ବାହାର ବାନୁ ବେଗମ: ଜାହାଙ୍ଗୀରଙ୍କ ଝିଅ

ବାହାର ବାନୁ ବେଗମ (ପାର୍ସୀ: بهار بانو بیگم ୯ ଅକ୍ଟୋବର ୧୫୯୦ - ୮ ସେପ୍ଟେମ୍ବର ୧୬୫୩) (ବ୍ଲୁମିଙ୍ଗ୍ ଲେଡି ନାମରେ ମଧ୍ୟ ଜଣାଶୁଣା), ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଝିଅ ଏବଂ ମୋଗଲ ସାମ୍ରାଜ୍ୟର ରାଜକୁମାରୀ ଥିଲେ ।

ବାହାର ବାନୁ ବେଗମ
ମୋଗଲ ସାମ୍ରାଜ୍ୟର ରାଜକୁମାରୀ

ଜୀବନସାଥୀ ତାହମୁରାସ୍ ମିର୍ଜା
ବାପା ଜାହାଙ୍ଗୀର
ମାଆ କରାମସି
ଜନ୍ମ ୯ ଅକ୍ଟୋବର ୧୫୯୦
ଲାହୋର, ମୁଗଲ ସାମ୍ରାଜ୍ୟ
ମୃତ୍ୟ ୮ ସେପ୍ଟେମ୍ବର ୧୬୫୩(1653-09-08) (ବୟସ ୬୨)
ଆଗ୍ରା, ମୁଗଲ ସାମ୍ରାଜ୍ୟ
ସମାଧି ମରିୟମ-ଉଜ-ଜମାନିର ସମାଧି
ଧର୍ମ ସୁନୀ ଇସଲାମ

ଜନ୍ମ

ବାହାର ବାନୁ ବେଗମ ୯ ଅକ୍ଟୋବର ୧୫୯୦ ମସିହାରେ ତାଙ୍କ ଜେଜେବାପା ସମ୍ରାଟ ଆକବରଙ୍କ ସମୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା କରାମସି, ରାଠୋର ପରିବାରର ରାଜା କେଶବ ଦାସଙ୍କ ଝିଅ ଥିଲେ । ସେହି ଦିନ ମାରବାଡ଼ର ଉଦୟ ସିଂଙ୍କ ଝିଅ ଜଗତ ଗୋସାଇଁ, ବେଗମ ସୁଲତାନ ବେଗମ ନାମକ ଅନ୍ୟ ଜଣେ ଝିଅଙ୍କୁ ଜନ୍ମ ଦେଇଥିଲେ । ସେ ତାଙ୍କ ପିତାଙ୍କର ସପ୍ତମ ସନ୍ତାନ ଏବଂ ପଞ୍ଚମ ଝିଅ ଥିଲେ, କିନ୍ତୁ ତାଙ୍କ ମାତାଙ୍କର ଏକମାତ୍ର ଝିଅ ସନ୍ତାନ ଥିଲେ ।

ବିବାହ

୧୬୨୫ ମସିହାରେ, ରାଜକୁମାର ଡାନିୟଲ ମିର୍ଜାଙ୍କ ବଡ ପୁଅ ଏବଂ ଆକବରଙ୍କ ନାତି ରାଜକୁମାର ତହମୁରାସ ମିର୍ଜା, ମୁଗଲମାନଙ୍କ ଶକ୍ତି ଆଗରେ ଆତ୍ମସମର୍ପଣ କରିଥିଲେ । ଏହାପୂର୍ବରୁ ତାଙ୍କ ସାନଭାଇ ରାଜକୁମାର ହୁଶଙ୍ଗ ମିର୍ଜା ମଧ୍ୟ ମୁଗଲମାନଙ୍କ ଶକ୍ତି ଆଗରେ ଆତ୍ମସମର୍ପଣ କରିଥିଲେ । ଏହାଦେଖି ଜାହାଙ୍ଗୀର ବାହାର ବାନୁ ବେଗମଙ୍କ ବିବାହ ତହମୁରାସ ମିର୍ଜାଙ୍କ ସହ ଏବଂ ରାଜକୁମାର ଖୁସ୍ରାଉ ମିର୍ଜାଙ୍କ ଝିଅ ହୋଶମନ୍ଦ ବାନୁ ବେଗମଙ୍କ ବିବାହ ହୁଶଙ୍ଗ ମିର୍ଜାଙ୍କ ସହିତ କରେଇଥିଲେ ।

