ଦେବୀ

ଦେବୀ (ଇଂରାଜୀ ଭାଷାରେ Devī , Sanskrit: देवी) ଏକ ସଂସ୍କୃତ ଶବ୍ଦ ଯାହା ଠାକୁରାଣୀ ଅର୍ଥରେ ପ୍ରୟୋଗ ହୁଏ; ଏହାର ପୁଂଲିଙ୍ଗ ଶବ୍ଦ: ଦେବ ବା ଦେବତା ଅର୍ଥ ସ୍ୱର୍ଗୀୟ ବା ଅତ୍ୟୁତ୍ତମ ।

ହିନ୍ଦୁ ଧର୍ମର ଠାକୁରାଣୀ ଦେବୀ
ଦେବୀ
ଅଷ୍ଟାଦଶ ଶତାବ୍ଦୀରେ କାମ୍ବୋଡ଼ିଆରେ ଥିବା ଉମା (Uma)
ଦେବୀ
ନବମ ଶତାବ୍ଦୀରେ ଭାରତରେ ଥିବା ଗୌରୀ (Gauri)

ଖ୍ରୀ:ପୂ: ୨୦୦୦ ବର୍ଷରେ ବେଦରେ (Vedas) ଦେବୀ ଶବ୍ଦର ଚିନ୍ତାଧାରା ଆରମ୍ଭ ହୋଇଥିଲା ଯାହା ଶ୍ରଦ୍ଧା ସୂଚକ ଥିଲା କିନ୍ତୁ ସେହି ଯୁଗରେ ଏହାର କେନ୍ଦ୍ରୀୟ ଭୂମିକା ନଥିଲା । ଠାକୁରାଣୀ ପାର୍ବତୀଦୁର୍ଗାଙ୍କ ପୂଜା ଓ ଶ୍ରଦ୍ଧା ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୃଢ଼ ହୋଇ ରହିଛି । ମଧ୍ୟ ଯୁଗର ସାହିତ୍ୟ ଓ ପୁରାଣରେ ଦେବୀ ଶବ୍ଦ ପ୍ରୟୋଗର ଏକ ବିରାଟ ବିସ୍ତୃତି ଲକ୍ଷ କରାଗଲା ଯେପରିକି ଦେବୀ ମହାତ୍ମ୍ୟ (Devi Mahatmya) ଏବଂ ସେଥିରେ ସେ ସତ୍ୟ ଓ ଅନନ୍ତ ଶକ୍ତିର ଅଧିକାରୀ ଥିବା ଦର୍ଶାଯାଇଥିଲା । ଏହା ଯୋଗୁ ହିନ୍ଦୁମାନଙ୍କର ଶାକ୍ତ ପରମ୍ପରା ସୃଷ୍ଟି ହୋଇଥିଲା ।

ହିନ୍ଦୁ ଧର୍ମରେ ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦେବୀ ଏକ ସ୍ୱର୍ଗୀୟ ନାରୀର ରୂପ ଅଧିକାର କରିଛନ୍ତି । ଶକ୍ତି ଓ ଶୈବ ପରମ୍ପରାରେ ଠାକୁରାଣୀଙ୍କୁ ଏକ ଶକ୍ତି କେନ୍ଦ୍ର ଭାବରେ ଦେଖାଯାଏ ।

