ଲାଇଚେନ ପ୍ଲାନସ: ଏହା ଏକ ଚର୍ମ ରୋଗ ।

ଲାଇଚେନ ପ୍ଲାନସ ( LP ) ଏକ ରୋଗ ଯେଉଁଥିରେ ଚର୍ମ, ନଖ ଓ ମ୍ୟୁକସ ସ୍ତରର ଦୀର୍ଘକାଳୀନ ପ୍ରଦାହ ହୋଇଥାଏ । ଏହା ସାଧାରଣତଃ ଛୋଟ ଫୁଲା ପରି ଆରମ୍ଭ ହୁଏ ଯାହା ୧.୫ ସେମି ଚଉଡ଼ା ପର୍ଯ୍ୟନ୍ତ ବଢ଼ିଯାଏ ଓ ଉପର ଭାଗ ସମତଳ ରହେ । ଏହାର ରଙ୍ଗ ଆରମ୍ଭରୁ ସାଧାରଣତଃ ଲାଲ ହୋଇଥାଏ ଓ ପରବର୍ତ୍ତୀ ସମୟରେ ବାଇଗଣୀ ହୁଏ ଓ ପରେ ଗାଢ଼ ହୋଇଯାଏ । କଳା ଚର୍ମ ଥିଲେ ଏହା ଧୂସର-ବାଦାମୀ ହୋଇପାରେ । ସେଗୁଡ଼ିକ ସାମାନ୍ୟ ଚମକଦାର ହୋଇପାରନ୍ତି ଓ ସେଥିରେ ପତଳା କାତି ଓ ଧଳା ଗାର ଦେଖାଯାଏ । ହାତର ପଛ ପାଖ, କଚଟିର ପଛ ପାଖ, ଛାତି, ତଳ ଗୋଡର ଆଗ ପାଖ, ପାଟି ଏବଂ ଲିଙ୍ଗ ମୁଣ୍ଡରେ ଏହି ରୋଗ ହୋଇଥାଏ । ଏହା ପ୍ରାୟ କୁଣ୍ଡେଇ ହୁଏ ।

Lichen planus
ଲାଇଚେନ ପ୍ଲାନସ: ଆଧାର
Lichen planus affecting the shins
ଉଚ୍ଚାରଣ
  • /ˈlkən ˈplnəs/
ବିଭାଗDermatology
ଲକ୍ଷଣItchy, flat-topped, small bumps and plaques, with fine white lines
ଅବଧିLong term
କାରଣUnknown, medications, metals
ବିପଦ କାରକHepatitis C
ରୋଗ ନିର୍ଣ୍ଣୟ ପଦ୍ଧତିConfirmed by skin biopsy
ସଠିକ ରୋଗ ନିର୍ଣ୍ଣୟLichenoid eruption, psoriasis, lupus, secondary syphilis, pityriasis rosea, lichen nitidus, graft versus host disease, lichen sclerosus
ଚିକିତ୍ସାCorticosteroids, metronidazole, isotretinoin, methotrexate
PrognosisSkin lesions often resolve within 2 yrs
ପୁନଃପୌନିକRelatively common

ଏହାର କାରଣ ଜଣା ପଡି ନ ଥିବାବେଳେ ଏହା ଏକ ଅଟୋଇମ୍ୟୁନ ରୋଗ ଏବଂ ଏକ ଟ୍ରିଗର ପରେ ସକ୍ରିୟ ହେଉଥିବା ବିଶ୍ୱାସ କରାଯାଏ । ହେପାଟାଇଟିସ୍ ସି ରୋଗ ଯୋଗୁ ଏହି ସଙ୍କଟ ଆସିପାରେ । ପରିବାରରେ ଏହା କ୍ୱଚିତ ଚାଲିଥାଏ । ଚର୍ମ ବାୟୋପ୍ସି କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । କେତେକ ଔଷଧ, ଦାନ୍ତରେ ବ୍ୟବହୃତ ଧାତୁ ଏବଂ ଗ୍ରାଫ୍ଟ ବନାମ ହୋଷ୍ଟ ରୋଗ ହେତୁ ଲାଇଚେନଏଡ ଇରପସନ ନାମକ ଏକ ସମାନ ଅବସ୍ଥା ସୃଷ୍ଟି ହୋଇପାରେ।

ଏହି ରୋଗ ଆରୋଗ୍ୟ ହୁଏ ନାହିଁ, ଯଦିଓ ଲକ୍ଷଣଗୁଡିକର ଉପଶମ ପାଇଁ ଔଷଧ ବ୍ୟବହାର କରାଯାଇପାରେ । ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ କ୍ଲୋବେଟାସୋଲ ଭଳି ଷ୍ଟିରଏଡ କ୍ରିମ ଦୁଇରୁ ଚାରି ସପ୍ତାହ ପାଇଁ ଦିନକୁ ଦୁଇଥର ଦିଆଯାଏ । ଏହା ପର୍ଯ୍ୟାପ୍ତ ନ ହେଲେ ଟ୍ରାଇଆମସିନୋଲୋନ୍ ଭଳି ଷ୍ଟେରଏଡ ଇଞ୍ଜେକସନ ଦିଆଯାଏ କିମ୍ବା ଏଗୁଡିକ ପାଟିରେ ଦିଆଯାଇପାରେ । ମେଟ୍ରୋନିଡାଜୋଲ, ଆଇସୋଟ୍ରେଟିନଏନ କିମ୍ବା ମେଥୋଟ୍ରେକ୍ସେଟ୍ ଭଳି ଅନ୍ୟ ବିକଳ୍ପ ମଧ୍ୟ ଦିଆଯାଇପାରେ । ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଅନେକ ଲୋକଙ୍କ ଏହି ଚର୍ମ ରୋଗର ୧ରୁ ୨ ବର୍ଷ ମଧ୍ୟରେ ସମାଧାନ ହୁଏ; ଯଦିଓ ଏହା ପୁନରାବୃତ୍ତି ହୋଇପାରେ । ପାଟିରେ ଥିବା କ୍ଷତ ସାଧାରଣତଃଅଇ ସ୍ଥିର ରହିଥାଏ।

