କ୍ଷୀରୋଦ ପରିଡ଼ା: ଓଡ଼ିଆ ଅନୁବାଦକ, କବି

କ୍ଷୀରୋଦ ପରିଡ଼ା (ଜନ୍ମ ୨୧ ମାର୍ଚ୍ଚ ୧୯୫୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଅନୁବାଦକ , ପ୍ରାବନ୍ଧିକ ଓ ସଂପାଦକ । ସେ ଓଡ଼ିଆ ପତ୍ରପତ୍ରିକାରେ ଦେଶବିଦେଶର ଜଣାଶୁଣା ଲେଖକମାନଙ୍କ କୃତିତ୍ୱ ଓ ବ୍ୟକ୍ତିତ୍ୱ ସଂପର୍କରେ ଫିଚର ରଚନା ନିମନ୍ତେ ଜଣାଶୁଣା । ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ ତାଙ୍କର ପ୍ରଥମ ଫିଚର ପୁସ୍ତକ ଓ ତାହା ନୋବେଲ ପୁରସ୍କାର ବିଜେତା ଲେଖକମାନଙ୍କ ଉପରେ ଆଧାରିତ । ତାଙ୍କ କବିତା ସଂକଳନ ମଧ୍ୟରେ ଆରୋହଣ, ସେଇ ସୁଦୂର ନଈ, ଶିଖା ଶିଖର ଏବଂ ନିଶିଦ୍ଧ ଇଲାକା ଆଦି ଅନ୍ୟତମ । ରବୀନ୍ଦ୍ରନାଥ ଠାକୁର, କୁଅଁର ନାରାୟଣ, ମହାଶ୍ୱେତା ଦେବୀ, ଇନ୍ଦିରା ଗୋସ୍ୱାମୀ, ଶଂଖ ଘୋଷ, ସୁନୀଲ ଗଙ୍ଗୋପାଧ୍ୟାୟ, କେଦାର ନାଥ ସିଂ, ୟୁ.ଆର.

ଅନନ୍ତମୁର୍ତ୍ତି, ଡି. ଜୟକାନ୍ତନ, ମଙ୍ଗଳେଶ ଡବରାଲ, ସୁରଜିତ ପଟର, ଚନ୍ଦ୍ରଶେଖର କମ୍ବାରଙ୍କ ଭଳି ବିଶିଷ୍ଟ ଭାରତୀୟ ଲେଖକଙ୍କ ପୁରସ୍କାର ପ୍ରାପ୍ତ ରଚନାବଳୀକୁ ସେ ଅନୁବାଦ କରିଛନ୍ତି । ୨୦୧୦ ମସିହାରେ ତାଙ୍କର ପୁସ୍ତକ ନିର୍ବାଚିତ ଶ୍ରେଷ୍ଠଗଳ୍ପ ନିମନ୍ତେ ସେ ଅନୁବାଦ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ସେ ଭାରତ ସରକାରଙ୍କ ସଂସ୍କୃତି ବିଭାଗର କନିଷ୍ଠ ଓ ବରିଷ୍ଠ ଫେଲୋସିପରେ ମଧ୍ୟ ସମ୍ମାନୀତ ହୋଇଥିଲେ । ଏହା ଛଡ଼ା ସେ ବର୍ଣ୍ଣାଳୀ ଅନୁବାଦ ପୁରସ୍କାର, ପ୍ରଜାତନ୍ତ୍ର କବିତା ପୁରସ୍କାର, ଝଙ୍କାର ଅନୁବାଦ ପୁରସ୍କାର, ସାଗରିକା ଅନୁବାଦ ପୁରସ୍କାର, ଚଲାପଥ ପୁରସ୍କାର, କାଦମ୍ବିନୀ ପୁରସ୍କାର, ଧ୍ୱନି ପ୍ରତିଧ୍ୱନି ପୁରସ୍କାର, ବ୍ରହ୍ମାନନ୍ଦ ସ୍ମାରକୀ ଅନୁବାଦ ପୁରସ୍କାର, ଏକାମ୍ର ପୁସ୍ତକ ମହୋତ୍ସବ ସମ୍ମାନ, ଆନନ୍ଦପୁର ସାହିତ୍ୟ ସମ୍ମାନ ଆଦି ପାଇଛନ୍ତି । ସେ ମୋଟ ୨୪ଟି ଅନୁବାଦ, ଚାରୋଟି କବିତା, ଦୁଇଟି ଉପନ୍ୟାସ ପୁସ୍ତକ ଆଦିକୁ ମିଶାଇ ମୋଟ ୩୦ଟି ପୁସ୍ତକ ରଚନା କରିଛଛି । ସେ ତ୍ରୟମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ଉଦ୍ଭାସର ସମ୍ପାଦନା ତୁଲାଇବା ବେଳେ ୨୦୧୭ ମସିହାରୁ ଓଡ଼ିଆ ମାସିକ ସାହିତ୍ୟ ପତ୍ରିକା ନନ୍ଦିକାର ସମ୍ପାଦକ ଭାବେ ଯୋଗଦେଇଥିଲେ । ସେ ୨୦୨୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀର ବିଚାରକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଅନୂଦିତ ୨୦୧୯ ମସିହାରେ ପ୍ରକାଶିତ ପୁସ୍ତକମତଦାନ କେନ୍ଦ୍ରରେ ଛାଇନିଦ (ହିନ୍ଦୀ ପୁସ୍ତକ ମତଦାନ କେନ୍ଦ୍ର ପର ଝପକିର ଅନୁବାଦ) କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।

