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଏକ ସରଳ ରେଖାରେ ଅବତୀର୍ଣ୍ଣ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକର କିଛି ଅଂଶ ଚନ୍ଦ୍ରଙ୍କଦ୍ୱାରା ଆଛାଦିତ ହୋଇ ପୃଥିବୀ ପୃଷ୍ଠରେ ଛାୟା ସୃଷ୍ଟି କରେ ସେହି ସମୟରେ ସୂର୍ଯ୍ୟ ଅଂଶିକ ବା ସଂପୂର୍ଣ୍ଣ ଭାବେ ଚନ୍ଦ୍ରଦ୍ୱାରା କିଛି ସମୟ ପାଇଁ ଆଛାଦିତ ବା ଘୋଡାଇ ହୋଇଯାଆନ୍ତି । ଭୌତିକ ବିଜ୍ଞାଣା ଦୃଷ୍ଟିରେ ଏହି ଭଳି ମହା ଜାଗତୀୟ ଘଟଣାକୁ ସୌରପରାଗ ବୋଲି କୁହାଯାଏ । ଏହା କେବଳ ଅମାବାସ୍ୟା ତିଥୀରେ ସମ୍ଭବ ହୋଇଥାଏ ! ତେବେ ସବୁ ଅମାବାସ୍ୟାରେ ସୌର ପରାଗ ହୁଏ ନାହିଁ ।

ସୂର୍ଯ୍ୟପରାଗ: ସୂର୍ଯ୍ୟପରାଗର ଦୃଶ୍ୟ, ସୂର୍ଯ୍ୟପରାଗର ପ୍ରକାର, ଜ୍ୟୋତିଷ ବିଜ୍ଞାନ ଦୃଷ୍ଟିରେ ସୂର୍ଯ୍ୟପରାଗ
ସୌରପରାଗର ଚିତ୍ର

ସୂର୍ଯ୍ୟପରାଗର ଦୃଶ୍ୟ

ସୂର୍ଯ୍ୟପରାଗ ବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଅବସ୍ଥାନ କରୁଥିବାରୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯାଲୋକ ପ୍ରବେଶ କରିପାରେ ନାହିଁ । ତେବେ ସୂର୍ଯ୍ୟର କିଛି ଅଂଶ ଚନ୍ଦ୍ରଦ୍ୱାରା ଘୋଡାଇ ହୋଇଯାଇଥିବାରୁ କଳା ଦେଖାଯାଏ । ସଂପୂର୍ଣ୍ଣ ସୌରପରାଗ ସମୟରେ ପୃଥିବୀର କିଛି ଅଂଶ, ଅର୍ଥାତ ଯେଉଁ ଅଞ୍ଚଳରେ ସୌରପରାଗ ଦୃଶ୍ୟମାନ ହୋଇଥାଏ, ସେହି ଅଞ୍ଚଳ କିଛି ସମୟ ପାଇଁ ସାମାନ୍ୟ ଅନ୍ଧକାର ମଧ୍ୟ ହୋଇଯାଏ ।

ସୂର୍ଯ୍ୟପରାଗର ପ୍ରକାର

ପ୍ରକାର ଭେଦରେ ଏହାକୁ ଆଂଶିକ ସୂର୍ଯ୍ୟପରାଗ ଏବଂ ପୂର୍ଣ୍ଣ ସୂର୍ଯ୍ୟପରାଗ ଏହି ଭଳି ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।

ଆଂଶିକ ସୂର୍ଯ୍ୟପରାଗ

ପୃଥିବୀ ତଥା ଚନ୍ଦ୍ରର କକ୍ଷପଥର ଆକାର ତଥା ସୌର ଜଗତରେ ଏହାର ଅବସ୍ଥିତି ଅନୁସାରେ ପ୍ରତି ସୂର୍ଯ୍ୟପରାଗରେ ଚନ୍ଦ୍ରଦ୍ୱାରା ସଂପୂର୍ଣ୍ନ ସୂର୍ଯ୍ୟ ବା ଏହାର ସଂପୂର୍ଣ୍ନ ଅଂଶ ଆଛାଦିତ ହୋଇ ନ ଥାଏ । ଅନେକ ସମୟରେ ଏହି ଅବସରରେ ସୂର୍ଯ୍ୟର କେବଳ ଗୋଟିଏ ଅଂଶକୁ ଅଛାଦିତ କରିପାରେ । ଏଭଳି ଅବସ୍ଥିତିକୁ ଖଗୋଳ ଶାସ୍ତ୍ରରେ ଆଂଶିକ ସୂର୍ଯ୍ୟପରାଗ ବା ଖଣ୍ଡ ଗ୍ରହଣ କୁହାଯାଏ ।

ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ

ସୂର୍ଯ୍ୟପରାଗ: ସୂର୍ଯ୍ୟପରାଗର ଦୃଶ୍ୟ, ସୂର୍ଯ୍ୟପରାଗର ପ୍ରକାର, ଜ୍ୟୋତିଷ ବିଜ୍ଞାନ ଦୃଷ୍ଟିରେ ସୂର୍ଯ୍ୟପରାଗ 
ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗର ଜ୍ୟାମିତୀୟ ଚିତ୍ର

