ରୋହିତ ଶର୍ମା: ଭାରତୀୟ କ୍ରିକେଟ ଖେଳାଳି

ରୋହିତ ଗୁରୁନାଥ ଶର୍ମା (ଜନ୍ମ: ୩୦ ଏପ୍ରିଲ ୧୯୮୭) ଜଣେ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ତଥା ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ଅଟନ୍ତି । ଜଣେ ଶ୍ରେଷ୍ଠ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ୍ ହିସାବରେ ସେ ଖୁବ୍ ପରିଚିତ । ସେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହିସାବରେ ଭାରତୀୟ ଆନ୍ତର୍ଜାତୀୟ ଦଳ ଓ ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନସ୍ ପାଇଁ ମ୍ୟାଚ୍ ଖେଳନ୍ତି । ରୋହିତ ମଧ୍ୟ ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦଳ ୫ଟି ଟାଇଟଲ୍ ଜିତିଛି, ଯାହାକି ଅନ୍ୟ କୌଣସି ଦଳଠାରୁ ସର୍ବାଧିକ । ଏକ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ଏକମାତ୍ର ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪) ଏବଂ ତିନିଥର ଦ୍ୱିଶତକ କରିଛନ୍ତି । ତାଙ୍କର କ୍ରିକେଟ ପ୍ରତି ଅବଦାନ ପାଇଁ ତାଙ୍କୁ ୨୦୧୫ ମସିହାରେ ଅର୍ଜୁନ ପୁରସ୍କାର ଓ ୨୦୨୦ ମସିହାରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ରୋହିତ ଶର୍ମା
ରୋହିତ ଶର୍ମା: ଭାରତୀୟ କ୍ରିକେଟ ଖେଳାଳି
ଅର୍ଜୁନ ପୁରସ୍କାର ଗ୍ରହଣ କରୁଥିବା ସମୟର ମୁହୂର୍ତ୍ତ
ବ୍ୟକ୍ତିଗତ ତଥ୍ୟ
ନାମରୋହିତ ଗୁରୁନାଥ ଶର୍ମା
ଜନ୍ମ (1987-04-30) ୩୦ ଅପ୍ରେଲ ୧୯୮୭ (ବୟସ ୩୬)
ନାଗପୁର ମହାରାଷ୍ଟ୍ର, ଭାରତ
ଡାକ ନାମହିଟମ୍ୟାନ
ଉଚ୍ଚତା1.74 m (5 ft 9 in)
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମିଡିଅମ
ଭୂମିକାବ୍ୟାଟ୍ସମ୍ୟାନ
ଅନ୍ତର୍ଜାତୀୟ ତଥ୍ୟ
National side
  • ଭାରତ
ପ୍ରଥମ ଟେଷ୍ଟ (cap ୨୮୦)୬ ନଭେମ୍ବର ୨୦୧୩ v ୱେଷ୍ଟଇଣ୍ଡିଜ
ଶେଷ ଟେଷ୍ଟ୯ ମାର୍ଚ୍ଚ ୨୦୨୩ v ଅଷ୍ଟ୍ରେଲିଆ
ପ୍ରଥମ ଦିନିକିଆ (cap ୧୬୮)୨୩ ଜୁନ୍ ୨୦୦୭ v ଆୟରଲ୍ୟାଣ୍ଡ
ଶେଷ ଦିନିକିଆ୨୪ ଜାନୁଆରୀ ୨୦୨୩ v ନ୍ୟୁଜିଲାଣ୍ଡ
ଦିନିକିଆ ଜାମା ନମ୍ବର୪୫
ପ୍ରଥମ ଟି୨୦ (cap ୧୭)୧୯ ସେପ୍ଟେମ୍ବର ୨୦୦୭ v ଇଂଲଣ୍ଡ
ଶେଷ ଟି୨୦୧୦ ନଭେମ୍ବର ୨୦୨୨ v ଇଂଲଣ୍ଡ
ଘରୋଇ ଦଳ ତଥ୍ୟ
YearsTeam
୨୦୦୬–ବର୍ତ୍ତମାନମୁମ୍ବାଇ
୨୦୧୧–ବର୍ତ୍ତମାନମୁମ୍ବାଇ ଇଣ୍ଡିଆନସ୍
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ଟି ୨୦ ଏଫସି
ମ୍ୟାଚ ସଂଖ୍ୟା ୪୯ ୨୪୩ ୧୪୮ ୧୦୬
ମୋଟ ରନ ୩,୩୭୯ ୯,୮୨୫ ୩,୮୫୩ ୮,୧୨୩
ବ୍ୟାଟିଂ ହାର ୪୫.୬୭ ୪୮.୬୩ ୩୧.୩୨ ୫୪.୧୫
ଶତକ/ଅର୍ଦ୍ଧଶତକ ୯/୧୪ ୩୦/୪୮ ୪/୨୯ ୨୫/୩୪
ସର୍ବାଧିକ ରନ ୨୧୨ ୨୬୪ ୧୧୮ ୩୦୯*
ବଲ ସଂଖ୍ୟା ୩୮୩ ୫୯୩ ୬୮ ୨,୧୫୩
ଉଇକେଟ ୨୪
ବୋଲିଂ ହାର ୧୧୨.୦୦ ୬୪.୩୭ ୧୧୩.୦୦ ୪୮.୦୮
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ ୧/୨୬ ୨/୨୭ ୧/୨୨ ୪/୪୧
କ୍ୟାଚ/ଷ୍ଟମ୍ପିଙ୍ଗ ୫୦/– ୮୭/– ୫୮/– ୯୩/–
Source: ESPNcricinfo, ୯ ମାର୍ଚ୍ଚ ୨୦୨୩