ଲାଇଚେନ ପ୍ଲାନସ ଅପେକ୍ଷାକୃତ ସାଧାରଣ ଏବଂ ବିଶ୍ୱ ସ୍ତରରେ ଘଟିଥାଏ । ଏହି ଚର୍ମ ରୋଗଦ୍ୱାରା ୦.୩% ପୁରୁଷ ଏବଂ ୦.୧% ମହିଳା ପ୍ରଭାବିତ ହୁଅନ୍ତି; ଯେତେବେଳେ ପାଟିରେ ପ୍ରାୟ ୧.୫% ପୁରୁଷ ଏବଂ ୨.୩% ମହିଳାମାନଙ୍କଠାରେ ଦେଖାଯାଏ । ସାଧାରଣତ ୨୦ ବର୍ଷ ବୟସ ପରେ ଆରମ୍ଭ ହୁଏ ଓ ୩୦ରୁ ୬୦ବର୍ଷ ବୟସ ମଧ୍ୟରେ ଅଧିକ ପ୍ରଭାବିତ ହୋଇଥାଏ । ଏହାକୁ ପ୍ରଥମେ ୧୮୬୯ ମସିହାରେ ଏରାସମସ୍ ୱିଲସନ ବର୍ଣ୍ଣନା କରିଥିଲେ । ଏହି ଶବ୍ଦଟି ଗ୍ରୀକ୍ ଭାଷାର "ଟ୍ରି ମସ୍" ଏବଂ ଲାଟିନ୍ ଭାଷାର "ଫ୍ଲାଟ"ରୁ ଅଣାହୋଇଛି ।

ଆଧାର

Tags:

ଲାଇଚେନ ପ୍ଲାନସ ଆଧାରଲାଇଚେନ ପ୍ଲାନସ

🔥 Trending searches on Wiki ଓଡ଼ିଆ:

ଶତ୍ରୁଘ୍ନ ପାଣ୍ଡବଆଇଡେଲାଲିସିବଓଡ଼ିଶାର ଇତିହାସଓଡ଼ିଶାର କଳାଲୋକ ସଭାରବୀନ୍ଦ୍ରନାଥ ଠାକୁରରସଗୋଲାଓଡ଼ିଶାର ମାପ ବ୍ୟବସ୍ଥାହେପାଟାଇଟିସ ବିଭାରତଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୌଦ୍ଧ ଧର୍ମ୨୦୦୬କବିସୂର୍ଯ୍ୟ ବଳଦେବ ରଥଚନ୍ଦ୍ରଶେଖର ନନ୍ଦଉତ୍କଳ ଦିବସସମୀର ରଞ୍ଜନ ଦାଶବିରଳା ମନ୍ଦିର, ହାଇଦ୍ରାବାଦନେତୃତ୍ୱସାମାଜିକ ଆନ୍ଦୋଳନକୋଣାର୍କ ସୂର୍ଯ୍ୟ ମନ୍ଦିରସତୀ ଅନୁସୂୟାସୁନାଗୋପାଳ ଛୋଟରାୟଫେବୃଆରୀ ୨୯୨୯ ମାର୍ଚ୍ଚୟୁକ୍ରେନମାର୍ଚ୍ଚଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳ କୃଷ୍ଣ ରଥଭାରତର ସଂସ୍କୃତି୧୬୬୫ଭାରତର ଜାତୀୟ ପତାକାପାର୍ବତୀଦାସିଆ ବାଉରୀସାରଥୀ ବାବାବ୍ୟଞ୍ଜନ ବର୍ଣ୍ଣସତ୍ୟବାଦୀ ବନ ବିଦ୍ୟାଳୟତୁଳସୀ ଗଛଖିଲିପାନଆଣ୍ଡାମାନ ସାଗରବଣଭୋଜି ବେଶନେଲସନ ମଣ୍ଡେଲାସାରଳା ଦାସତମନ୍ନା ବ୍ୟାସଅଚ୍ୟୁତ ନାୟକଓଡ଼ିଆ ଭ୍ରମଣ ସାହିତ୍ୟମାଟିର ମଣିଷମୟୂରଭଞ୍ଜ ଜିଲ୍ଲାIndiaଦୀନକୃଷ୍ଣ ଦାସପ୍ରତାପରୁଦ୍ର ଦେବରାମକୃଷ୍ଣ ପରମହଂସ୪ (ସଂଖ୍ୟା)ଧରିତ୍ରୀ (ଖବରକାଗଜ)ବିନ୍ଦୁଫକୀର ମୋହନ ସେନାପତିଜାଭା (ପ୍ରୋଗ୍ରାମିଂ ଭାଷା)ଥାଲକୁଡ଼ିବ୍ରାଉଜରପରିବେଶପ୍ରଗତିବାଦୀଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଗୀତଗୋବିନ୍ଦରାମଚନ୍ଦ୍ର ବେହେରାବିଷମ କଟକରାମଚନ୍ଦ୍ର ମିଶ୍ରଢଗ ଢମାଳିଅଣ୍ଡା ରୋଲବିରଜା ମନ୍ଦିରକିଶୋରୀ ଚରଣ ଦାସ🡆 More