ପୁରଣ ଭଗତ

ପୁରନ ଭଗତ ଜଣେ ପଞ୍ଜାବୀ ତପସ୍ୱୀ ଓ ସେଲକୋଟର ରାଜକୁମାର ଥିଲେ । ଆଜି ସେ ବାବା ସ‌ହଜ ନାଥ ଜୀଙ୍କ ରୂପେ ପୂଜା ପାଉଛନ୍ତି ।

ପ୍ରଚ୍ଛଦପଟ

ସେ ରାଜା ସେଲବାନଙ୍କ ପ୍ରଥମ ରାଣୀ ଇଚ୍ଛିରାଙ୍କଠାରୁ ଜନ୍ମ ହୋଇଥିଲେ । ଜ୍ୟୋତିଷମାନଙ୍କ କ‌ହିବା ଅନୁଯାୟୀ ତାଙ୍କୁ ଜୀବନର ପ୍ରଥମ ୧୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ବାହାରେ ରଖା ଯାଇଥିଲା । ଏହା ମଧ୍ୟ କୁହାଯାଏ ରାଜା ତାଙ୍କ ପୁଅର ମୁଖ ମଧ୍ୟ ଦେଖିନଥିଲେ । ପୂରଣ ବାହାରେ ଥିବା ବେଲେ ରାଜା ଆଉ ଏକ ଯୁବତୀ ଲୁନାଙ୍କୁ ବାହା ହୋଇଥିଲେ, ଯେ କି ଏକ ନୀଚ୍ଚ ଜାତିର ଥିଲେ । ୧୨ ବର୍ଷ ଏକୁଟିଆ ରହିବା ପରେ ପୂରଣ ରାଜମହଲକୁ ଫେରିଥିଲେ । ସେଠାରେ ଲୁନା ପୂରଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଯେ ତାଙ୍କରି ବୟସର ଥିଲେ । ଲୁନାଙ୍କର ସାବତ ପୁଅ ହୋଇଥିବାରୁ, ପୂରଣ ଲୁନାଙ୍କ ଅନୁରୋଧ ଏଡ଼ାଇ ଦେଇଥିଲା । ଆହତ ଲୁନା ପୂରଣଙ୍କ ନାଁରେ ସମ୍ମାନ ହାନିର ଅଭିଯୋଗ ଆଣିଲେ ।

ପୂରଣଙ୍କୁ ଅଙ୍ଗଚ୍ଚେଦନଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ମିଳିଲା । ସୈନ୍ୟମାନେ ତାଙ୍କ ହାତ ଗୋଡ କାଟି ଏକ କୂଅ ମଧ୍ୟରେ ପକାଇ ଦେଲେ । ଏକ ଦିନ ଗୁରୁ ଗୋରଖନାଥ ତାଙ୍କ ଶିଷ୍ଯଙ୍କ ସ‌ହ ସେହିବାଟ ଦେଇ ଯାଉଥିବା ବେଳେ କୂଅ ମଧ୍ୟରୁ ତାଙ୍କ ସ୍ୱର ଶୁନି ପାରିଲେ । ସେ ତାଙ୍କୁ ଏକ ଦଉଡି ଓ ଅରନ୍ଧା ମାଟି ପାତ୍ରଦ୍ୱାରା ବାହାରକୁ ଆଣିଲେ । ପରେ ସେ ବାବା ଗୋରଖନାଥଙ୍କଦ୍ୱାରା ପୋଷ୍ୟ ହେଲେ । ପୂରନ ନିଜେ ଜଣେ ଯୋଗୀ ହେଲେ ।

ପୂଜା

ପୂରଣ ମଧ୍ୟ ବାବା ସ‌ହଜ ନାଥ ଜି ନାମରେ ଏକ ହିନ୍ଦୁ ଜାତି ଜାନ୍ଦିୟାଲ୍‌ଙ୍କ ମୁଖ୍ୟ ହେଲେ । ଜାନ୍ଦିୟାଲ୍‌ମାନେ ବର୍ଷକୁ ଦୁଇ ଥର ଗୁରୁ ପୂର୍ଣ୍ଣିମାରେ ଏକାଠି ହୁଅନ୍ତି ଓ ପୂରଣ ଭାଗତଙ୍କ ପୂଜା କରନ୍ତି । ବାବା ସ‌ହଜ ନାଥ ଜୀଙ୍କ ବର୍ତ୍ତମାନ ପାକିସ୍ତାନରେ ଅଛି । ଜାନ୍ଦିୟାଲ୍‌ମାନେ ଭାରତ ବିଭାଜନ ପରେ ଦିନାଗର ନିକଟରେ ତାରାଗରଠାରେ ଏକ ମନ୍ଦିର ତୋଲାଇଥିଲେ ଏବଂ ଏକ ତୃତୀୟ ମନ୍ଦିର ଦୋରାଙ୍ଗଲାଠାରେ ।

