ଚନ୍ଦ୍ରାସ୍ୱାମୀ

ଚନ୍ଦ୍ରସ୍ୱାମୀ ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣେ ଆତ୍ମଘୋଷିତ ‘ଗଡ଼ମ୍ୟାନ’ ।

ଚନ୍ଦ୍ରାସ୍ୱାମୀ ରାଜସ୍ଥାନର ଅଲୱାରରେ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ । ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ ବିହାର - ନେପାଳ ସୀମାରେ ତନ୍ତ୍ର ସାଧନା କରି ସିଦ୍ଧି ଅର୍ଜନ କରିଥିଲେ । ମା’ କାଳୀଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କର ସେ ଥିଲେ ଅତି ନିକଟତମ । ରାଓଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ସେହି ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୧୯୯୧ ମସିହାରେ ଦିଲ୍ଲୀଠାରେ ଏକ ଆଶ୍ରମ ତୋଳାଇଥିଲେ । ସେହି ଜମିକୁ ଇନ୍ଦିରା ଗାନ୍ଧୀ ତାଙ୍କୁ ପ୍ରଦାନ କରିଥିଲେ । ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ମାର୍ଗରେଟ ଥାଚର ତାଙ୍କର ଜଣେ ଅନୁଗାମୀ ଥିଲେ । ୧୯୭୫ରେ ଥାଚରଙ୍କ ସହ ମିଶିବା ପରେ ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ଯାହା ପରେ ସତ୍ୟରେ ପରିଣତ ହୋଇଥିଲା ।

ବିବାଦୀୟ

ଭାରତରେ ଗଣେଶ ମୂର୍ତ୍ତି କ୍ଷୀର ପିଉଥିବାର ଭ୍ରମ ଖେଳାଇ ଚର୍ଚ୍ଚିତ ହୋଇଥିଲେ । ଜୈନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚନ୍ଦ୍ରାସ୍ୱାମୀ ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ସହଯୋଗ କରିଥିଲେ, ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ଆଦି ମାମଲାରେ ଛନ୍ଦି ହୋଇପଡ଼ିଥିଲେ । ତାଙ୍କଦ୍ୱାରା ଲଣ୍ଡନର ଜଣେ ବ୍ୟବସାୟୀ ଏକ ଲକ୍ଷ ଟଙ୍କାର ଠକାମୀରେ ଶିକାର ହୋଇଥିଲେ । ଏଥିପାଇଁ ସେ ଜେଲଯାଇଥିଲେ । ବିଦେଶୀ ମୁଦ୍ରା ଉଲଂଘନ (ଫେମା)ର ଅନେକ ମାମଲା ତାଙ୍କ ବିରୁଦ୍ଧରେ ଚାଲିଥିଲା । ଆୟକର ବିଭାଗ ତାଙ୍କ ଆଶ୍ରମରେ ଚଢ଼ାଉ କରି ୧୧ଅୟୁତ ଡଲାର ମୂଲ୍ୟର ଅରିଜିନାଲ ପେମେଣ୍ଟ ଡ୍ରାଫ୍ଟ ଜବତ କରିଥିଲେ । ୨୦୦୯ ମସିହାରେ ତାଙ୍କ ଉପରୁ ନିଷେଧାଜ୍ଞା ଉଠିଥିଲା ଏବଂ ସେ ବିଦେଶ ଭ୍ରମଣ କରିବାକୁ ଅନୁମତି ପାଇଥିଲେ । ଜୁନ ୨୦୧୧ରେ ଫେରା (FERA) ଉଲଙ୍ଘନ କରିଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ । ଚନ୍ଦ୍ରାସ୍ୱାମୀଙ୍କୁ ୨୩ ମେ ୨୦୧୭ରେ ୬୬ ବର୍ଷ ବୟସ ହୋଇଥିବା ବେଳେ ଦେହାନ୍ତ ହୋଇଥିଲା । ବୃକକ (କିଡନି) ଜନିତ ରୋଗ କାରଣରୁ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅର୍ଚ୍ଚନା (କବିତା ସଙ୍କଳନ)ରାମାୟଣମହାନଦୀସୁରେନ୍ଦ୍ର ମହାନ୍ତିଆଣ୍ଟିଅକ୍ସିଡାଣ୍ଟଲକ୍ଷ୍ମୀକାନ୍ତ ମହାପାତ୍ର୧୯୭୭ରତ୍ନାକର ଚଇନିପ୍ରମୋଦ କୁମାର ମହାନ୍ତିଗୋମାଂସବୈଦେହୀଶ ବିଳାସ୧ ଅକ୍ଟୋବର୧୯୯୩କର୍କଟ ରୋଗସୁଚିତ୍ରା ପାଣିଗ୍ରାହୀକୁଲନ ବାଗେନାଗଫେଣୀ ଗଛ୭ (ସଂଖ୍ୟା)କାର୍ଲ ମାର୍କସଲାଲ କିଲ୍ଲାସୁଶାସନ ଦିବସଜଗନ୍ନାଥଙ୍କ ଧୂପବି. ଆର. ଆମ୍ବେଦକରଚୀନସମ୍ବଲପୁରବସନ୍ତ କୁମାରୀ ଦେବୀରାଧାମନୋଜ ଦାସଭାରତର ଜାତୀୟ ପତାକାହରପ୍ପା ସଭ୍ୟତାଦ୍ରୌପଦୀ ମୁର୍ମୁଅନୁରାଧା ବିଶ୍ୱାଳଲୁସାକପରିସଂଖ୍ୟାନହିଙ୍ଗୁଳା ମନ୍ଦିରଶ୍ରୀକୃଷ୍ଣISBN (identifier)ତ୍ରିଭୁଜସଂଯୁକ୍ତା ରାଉତପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଚନ୍ଦନ ଯାତ୍ରାମହାପାତ୍ର ନୀଳମଣି ସାହୁଓଡ଼ିଆ ନାଟକଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଦିଲ୍ଲୀଓଡ଼ିଶାବ୍ରାହ୍ମଣପ୍ୟାରିସ୧୯୮୬ଦୁର୍ଗାମାଧବ ମିଶ୍ରଭୀମ ଭୋଇ୩୦ ଜୁନହୋମୱାର୍ଡ଼ନେଲସନ ମଣ୍ଡେଲାକେନିଆଦୁର୍ଗା ପୂଜାଓଡ଼ିଶା ଉଚ୍ଚ ନ୍ୟାୟାଳୟୟୁକ୍ରେନଭାନୁଜୀ ରାଓଉତ୍କଳ ଦିବସଓଡ଼ିଶୀଲିସବନପ୍ରଥମ ବିଶ୍ୱଯୁଦ୍ଧଜବାହରଲାଲ ନେହେରୁଭୁବନେଶ୍ୱରବର କୋଳିଭଗବତୀ ଦେଉଳରବର୍ଟ ମୂଗ🡆 More