ଶବ୍ଦ ବ୍ୟୁତ୍ପତ୍ତି

ଖ୍ରୀ:ପୂ: ଦୁଇ ହଜାର ବର୍ଷ ତଳେ ଦେବୀ ଓ ଦେବ ଶବ୍ଦ‌ଦ୍ୱୟ ବେଦରେ ଥିଲା । ଦେବ ଏକ ପୁଂଲିଙ୍ଗ ଓ ଏହାର ସ୍ତ୍ରୀ ଲିଙ୍ଗ ଦେବୀ । ମୋନିଏର-ଉଇଲିଅମ (Monier-Williams) ଏହାକୁ ଅନୁବାଦ କରି ସ୍ୱର୍ଗୀୟ ନାମ ଦେଇଛନ୍ତି । ଲାଟିନ ଭାଷାର ଡିଆ (dea) ଓ ଗ୍ରୀକ ଭାଷାର ଥିଆ (thea) ଶବ୍ଦ ସ‌ହିତ ମଧ୍ୟ ସାମଞ୍ଜସ୍ୟ ରହିଛି । ତାଙ୍କୁ ହିନ୍ଦୁ ଧର୍ମରେ ସ୍ୱର୍ଗୀୟ ମାତା ମଧ୍ୟ କୁହାଯାଏ । ଦେବଙ୍କୁ ମଧ୍ୟ ଦେବତା କୁହାଯାଏ ଓ ଦେବୀଙ୍କୁ ଦେବୀକା କୁହାଯାଏ ।

ଡଗଲାସ ହାର୍ପର ମତ ଅନୁସାରେ ଦେବ ଶବ୍ଦର ଅର୍ଥ ଉଜ୍ଜ୍ୱଳ (*div- "to shine,"), ଗ୍ରୀକ୍ ଶବ୍ଦ ଡିଓସ ଅର୍ଥ ମଧ୍ୟ ସ୍ୱର୍ଗୀୟ, ଜେଅସ (Zeus) ଓ ଲାଟିନ ଭାଷାରେ ଡେଉସ ଓ ପୁରୁଣା ଲାଟିନରେ ଡେଇଭୋସ (Old Latin deivos) ନାମ ସ‌ହିତ ସାମଞ୍ଜସ୍ୟ ଅଛି ।

ଇତିହାସ

ଋକ୍ ବେଦରେ ଥିବା (Rigveda) ଦେବୀସୁକ୍ତର (Devīsūkta) ୧୦.୧୨୫.୧ରୁ ୧୦.୧୨୫.୮ ଶ୍ଳୋକରେ ଦେବୀଙ୍କର ପରମ ସତ୍ୟ ବିଷୟ ଘୋଷଣା କରାଯାଇଛି ।

ମୁଁ କୌଣସି ଉପରିସ୍ଥ ଶକ୍ତିର ପ୍ରରୋଚନାରେ ନଥାଇ ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଛି ଓ ତାହାରି ମଧ୍ୟରେ ରହିଛି । ପୃଥବୀ ଓ ଆକାଶରେ ମୁଁ ପରିବ୍ୟାପ୍ତ ହୋଇ ରହିଛି ଓ ସମସ୍ତ ସୃଷ୍ଟିର ମୁଁ ରଚୟିତା ଓ ତାହା ମଧ୍ୟରେ ମୁଁ ଶାଶ୍ୱତ ଓ ଅନିର୍ଦ୍ଦିଷ୍ଟ ଚେତନା ‌ସ‌ହିତ ରହିଛି ।