ଜାନ୍ଦିୟାଲ୍ ପରିବାର ଯେଉଁମାନେ ପାକିସ୍ତାନରୁ ଆସିଥିଲେ, ତାରାଗଡ ମନ୍ଦିର ନିର୍ମାଣ ପାଇଁ ବାଲି ନେଇ ଆସିଥିଲେ । ଭାରତର ସବୁ ଯାଗାରୁ ଲୋକେ ଏଠାକୁ ଗୁରୁ ପୂର୍ଣ୍ଣିମା ଦିନ ଆସନ୍ତି। ତାରାଗଡ ମନ୍ଦିର ସ‌ହ ଜାନ୍ଦିୟାଲମାନେ ଆଗ୍ରା, ଜମ୍ମୁ ଓ ଉଦ୍ଧମ‌ପୁରଠାରେ ମଧ୍ୟ ମନ୍ଦିର ତିଆରି କରିଥିଲେ । ଉଦ୍ଧମ୍ପୁର ନ୍ଗରି ମଧ୍ୟ ଦେବିକା ଙ୍ଗରୀ ବୋଲି ଜଣାଶୁଣା । ଏହି ମନ୍ଦିର ଫଙ୍ଗ୍ଯାଲ ବାଇ ପାସ୍ ରାସ୍ତାରେ ଅବସ୍ଥିତ । ବୁଦ୍ଧ ପୂର୍ଣ୍ଣିମା ଓ କାର୍ତ୍ତିକ ପୁର୍ଣ୍ଣିମାରେ ଫୁରଣ ଭଗତଙ୍କ ପୂଜା ହୁଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କାଳୀଚରଣ ପଟ୍ଟନାୟକ୧୮୭୮ଆଖଣ୍ଡଳମଣି ମନ୍ଦିରବେଣୁଧର ରାଉତକେରଳଜାପାନରମାଦେବୀ ଚୌଧୁରୀଭୀମ ଭୋଇଭାନୁଜୀ ରାଓହିନ୍ଦୁରାଧାନାଥ ରାୟପଟ୍ଟଚିତ୍ରକେନ୍ଦ୍ରାପଡ଼ାବନମାଳୀ ଦାସଲଳିତା (୧୯୪୯ର ସିନେମା)ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚମାକ୍ସ ୱେବରପଣା ସଂକ୍ରାନ୍ତିଇନ୍‌ଫ୍ଲୁଏଞ୍ଜା୧୯୬୨ଚାରି ଧାମକାର୍ତ୍ତିକେୟଆଣ୍ଟିଅକ୍ସିଡାଣ୍ଟଶ୍ରୀରୂପା ମିତ୍ର ଚୌଧୁରୀ୨ ଅଗଷ୍ଟସୁନାମିଭାରତୀୟ ସମ୍ବିଧାନ୨ ମାର୍ଚ୍ଚଏଲୋରା ଗୁମ୍ଫାମାଳିକାକୁଲନ ବାଗେହେମନ୍ତ କୁମାର ଦାସଜୁଲିଅସ ସିଜରୟୁନେସ୍କୋବଳଦେବଜୀଉ ମନ୍ଦିରପୁଷ୍ଟିସାରତାରକାସୁରଲୁସାକଚୈତନ୍ୟପାଟଦେଇରାଜେନ୍ଦ୍ର କିଶୋର ପଣ୍ଡାଶିବଲିଙ୍ଗକୌରବ୮ ଜୁଲାଇମିଥୁନ (ରାଶି)ଗୋପୀନାଥ ମହାନ୍ତିଔଷଧୀୟ ଗଛଲତାମାନଙ୍କର ତାଲିକାଯୁକ୍ତରାଷ୍ଟ୍ର ଆମେରିକା୨୧ଗୌରୀଶଙ୍କର ରାୟଭୁବନେଶ୍ୱରଛବିଳ ମଧୁ ବର୍ଣ୍ଣବୋଧଦୁର୍ଗାଓଡ଼ିଆ କାବ୍ୟ କବିତାସୂର୍ଯ୍ୟ ଦେବତା୧୯୫୧କାହ୍ନୁଚରଣ ମହାନ୍ତିସୂଚନା ଅଧିକାର ଆଇନ ୨୦୦୫ଭାଇ ଭାଇଗୋଦାବରୀଶ ମିଶ୍ରଜଗନ୍ନାଥ ଦାସକୋଡିନଲୁହାଆଣ୍ଟର୍କଟିକାଶ୍ରୀକ୍ଷେତ୍ର ଦେବାଦେବୀ🡆 More