ମସ୍କୁଲାର ଡିସଟ୍ରୋଫି

ମସ୍କୁଲାର ଡିସଟ୍ରୋଫି (ଇଂରାଜୀ ଭାଷାରେ Muscular dystrophy ବା ଏମଡି/MD) ରୋଗ କ‌ହିଲେ କେତେକ ସ୍ନାୟୁମାଂସପେଶୀ ରୋଗ (muscle diseases) ଦଳକୁ ବୁଝାଏ ଓ ଏହି ରୋଗଦ୍ୱାରା ସମୟକ୍ରମେ ସ୍କେଲିଟାଲ/କଙ୍କାଳୀୟ ମାଂସପେଶୀ (skeletal muscles) ଦୁର୍ବଳ ଓ କ୍ଷୟ ହୋଇଯାଏ । ପ୍ରଥମେ କେଉଁ ପେଶୀ ପ୍ରଭାବିତ ହୋଇଛି, ଦୂର୍ବଳତାର ମାତ୍ରା, କେତେ ପରିମାଣର ହେଉଛି, ଅବନତି ମାତ୍ରାର ସମୟ ଓ କେବେ ରୋଗ ଆରମ୍ଭ ହେଲା, ସେହି ଅନୁସାରେ ରୋଗ‌ଗୁଡ଼ିକ ପରସ୍ପରଠାରୁ ଭିନ୍ନ ହୁଏ । ଅନେକ ଲୋକ ଏହା ଫଳରେ ଚାଲିବାକୁ ଅକ୍ଷମ ହୁଅନ୍ତି । ଆଉ କେତେକ ରୋଗରେ ଅନ୍ୟ ମାନବ ଅଙ୍ଗ (organs) ମଧ୍ୟ ପ୍ରଭାବିତ ହୁଅନ୍ତି ।

ମସ୍କୁଲାର ଡିସଟ୍ରୋଫି
ମସ୍କୁଲାର ଡିସଟ୍ରୋଫି
ଡାହାଣ ପାଖ ଚିତ୍ରରେ ତନ୍ତୁଗୁଡ଼ିକ ବିଶୃଙ୍ଖଳିତ ଭାବରେ ସଜ୍ଜିତ ହୋଇଛନ୍ତି ଓ ତୁଳନାତ୍ମକ ଭାବରେ ବାମ ପାଖ ଅପେକ୍ଷା ଡିସଟ୍ରଫିନ (dystrophin ଶାଗୁଆ ରଙ୍ଗ ) ସାନ୍ଦ୍ରତା ବ‌ହୁତ କମିଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଶିଶୁରୋଗ ବିଜ୍ଞାନ, ମେଡିକାଲ ଜେନେଟିକସ medical genetics
ଆଇସିଡ଼ି-୧୦G71.0
ଆଇସିଡ଼ି-୯-ସିଏମ୍359.0-359.1
ମେଡ଼ିସିନ-ପ୍ଲସ001190
ଇ-ମେଡ଼ିସିନorthoped/418
MeSHD009136

ଏହି ରୋଗ ଦଳଟି ୯ ଶ୍ରେଣୀରେ ବିଭକ୍ତ ହୋଇଛି ଯାହା ମଧ୍ୟରେ ୩୦ଟି ନିର୍ଦ୍ଦଷ୍ଟ ପ୍ରକାର ରୋଗ ଅଛି । ଏମାନଙ୍କ ମଧ୍ୟରୁ ଅତି ସାଧାରଣ ଭାବରେ ଦେଖାଯାଉଥିବା ରୋଗର ନାମ ଡୁସେନ ମସ୍କୁଲାର ଡିସଟ୍ରଫି (Duchenne muscular dystrophy ବା DMD) ଯାହା ୪ ବର୍ଷ ବୟସରୁ ପୁଅମାନଙ୍କୁ ଆକ୍ରମଣ କରେ । ଅନ୍ୟ କେତେକ ସାଧାରଣ ରୋଗର ନାମ ଯଥାକ୍ରମେ:- ବେକର ମସ୍କୁଲାର ଡିସଟ୍ରଫି (Becker muscular dystrophy), ଫେସିଓସ୍କାପୁଲୋହ୍ୟମରାଲ ମସ୍କୁଲାର ଡିସଟ୍ରଫି (facioscapulohumeral muscular dystrophy) ଓ ମାୟୋଟୋନିକ ଡିସଟ୍ରୋଫି । ପେଶୀ ପ୍ରୋଟିନ ତିଆରି କରୁଥିବା ଜିନର ମ୍ୟୁଟେସନ ହେବା ଯୋଗୁ ଏହି ରୋଗ ହୁଏ । ଏହି ମ୍ୟୁଟେସନ ବଂଶାନୁକ୍ରମରେ (inheriting the defect from one's parents) ବା ଭୃଣ ବିକାଶ (early development) ସମୟରେ ହୋଇପାରେ । ଏହା ଏକ୍ସ-ଲିଙ୍କଡ ରିସିସିଭ (X-linked recessive), ଅଟୋସୋମାଲ (autosomal recessive), ବା ଅଟୋସୋମାଲ ଡୋମିନାଣ୍ଟ autosomal dominant ଯୋଗୁ ହୋଇପାରେ । ରକ୍ତ ପରୀକ୍ଷା ଓ ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।