୨୮ ଅକ୍ଟୋବର ୧୬୨୭ ମସିହାରେ ତାଙ୍କ ପିତା ଜାହାଙ୍ଗୀରଙ୍କ ଦେହାନ୍ତ ପରେ ତାଙ୍କ ସାନଭାଇ ରାଜକୁମାର ଶାହାରିଆର ମିର୍ଜା ନିଜକୁ ସମ୍ରାଟ ବୋଲି ଘୋଷଣା କରିଥିଲେ । ଖୁସ୍ରାଉ ମିର୍ଜାଙ୍କ ପୁତ୍ର ଦାୱର ବାଖ ଲାହୋରରେ ସିଂହାସନ ଆରୋହଣ କରିଥିଲେ । ଶାହଜାହାନ ୧୯ ଜାନୁଆରୀ ୧୬୨୮ ମସିହାରେ ସିଂହାସନ ଆରୋହଣ କରିଥିଲେ ଏବଂ ୨୩ ଜାନୁଆରୀରେ ସେ ଶାହାରିଆର, ବାହାର ବାନୁ ବେଗମଙ୍କ ସ୍ୱାମୀ ତହମୁରାସ ମିର୍ଜା ଏବଂ ତାଙ୍କ ଭାଇ ହୁଶଙ୍ଗ ମିର୍ଜା, ଖୁସ୍ରାଉ ମିର୍ଜାଙ୍କ ପୁତ୍ର ଦୱତ ବାଖ ଏବଂ ଗରସପ ମିର୍ଜାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ମୃତ୍ୟୁ

ବାହର ବାନୁ ବେଗମ ୮ ସେପ୍ଟେମ୍ବର ୧୬୫୩ ମସିହାରେ ଷାଠିଏ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କୁ ଶାହଜାହାନଙ୍କ ଜେଜେମା ମରିୟମ-ଉଜ-ଜମାନିଙ୍କ ସମାଧିରେ କବର ଦିଆଯାଇଥିଲା ।

ଆଧାର

Tags:

ବାହାର ବାନୁ ବେଗମ ଜନ୍ମବାହାର ବାନୁ ବେଗମ ବିବାହବାହାର ବାନୁ ବେଗମ ମୃତ୍ୟୁବାହାର ବାନୁ ବେଗମ ଆଧାରବାହାର ବାନୁ ବେଗମଜାହାଙ୍ଗୀର

🔥 Trending searches on Wiki ଓଡ଼ିଆ:

ମୟୂରଚୌଧୁରୀ ବିକାଶ ଦାସବସନ୍ତ କୁମାରୀ ପଟ୍ଟନାୟକକବି ପ୍ରସାଦ ମିଶ୍ରହୃଷୀକେଶ ମଲ୍ଲିକଗ୍ରହମହାତ୍ମା ଗାନ୍ଧୀଶରତ କୁମାର ମହାନ୍ତିଶିବ ସେନାବ୍ରଜନାଥ ବଡ଼ଜେନାପରିସଂଖ୍ୟାନ ବର୍ଗୀକରଣପ୍ରସନ୍ନ କୁମାର ମିଶ୍ରରୋମୀୟ ସାମ୍ରାଜ୍ୟସୁନାଓଡ଼ିଶୀସଞ୍ଚୟ ଖାତାଗୋଦାବରୀଶ ମିଶ୍ରନବକୃଷ୍ଣ ଚୌଧୁରୀଦୁଃଶାସନବେଦରାଜେନ୍ଦ୍ର ନାରାୟଣ ସିଂହଦେଓରାବଣସୁଦଶା ବ୍ରତଜାତୀୟ ବିଜ୍ଞାନ ଦିବସଅମର ପ୍ରସାଦ ଶତପଥୀଚିତ୍ରା (ନକ୍ଷତ୍ର)ଗୌରୀଶଙ୍କର ରାୟତୁଳସୀ ଦାସଆଶୁତୋଷ ପରିଡ଼ାକଳିଙ୍ଗ ଯୁଦ୍ଧପର୍ଯ୍ୟାୟ ସାରଣୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଟାଟା ମୋଟରସଧର୍ମେନ୍ଦ୍ର ପ୍ରଧାନଗୁଗଲଅଶ୍ରୁମୋଚନ ମହାନ୍ତିପଦାର୍ଥନୀଳକଣ୍ଠ ଦାସଉତ୍କଳ ବିଶ୍ୱବିଦ୍ୟାଳୟଅକ୍ଷୟ ମହାନ୍ତିଉଇକିକମନ୍ସନୃସିଂହନାଥ ଖୁଣ୍ଟିଆଇଂରାଜୀ ଭାଷାକିଶୋରୀ ଚରଣ ଦାସଜଳଭି. କାର୍ତ୍ତିକେୟ ପାଣ୍ଡିଆନରମଜାନଚନ୍ଦନଲାଗି ବେଶଧାମରାଇଲନ ମସ୍କବାଲେଶ୍ୱର ଜିଲ୍ଲାରଙ୍ଗବତୀଆଖିଅକ୍ଷୟ ତୃତୀୟାଧାମରା ବନ୍ଦରଅକ୍ଷର କଳାବିନୋଦ ଚନ୍ଦ୍ର ନାୟକଭାରତୀୟ ଦଣ୍ଡ ସଂହିତା, ୧୮୬୦ମିନତି ମିଶ୍ରକବିସୂର୍ଯ୍ୟ ବଳଦେବ ରଥଶିମିଳିପାଳ ଜାତୀୟ ଉଦ୍ୟାନମହାଭାରତବିଭୁଦତ୍ତ ମିଶ୍ରପୃଥିବୀଓଡ଼ିଆ ଖାଦ୍ୟଯକ୍ଷ୍ମା🡆 More