ଗାରୋ ଭାଷା: ଭାରତୀୟ ଭାଷା

ଗାରୋ ଭାଷା କିମ୍ବା ଆଚିକ (A·chik) ଭାରତର ମେଘାଳୟ ରାଜ୍ୟର ସରକାରୀ ଭାଷା । ଏହା ମେଘାଳୟର ଗାରୋ ହିଲ୍ସ ଜିଲ୍ଲା, ଆସାମର କିଛି ଭାଗ ଏବଂ ତ୍ରିପୁରାର ଅଳ୍ପ କେତେକ ଅଞ୍ଚଳରେ କଥିତ ଏକ ସିନୋ-ତିବତୀୟ ଭାଷା । ଏହା ପଡ଼ୋଶୀ ବଙ୍ଗଳାଦେଶର କିଛି ଅଞ୍ଚଳରେ ମଧ୍ୟ କଥିତ । ୨୦୦୧ର ଜନଗଣନା ଅନୁଯାୟୀ କେବଳ ଭାରତରେ ପ୍ରାୟ ୮,୮୯,୦୦୦ ଗାରୋ ବକ୍ତା ଅଛନ୍ତି । ବଙ୍ଗଳାଦେଶରେ ଆଉ ୧,୩୦,୦୦୦ ବକ୍ତା ରହନ୍ତି ।

ଭୌଗୋଳିକ ବିତରଣ

ଏଥନୋଲୋଗ ଅନୁସାରେ ଗାରୋ ଭାଷା ନିମ୍ନଲିଖିତ ସ୍ଥାନଗୁଡ଼ିକରେ କଥିତ ।

  • ଗାରୋ ପାହାଡ଼ ବିଭାଗ, ମେଘାଳୟ
  • ଗୋଆଲପଡ଼ା ଜିଲ୍ଲା, କାମରୂପ ଜିଲ୍ଲା, ଶିବସାଗର, କାର୍ବି ଆଙ୍ଗଲଙ୍ଗ ଜିଲ୍ଲା, ପଶ୍ଚିମ ଆସାମ
  • କୋହିମା ଜିଲ୍ଲା, ନାଗାଲ୍ୟାଣ୍ଡ
  • ଉଦୟପୁର ଉପବିଭାଗ, ଦକ୍ଷିଣ ତ୍ରିପୁରା ଜିଲ୍ଲା, ତ୍ରିପୁରା
  • କମଲପୁର ଏବଂ କାଇଲାସାହର ଉପବିଭାଗ, ଉତ୍ତର ତ୍ରିପୁରା ଜିଲ୍ଲା, ତ୍ରିପୁରା
  • ସାଦର ଉପବିଭାଗ, ପଶ୍ଚିମ ତ୍ରିପୁରା ଜିଲ୍ଲା, ତ୍ରିପୁରା
  • ଜଳପାଇଗୁଡ଼ି ଜିଲ୍ଲା ଏବଂ କୋଚ ବିହାର ଜିଲ୍ଲା, ପଶ୍ଚିମବଙ୍ଗ

ଭାଷାଗତ ସମ୍ପର୍କ

ଗାରୋ ସିନୋ-ତିବ୍ବତୀୟ ଅନ୍ତର୍ଗତ ବୋଡ଼ୋ-ଗାରୋ ଉପଗୋଷ୍ଠୀ (ଏଥିରେ ମାଣ୍ଡାରିନ ଏବଂ କ୍ୟାଣ୍ଟୋନିଜ ଭଳି ସିନିଟିକ ଭାଷା ମଧ୍ୟ ଅନ୍ତର୍ଭୁକ୍ତ) ଅନ୍ତର୍ଭୁକ୍ତ । ବୋଡ଼ୋ-ଗାରୋ ଉପଗୋଷ୍ଠୀ ସିନୋ-ତିବ୍ବତୀୟ ଭାଷା ପରିବାରର ଦୀର୍ଘତମ ଭାବେ ସ୍ୱୀକୃତ ଏବଂ ସବୁଠାରୁ ସୁସଂଯୁକ୍ତ ଉପଗୋଷ୍ଠୀ ମଧ୍ୟରୁ ଗୋଟିଏ । ଏହା ମଧ୍ୟରେ ବୋଡ଼ୋ, କୋକବୋରୋକ, ଡିମାସା, ରାଭା, ଆଟୋଙ୍ଗ, ଟିୱା ଏବଂ କୋଚ ଭଳି ଭାଷା ରହିଛି । ପରସ୍ପର ସହିତ ଘନିଷ୍ଠ ଭାବେ ଜଡ଼ିତ ହେବା ପରେ ଏହି ଭାଷାଗୁଡ଼ିକର ଅନେକ ସମାନ ବୈଶିଷ୍ଟ୍ୟ ରହିଛି । ଏହି ଭାଷାଗୁଡ଼ିକର ଶବ୍ଦରୁ ଦିଆଯାଇଥିବା ତଥ୍ୟର ପୃଷ୍ଠସ୍ତରୀୟ ପର୍ଯ୍ୟବେକ୍ଷଣରୁ ମଧ୍ୟ ସମାନତାଗୁଡ଼ିକୁ ସହଜରେ ଚିହ୍ନିହେବ ।

