ସ୍ତୁତି ଚିନ୍ତାମଣି: ଓଡ଼ିଆ ଭାଷାରେ ରଚିତ ପୁ୍ସ୍ତକ

ସ୍ତୁତିଚିନ୍ତାମଣି ଭୀମ ଭୋଇଙ୍କ ରଚିତ ଏକ ଓଡ଼ିଆ ଜଣାଣ ଗ୍ରନ୍ଥ । ଏହା ଭୀମ ଭୋଇଙ୍କର ଏକ ପ୍ରମୁଖ ରଚନା ଏବଂ ମହିମା ଧର୍ମର ମୁଖ୍ୟ ଗ୍ରନ୍ଥ । ଏଥିରେ ସେ ଅଲେଖ ମହିମାଙ୍କ ବିଷୟ ବ୍ୟାଖ୍ୟାନ କରିବା ସହିତ ଅଲଖିଆମାନଙ୍କ (ସାଧକ) ପାଇଁ ତାଙ୍କର ବାଣୀ ଓ ଅନ୍ୟାନ୍ୟ ସାଧନା ଉଲ୍ଲେଖ କରିଛନ୍ତି । ସ୍ତୁତିଚିନ୍ତାମଣିରେ ଶହେରୁ ଅଧିକ ବୋଲି ରହିଛି ଓ ପ୍ରତିଟି ବୋଲି ୨୦ଟି ଭାଗରେ ବିଭକ୍ତ । ଏହି ଗ୍ରନ୍ଥରେ ମୋଟ ୪୦୦୦ ଧାଡ଼ି ୨୦୦୦ ପଙ୍‌କ୍ତିରେ ବିଭକ୍ତ । ଗ୍ରନ୍ଥଟି ଆତ୍ମଜୀବନୀମୂଳକ ଓ ଏଥିରେ ଭୀମଭୋଇ ନିଜର ଅନୁଭୂତି ଆଦି ଉଲ୍ଲେଖ କରିଛନ୍ତି । ଗ୍ରନ୍ଥର ଶେଷ ଆଡ଼କୁ ଅଲେଖ ମହିମାଙ୍କ ବିଷୟ ସନ୍ନିବେଶିତ ଏବଂ ମଣିଷମାନଙ୍କ ଦୁଃଖ ନାଶ ନିମନ୍ତେ ଭୀମ ଭୋଇ ତାଙ୍କ ଆଗରୁ ରଚିତ ଓ ବର୍ଣ୍ଣିତ ଶୂନ୍ଯ ନିରଞ୍ଜନଙ୍କ ବାବଦରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ସ୍ତୁତି ଚିନ୍ତାମଣିରେ ବ୍ରହ୍ମା, ବିଷ୍ଣୁ ଓ ଶିବ ଆଦି ଦେବତାଙ୍କୁ ଅଲେଖ ମହିମାଙ୍କ ନିମ୍ନରେ ରଖାଯାଇଛି । ଏହି ମୂଳ ଗ୍ରନ୍ଥ ଭିନ୍ନ ଭିନ୍ନ ସଂକଳକ ଓ ପ୍ରକାଶକଙ୍କଦ୍ୱାରା ମୁ୍ଦ୍ରିତ ହୋଇ ପ୍ରକାଶିତ ହୋଇଛି । ଏଥି ମଧ୍ୟରୁ ୧୯୫୬-୧୯୬୬ ମସିହାରେ ଉମେଶ ସାମନ୍ତରାୟଙ୍କ ସଂକଳିତ ସମାନ ନାମରେ ପ୍ରକାଶିତ ପୁସ୍ତକ, ୧୯୮୬ ମସିହାରେ ଭୀମ ଭୋଇଙ୍କ ସାମଗ୍ରିକ ରଚନା କରୁଣାକର କରଙ୍କଦ୍ୱାରା ସଂକଳିତଭକ୍ତକବି ଭୀମଭୋଇ ଗ୍ରନ୍ଥାବଳୀ ନାମକ ପୁସ୍ତକ, ୨୦୨୦ ମସିହାରେ ସତ୍ୟନାରାୟଣ ସ୍ୱାଇଙ୍କ ଅନୂଦିତ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ଇଂରାଜୀ ପୁସ୍ତକ Bhima Bhoi's Stutichintamani ଆଦି ଅନ୍ୟତମ ।

ଆଧାର

ବାହାର ଲିଙ୍କ

Tags:

ଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀବିଷ୍ଣୁବ୍ରହ୍ମାଭୀମ ଭୋଇମହିମା ଧର୍ମଶିବ

🔥 Trending searches on Wiki ଓଡ଼ିଆ:

ପ୍ରଣବ ପ୍ରକାଶ ଦାସବଳରାମ ଦାସସରସ୍ୱତୀ ସମ୍ମାନସିପାହୀ ବିଦ୍ରୋହରବି ପଟ୍ଟନାୟକହୃଷୀକେଶ ମଲ୍ଲିକଜଗନମୋହ‌ନ ଲାଲଭରତ (ରାମାୟଣ)ଯକ୍ଷ୍ମାଭାନୁଜୀ ରାଓବିଶ୍ୱ ମ୍ୟାଲେରିଆ ଦିବସବୀର ସୁରେନ୍ଦ୍ର ସାଏଅହିଂସାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମିଆ ଖଲିଫାଚନ୍ଦନ ଯାତ୍ରାରାଜେନ୍ଦ୍ର ନାରାୟଣ ସିଂହଦେଓଚାନ୍ଦବାଲିବିଜୟ ପ୍ରସାଦ ମହାପାତ୍ରମନୋଜ ଦାସଙ୍କ କଥା ଓ କାହାଣୀଗୁରୁ ପ୍ରସାଦ ମହାନ୍ତିମସ୍କୋମନୋଜ ଦାସବୀରକିଶୋର ଦାସଲକ୍ଷ୍ମଣ ନାୟକସପ୍ତମାତୃକା ମନ୍ଦିର, ଯାଜପୁରମୌଳିକ ସଂଖ୍ୟାwiki.phtmlପଣା ସଂକ୍ରାନ୍ତିଦେବୀପ୍ରସନ୍ନ ପଟ୍ଟନାୟକକାଟୁଲୁ ରବି କୁମାରବର୍ଷାକାହ୍ନୁଚରଣ ମହାନ୍ତିଶିଖରଚଣ୍ଡୀଇଂରାଜୀ ଭାଷାଜବାହରଲାଲ ନେହେରୁଉଇକିକମନ୍ସକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଂଶୁଘାତନୂଆ ଦିଲ୍ଲୀବଣିବୁଧବାରଗୋବିନ୍ଦ ତ୍ରିପାଠୀକରଞ୍ଜଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପରଶୁରାମଚନ୍ଦନଲାଗି ବେଶନନ୍ଦିନୀ ଶତପଥୀ୪ ଅପ୍ରେଲଭାରତୀୟ ଡାକ ସେବାଚାରି ଧାମପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକାଞ୍ଚନ ଅୱସ୍ତିବି. ଆର. ଆମ୍ବେଦକରଟାଇଫଏଡଗଙ୍ଗାଧର ମେହେରଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସତୋରାଣିଗଣିତବେଣୁଧର ରାଉତଦୁଃଶାସନଚମ୍ପୂଅୟେନ୍ଦ୍ରୀ ଲୱନିୟା ରାୟଶିଶୁ ଅନନ୍ତ ଦାସଶାନ୍ତନୁ କୁମାର ଆଚାର୍ଯ୍ୟ🡆 More