ଚଢ଼େଇଆ ନାଚ

ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି ।

ଚଢ଼େଇଆ ନାଟ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିବାଲେଶ୍ୱର, ଓଡ଼ିଶା
ଚଢ଼େଇଆ ନାଚ ଭାରତ
ଗୀତ-ସଙ୍ଗୀତଚଢ଼େଇଆ ସଙ୍ଗୀତ
କଳାକାରଚଢ଼େଇଆ, ଚଢ଼େଇଆଣି

ଇତିହାସ

ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।

ଚଢ଼େଇଆ ସଙ୍ଗୀତ

ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।

ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ

ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଲାସିନୀ

ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥

— ଚଢ଼େଇଆ ସଙ୍ଗୀତ, ବାଲେଶ୍ୱର ଜିଲା

ଆଧାର

Tags:

ଓଡ଼ିଆ ଭାଷାଭଦ୍ରକ ଜିଲ୍ଲାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଜୟନ୍ତୀ ରଥ୨୧୨୬ ଅପ୍ରେଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକାର୍ତ୍ତିକେୟଗଙ୍ଗାଧର ରଥ୧୯୮୬ବିଶ୍ୱତାପନସିନ୍ଧୁ ନଦୀମାଳଦ୍ଵୀପପୌରୁଷ ଅସାମର୍ଥ୍ୟତୁର୍କୀସାହି ଯାତଅଂଶୁଘାତସୋଫୋସବୁଭିର/ଭେଲପାଟାସଭିରଚିଙ୍ଗୁଡ଼ିଗୋଦାବରୀଶ ମହାପାତ୍ରଜବାହରଲାଲ ନେହେରୁମହାପାତ୍ର ନୀଳମଣି ସାହୁବିର୍ସା ମୁଣ୍ଡାରଜଦେବାଶିଷ ପାଣିଗ୍ରାହୀରତ୍ନାକର ଚଇନିକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଉତ୍କଳ ସମ୍ମିଳନୀକାତ୍ୟାୟିନୀକୁଟୁରାକେନିଆଉତ୍କଳ ଦିବସଭାରତୀୟ ଆଇନରେ ବ୍ୟଭିଚାରପାର୍ବତୀ ଘୋଷଶ୍ରୀରୂପା ମିତ୍ର ଚୌଧୁରୀସୌଭାଗ୍ୟ କୁମାର ମିଶ୍ରସୁକନ୍ୟା ସମୃଦ୍ଧି ଯୋଜନାଶ୍ରୀନିବାସ ରାମାନୁଜନJagannathଚନ୍ଦ୍ରଶେଖର ରଥଚକ୍ଷୁ ପ୍ରତିସରଣ ଦୋଷସୂର୍ଯ୍ୟପୃଥିବୀଜଗନ୍ନାଥ ଦାସବ୍ରହ୍ମା ମନ୍ଦିର, ବିନ୍ଦୁସାଗରବିପିନ ବିହାରୀ ମିଶ୍ରମାସ୨୬ ଜାନୁଆରୀଓଡ଼ିଆ ନାଟକୟୁନେସ୍କୋଡୁପିଟ୍ରେନ୍ସ କଣ୍ଟ୍ରାକଚରଢଗ ଢମାଳିପ୍ରଶାନ୍ତ ପଟ୍ଟନାୟକ୧ ଅକ୍ଟୋବରଓଡ଼ିଶାର ଭୂଗୋଳ୧୯୭୮ଲାଟିନ ଭାଷାଓମାନକୁନ୍ତଳା କୁମାରୀ ସାବତୟୁ ଟ୍ୟୁବପଖାଳ ଦିବସହୃଷୀକେଶ ପଣ୍ଡାରବର୍ଟ ମୂଗଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଜର୍ଜ କ୍ୟାଣ୍ଟରପଞ୍ଚତୀର୍ଥ, ପୁରୀଗୁରୁ ପ୍ରସାଦ ମହାନ୍ତି୪ ମାର୍ଚ୍ଚଭାନୁଜୀ ରାଓଅଚିହ୍ନା ବାସଭୂମି🡆 More