- ଦେବୀ ସୁକ୍ତ, ଋକବେଦ ୧୦.୧୨୫.୮ ଜୁନ ମ୍ୟାକଡାନିଦ୍ୱାରା ଅନୁବାଦ କରାଯାଇଛି ।

ବେଦରେ ଅନେକ ଦେବୀଙ୍କ ବିଷୟ ଲେଖାଯାଇଛି ଯେପରିକି ପାର୍ବତୀ (ଶକ୍ତି), ପୃଥିବୀ, ଅଦିତି , ବାକ (ଶବ୍ଦ), ନିର୍ରତି (ବିନାଶ), ରାତ୍ରୀ, ଅରନ୍ୟାନି (ଜଙ୍ଗଲ) ଓ ବରଦାୟୀନି ଦେବୀ ଯେପରିକି ଦିନସାନ, ରାକା, ପୁରାମଧି, ପରେନ୍ଦି, ଭାରତି ଓ ମାହି ଭଳି ଅନେକ ନାମ ଋକବେଦରେ ଅଛି । :6–17, 55–64 କିନ୍ତୁ ଦେବତାଙ୍କ (Devas) ଭଳି ଦେବୀଙ୍କ ବିଷୟ ବାରମ୍ବାର ଆଲୋଚନା ହୁଏ ନାହିଁ । ଶେଷ ବେଦ ଲେଖାରେ ପ୍ରାକ୍ ବୁଦ୍ଧ ସମୟରେ ପାର୍ବତୀଙ୍କ କଥା ଲେଖାଯାଇଛି କିନ୍ତୁ ତାଙ୍କ ବିଷୟରେ ସମର୍ପିତ ଶ୍ଳୋକ ବେଦ ଯୁଗରେ ବିକଶିତ ହୋଇଥିବା ଜଣାଯାଏନି । ବେଦ ଯୁଗରେ ସମସ୍ତ ଦେବ ଦେବୀ ପ୍ରତିଷ୍ଠିତ ଥିଲେ, କିନ୍ତୁ ଦେବ ପରବର୍ତ୍ତୀ କାଳରେ ମଧ୍ୟବର୍ତ୍ତୀ ଯୁଗର ସାହିତ୍ୟରେ ଏକମାତ୍ର ଦେବୀଙ୍କ ବିଷୟ ଲେଖାଯାଇଛି ଯିଏ ସର୍ବଶକ୍ତିମୟୀ ଅଟନ୍ତି ।


ଆଧାର

Tags:

en:Sanskritଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

ପରିସଂଖ୍ୟାନୟୁ ଟ୍ୟୁବ୧୧୫୨ଏଷ୍ଟୋନିଆକ୍ରିକେଟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧୯୨୭ବଲାଙ୍ଗୀରସବ୍ୟସାଚୀ ମିଶ୍ରଦକ୍ଷିଣ କୋରିଆପାରାସେଟାମୋଲ୪ ମାର୍ଚ୍ଚଡାମାସକସ୧୯ ମାର୍ଚ୍ଚଫିନଲ୍ୟାଣ୍ଡଖଣ୍ଡଗିରି ମେଳାହାଇଦ୍ରାବାଦମଙ୍ଗଳଆନ୍ତର୍ଜାତିକ ମହିଳା ଦିବସସାଇକେଲଭିଏତନାମକିଶୋରୀ ଚରଣ ଦାସଉର୍ବଶୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୦ (ସଂଖ୍ୟା)ନନ୍ଦ କିଶୋର ବଳନମିତା ଅଗ୍ରୱାଲସଚ୍ଚିଦାନନ୍ଦ ରାଉତରାୟଅଶୋକାଷ୍ଟମୀକର୍କଟ ରୋଗଜ୍ୟାମିତିଇଂରାଜୀ ଭାଷାସମୟ (କାଳ)ଅଚ୍ୟୁତାନନ୍ଦ ଦାସଚୀନୀ କଲରାପତରିଆ ବାଘବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୪୪୯ନାଉରୁଲଳିତ ମାନସିଂହଡୋନାଲ୍ଡ ଟ୍ରମ୍ପଉଇକିପିଡ଼ିଆ ସମୂହର ତାଲିକାରଣେନ୍ଦ୍ର ପ୍ରତାପ ସ୍ୱାଇଁଚକ୍ରବର୍ତ୍ତୀ ରାଜଗୋପାଳାଚାରୀଛବିଳ ମଧୁ ବର୍ଣ୍ଣବୋଧପଦାର୍ଥ ବିଜ୍ଞାନଓଡ଼ିଶାର ଭୂଗୋଳ୧୯୬୩ରମଜାନକେନ୍ଦୁଝରଘରପୃଥିବୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରହେପାଟାଇଟିସଏସିଆକାପୋସିସ ସାର୍କୋମାସଂସ୍କୃତଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରହାଡ଼ଦ୍ରୌପଦୀ ମୁର୍ମୁଅଚ୍ୟୁତ ସାମନ୍ତମଧୁସୂଦନ ଦାସସୁଦୀପ ତ୍ୟାଗୀଦକ୍ଷିଣ ଆଫ୍ରିକାଓଡ଼ିଶାର କଳାକୁମାର ପୂର୍ଣ୍ଣିମାଇଉରୋପ🡆 More