ସ୍ଥଳଜ ଉଦ୍ଭିଦ

ସ୍ଥଳଭାଗ ଉପରେ, ଭିତରେ କିମ୍ବା ସ୍ଥଳଭାଗରୁ ଜାତ ଉଦ୍ଭିଦକୁ ସ୍ଥଳଜ ଉଦ୍ଭିଦ (English: Terrestrial plant) କୁହାଯାଏ । ଅନ୍ୟ ପ୍ରକାରର ଉଦ୍ଭିଦ ସବୁ ହେଲେ ଜଳଜ ଉଦ୍ଭିଦ (ଆକୁଆଟିକ ପ୍ଲାଣ୍ଟ), ଏପିଫାଇଟିକ (ଉଦ୍ଭିଦରେ ବଢୁଥିବା ଉଦ୍ଭିଦ), ଲିଥୋଫାଇଟ୍ସ (ପଥରରେ ବଢୁଥିବା ଉଦ୍ଭିଦ) ।

ସ୍ଥଳଜ ଉଦ୍ଭିଦ
ସ୍ଥଳଜ ଉଦ୍ଭିଦ ଗୁଡ଼ିକ

ଜଳଜ ଏବଂ ସ୍ଥଳଜ ଉଦ୍ଭିଦ ମଧ୍ୟରେ ତଫାତ ପ୍ରାୟତଃ ଅସ୍ପଷ୍ଟ କାରଣ ଅନେକ ସ୍ଥଳଜ ଉଦ୍ଭିଦ ବେଳେବେଳେ ନିୟମିତ ଭାବେ ବୁଡ଼ିରହିବା ସହିପାରିବାରେ ସକ୍ଷମ ଏବଂ ଅନେକ ଜଳଜ ଉଦ୍ଭିଦଙ୍କ ଭିତରେ ଉଭୟ ବୁଡ଼ିରହିବା ଏବଂ ଭୂମି ଉପରେ ରହିବା ଗୁଣ ରହିଛି । ତୁଳନାତ୍ମକ ଭାବରେ କମ ସମ୍ପୂର୍ଣ୍ଣ ବୁଡ଼ିରହିଥିବା ଜଳଜ ଉଦ୍ଭିଦଙ୍କ (ତୁଳନାତ୍ମକ ଭାବେ କମ ସମୟ ପାଇଁ ବୁଡ଼ିରହିବା ସହ୍ୟ କରି ନପାରୁଥିବା ପ୍ରଜାତି) ସଂଖ୍ୟା କମ । କିନ୍ତୁ ଏଭଳି କିଛି ପ୍ରଜାତିଙ୍କ ଭିତରେ ହାଇଡ୍ରୋକ୍ୟାରିଟାସି ଏବଂ କାବୋମ୍ବାସି, ସେରାଟୋଫାଇଲମ ଏବଂ ଆଲଡ୍ରୋଭାଣ୍ଡା ଏବଂ ଅଧିକାଂଶ ମାଇକ୍ରୋଆଲଗି (ଯଥା କାରା ଏବଂ ନିଟେଲା) ପ୍ରମୁଖ ଅନ୍ୟତମ । ଅଧିକାଂଶ ଜଳଜ ଉଦ୍ଭିଦ ବୁଡ଼ିରହିବା ଭାବେ ବୃଦ୍ଧି କରିବା ପାଇଁ ଚାହାଁନ୍ତି ଏବଂ ଅଧିକାଂଶଙ୍କର କେବଳ ସେହି ରୂପରେ ହିଁ ଫୁଲ ଫୁଟିଥାଏ । ଅନେକ ସ୍ଥଳଜ ଉଦ୍ଭିଦ ଅନେକ ଦିନ ବ୍ୟାପୀ ବନ୍ୟା ସହିପାରନ୍ତି ଏବଂ ଏହା ପ୍ରାୟତଃ ବନ୍ୟା ସାଧାରଣ ହୋଇଥିବା ସେହି ଉଦ୍ଭିଦର ପ୍ରାକୃତିକ ବାସସ୍ଥଳୀର ଅଂଶବିଶେଷ । ଏହି ଉଦ୍ଭିଦଗୁଡ଼ିକ (ହେଲୋଫାଇଟ୍ସ ଭାବେ ପରିଚିତ) ମୂଳ ଚାରିପାଖରେ ଅନେକ ସମୟ କାଳ ପାଣି ଜମିରହିବା ଏବଂ ଏପରିକି ବନ୍ୟା ଜଳ ତଳେ ସମ୍ପୂର୍ଣ୍ଣ ବୁଡ଼ିରହିବା ମଧ୍ୟ ସହିପାରନ୍ତି । ଏହି ସମ୍ପୂର୍ଣ୍ଣ ବୁଡ଼ିରହିବା ଅବଧି ମଧ୍ୟରେ ହେଲୋଫାଇଟ୍ସର ବୃଦ୍ଧି ହାର ବହୁତ ହ୍ରାସ ପାଇଥାଏ । ଜଳ ସ୍ତର ନ କମିଲେ ଉଦ୍ଭିଦଟି ଶେଷରେ ଧୀମେଇ ଯାଇ ନଷ୍ଟ ହୁଏ ।