ସେହିଭଳି ଅବସ୍ଥିତି ଭେଦରେ କେବେ କେବେ ସୂର୍ଯ୍ୟପରାଗ ଅବସରରେ ଚନ୍ଦ୍ର ସଂପୂର୍ଣ୍ଣ ସୂର୍ଯ୍ୟକୁ ଆଛାଦିତ କରିଯାଏ । ଏଭଳି ଅବସରରେ ଏହି ବିରଳ ଦୃଶ୍ୟ ଭୂପୃଷ୍ଟର ଏକ ନିର୍ଦ୍ଦିଷ୍ଟ ଅଂଶରେ ହିଁ ଦୃଶ୍ୟମାନ ହୁଏ । ଏହି ପ୍ତେବେ ଅନ୍ୟ ଅଂଶରେ ଆଂଶିକ ସୂର୍ଯ୍ୟପରାଗ ଭାବେ ଏହା ଦୃଶ୍ୟମାନ ହୋଇଥାଏ । ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଆଛାଦିତ କରି ସଂପୂର୍ଣ୍ଣ ଅପସରି ଯିବାକୁ ପ୍ରାୟତଃ ଦୁଇ ଘଣ୍ଟା ସମୟ ଲାଗିଯାଇଥାଏ । ତେବେ ଏହି ସମୟରେ ଚନ୍ଦ୍ରମା କେବଳ ଦର୍ବାଧିକ ସାତ ମିନିଟ ସମୟ ପାଇଁ ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଆଛାଦିତ କରିପରିଥାଏ ଅର୍ଥାତ ସଂପୂର୍ଣ୍ଣ ସୂର୍ଯ୍ୟପରାଗର ବିରଳ ସମୟ ସର୍ବାଧିକ ସାତ ମିନିଟ ହୋଇଥାଏ ।

ଜ୍ୟୋତିଷ ବିଜ୍ଞାନ ଦୃଷ୍ଟିରେ ସୂର୍ଯ୍ୟପରାଗ

ସୂର୍ଯ୍ୟପରାଗ ବା ଚନ୍ଦ୍ର ଗ୍ରହଣ ହେଉଛି ପ୍ରକୃତିର ଏକ ଚମତ୍କାର ମହାଜାଗତିକ ଘଟଣା । ଜ୍ୟୋତିଷ ବିଜ୍ଞାନ ଅନୁସାରେ ସୂର୍ଯ୍ୟପରାଗ କେବଳ ସେତେବେଳେ ସମ୍ଭବ, ଯେତେବେଳେ ଅମାବାସ୍ୟା ହୋଇଥିବ, ଚନ୍ଦ୍ରମାର ଦ୍ରାଘିମା ରାହୁ କିମ୍ବା କେତୁ ନିକଟରେ ରହିଥିବ ଏବଂ ଚନ୍ଦ୍ରମାର ଅକ୍ଷାଂଶ ଶୂନ୍ୟ ନିକଟରେ ହୋଇଥିବ । ଏହାଛଡା ହିନ୍ଦୁ ପୁରାଣରେ ସୂର୍ଯ୍ୟପରାଗକୁ ନେଇ ଅନେକ କିମ୍ବଦନ୍ତୀ ପ୍ରଚଳିତ ଅଛି ।

ପୌରାଣିକ ମାନ୍ୟତା ଅନୁସାରେ ଗ୍ରହଣ ସମୟରେ ରାହୁ ଚନ୍ଦ୍ରମାଙ୍କୁ ଏବଂ କେତୁ ସୂର୍ଯ୍ୟଙ୍କୁ ଗ୍ରାସ କରିଥାଏ । ଏହି ରାହୁ ଓ କେତୁ ଦୁହେଁ ହେଉଛନ୍ତି ଛାୟାଙ୍କ ସନ୍ତାନ । ଗ୍ରହଣ ସମୟରେ ଏହାର କୁପ୍ରଭାବରୁ ପୌରାଣିକ ମତରେ ଚନ୍ଦ୍ର ଗ୍ରହଣ ସମୟରେ କଫର ପ୍ରାଧାନ୍ୟତା ବଢେ ଏବଂ ସୂର୍ଯ୍ୟପରାଗ ସମୟରେ ଜଠରାଦ୍ନୀ, ନେତ୍ର ତଥା ପିତ୍ତର ଶକ୍ତିହୀନତା ଘଟେ ।

ହିନ୍ଦୁ ପୁରାଣ ଅନୁସାରେ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ଦେବତାମାନଙ୍କ ମଧ୍ୟରେ ବାଣ୍ଟିବା ବେଳେ ରାହୁ ନାମକ ରାକ୍ଷସ ଛଳନା ପୂର୍ବକ ଏହି ଅମୃତ ପାନ କରିଗଲା । ମାୟାରୂପୀ ବିଷ୍ଣୁ ତତ୍ କ୍ଷଣାତ୍ ତାହାର ମସ୍ତକ ଛେଦନ କଲେ । ତଥାପି ଅମୃତ ପ୍ରଭାବରେ ତାହାର ମସ୍ତକ ଜିବୀତ ରହି ସୂର୍ଯ୍ୟଙ୍କର ପିଛା କରୁଛି ଏବଂ ଗ୍ରହଣ ସମୟରେ ତାଙ୍କୁ ଗ୍ରାସ କରିବାକୁ ଚେଷ୍ଟ କରୁଛି । ତେବେ ସେଥିରେ ସଫଳ ନ ହେବାରୁ ସୂର୍ଯ୍ୟ ପୁଣି ରାହୁଠାରୁ ଖସି ଆସୁଛନ୍ତି ।