କ୍ଷୀରୋଦ ପରିଡ଼ା
ଜନ୍ମ ଓ ଜନ୍ମସ୍ଥାନ (1956-03-21) ୨୧ ମାର୍ଚ୍ଚ ୧୯୫୬ (ବୟସ ୬୮)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଶୁନ୍ୟ ଇଲାକା (୨୦୨୩)
ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ (୨୦୨୨)
ସର୍ଜନାର ନିରିକ୍ଷଣ (୨୦୨୦)

ଜୀବନୀ

ପ୍ରାରମ୍ଭିକ ଜୀବନ

କ୍ଷୀରୋଦ ପରିଡ଼ା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିକଟବର୍ତ୍ତୀ ବାଟିପଦା ଗାଁରେ ୧୯୫୬ ମାର୍ଚ୍ଚ ୨୧ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଜେମାମଣି ଦେବୀ ଓ ପିତାଙ୍କ ନାମ ଯଦୁନାଥ ପରିଡ଼ା ।

ଶିକ୍ଷା ଓ ବୃତ୍ତି

ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଏବଂ କଳା ଓ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ବୃତ୍ତିଗତ ଜୀବନରେ ସେ ମାନବ ସମ୍ବଳ ପରିଚାଳନା ସଂଗଠନ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ ।

ସାହିତ୍ୟ ରଚନା

୧୯୯୦ ଦଶକରେ ଆରମ୍ଭ ହୋଇଥିବା ଓଡ଼ିଆ କବିତାରେ ଆଧୁନିକତାର ମଧ୍ୟ ଭାଗରେ ସେ ୧୯୯୫ ମସିହାରେ ନିଜର ପ୍ରଥମ କବିତା ସଂକଳନ ଆରୋହଣ ପ୍ରକାଶ କରିଥିଲେ । ସେ ଏଥିରେ ଜୀବନ ଓ ପ୍ରେମର ଆକର୍ଷଣୀୟ ଚିତ୍ର ବର୍ଣ୍ଣନା କରିଥିଲେ ।

ତାଙ୍କର ଉଲ୍ଲେଖନୀୟ ରଚନା ମଧ୍ୟରେ ସେଇ ସୁଦୁର ନାଇ, ଶିଖା ଶିଖର, ଗନ୍ଧର୍ବ କବିତା ଗୁଚ୍ଛ, କେବାଳ ତମେ ନୀର, ଆମେ ଯାହା ଦେଖୁ, ନୁହଁଇ ଆରେକ ପୃଥିବୀ, ଶେଷ ଲେଖା, ହାମ୍ପିର ଶିଳାଖଣ୍ଡ, ଅନ୍ଧାରରେ ବିଷର୍ଣ୍ଣ ବର୍ଣ୍ଣମାଳା, ଲୋହିତ ନଦୀରା ଧାରେ, ନିର୍ବାଚିତ ଗୋଲାପ, ରୁଦାଲି, ଅଧବା ଓ ତିନିକନ୍ୟା ଆଦି ଅନ୍ୟତମ ।