ପ୍ରାରମ୍ଭିକ ଜୀବନ

ରୋହିତ ଶର୍ମା ୩୦ ଏପ୍ରିଲ ୧୯୮୭ରେ ବାନସୋଡ, ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ପୂର୍ଣ୍ଣିମା ଶର୍ମା ଓ ପିତାଙ୍କ ନାମ ଗୁରୁନାଥ ଶର୍ମା । ସେ ୧୯୯୯ ମସିହାରେ ଦିନେଶ ଲାଡଙ୍କ କ୍ରିକେଟ କ୍ୟାମ୍ପରେ ଯୋଗଦେଇଥିଲେ ।

ଆନ୍ତର୍ଜାତୀୟ କ୍ୟାରିଅର

ରୋହିତ ୨୩ ଜୁନ୍ ୨୦୦୭ ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେହିପରି ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେହି ବର୍ଷ ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ ଆଇସିସି ଟି୨୦ ୱାଲ୍ଡ କପ୍‌ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ । ୨୦୧୩ ଇଡେନ ଗାର୍ଡେନରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ ଓ ସେହି ମ୍ୟାଚ୍‌ରେ ସେ ୧୭୭ ରନ କରିଥିଲେ ।

ଆଧାର

Tags:

ଅର୍ଜୁନ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ତୁଳସୀ ଦାସମିଆ ଖଲିଫାଧୋତିଶିବଭଗବତୀ ଚରଣ ପାଣିଗ୍ରାହୀଗୁରୁ ପ୍ରସାଦ ମହାନ୍ତିରାଜନୀତି ବିଜ୍ଞାନପଣା ସଂକ୍ରାନ୍ତିପୃଥିବୀ ଦିବସଜନ ବୀମସଅୟେନ୍ଦ୍ରୀ ଲୱନିୟା ରାୟବର କୋଳିହେମନ୍ତ ଦାସଓଡ଼ିଶାର ଭୂଗୋଳଜାତୀୟ ବିଜ୍ଞାନ ଦିବସଭାତପ୍ରସନ୍ନ କୁମାର ମିଶ୍ରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ଦଶରଥଡଙ୍ଗରିଆ କନ୍ଧବିବାହଜବାହରଲାଲ ନେହେରୁଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଦହି ହାଣ୍ଡିଭାରତଡୋରାନବକଳେବରହେମନ୍ତ କୁମାର ଦାସପିତ୍ତକୋଷବନମାଳୀ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀସମ୍ବାଦ (ଖବରକାଗଜ)ଦେବସ୍ନାନ ପୂର୍ଣ୍ଣିମାଇତିହାସଜ୍ଞାନୀ ଦେବାଶିଷ ମିଶ୍ରଆମ୍ବକୁମ୍ଭାର ଚକ୨୧ ଅପ୍ରେଲଟାଇପରାଇଟରଓଡ଼ିଶାର ଲୋକନୃତ୍ୟରଙ୍ଗବତୀଯାଜପୁରଗୋଦାବରୀଶ ମିଶ୍ରସହଦେବ (ମହାଭାରତ)କବିସୂର୍ଯ୍ୟ ବଳଦେବ ରଥଅମୃତ ଫଳରଜପ୍ରତୀକ୍ଷାପକ୍ଷୀନରେନ୍ଦ୍ର ମୋଦୀଲାଲ ବାହାଦୁର ଶାସ୍ତ୍ରୀବୁଧବାରକଟକଲୋକ ସଭାଭାରତୀୟ ଜାତୀୟ କଂଗ୍ରେସଦଗ୍ଧମହାପାତ୍ର ନୀଳମଣି ସାହୁପ୍ରଣବ ପ୍ରକାଶ ଦାସଅଗ୍ନ୍ୟାଶୟ ଅକ୍ଷମତାଚାଣକ୍ୟଦୁର୍ଗାତୁଷାରକାନ୍ତି ବେହେରାଛତିଶଗଡ଼ଗୋପାଳ ଛୋଟରାୟଓଡ଼ିଆଉଇକିପିଡ଼ିଆ ସମୂହର ତାଲିକାବଣିବଡ଼ଦିନ🡆 More