ଏହିଭଳି ବିଭିନ୍ନ ଦେଶରେ ସୂର୍ଯ୍ୟପରାଗକୁ ନେଇ ଭିନ୍ନ ଭିନ୍ନ କିମ୍ବଦନ୍ତି ତଥା ବିଶ୍ୱାସ ତଥା ଅନ୍ଧବିଶ୍ୱାସ ପ୍ରଚଳିତ ଅଛି ।

ଆଧାର

ବାହାର ତଥ୍ୟ

Tags:

ସୂର୍ଯ୍ୟପରାଗ ର ଦୃଶ୍ୟସୂର୍ଯ୍ୟପରାଗ ର ପ୍ରକାରସୂର୍ଯ୍ୟପରାଗ ଜ୍ୟୋତିଷ ବିଜ୍ଞାନ ଦୃଷ୍ଟିରେ ସୂର୍ଯ୍ୟପରାଗ ଆଧାରସୂର୍ଯ୍ୟପରାଗ ବାହାର ତଥ୍ୟସୂର୍ଯ୍ୟପରାଗଅମାବାସ୍ୟାଚନ୍ଦ୍ରପୃଥିବୀସୂର୍ଯ୍ୟ

🔥 Trending searches on Wiki ଓଡ଼ିଆ:

ନୃସିଂହରାଧାକୃଷ୍ଣ ବିଶ୍ୱାସରାୟଭ୍ୟାକୁମ୍ କ୍ଲିନର୍ପଖାଳରାଜାରାଣୀ ମନ୍ଦିରନିତ୍ୟାନନ୍ଦ ମହାପାତ୍ର୫ ଅଗଷ୍ଟଅର୍ଜୁନଉଦର ଯନ୍ତ୍ରଣାବୌଦ୍ଧ ଧର୍ମQR codeଅଭିନିବେଶ ଅର୍ଥନୀତିଓଡ଼ିଆ ଖାଦ୍ୟବିରଜା ମନ୍ଦିର୧୯୮୦ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକରଡିକପିଳେନ୍ଦ୍ର ଦେବଶାମ୍ବ ଦଶମୀଭଗବତୀ ଦେଉଳନେଲସନ ମଣ୍ଡେଲାଅକ୍ଟୋବରନଇ ଆରପାରିହେଲିକୋବ୍ୟାକ୍ଟର ପାଇଲୋରିଭାରତର ଜାତୀୟ ପତାକାଜଗତସିଂହପୁର ଜିଲ୍ଲାଶିଶୁ ଅନନ୍ତ ଦାସରୋନାଲ୍ଡ ରେଗନଓଡ଼ିଆ ଭାଗବତ୨୪ ଅପ୍ରେଲଯଦୁମଣି ମହାପାତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଉଇକିକଥାଜଗନ୍ନାଥ ପ୍ରସାଦ ଦାସହନୁମାନକାଳୀଚରଣ ପଟ୍ଟନାୟକଉଇକିକମନ୍ସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ରାଜଧାନୀ ତାଲିକାକେବେ ତମେ ନାହଁ କେବେ ମୁଁ ନାହିଁପାରଦମନୋରମା ମହାପାତ୍ରମାଗୁଣିର ଶଗଡ଼ଐଶ୍ୱର୍ଯ୍ୟା ରାୟଖୋର୍ଦ୍ଧା ଜିଲ୍ଲାଦଣ୍ଡ ନାଟଓମ୍ନିମାପଡ଼ାଜୟ ଜଗନ୍ନାଥଆମ୍ବେଦକର ଜୟନ୍ତୀବିଶ୍ୱର ବ୍ୟସ୍ତତମ ବନ୍ଦରସ୍ୱାମୀ ବିବେକାନନ୍ଦଲେସଲି କ୍ଲାଉଡିଅସପ୍ରହ୍ଲାଦ ନାଟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବାହୁଡ଼ା ଯାତ୍ରା୨୯ ମାର୍ଚ୍ଚଖାରବେଳଇଣ୍ଟେଲ୍‌ବୁଢ଼ିଆଣୀମହେନ୍ଦ୍ର ସିଂହ ଧୋନିରାଜ୍ୟ ସଭାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅଭିରାମ ପରମହଂସଚାଟ୍ ଜିପିଟିରୁକ୍ମିଣୀ ବିବାହ୨୨ ଫେବୃଆରୀଶିମିଳିପାଳ ଜାତୀୟ ଉଦ୍ୟାନଭାରତ ଛାଡ଼ ଆନ୍ଦୋଳନ🡆 More