ଧ୍ୱନିବିଜ୍ଞାନ

ବୋଡ଼ୋ-ଗାରୋ ଉପ-ପରିବାରରେ ପ୍ରାୟ ସମସ୍ତ ଭାଷା ନିମ୍ନ ଏବଂ ଉଚ୍ଚ ସ୍ୱରଦ୍ୱାରା ପୃଥକ ହୋଇଥିଲେ ମଧ୍ୟ ଗାରୋ ଏକମାତ୍ର ବ୍ୟତିକ୍ରମ । ଉଡ୍ ଉଲ୍ଲେଖ କରିଛନ୍ତି ଯେ ଗାରୋ ହଳନ୍ତ (ଗ୍ଲୋଟାଲ ଷ୍ଟପ) ଥିବା ଅକ୍ଷର ଓ ହଳନ୍ତ ନଥିବା ଅକ୍ଷରକୁ ଅଲଗା କରି ସ୍ୱର ପଦ୍ଧତିକୁ (ଟୋନାଲ ସିଷ୍ଟମ) କାଢ଼ିଦେଇଛି ।

ଆଧାର

ଅଧିକ ତଥ୍ୟ

Tags:

ଗାରୋ ଭାଷା ଭୌଗୋଳିକ ବିତରଣଗାରୋ ଭାଷା ଭାଷାଗତ ସମ୍ପର୍କଗାରୋ ଭାଷା ଧ୍ୱନିବିଜ୍ଞାନଗାରୋ ଭାଷା ଆଧାରଗାରୋ ଭାଷା ଅଧିକ ତଥ୍ୟଗାରୋ ଭାଷାଆସାମବଙ୍ଗଳାଦେଶଭାରତଭାରତର ରାଜ୍ୟଭାଷାମେଘାଳୟ

🔥 Trending searches on Wiki ଓଡ଼ିଆ:

ବାଲେଶ୍ୱର ଜିଲ୍ଲାସରଳା ଦେବୀଭାରତୀୟ ଜନତା ପାର୍ଟିଚନ୍ଦ୍ରଶେଖର ରଥଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶିଖରଚଣ୍ଡୀଦୁଃଶୀଳାଲକ୍ଷ୍ମଣ ମିଶ୍ରଝୁମରଭାରତୀୟ ଜାତୀୟ କଂଗ୍ରେସବୁଧବାରଉତ୍କଳ ସମ୍ମିଳନୀପରିସଂଖ୍ୟାନ ବର୍ଗୀକରଣଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆପେଣ୍ଡିସାଇଟିସ୧୫ ଅପ୍ରେଲରେଭେନ୍‌ସା କଲିଜିଏଟ ସ୍କୁଲ୧ ମାର୍ଚ୍ଚକୋଣାର୍କ ସୂର୍ଯ୍ୟ ମନ୍ଦିରହେମୋଫିଲିଆଜୟନାରାୟଣ ମିଶ୍ରରାଜେନ୍ଦ୍ର ନାରାୟଣ ସିଂହଦେଓନବକଳେବରତୁଳସୀ ଦାସସୂର୍ଯ୍ୟୋଦୟ୨୦ ଅପ୍ରେଲହେମନ୍ତ ଦାସବିଶ୍ୱ ଏଡ୍‌ସ ଦିବସନୀଳକଣ୍ଠ ଦାସକଟକ ଜିଲ୍ଲାସୀତା ବିବାହପଠାଣି ସାମନ୍ତଚୌଧୁରୀ ବିକାଶ ଦାସହେମନ୍ତ କୁମାର ଦାସମୁମ୍ବାଇସୁଭାଷ ଚନ୍ଦ୍ର ବୋଷଧୋତିକାଞ୍ଜିଅଅଁଳା ଓଷାଯାଜପୁରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜ୍ଞାନୀ ଦେବାଶିଷ ମିଶ୍ରଗୁରୁସମୀର ରଞ୍ଜନ ଦାଶଚୁଡ଼ାରମଜାନରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାପୃଥିବୀ ଦିବସରଜଛତିଶଗଡ଼ପ୍ରତୀକ୍ଷାବୈଷ୍ଣବ ପାଣିପଖାଳ ଦିବସସୁନାବେଶଶୈଳବାଳା ଦାସଭାଷାମହାତ୍ମା ଗାନ୍ଧୀଙ୍କ ପରିବାରଶଙ୍ଖକରଣ (ଜାତି)୩ (ସଂଖ୍ୟା)କୃଷ୍ଣପ୍ରସାଦ ମିଶ୍ରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମାଣବସା ଗୁରୁବାରଗୋପବନ୍ଧୁ ଦାସ🡆 More