ମସ୍କୁଲାର ଡିସଟ୍ରୋଫି ରୋଗ ଆରୋଗ୍ୟସାଧ୍ୟ ନୁହେଁ । କେତେକ ଲକ୍ଷଣ ନିମନ୍ତେ ଫିଜିକାଲ ଥେରାପି (Physical therapy), ଓର୍ଥୋପେଡିକ ବ୍ରେସ (braces), ଓ ଅପରେଶନ କରାଯାଏ । ଶ୍ୱାସକ୍ରିୟାର ପେଶୀ (breathing muscles) ପ୍ରଭାବିତ ହେଲେ ସାହାଯ୍ୟକୃତ ଭେଣ୍ଟିଲେସନ Assisted ventilation ଆବଶ୍ୟକ ହୁଏ । ପେଶୀ କ୍ଷୟ ରୋକିବା ନିମନ୍ତେ ସ୍ଟିରଏଡ (steroids|) ଔଷଧ ଦିଆଯାଏ, ବାତ ମାରୁଥିଲେ ଆଣ୍ଟିକନଭଲସାଣ୍ଟ (anticonvulsants) ଦିଆଯାଏ ଓ ମରଣ‌ଗାମୀ ପେଶୀକୁ ଧୀର କରିବାକୁ ଇମ୍ମ୍ୟୁନ ସପ୍ରେସାଣ୍ଟ ଔଷଧ (immunosuppressant) ଦିଆଯାଏ । ରୋଗର ପ୍ରକାର ଉପରେ ଫଳାଫଳ ନିର୍ଭର କରେ ।

ପ୍ରାୟ ୫୦୦୦ ପୁରୁଷଙ୍କ ମଧ୍ୟରୁ ଜଣେ ଡୁସେନ ମସ୍କୁଲାର ଡିସଟ୍ରଫି ରୋଗରେ ଜନ୍ମ ସମୟରେ ଆକ୍ରାନ୍ତ ଥାଏ ଓ ଏହି ରୋଗ ସମୁଦାୟ ମସ୍କୁଲାର ଡିସଟ୍ରଫୀ ରୋଗମାନଙ୍କ ମଧ୍ୟରୁ ପ୍ରାୟ ଅଧା ଥାଏ । ସନ ୧୮୩୦ରେ ଚାର୍ଲସ ବେଲ (Charles Bell) ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିଲେ । ଡିସଟ୍ରଫି ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ଡିସ/dysର ଅର୍ଥ କଷ୍ଟଦାୟକ, ଓ ଟ୍ରଫ/troph ଅର୍ଥ ଲାଳନ ପାଳନ କରିବା । ଜିନ ଥେରାପି (Gene therapy) ଏକ ଚିକିତ୍ସା ଯାହା ମାନବ ଉପରେ ପ୍ରାଥମିକ ଅନୁଶୀଳନ ଅବସ୍ଥାରେ ଅଧୁନା ଆଛି ।

ଆଧାର

Tags:

en:human organsen:neuromuscular diseaseen:skeletal muscles

🔥 Trending searches on Wiki ଓଡ଼ିଆ:

ମହାନଦୀପୃଥିବୀରାଜେନ୍ଦ୍ର କିଶୋର ପଣ୍ଡାଜଗଦୀଶ ମହାନ୍ତିସର୍ବପଲ୍ଲୀ ରାଧାକୃଷ୍ଣନଶିବକୌରବ୧୯୯୩କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପବନ୭ (ସଂଖ୍ୟା)ଫାଇଜାବାଦ ରେଳ ଷ୍ଟେସନମାଟିର ମଣିଷ (ଉପନ୍ୟାସ)ଭଦ୍ରକରାମକୃଷ୍ଣ ପରମହଂସସାହି ଯାତବାୟୁ (ଦେବତା)ଫତୁରାନନ୍ଦଓଡ଼ିଆ ରାମାୟଣମନୋରଞ୍ଜନ ଦାସଜବାହରଲାଲ ନେହେରୁସ୍ୱର ବର୍ଣ୍ଣଅଂକୋର୍ ୱାଟ୍ଗୋବିନ୍ଦ ତ୍ରିପାଠୀବୌଦ୍ଧ ଧର୍ମଖ୍ରୀଷ୍ଟ ଧର୍ମଅଶୋକାଷ୍ଟମୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଲକ୍ଷ୍ମଣ ନାୟକକଣ୍ଡୋମକାହ୍ନୁଚରଣ ମହାନ୍ତି୬ ଫେବୃଆରୀଜ୍ୟୋତିର୍ଲିଙ୍ଗଲିସବନଓଡ଼ଗାଁଦୁର୍ଗା୧୯୭୮ଜନ ଗଣ ମନଓମାନଉତ୍କଳ ଦିବସଅର୍ଚ୍ଚନା (କବିତା ସଙ୍କଳନ)୨୭ ମାର୍ଚ୍ଚସିପାହୀ ବିଦ୍ରୋହବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାରମେଶ ପ୍ରସାଦ ପାଣିଗ୍ରାହୀପ୍ରଥମ ବିଶ୍ୱଯୁଦ୍ଧପ୍ରଶାନ୍ତ ପଟ୍ଟନାୟକତ୍ରିଭୁଜଶଗୁନ୍ ଚୌଧୁରୀରୋମପ୍ରେମଓଡ଼ିଶାର ଭୂଗୋଳଭାରତୀୟ ସମ୍ବିଧାନଆଲେକ୍‌ଜାଣ୍ଡର୍ ମହାନଚାରି ଧାମପ୍ରୋଟାମିନ ସଲଫେଟମେଟାବୋଲିଜିମଗୋପବନ୍ଧୁ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଶୋକ (ସମ୍ରାଟ)ବଡ଼ଓଷା୧୧ ମାର୍ଚ୍ଚଶକ୍ତି🡆 More