ରଚନାବଳୀ

  • ଶୁନ୍ୟ ଇଲାକା (୨୦୨୩)
  • ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ (୨୦୨୨)
  • ସର୍ଜନାର ନିରିକ୍ଷଣ (୨୦୨୦)
  • ମତଦାନ କେନ୍ଦ୍ରରେ ଛାଇନିଦ (୨୦୧୯)
  • ଆମେ ଯାହା ଦେଖୁ (୨୦୧୦)
  • ନିର୍ବାଚିତ ଶ୍ରେଷ୍ଠଗଳ୍ପ

ଆଧାର

Tags:

କ୍ଷୀରୋଦ ପରିଡ଼ା ଜୀବନୀକ୍ଷୀରୋଦ ପରିଡ଼ା ସାହିତ୍ୟ ରଚନାକ୍ଷୀରୋଦ ପରିଡ଼ା ରଚନାବଳୀକ୍ଷୀରୋଦ ପରିଡ଼ା ଆଧାରକ୍ଷୀରୋଦ ପରିଡ଼ାଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକେଦାରନାଥ ସିଂହଭାରତ ସରକାରରବୀନ୍ଦ୍ରନାଥ ଠାକୁରଶଙ୍ଖ ଘୋଷ

🔥 Trending searches on Wiki ଓଡ଼ିଆ:

ମାଁ ପୀତାମ୍ବର ମନ୍ଦିରଜଗନ୍ନାଥ ଦାସଆପେଣ୍ଡିସାଇଟିସଗ୍ରହସ୍ୱର ବର୍ଣ୍ଣଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାର୍ଚ୍ଚ ୨୧ବିସ୍ଥାପିତ କାନ୍ଧ ଗଣ୍ଠିଦେବଗଡ଼ ଜିଲ୍ଲାବଣ୍ଡ (ଅର୍ଥ)ଆର୍ଯ୍ୟଭଟ୍ଟକୋଳିନଇ ଆରପାରିଚାଟ୍ ଜିପିଟିଖାଦ୍ୟଇଂଲଣ୍ଡଗୁରୁ ପ୍ରସାଦ ମହାନ୍ତିସ୍ଥୌଲ୍ୟତାମଧୁସୂଦନ ଦାସରାଜ୍ୟ ସଭାରାବଣଜଣ୍ଡିସ୍ପୁଷ୍ଟିସାରଆଖିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମୁକ୍ତିକାନ୍ତ ମଣ୍ଡଳକଟକ ଜିଲ୍ଲାଆଣ୍ଡାମାନ ସାଗରବାଘକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀଶ୍ରବଣା (ନକ୍ଷତ୍ର)ସୁନାବେଶଦ୍ୱିତୀୟ ଭାସ୍କରଓଡ଼ିଆ ଖାଦ୍ୟହନୁମାନ ଚାଳିଶାଓଡ଼ିଶାଓଡ଼ିଆ କାବ୍ୟ କବିତାସଂକ୍ରାନ୍ତିଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜନତା ପାର୍ଟିଜଗନ୍ନାଥ ମନ୍ଦିରହୃତ୍‌ପିଣ୍ଡସରସ୍ୱତୀ ସମ୍ମାନଟ୍ରାପିଜିଅମବାମାଚରଣ ମିତ୍ରଅନନ୍ତ ବାସୁଦେବ ମନ୍ଦିରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭଦ୍ରକଉତ୍କଳ ସମ୍ମିଳନୀଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୃହସ୍ପତିପକ୍ଷତୁଳସୀ ଗଛଶବ୍ଦ (ପଦ)ପ୍ରତୀକ୍ଷାପଥ ଓ ପୃଥିବୀଚିତ୍ତରଞ୍ଜନ ତ୍ରିପାଠୀତପସ୍ୱିନୀଦୀପା ସାହୁ (୧୯୮୫ ଜନ୍ମ)ଓଡ଼ିଆ କଥାଚିତ୍ର ଜଗତମହାଦେଶରାଧାନାଥ ରଥ୭ (ସଂଖ୍ୟା)ଅଭିମନ୍ୟୁ ସାମନ୍ତସିଂହାରକୁତାମ ଚଣ୍ଡୀ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟରାମକୃଷ୍ଣ ପରମହଂସଫସ୍‌ଫରସମୁକୁନ୍ଦ ଦେବ🡆 More