୧୯୫୪ ଓଡ଼ିଶା ରାଜଭାଷା ଆଇନ

୧୯୫୪ ଓଡ଼ିଶା ରାଜଭାଷା ଆଇନ (ଇଂରାଜୀ: The Orissa Official Language Act, 1954) ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ ସରକାରୀ କାମରେ ବ୍ୟବହାର କରିବା ପାଇଁ ଓଡ଼ିଶା ବିଧାନ ସଭାର ଏକ ଆଇନ ।

୧୯୫୪ ଓଡ଼ିଶା ରାଜଭାଷା ଆଇନ
ସରକାରୀ କାମରେ ଓଡ଼ିଆ ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରଙ୍କୁ କିଛି ବିଶେଷ ଅଧିକାର ଦେବା ପାଇଁ ଏକ ଆଇନ
ନିୟମାକାରକଓଡ଼ିଶା ବିଧାନ ସଭା
ପରିଚାଳିକା ଇତିହାସ
ବିଲ୧୯୫୪ର ଆଇନ ସଂଖ୍ୟା ୧୪
ବିଲ ଟୀକା"The-orissa-official-language-act-1954"
Amendments
୧୯୬୩ର ଆଇନ ସଂଖ୍ୟା ୧୮ ଓ ୧୯୮୫ର ଆଇନ ସଂଖ୍ୟା ୧୨

ଇତିହାସ

ଭାରତୀୟ ସମ୍ବିଧାନର ୩୪୫ ଧାରା ଅନୁସାରେ ରାଜ୍ୟ ବ୍ୟବସ୍ଥାପିକା ହିନ୍ଦୀ କିମ୍ବା ଏକ/ଏକାଧିକ ଭାଷା ରାଜ୍ୟର ଶାସନ ନିମନ୍ତେ ସମସ୍ତ ସରକାର କାମରେ ପ୍ରଣୟନ କରିପାରିବେ । ତେବେ ରାଜ୍ୟର ବ୍ୟବସ୍ଥାପିକା କୌଣସି ଭାଷା ପ୍ରଣୟନ କରିବା ଯାଏ ଏହା ସମ୍ବିଧାନ ପ୍ରଣୟନ ହେବା ଆଗରୁ ଚାଲିଥିବା ଭଳି ଇଂରାଜୀ ବ୍ୟବହାର କରିପାରିବେ । ଭାଷା ଭିତ୍ତିରେ ଗଠିତ ହୋଇଥିବା ଭାରତୀୟ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ । ତେଣୁ ୧୯୫୪ ଓଡ଼ିଶା ରାଜଭାଷା ଆଇନ ୧୯୫୪ରେ ଲାଗୁହୋଇଥିଲା ।

ବିକାଶ

ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ୱେ ସମସ୍ତ ସରକାରୀ କାମ ଓଡ଼ିଆରେ ହେଉନଥିବାରୁ ଓଡ଼ିଶାର ଲୋକେ ଏହାକୁ ଠିକଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରିଛନ୍ତି । ଆନ୍ଦୋଳକ ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଏହି ଦାବିମାନଙ୍କ ମଧ୍ୟରୁ ଅନ୍ୟତମ ।

ମୁଖ୍ୟ ବୈଶିଷ୍ଟ୍ୟ

୧୯୫୪ ଓଡ଼ିଶା ରାଜଭାଷା ଆଇନ ୧୯୫୪ର ଓଡ଼ିଶା ଆଇନ ୧୪ର ଅନ୍ତର୍ଗତ ଓ ୧୯୫୪ ମସିହା ଅକ୍ଟୋବର ପହିଲାରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା । ତାହାପରେ ଏହି ଆଇନ ସେହି ମାସ ୧୫ ତାରିଖରେ ଓଡ଼ିଶା ଗ୍ୟାଜେଟରେ ପ୍ରକାଶ ପାଇଥିଲା ।

ମୁଖ୍ୟ ବିଭାଗମାନ

୩କ ବିଭାଗ

୩କ ବିଭାଗ (Section 3A) ୧୯୬୩ କାର୍ଯ୍ୟକାରୀ ଆଇନର ଅନ୍ତର୍ଭୁକ୍ତ । ଏହା ଅନୁସାରେ ଆଇନ ପାଳିକାରେ ଇଂରାଜୀର ବ୍ୟବହାର ବଳବତ୍ତର ରଖିବା ବାବଦରେ ଉଲ୍ଲିଖିତ:

Notwithstanding the expiration of the period of fifteen years from the commencement of the Constitution of India, the English language may, as from the 26th day of January, 1965, continue to be used, in addition to Oriya for the transaction of business in Legislature of the State of Orissa"