ଆଧାର

Tags:

ଉଦ୍ଭିଦ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମାପ ବ୍ୟବସ୍ଥାଅଶ୍ୱିନୀ କୁମାର ଘୋଷକର୍କଟ ରୋଗଅନନ୍ତ ପଟ୍ଟନାୟକଗୋପପୁର (ଗପ ସଙ୍କଳନ)ସୋଫୋସବୁଭିର/ଭେଲପାଟାସଭିରହରେ କୃଷ୍ଣଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାନବୀନ ପଟ୍ଟନାୟକଗୌତମ ବୁଦ୍ଧଗୋଦାବରୀଶ ମିଶ୍ରଭୂମିକମ୍ପତରୁଣକାନ୍ତି ମିଶ୍ରକମ୍ପ୍ୟୁଟର ବିଜ୍ଞାନକେରଳନିଓୱାଇଜ ଧୂମକେତୁଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିବୈଷୟିକ ବିଜ୍ଞାନଅଟିଜିମ୍‌୨୮ ମାର୍ଚ୍ଚସାନ୍ତାଳୀ ଲୋକସଂସ୍କୃତିପ୍ରଦୂଷଣଇନ୍ଦ୍ରମନୋରଞ୍ଜନ ଦାସ୬ ଫେବୃଆରୀଚିକିତ୍ସା ବିଜ୍ଞାନକଳାହାଣ୍ଡି ଜିଲ୍ଲାସୋମନାଥରମାକାନ୍ତ ରଥସମଲେଶ୍ୱରୀ ମନ୍ଦିରଭାଇ ଭାଇବେଦଓଡ଼ିଶାର ଦଶହରାଶ୍ରାଦ୍ଧଇଂରାଜୀ ଭାଷାଜାପାନଲକ୍ଷ୍ମୀକାନ୍ତ ମହାପାତ୍ରରାମଚନ୍ଦ୍ର ବେହେରାଜୟନ୍ତୀ ରଥଆଲେକ୍‌ଜାଣ୍ଡର୍ ମହାନଓଡ଼ିଆ ସାହିତ୍ୟର ଇତିହାସଚିଙ୍ଗୁଡ଼ିଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରମାଦେବୀ ଚୌଧୁରୀତୃପ୍ତି ଦାସଗୋପବନ୍ଧୁ ଦାସସରୋଜିନୀ ସାହୁ୩୦ ଜୁନକାର୍ତ୍ତିକେୟହୋମୱାର୍ଡ଼ଲାଲ କିଲ୍ଲାହରପ୍ରସାଦ ଦାସବିଶ୍ୱ ନାଟ୍ୟ ଦିବସଜୟୀରାମ ସାମଲଅମ୍ଳଜାନସରଳା ଦେବୀ୮୮୭ମିଥୁନ (ରାଶି)ଭାରତର ସଂସ୍କୃତିଇଟାଲୀସାଧାରଣତନ୍ତ୍ର ଦିବସ (ଭାରତ)ରୁକୁଣା ରଥଯାତ୍ରାଭାରତର ଜାତୀୟ ପତାକା୧୯୬୭ମାକ୍ସ ୱେବରଭୁବନେଶ୍ୱରତୁର୍କୀ🡆 More