— ୧୯୬୩ କାର୍ଯ୍ୟକାରୀ ଆଇନ

କାର୍ଯ୍ୟକାରୀ

  • ୧୯୬୩ ଓଡ଼ିଶା ରାଜଭାଷା (କାର୍ଯ୍ୟକାରୀ) ବିଲ ଅନୁସାରେ ଓଡ଼ିଶାରେ ଓଡ଼ିଆ ସହିତ ଇଂରାଜୀରେ ଶାସନ ଓ ବ୍ୟବସାୟ ଦେଣନେଣ କାରବାର କରିବାର ବ୍ୟବସ୍ଥା ରହିଛି ।
  • ୧୯୮୫ କାର୍ଯ୍ୟକାରୀ ଆଇନ ୧୨ ଅନୁସାରେ ଏହି ଆଇନରେ ଏକ ନୂଆ ଭାଗ ଯୋଡ଼ିହେଲା ।

ଆଧାର

Tags:

୧୯୫୪ ଓଡ଼ିଶା ରାଜଭାଷା ଆଇନ ଇତିହାସ୧୯୫୪ ଓଡ଼ିଶା ରାଜଭାଷା ଆଇନ ବିକାଶ୧୯୫୪ ଓଡ଼ିଶା ରାଜଭାଷା ଆଇନ ମୁଖ୍ୟ ବୈଶିଷ୍ଟ୍ୟ୧୯୫୪ ଓଡ଼ିଶା ରାଜଭାଷା ଆଇନ କାର୍ଯ୍ୟକାରୀ୧୯୫୪ ଓଡ଼ିଶା ରାଜଭାଷା ଆଇନ ଆଧାର୧୯୫୪ ଓଡ଼ିଶା ରାଜଭାଷା ଆଇନଇଂରାଜୀ ଭାଷାଓଡ଼ିଆ ଭାଷାଓଡ଼ିଶାଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଚାର୍ଲସ ଡାରଉଇନଭାରତର ସଂସ୍କୃତିଉପେନ୍ଦ୍ର ଭଞ୍ଜମନୋରଞ୍ଜନ ଦାସସତ୍ୟଜିତ ରାୟକଳାପାହାଡ଼ଜିନା ସାମଲଖୋର୍ଦ୍ଧାଚନ୍ଦନ ଯାତ୍ରାସୁଚାରୁ ଦେବୀପ୍ରଦୂଷଣଶବରବିନୋଦ ଚନ୍ଦ୍ର ନାୟକଗୌରହରି ପରିଚ୍ଛାଟିକିଲିବାଇମୁଣ୍ଡିମହାଦେଶରାଧାନାଥ ରାୟପୃଥିବୀଓଡ଼ିଆ ଖାଦ୍ୟବୃତ୍ତରାଘବ ଦାସ ମଠଓଡ଼ିଶୀଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାରାମାୟଣବର କୋଳିଓଡ଼ିଆ ନାରୀ କବି ମାନଙ୍କ ତାଲିକାହନୁମାନ ଚାଳିଶାଜଳନ୍ଧର ଦେବବଗଳାମୁଖୀମଇ ଦିବସସତ୍ୟନାରାୟଣ ରାଜଗୁରୁ୧୯ ଡିସେମ୍ବରଡ୍ରେକୋ ଏଣ୍ଡୁଅ (ପ୍ରଜାତି)ମାଳତୀ ଚୌଧୁରୀଜୟୀ ରାଜଗୁରୁଦିବ୍ୟସିଂହ ଦେବତରଳ ଝାଡ଼ାବସନ୍ତ କୁମାର ଶତପଥୀଗୋବିନ୍ଦ ତ୍ରିପାଠୀଗୀତା ପ୍ରେସ , ଗୋରଖପୁରଜୁଆଙ୍ଗ ଜନଜାତିଜଳ ପ୍ରଦୂଷଣମାନସିକ ଦୃଢ଼ତାକମ୍ପ୍ୟୁଟରଭାରତୀୟ ମହାକାଶ ଗବେଷଣା ସଂସ୍ଥାହିନ୍ଦୁ ଧର୍ମ୮ ମଇସ୍ୱାମୀ ନାରାୟଣଅମ୍ଳରୋଗଜଗନ୍ନାଥଙ୍କ ବେଶଗୋବିନ୍ଦ ଚନ୍ଦ୍ର ମାଝୀଓଷାଅମାବାସ୍ୟାର ଚନ୍ଦ୍ରମହିମା ଧର୍ମତୁଳସୀ ଗଛସୂର୍ଯ୍ୟଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଆର୍ଥିକ ସ୍ୱାଧୀନତାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରେଖାଦିୱାନା ହେଲି ତୋ ପାଇଁବଳଦେବଜୀଉ ମନ୍ଦିରରାମଚନ୍ଦ୍ର ମିଶ୍ର୩୦ ଅପ୍ରେଲଚିତ୍ତରଞ୍ଜନ ଦାସଶଙ୍ଖଇଟାଲୀ🡆 More